Nojoto: Largest Storytelling Platform

ସତ୍ୟର ପଥ ସମୟ ଗତିକୁ କିଏବା ନିୟନ୍ତ୍ରଣ କରିଛି ବୃଥା ହୁ

ସତ୍ୟର ପଥ

ସମୟ ଗତିକୁ କିଏବା  ନିୟନ୍ତ୍ରଣ କରିଛି
ବୃଥା ହୁଏ ଯାହା ସବୁ ଉଦ୍ୟମ
ଅବିରାମ ତାର ଅଟଇ ଗତି
କେତେ ଯେ ଆୟୁଷ ପରାସ୍ତ ହେଲେଣି 
ତା ନିକଟେ ଅଟନ୍ତି ସଭିଏଁ କଣିକା ସମ

ନୁହେଁ ନୁହେଁ କିଛି ଏଠି ତୋର ମୋର
ଚାରି ଦିନର ଖାଲି ଏଇ ମୋହର ବେପାର
ପାପ ପୂଣ୍ୟର ପୁଟୁଳି ଧରି ଫେରିଲେଣି କେତେ 
ଚାଲିଛି ଚାଲିଥିବ ଏମିତି ଏଇ ସଂସାର

ସୁରୁଜ ଉଅଇଁ ଅସ୍ତ ହେବା ପାଇଁ
ଜନ୍ମ ଯଦି ଅଛି ମୃତ୍ୟୁ ନିଶ୍ଚୟ ଆସିବ ଧାଇଁ
ଅମର ଏଠି କିଏ ଅଛି, ମହି ମଣ୍ଡଳେ
ନିୟତିର ଚକ୍ର ଘୁରୁଛି ଅନନ୍ତ କାଳ ପାଇଁ 

ଆବୁଡା ଖାବଡା ତ ଏଠି ଜୀବନର ପଥ
ଏନ୍ତୁଡି ଶାଳରୁ ମଶାଣିର ପଥ କେବଳ ପ୍ରସସ୍ଥ
ଲୋଭ ମୋହ ମାୟା ଜାଲେ ପଡିଛୁ କାହିଁ 
ସତ୍ୟର ପଥ କେବଳ ଗୋଟିଏ, ମୁକ୍ତି ପ୍ରାପ୍ତି ପାଇଁ  ।।

©Tafizul Sambalpuri
  #ସମୟ

#ସମୟ #କବିତା

265 Views