Nojoto: Largest Storytelling Platform
bhaktaprasadbagh3571
  • 92Stories
  • 26Followers
  • 945Love
    1.9KViews

BP Bagh

The priest of Nature

  • Popular
  • Latest
  • Video
2a08fe69c8ea29822106275927d167ab

BP Bagh

White ଏମିତି ନୁହେଁ ଯେ ଆଭାସ ତୋ ବୁଝି ପାରେନା ,
ବୁଝି ପାରେ ହେଲେ ସବୁ କିଛି ବୁଝି ପାରେନା ।
ବହୁଥିବା ତୋର ଅଶାନ୍ତ ମନର ତରଙ୍ଗ ତ ବୁଝି ଯାଏ ,
ଆଖି ତୋର ପୂରା ଶାନ୍ତ ସରୋବର ବୁଝି ପାରେନା ।
କେତେବେଳେ କେବେ ମନ ମୋର ଖୋଜି ପାଏନା ,
କେତେବେଳେ କେବେ ମନ ତୋର ବୁଝି ପାରେନା ।
ରହି ଯାଏ କେବେ ସବୁକିଛି ବୁଝା ବାହାରେ ,
ସବୁ ବୁଝି କେବେ, କିଛି ବି ତ ବୁଝି ପାରେନା ।
ସବୁ କଥା ତୋର ଶୁଣୁ ଶୁଣୁ କେବେ,  ରହିଯାଏ କେତେ ଅକୁହା,
ଓଠ କୁହା ଯେତେ କବିତାରେ ଲେଖେ, ଆଖି କୁହା ବୁଝି ପାରେନା।
ଅଚଲା ସଡ଼କେ ଗଡ଼ିଚାଲୁଥିବା , ଏଇ ତ ମୋର ଜୀବନୀ
ମଞ୍ଚ ପଛର ଅଭିନେତା ମୁଁ, ତୁମେ ହିଁ ମୋର କାହାଣୀ ।





~ଭକ୍ତ

©BP Bagh #love_qoutes
2a08fe69c8ea29822106275927d167ab

BP Bagh

White  ଏମିତି ନୁହେଁ ଯେ ,ଆଭାସ ତୋ ବୁଝି ପାରେନା
ବୁଝି ପାରେ ହେଲେ,ସବୁ କିଛି ବୁଝି ପାରେନା
ବହୁଥିବା ତୋର ଅଶାନ୍ତ ଲହଡ଼ା ତ ବୁଝି ଯାଏ,
ଶାନ୍ତ ରହିଥିବା କୂଳ ଦୁଇ ବୁଝି ପାରେନା ।
କେଉଁଠି କେଜାଣି ଖବର ମୋର ମିଳେନା,
କେଉଁଠି କେଜାଣି ଖବର ତୋ ବୁଝି ପାରେନା ।
ରହିଯାଏ କେବେ ସବୁକିଛି ବୁଝା ବାହାରେ
ସବୁ ବୁଝି କେବେ ,କିଛି ବି ତୋ ବୁଝି ପାରେନା।
ସାର୍ଥକ ବକ୍ୟର ପୂର୍ଣ୍ଣଛେଦ ତୁ,
ଅଧାଲେଖା ବକ୍ୟେ ପୂର୍ଣ୍ଣ ବିରାମ ମୁଁ
ଭାବ ଅଭାବର ସହରରେ ବନ୍ଧା ଦୁହେଁ
ମୋହର ଜଞ୍ଜଳେ ରାତି ସାରା ଜଗି
ସ୍ବପ୍ନ ଗଢ଼ୁ ଖୋଲା ମୁହେଁ।
ଦୂର ଗାଆଁ ର ସେ ଛୋଟ ଗଳିଟିଏ
ପାଦ ମୋର ମୋ ଛୁଁଉଁ ଥିଲା
ମୋରି  ନାଁ ର କବାଟ ସେଇଠି 
ଚେହେରା ମୋ ଚିଂହୁଥିଲ। 
କେମିତି କେଜାଣି  କିଛି ଆଜିବୁଝି ପାରେନା
ବୁଝି ବୁଝି ସବୁ ଅବୁଝା ଆଜି ମୁଁ, କିଛି ଆଉ ବୁଝି ପାରେନା ।

ଏ ଇ ଯାହା ଗଡି ଚାଲିଛି ତାହା ମୋ ଜୀବନୀ
ବୁଝି ପାରେ ମୁ ଜଣେ ଅଭିନେତା ତୁ ମୋର କାହାଣୀ
ସବୁ ଉତ୍ତର ଦେଉ ଦେଉ ରହି ଯାଏ କିଛି ଅକୁହା
ବୁଝା କଥା ସବୁ କବିତା ପାଲଟେ ଅକୁହା ତ ବୁଝି ପାରେନା


~ଭକ୍ତ

©BP Bagh #love_shayari
2a08fe69c8ea29822106275927d167ab

BP Bagh

White ଏମିତି ନୁହେଁ କି,  ଇଶାରା ତୋ ସବୁ ବୁଝି ପାରେନା 
ବୁଝି ତ ପରେ , ସବୁ କିନ୍ତୁ ବୁଝି ପାରେନା ।
ବହୁଥିବା ତୋର ଅଶାନ୍ତ ନଈର ଲହଡ଼ା ତ ବୁଝିଯାଏ,
ନୀରବ ଦୁଇ କୁଳ କିନ୍ତୁ ବୁଝି ପାରେନା ।
କେଉଠି କେଜାଣି ଖବର ମୋର ମିଳେନା,
କେଉଠି କେଜାଣି ତୋ ବିଷୟରେ ବୁଝି ପାରେନା ।
ହୋଇ ଯାଏ କେବେ ସବୁକିଛି ବୁଝା ବାହାରେ
ସବୁ ବୁଝି କେବେ  କିଛି ବି ତ ବୁଝି ପରେନା।।


~ଭକ୍ତ

©BP Bagh
  #sad_quotes
2a08fe69c8ea29822106275927d167ab

BP Bagh

White ନୂଆ ଆହାର୍  ବଛର୍ ସାରା ସୁଖ ଶାନ୍ତି ଆନୁ 
ମାଁ ସମଲେଇ ଆପଣ ସମକୁ ଅଏନ୍ କରି ରଖିଥାଉ 
ନୂଆଁ ଖାଇ ଜୁହାର🙏

©BP Bagh #mothers_day
2a08fe69c8ea29822106275927d167ab

BP Bagh

White   ପୁରୁଣା ଆମର ସମ୍ପର୍କ ଯେତେ 
ସବୁ ଭାଙ୍ଗି ଚାଲି ଯିବେକି?
ଏତେ ସଜ ହୋଇ ଆସିଗଲେ ଆଜି
ସତେ ଛାଡ଼ି ଚାଲି ଯିବେ କି ??

ଆପଣ ତ ଥିଲେ ସଭାର ଭାଷଣ
ନୀରବ ହେଲେ କି ଆଜି ,
ମିଶିକରି ଆମେ ଘର ଗଢ଼ିଥିଲେ
କୁଣୁଆ ହେବେ କି ଆଜି ??

ଉପର ଠାଉରି ହସି ଦେଉଛନ୍ତି
ଦୁଃଖକୁ ଲୁଚାଉଛନ୍ତି ନା ?
ଲୁହଟେ କେମିତି ଆଖିରେ ନଆସୁ
ସେଥିପାଇଁ ଚୁପ୍ ହେଇଛନ୍ତି ନା ?
ଆଲିଙ୍ଗନ କରି ଭାବେବାନ୍ଧୁ ଥିଲେ 
ଛାତି ମାଡି ଚାଲି ଯିବେ କି ...
ଏତେ ସଜ ହେଇ ଆସି ଗଲେ ଆଜି ,ସତେ ଛାଡ଼ି ଚାଲି ଯିବେ କି......??

ବସାବାନ୍ଧିଥିଲୁ ଅଜଣା ଗଛରେ
ସାହା ଥିଲେ ଚେର ହୋଇ
ସୁଖରେ ସଙ୍ଗାତ ଦୁଃଖରେ ବଇଦ
ଚାଲୁଥିଲେ ଆଗ ହୋଇ ।

ଶିଖାଇଲେ ନିତି କେତେ ଗୀତା ଜ୍ଞାନ
ସତ୍ୟର ସାହାରା କର୍ମରେ କଷଟି ଧ୍ୟାନ
ଭାବର ଆହାର ଭାଷାର ସୁଆଦ ମନ
ଚଢ଼େଇଟେ ଆଜି ଉଡ଼ାକି ଶିଖିଲା
ଡେଣା ଭାଙ୍ଗି ଚାଲି ଯିବେ କି ?
ଏତେ ସଜ ହୋଇ ଆସିଗଲେ ଆଜି,ସତେ ଛାଡ଼ି ଚାଲି ଯିବେ କି ??

କ'ଣ କହିବି
ପଚାରିଲା ମୋତେ ଅବୁଝା ପିଲାଟା
ସାର୍ କାଲିଠୁ ଆସିବେନି ?
ଉଛୁର ମୋ ମନ ମନକୁ ବୁଝାଏ
ଶାହା ନାହିଁ, ଆଉ ଉଛୁର ହେବୁନି।

ଅମାନିଆ ମନ କଥାତ ମାନେନା
ଫୋନ କଲେ କେବେ 
ଥରୁଟେ ଫୋନ ଉଠେଇବେ କି?
ଅକୁହା ଭାଷାକୁ ନିଜେ ବୁଝିଯାଇ 
 କେବେ ଥରେ ଭେଟି ଆସିବେ କି ??
ଏତେ ସଜ ହୋଇ ଆସିଗଲେ ଆଜି ,ସତେ ଛାଡ଼ି ଚାଲି ଯିବେକି ??
ପୁରୁଣା ଆମର  ସମ୍ପର୍କ ଯେତେ, ସବୁ ଭାଙ୍ଗି ଚାଲି ଯିବେ କି ??

©BP Bagh #love_shayari
2a08fe69c8ea29822106275927d167ab

BP Bagh

ବସା ବାନ୍ଧି ଥିଲୁ ଅଜଣା ଗଛ ରେ
ସାହା ଥିଲେ ଚେର ହୋଇ
ସୁଖର ସଙ୍ଗାତ, ଦୁଃଖର ବଇଦ
ଚାଲୁଥିଲେ ଆଗ ହୋଇ ।
ଶିଖାଇଲେ ନିତି କେତେ ଗୀତା ଜ୍ଞାନ
 ସତ୍ୟର ସାହସ, କର୍ମର କଷଟି ରାଜି
ଚଢ଼େଇ ଟି ଆଜି ଉଡ଼ାହେଲା ବୋଲି
ଦେଣା ଭାଙ୍ଗି ଚାଲି ଯିବେ କି ??

ପଚାରିଲା ମତେ କୁନି ଶିଶୁ ଟିଏ
କାଲିଠୁ ଆଜ୍ଞା ଆସିବେନି ??
ଅଛୁର ମୋ ମନ ,ମନକୁ ବୁଝାଏ
ସାହା ନାହିଁ ଆଉ ଉଛୁର ହେବୁନି ।
ତଥାପି ଏ ମନ ଅମାନିଆ ,କେବେ
ଫୋନ କଲ୍ ଫୋନ୍ ଉଠେଇବେ କି ??
ଏତେ ସଜ ହୋଇଇ ଆଜି ଆସିଛନ୍ତି,
ଛାଡ଼ି ଚାଲି ଯିବେ କି ??

©BP Bagh

2a08fe69c8ea29822106275927d167ab

BP Bagh

White ମହତ, ମନର ଶିଖା ବନିଯାଏ
ଅଚିହ୍ନା ପଥ ବନେ ସଖା,
ତୁମ ପରି ଜନାଏ ବନ୍ଧୁ ମିଳିଗଲେ
ତ୍ରେତା ୟୁଗ ହୁଏ ଲେଖା ।।

©BP Bagh #Animals
2a08fe69c8ea29822106275927d167ab

BP Bagh

White  ସମୟର ଘୋଡ଼ା ତ ଲଗାମ ଛଡ଼ା
କେତେବେଳେ ମଧ୍ୟରାତ୍ରିର ସୁରୁଜ ତ 
କେତେ ବେଳେ ପାହାନ୍ତିଆ ତାରା l
ସକାଳର ଲେଞ୍ଜରା ପୋଛୁ ପୋଛୁ,
 ନେଇ ଆସେ ବୟସର ଗୋଧୂଳି ବେଳ  l

ଘଣ୍ଟା ପଛରେ ଥିବା ନିରୀହ ଝିଟିପିଟି
ଘଣ୍ଟା ର ଧ୍ୱନିକୁ କେବଳ ସଙ୍ଗିତ ମାନି ନିଏ
କିନ୍ତୁ ବୟସର ପ୍ରତ୍ୟେକ ରୋମଞ୍ଚକ ପୃଷ୍ଠା ପାଇଁ 
ବର୍ତ୍ତମାନକୁ ପ୍ରଥମେ ଓଲଟାଇବକୁ ହୁଏ ,
ସେଥିରେ ହଜି ,ମନର ମନ୍ଥନୀ ଖୋଜିବାକୁ ହୁଏ l

ମୁକ୍ତାକାଶର ବିହଙ୍ଗ, ଚିହ୍ନା ବାଡ଼ିର ଫୁଲକୁ ଅଣୁଟିଏ ଭାବି ନେଲେ ,
ହୃଦୟ ର ରଙ୍ଗୀନ ମଞ୍ଚ, ସୁଗନ୍ଧ ବିହୀନ ହୋଇଯିବ l
ହେଲେ ,ନାଆ ଟିଏ କେତେ ଦିନ ବହି ଚାଲିବ କଳ୍ପନା ନଈରେ ?
କୂଳ ଲାଗି ଗଲେ ସିନା ସ୍ପର୍ଶ କରିଵ କଅଁଳ ବାୟମଣ୍ଡଳ,
ଗଢ଼ି ତୋଲିବ ଯୌବନ କାଳୀ ରେ ଏକ ବାଲ୍ୟ ଜୀବମଣ୍ଡଳ l

ଏଇ ମୋ ଘର ଯାହାର ପ୍ରତ୍ୟେକ କାନ୍ଥ ,
ହୃଦୟରେ ବୋହେ କେତେ ଚଳନ୍ତା ଘଣ୍ଟା l
ସେଇ ଘଣ୍ଟା ର ଅଥୟତା ପାଇଁ ତ ଦଳାଚକଟା ,
ମନ ଓ ମସ୍ତିଷ୍କ ମଧ୍ୟରେ  କେତେ ଘନଘଟା  l

ସମୟ ଛଡ଼ା ହେଇ ରହି ହେବ କେତେ ବେଳ ?
ନିଶ୍ଚୟ, ସମୟ ହି ତ ବଡ଼ ଜଞ୍ଜାଳ l
ତଥାପି , ସମୟକୁ ଅଣ ଦେଖା କରି କଣ ଗଢି ହେବ,
ଯୌବନର ଗୋଟେ ଚିରସ୍ଥାୟୀ କାଳ ??

କାନ୍ଥ ଘଣ୍ଟା ରୁ ଓହ୍ଲେଇ ସମୟ ଯେତେବେଳେ 
ବୟସର ଦ୍ୱାରବନ୍ଧ ଡେଇ ଚାଲିଯିବ,
ବସନ୍ତ ଯୁଇ ରେ ମନ ଉଷୁମ ହେଇ ରହିପାରିବ ତ ?
ଅଣାକାର ମନକୁ ଆକାର ଦେବାର ବେଳ ଆସନ୍ନ l
ନହେଲେ, ବୁକୁରେ କୁହୁଳୁ ଥିବା କୋହ ,
ଯୌବନ ଚୁଲି ରେ ନିଆଁ ଲଗେଇ
ମନକୁ ଶୁଖିଲା ନଈ ରେ ଉଳଗ୍ନ କରିଦେବା ।।

©BP Bagh
  #moon_day
2a08fe69c8ea29822106275927d167ab

BP Bagh

White ସମୟର ଘୋଡ଼ା ତ ଲଗାମ ଛଡ଼ା
କେତେବେଳେ ମଧ୍ୟରାତ୍ରିର ସୁରୁଜ ତ 
କେତେବେଳେ  ପାହାନ୍ତିଆ ତାରା l
ସକାଳର ଲେଞ୍ଜରା ପୋଛୁ ପୋଛୁ,
ନେଇ ଆସେ ଯୌବନର ଗୋଧୂଳି ବେଳ  l

ଘଣ୍ଟା ପଛରେ ଥିବା ନିରୀହ ଝିଟିପିଟି
ଘଣ୍ଟାର  ଧ୍ୱନିକୁ କେବଳ ସଙ୍ଗିତ ମାନି ନିଏ
କିନ୍ତୁ, ସମୟର  ପ୍ରତି ରୋମାଞ୍ଚିତ  ପୃଷ୍ଠା ପାଇଁ 
ବର୍ତ୍ତମାନକୁ ପ୍ରଥମେ ଓଲଟାଇବକୁ ହୁଏ ,
ସେଥିରେ ହଜି ,ମନର ମନ୍ଥନୀ ଖୋଜିବାକୁ ହୁଏ l

ମୁକ୍ତାକାଶର ବିହଙ୍ଗ ବାଡ଼ିର ଫୁଲସହ ଅପରିଚିତ ରହିଲେ ,
ହୃଦୟର ରଙ୍ଗୀନ୍ ମଞ୍ଚ  ସୁଙ୍ଗନ୍ଧ ବିହୀନ ହୋଇଯିବ   l
 ଭାସମାନ ନାଆ ହୋଇ କେତେ ଦିନ  ବହିଵ କଳ୍ପନା ନଈରେ ?
କୂଳ ଲାଗି ଗଲେ ସିନା ତୋଳିବ ଅସୁମାରୀ ବାଲିଘର,
ନବ ଯୌବନ କାଳୀରେ  ଆଙ୍କିବ ସ୍ବପ୍ନରାଇଜର ମଧୂପୁର  l

ଏଇ ମୋ ଘର ଯାହାର ଶୀତଳ ଅଗଣା ,
ନିତି ଗଣେ  ଘଣ୍ଟାର ପୁରୁଣା ଟିକ୍ ଟିକ୍  ବାହାନା   l
ସମୟର ସେଇ  ଅଥୟତା ପାଇଁ ତ ଦଳାଚକଟା ,
ମନ ଓ ମସ୍ତିଷ୍କ ମଧ୍ୟରେ  ଚିର ଘନଘଟା  l

ନିଶ୍ଚୟ, ସମୟ ହିଁତ ବଡ଼ ଜଞ୍ଜାଳ 
କିନ୍ତୁ,ସମୟ ଛଡ଼ା ହୋଇ ରହିବ କେତେ ବେଳ ?
ସମୟକୁ ଅଣଦେଖା କରି କଣ ଗଢ଼ିହେବ,
ବୟସର ଗୋଟେ ଅପରିବର୍ତ୍ତିନୀୟ କାଳ ?

ଘଣ୍ଟା ରୁ ଓହ୍ଲେଇ ସମୟ ଯେତେବେଳେ 
ବୟସର ଦ୍ୱାରବନ୍ଧ ଡେଇଁ ଚାଲିଯିବ,
ବସନ୍ତ ଯୁଇ ରେ ମନ ଉଷୁମ ହୋଇ ରହିପାରିବ ତ ?
ଆଶାରେ ଆଶଙ୍କାର ବସା ବାନ୍ଧିବାକୁ ଲାଗିଲେ, 
ବ୍ୟତିବ୍ୟସ୍ତ ବୟସ ବିରହ ର ଶ୍ୱେତବସ୍ତ୍ର ପିନ୍ଧିବ l
ତେଣୁ ମନକୁ ଶାନ୍ତ୍ବନା ମୁକ୍ତ କରିବାକୁ ହେବ ,
ଅଣାକାର ମନରେ ଆକାର ବୋଲିବାର ବେଳ ଆସନ୍ନ l

କୁଆଁରୀ ଜହ୍ନର ଯୋଛନାରେ  ଆଶା ,
ଜୁଆରିଆ ବୈତରଣୀ ଗର୍ଭରେ ବହି ବହି,
ଯୌବନର ଭୁଗୋଳରେ ମରୁଭୂମି ସୃଷ୍ଟି କରିବ ,
ନୀରବ କାକର ରାତିରେ କେବଳ ସ୍ଵପ୍ନ ରହିଯିବ ନିଦ ନାହିଁ l 

କଳ୍ପନାର ପ୍ରତ୍ୟାଶୀତ ମନୋରମ ଛବିଟେ ପାଇଁ,
ମନ ମାଟି ଲେପୁ ଲେପୁ ,ଛୋଟ ଛୋଟ ଗୋଡ଼ି 
ବୟସର ସମତଳ ଭୂଇଁରେ ଛିଦ୍ର ଆଣି ଦେବା,
ଅଧା ଗଢ଼ଣର ଦେହ ସାଜିବ ଚିତ୍ର ନଈର ମୂର୍ତ୍ତୀ ନାଉରୀ l

ଫେଣ୍ଟୁଥିବା ମନକୁ ଅନ୍ଧାର ମୁକ୍ତ କରିବାର ସମୟ ଏଇ
ନହେଲେ, ହୃଦୟର ଅଧାଲିଭା କୋହ ,
ଯୌବନ ର ଜଳନ୍ତା ନିଆଁ ପାଇ 
ଦେହକୁ ଆଶାନଈ ରେ ଦାହ କରି ଦେବ ।।

©BP Bagh #moon_day
2a08fe69c8ea29822106275927d167ab

BP Bagh

A Black  shirt is hanging in the  robe,
 The tired  soul's  lying on floor.

The books are spilled with tea ,
With the cold body in couch's pit .

The night is engulfing the gleam ,
The eyes are browsing the saddest dreams .

The moon is drowning in the clouds 
All the senses are  accelerating  to drowse..





~bhakta

©BP Bagh #GateLight
loader
Home
Explore
Events
Notification
Profile