Nojoto: Largest Storytelling Platform
subhasubha5898
  • 15Stories
  • 14Followers
  • 151Love
    2.5KViews

Subha Subha

  • Popular
  • Latest
  • Video
289a07f4eb6e9082aa44d74785366200

Subha Subha

-:ପିଲାଦିନ:-
_____________

କେତେ ଯେ ମଧୁର
କେତେ ମନୋରମ
ଚଗଲା ଲହଡ଼ି ଢେଉ,
ସେ ଢେଉ ପାଣିରେ ହଜି ଯାଇଛି ସେ 
ଖୋଜି ମୁଁ ପାଉନି ଆଉ ।

ସାଙ୍ଗସାଥୀ କେତେ 
ଖେଳି ବୁଲୁଥିଲୁ 
ନଥିଲା କିଛି ଚିନ୍ତା ,
କୋଉଠି ହଜିଲା ସେ ଦିନ ଗୁଡ଼ିକ 
ଭାବୁଥାଏ ତା କଥା ।

କୋଳି , ପିଜୁଳି ଯେ 
ଆମ୍ବ, କଇଥ
ସବୁ ଖାଉ ଚୋରିକରି,
ଧରା ପଡିଗଲେ ସାଙ୍ଗସାଥୀ ମେଳେ
ମିଛରେ ଯେ କରୁ କଳି।

ଭୁଲି ମୁ ପାରୁନି
ପାରିବି ବି ନାହିଁ
ସାଙ୍ଗ ମାନଙ୍କର କଥା ,
ସାଙ୍ଗ ତୁ ,ମୋତେ ବେଳେବେଳେ
ଟିକେ ମାନେପକାଉ ଥା।"

©Subha Subha #Childhoodshyari
#Missyoumyfrnd
#MissSchoolDays
289a07f4eb6e9082aa44d74785366200

Subha Subha

ଭାବନା

ଭାବନା ଯେତେ ମୋ ରଖିଛି ସାଇତି
ତୋ କଥା ଭାବି କାଟେ ଦିନ ରାତି,
କେବେ ତୁ ବୁଝିବୁ ମୋର ପୀରତି
ଭାବି ଭାବି ଜୀବନ ମୋ ଯାଏ ବିତି ।

ଭାବ ରାଇଜରେ ଭାବ ସମୁଦ୍ରରେ 
ଭାବନା ମୋ ଭାସି ଯାଏ,
କେବେ ଦେଖା ହବ ସାଥୀ ତୁମ ସାଥେ
ଦିନ ମୁଁହି ଗଣୁଥାଏ।

ଭାବନା ସୀମାକୁ ରୋକି ପାରେନାହିଁ
ସୀମାପାର ହୋଇଯାଏ,
ସାହି ମୁ ପାରୁନି ଅସହ୍ୟ ଯନ୍ତ୍ରଣା
ଦିନ ସରି ସରି ଯାଏ।

©Subha Subha
  #umeedein #feel_the_love❤
289a07f4eb6e9082aa44d74785366200

Subha Subha

"କେମିତି ରହିଛି ଦେଖିଯାଅ ଥରେ
ତୁମ ବିନା ସଖା ମୋର,
ନିଜ ଦୁଃଖକୁ ଏ ଛାତି ଭିତରେ ମୋ
ଚାପି ଧରି କାଳ କାଳ।

ଆଖିର ଚାହାଣି କିମିଆ କରିଲା
ଚୁମ୍ବକ ପରି ସେ ପାଖକୁ ଟାଣିଲା,
ପ୍ରେମ ଭାବି ତାକୁ ଗ୍ରହଣ କରିଲି
ପାଖରୁ ମୋତେ ସେ ଦୂର କରିଦେଲା।

କହଇ ଏବେ ସେ ଜଣାନାହିଁ ସତେ
ବାଟୋଇ ନେଲା କିଏ ଏ ପଥେ,
କେମିତି କରିଲି ତୁମକୁ କିମିଆ
ମନ ମୋ ତାକୁ ପାସୋରି ଯେ ଦେଲା।

କହିବି କଣ ଭାବି ମୁ ପାରୁନି
ସେ କେମିତି ବଦଳିଗଲା,
ଏମିତି କଥା ସେ କହିଦେଇ ଥରେ
ମନକୁ ମୋ ଭାଙ୍ଗିଦେଲା " ।

©Subha Subha
  #🥺🖤🥀
289a07f4eb6e9082aa44d74785366200

Subha Subha

ବାପାତ ଅଟଇ ସିଏ , ଯିଏ
ନିଜେ ନ ଖାଇ ଆମକୁ ଖୁଆଏ
ଆସୁ ପଛେ ଯେତେ ଝଡ଼, ବାଆ ବା ବତାସ
ଶ୍ରମ କରି ସେ ଭରନ୍ତି,ଆମର ଯେ ପେଟ।

ସବୁ ଦୁଃଖ ନିଜ ଛାତିରେ ଚାପିଲେ
ଆମ ଖୁସି ପାଇଁ ସେ ସବୁ କରିଗଲେ,
ଯେତେ ଦୁଃଖ ଆସିଲେ ସେ, ଭାଙ୍ଗି ନ ପଡନ୍ତି
ସମସ୍ତଙ୍କ ମନକୁ ସେ ଉଦବୋଧନ ଦିଅନ୍ତି।

ଦୁନିଆ ଦେଖାଇଲେ ମୋ ହାତ ଧରି
କେବେବି ଭୁଲିବିନି ଏ ଋଣ ତାଙ୍କରି,
ନେଲେ ପଛେ ଶହେ ଜନ୍ମ ସୁଜି ପାରିବିନି
କେବେବି ମାନେ ତାଙ୍କର,କଷ୍ଟ ମୁ ଦେବିନି।

ଛୋଟ ଥିଲି ମୁ ଯେବେ,ତାଙ୍କ ହାତ ଧରିଥିଲି
ବୃଦ୍ଧ କାଳେ ଛାଡିବିନି , ହାତ ତାଙ୍କରି
ସେ ତ ଅଟନ୍ତି ଇଶ୍ୱରଠୁ ବଡ଼,
କେବେବି କରିବି ନାହିଁ ତାଙ୍କ ଅନାଦର।

©Subha Subha #FathersDay special ❤️🤞😍
Love 😘 You Bapa❤️😘

#FathersDay special ❤️🤞😍 Love 😘 You Bapa❤️😘 #ଶାୟାରି

289a07f4eb6e9082aa44d74785366200

Subha Subha

"जाति की बलि न चढ़ाओ यूं मासूम को,
थोड़ी तो इजत दो , खुदा के बनाए हुए कायनात को
जब ऊपरवाले ने फर्क ना किया इंसान में
तुम कोन हो इंसानियत को जतिके रंग में रंगने को।"

©Subha Subha #Love #Caste problem 😥
289a07f4eb6e9082aa44d74785366200

Subha Subha

ମନ କହେ ଉଡ଼ିଯିବ ଦୂର ଆକାଶକୁ
ଆବଶ୍ୟକ ହୁଏ କେବଳ ଡେଣାଟିଏ,
ମନ କହେ ଉଡ଼ିଯିବ ସାଗର ଗର୍ଭକୁ
ଥିଲେ ତାର ପାଖେ ସାଥିଟିଏ।

ଏ ମନ ଖୋଜେ....
ତା ପରି ଗୋଟେ ସୁନ୍ଦର ମନକୁ
ଯିଏ ବୁଝିପାରୁଥିବ....
ତା ହୃଦୟର ଧଡକନ୍ କୁ

ଚାଲୁଥିବ ପଦେ ତାର ପାଦକୁ ମିଳାଇ
ଅଧାବାଟେ କେବେ ତାର ହାତନ ଛାଡ଼ଇ,
ଯେତେ ପ୍ରତିଘାତ ଆସୁ ଜୀବନରେ ତାର
କରିବା ସାମ୍ନା ତାହାର ନ ଥିବରେ ଡର।


ଯେତେ ଭୁଲ କରେ ପଛେ ଧରିନ ବସିବ
ସୁନ୍ଦର ହୃଦୟେ ତାର ଏଡାଇ ସେ ଦବ,
ରହିଥିବା ସଦା ପାଖେ ସେ ମୋହର
ସାଥ ଦେଉଥିବ ସଦା ସାଥେ ମୋହର।

©Subha Subha #ମନ 🥰💞🥳

#ମନ 🥰💞🥳 #ଶାୟାରି

289a07f4eb6e9082aa44d74785366200

Subha Subha

ଟିପ୍ ଟିପ୍ ଟିପ୍ ବରଷା ବେଳରେ
ଫୁଲଝରା ସେଇ ବସନ୍ତ କାଳରେ
ଚାହିଁ ରହିଥିବି ତୋତେ,
ଚାନ୍ଦ ପରି ସେଇ ସୁନ୍ଦର ମୁହଁରେ
ମୁକ୍ତା ଝରୁଥାଏ ସତେ।

ଦେହକୁ ଆଉଜି ପାଖେ ମୋର ବସି
କଥାର ସୁଅଟି ଛୁଟେ,
କେତେ ମଧୁର ସେ କଥା ତୋର ଲାଗେ
ମନରେ ମୋ ପୁଷ୍ପ ଫୁଟେ।

ଘଡଘଡି ବେଳେ ଝଡ଼ ବତାସରେ
ବସି ମୁ ଝରକା ପାଖେ
କଥା ତୋର ଭାବି ଲେଖିଦେଲି ସଖା,
ହୃଦର ଆକୁହା କଥା ସତେ
ମାରୁଥାଏ ନିତି ମୋତେ।

ଏକଲା ପଣକୁ ଦୂର ମୋର କର
ମନେ ମୋର ଭାରି ପ୍ରୀତିର ସାଗର,
ଚାହିଁ ରହିଥାଏ ଦେଖିବାକୁ ମୁହିଁ
ବିରହ ନିଆଁରେ ଜାଳ କାଇଁ ପାଇଁ।

©Subha Subha
  #ବିରହ ନିଆଁରେ ଜାଳ କାଇଁ ପାଇଁ।🥺💕

#ବିରହ ନିଆଁରେ ଜାଳ କାଇଁ ପାଇଁ।🥺💕 #ଶାୟାରି

289a07f4eb6e9082aa44d74785366200

Subha Subha

ଦୁଃଖ ଯାହାବି ଥାଉ ନା କାହିଁକି 
ଯେତେବେଳେ କେହି ଜଣେ 
ନିଜ ଲୋକ ଯଦି,
"କଣ ହେଇଛି "ବୋଲି ପଚାରି ଦିଏନା....
ସେତେବେଳେ ସବୁ ଦୁଃଖ ଦୂର ହୋଇଯାଏ 
ଆଉ ଓଠରେ ହାଲକା ହସ ଭରିଯାଏ।

©Subha Subha #🥺☺️🥰
289a07f4eb6e9082aa44d74785366200

Subha Subha

ତୋ ପାଇଁ ମୋ ମନେ ଅସରା ପୀରତି
ପାରୁନି ଦେଖାଇ ତୋତେ, 
ଚାହିଁ ଚାହିଁ ଦିନରାତି ଯାଏ ବିତି
କେବେ ତୁ ଭେତିବୁ ମୋତେ।

ବରଷା ବେଳରେ ବସନ୍ତ କାଳରେ
ମନ ଝୁରେ ତୋତେ କେତେ,
କହ ତୋ ବିନୁ ଏ ମନକୁ ମୋର
ବୁଝାଇ ରଖିବି କେତେ ।

©Subha Subha #Couple#birahashayaree
🥺💕🥰
289a07f4eb6e9082aa44d74785366200

Subha Subha

ଆନନ୍ଦ ଫୁଲ ପରି ମଉଳି ଯାଏ
ହେଲେ ତାର ସ୍ମୃତି ,
ସବୁଦିନ ପାଇଁ ସତେଜ ଥାଏ।"

©Subha Subha
  Happiness 😊 is always fresh🤞🥳

Happiness 😊 is always fresh🤞🥳 #ଶାୟାରି

loader
Home
Explore
Events
Notification
Profile