Nojoto: Largest Storytelling Platform
yourmother9844
  • 22Stories
  • 21Followers
  • 154Love
    647Views

Subhalaxmi Behera

Teacher by profession... Writer by passion.....

  • Popular
  • Latest
  • Video
8d57f439e48d3d19beb7b35be64f13eb

Subhalaxmi Behera

happy new year ❤️

#LOVEGUITAR

happy new year ❤️ #LOVEGUITAR #ଶାୟାରି

8d57f439e48d3d19beb7b35be64f13eb

Subhalaxmi Behera

Jab mummy, padosh wali aunty ke samne marks ko lekar gaali deti hai...

©Subhalaxmi Behera #memesfamily #Memes 

#confidence
8d57f439e48d3d19beb7b35be64f13eb

Subhalaxmi Behera

happy teacher's day

#Teachersday

happy teacher's day #Teachersday

8d57f439e48d3d19beb7b35be64f13eb

Subhalaxmi Behera

#Love

Love

8d57f439e48d3d19beb7b35be64f13eb

Subhalaxmi Behera

ମାଖିଲି ଚନ୍ଦନ, ଅନ୍ୟ ଦ୍ରବ୍ୟ ମାନ,
            ଦିଶିବି ସୁନ୍ଦର ବୋଲି,
ଆଣିଲି ସାଉଁଟି ମୂଲତାନି ମାଟି,
              ମୁହଁରେ ହୋଇଲି ବୋଳି।
ଅତର ଟିକିଏ ଛିଞ୍ଚି ମୋ ତନୁରେ,
             ଚଳି ଗଲି ମୁଖ ଦେଖି,
ସୁବାସିତ ପୁଷ୍ପ ଗଭା ମଧ୍ୟେ ଶୋଭି,
             ଆଖିରେ କଜଳ ମାଖି।
ବନାରସି ପାଟ, ଅଳଙ୍କାର ସାଥେ,
           ମଥାରେ ଦେଲି ମୁଁ ଟିକା,
ରାଜହଂସୀ ପରି ଢଳି ଢଳି ଚାଲି,
           ହସୁଥିଲି ଏକା ଏକା।
ଯେବେ ତୁମେ ପାଦ ଥାପି ଦେଇଥିଲ, 
             ଲୁଚି ଗଲି ମୁହିଁ କ୍ଷଣେ,
ହେଲେ ତୁମେ ମୋତେ ପାଛୋଟି ଆଣିଲ,
              ତୁମ ବାହୁ ବିତରଣେ।
କହିଲ ଆଜି ଏ ରୂପ ରମ୍ୟତା ର 
                 କୁହ କଣ ପ୍ରୟୋଜନ,
କହିଲି ଅଳପ ଲାଜେଇ ଲାଜେଇ,
               ତୁମ ପାଇଁ ଏ ବିଧାନ।
ହସିଲ ତୁମେ ଯେ କହିଲ, ପୁଣି ଯେ,
             ଆରେ ପ୍ରିୟା ତୁମେ ଶୁଣ,
ତୁମେ ତ ସୁନ୍ଦରୀ, ସ୍ବର୍ଗ ର ପରୀ,
             ଏସବୁ ତୁଚ୍ଛ ଚିନ୍ତନ।
ତୁମେ ଦିଶ କେଡେ ମନଲୋଭା ସତେ,
            ଯେବେ ଦିଅ ଟିକେ ହସି,
ଏସବୁ ବ୍ୟାପାର ଆଉ କେହି ଚାହେଁ,
            ମୁଁ ତୁମ ହସରେ ଖୁସି।
ବୁଝିଲି ସେଦିନ, ତୁମ ର ସେ ପ୍ରେମ,
          ଆଉ ହେବ ନାହିଁ ଭ୍ରମ,
ତୁମ ପାଇଁ ମୁଁ ହସୁଥିବି ଖାଲି,
          ବଞ୍ଚି ଥିବି ଯେତେ ଦିନ।

©Subhalaxmi Behera #feellove
8d57f439e48d3d19beb7b35be64f13eb

Subhalaxmi Behera

happy new year 2021❣️

#sitarmusic

happy new year 2021❣️ #sitarmusic #poem

8d57f439e48d3d19beb7b35be64f13eb

Subhalaxmi Behera

" ବୋହୁ ତିରିଶା ପୁଅ ଟା ଦଶା"
ପରିବର୍ତ୍ତନ ଜରୁରୀ ନା ଆଉ...........😂😂😂
     କେଜାଣି କେତେ ଦିନ ରୁ ଲୋକକଥା ଟିଏ ପ୍ରଚଳିତ ହେଇ ଆସୁଛି, "ବର ତିରିଶା କନିଆଁ ଦଶା" ଅର୍ଥାତ୍ ବର କୁ ତିରିଶି ହେଲେ ଚଳିବ, ଆଉ ସିଏ କନିଆଁ ଠାରୁ କୋଡ଼ିଏ ବରଷ ବଡ ହେଲେ ଚଳିବ। ବର ମାନଙ୍କରେ ସେଗୁଡା ଦେଖା ଯାଏନି। ବୟସ ତାରତମ୍ୟ ତ ଜମା ବି ନୁହେଁ। ବର ଯେତେ ବଡ ହେଲେ କିଛି ବି ଆପତ୍ତି ନାହି। କନିଆଁ ଗୁଡା ସତରେ ଭାରି ଭୋଗୁଥିଲେ। ସ୍ବାମୀ ଙ୍କୁ ପଦେ କଥା କହିବାକୁ କେତେ ଯେ ତକଲିଫ। ମୁଣ୍ଡରୁ ଓଢଣା କାଢି ଧୀରେ ଧୀରେ କଥା କହିବାକୁ ପଡୁଥିଲା। ସେଥିରେ ପୁଣି ସ୍ବାମୀ ଙ୍କର ଶୁଣିବାକୁ ମନ ନହେଲେ ସେ କଥା ସେଇଠି ଅଧାରେ ରହିଲା। ଆଉ ଆଗକୁ ଯିବାର ଅନୁମତି ହିଁ ନାହିଁ। ସ୍ତ୍ରୀ ଗୁଡା ବି ଆଉ କରିବେ କଣ ମନ କଥା ମନରେ ରଖି ମାରୁଥିଲେ। ସ୍ବାମୀ ଯାହା କହିବେ ସେଇୟା ଆଉ କିଛି ତାଙ୍କ ଉପରେ ଅଧିକା ଚଢ଼ିକି କହିଲେ ଉପରମୁହିଁ କହି ଛାଡ଼ପତ୍ର ଦେଇ ଦେଉଥିଲେ। କିନ୍ତୁ ଗୋଟିଏ କଥା ସେମାନେ ଭୁଲି ଯାଇଥିଲେ, ସମସ୍ତଙ୍କର ଦିନେ ନା ଦିନେ ସମୟ ଆସେ। ଏଇ ନେହା କକ୍କର ଆଉ ପ୍ରିୟଙ୍କା ଚୋପ୍ରା ଙ୍କ ଉଦାହରଣ ନିଆଗଲେ ଭଲ। ଯାହା ହଉ ସେମାନେ ଗୋଟିଏ ନୂତନ ଅଧ୍ୟାୟ "ବୋହୂ ତିରିଶା ଆଉ ପୁଅ ଟା ଦଶା" ର ଉନ୍ମୋଚନ କଲେ। ଏବେ ଆମେ ଭାରି ଖୁସି। ଆଉ କଣ ସବୁ ଦିନ ସେଇ ପ୍ରଥା ଚାଲିଥାନ୍ତା ନା କଣ।

©Subhalaxmi Behera #HappyBirthdaySalman
8d57f439e48d3d19beb7b35be64f13eb

Subhalaxmi Behera

#odiapoem #odia 

#MyPoetry
8d57f439e48d3d19beb7b35be64f13eb

Subhalaxmi Behera

ମୁଁ ନିର୍ବୋଧ ବୋଲି

ଯଦି ତୁମେ ପ୍ରଶ୍ନ କର,
କାହିଁକି ସାଜି ଗଲି ମୁଁ,
ଶବ୍ଦ ରୁ ଗାଳ୍ପିକା,
ନାଦ ରୁ ସଙ୍ଗୀତ ଆଉ 
ତାଳ ରୁ ନୃତ୍ୟାଙ୍ଗନା?
ତେବେ ମୁଁ ଉତ୍ତର ଦେବି ମୁଁ ନିର୍ବୋଧ ବୋଲି।
ଯଦି ତୁମେ ଆକ୍ଷେପ କର,
କାହିଁକି ବଦଳି ଗଲି ମୁଁ, 
ସ୍ୱଳ୍ପ ରୁ ବହୁତ,
କ୍ଷୀଣ ରୁ ପ୍ରଖର,
ସୀମିତ ରୁ ଅସୀମ?
ତେବେ ମୁଁ ଉତ୍ତର ଦେବି ମୁଁ ନିର୍ବୋଧ ବୋଲି।
ଯଦି ତୁମେ ଆଶ୍ୱାସନା ଦିଅ,
କାହିଁକି କଲି ମୁଁ ଏମିତି
ଠିକ୍ ରେ କଲି କି ଭୁଲ୍ ରେ,
ନ୍ୟାୟ ଆଶାରେ ରେ କଲି କି,ଅନ୍ୟାୟ ରେ,
ମିଛ ମାୟା ରେ ବୁଡି ରହିଲି କି 
ସତ୍ୟତା ର ପ୍ରଲେପ ଭିତରେ ଲୁଚିଲି,
ମୁଁ କହିବି ମୁଁ ନିର୍ବୋଧ ବୋଲି।
ନିର୍ବୋଧ ମୁଁ ଜନ୍ମ ରୁ ନଥିଲି,
କେବେ କାହାଠୁ ଦୁଃଖ ପାଇଲି,
କେବେ କାହାଠୁ ସୁଖ ପାଇଲି,
ଅନ୍ୟ କୁ ଦୁଃଖ ଦବାର ଉପାୟ ଶିଖିଲି,
କାହା ପାଇଁ କାହାର ଆବଶ୍ୟକତା ନଥାଏ 
ବୋଲି ଉପଲବ୍ଧି କଲି,
ଆଉ ଏସବୁ ଚିନ୍ତା କରି ପାରିଲି ଯେତେବଳେ,
ମୁଁ ଦୁନିଆ ଆଗରେ କହିଲି,
ଯେ, ମୁଁ ନିର୍ବୋଧ ବୋଲି!

©Subhalaxmi Behera #Hopeless
8d57f439e48d3d19beb7b35be64f13eb

Subhalaxmi Behera

ଚାହା
ସତେ ତୁମେ କେଉଁ ବିଧାତା ର ସୃଷ୍ଟି,
ତୁମ ଗଭୀର ଉଷ୍ମତା ମୋତେ,ମର୍ମାହତ କରେ,
 ଅଜାଗ୍ରତ ଚିତ୍ତ କୁ,ଜାଗ୍ରତ କରେ, 
ତୁମେ କଳ୍ପନା ରେ ମିଳ,କି ବାସ୍ତବରେ, 
ତୁମ ବିନା ଅଧୁରା ମୋର,ମତି ଆଉ ଗତି।

ସକାଳ ର କାକ ରାବ ଅପେକ୍ଷା,
ତୁମକୁ ବ୍ୟଗ୍ର ଭାବେ ସନ୍ଧାନ କରେ ମୁଁ,
ତୁମେ ଚାହଁ କି ନ ଚାହଁ, କିନ୍ତୁ,
ତୁମ ସେହି ଚିନି, ଚାହା ଗୁଣ୍ଡ ଆଉ
ଗୋମାତା ର ଅମୃତ କ୍ଷୀର ର 
ସମ୍ମିଶ୍ରଣ ରେ ଲୁକ୍କାୟିତ ହେବାକୁ 
ଚାହେଁ ମୁଁ,

ମୁଁ ବି କେବଳ ତୁମର, ହେଲେ ଯେଉଁ ଦୂରତା ତୁମ,
ଆଉ ମୋ ଭିତରେ ଅଛି, ତାକୁ ଚାହେଁ ମୁଁ ଖଣ୍ଡନ କରିବାକୁ।
ଯଦ୍ୱାରା କେହି ଆସିବେ ନାହିଁ, ତୁମେ ଆଉ ମୋ ଭିତରେ,
କଣ ମୁଁ ତୁମର ପ୍ରେମଙ୍ଗନା ନୁହେଁ, 
କଣ ମୋ ଭଲ ପାଇବା ର ପ୍ରଗଢତା ତୁମକୁ,
ମୋ ଆଡ଼କୁ ଆସିବାକୁ ବାଧ୍ୟ କରେ ନାହିଁ!
ହେଲେ ଶୁଣି ରଖିଥା, ତୁମକୁ ଚାହେଁନି ମୁଁ କେବେ 
ଦୂରେଇ ଦେଇ!!! ଦୂରେଇ ଦେଇ!!!

©Subhalaxmi Behera

loader
Home
Explore
Events
Notification
Profile