Nojoto: Largest Storytelling Platform
aratijena1272
  • 45Stories
  • 93Followers
  • 516Love
    19Views

Arati Jena

Odia student😊 I love writing poems🌸 I love my family💝 Biswa❤Monali❤Arati(lifelines😘) R__dian📖 Odia lecture is my aim💁‍♀️ I love my self😎 Frnds are my life😘

  • Popular
  • Latest
  • Video
96514da122b0e75032b9b4eef3b1d445

Arati Jena

  ଅସଂଖ୍ୟ ମଣିଷ ଭିତରେ
ମିଳନ୍ତି ଅଳ୍ପକେ ମଣିଷ 
ସେହି ଅଳ୍ପକେ ଭିତରୁ
ହଜିଯାନ୍ତି ଅହଙ୍କାର ଡାଳେ
ଅହଙ୍କାର ମଣିଷ ର କର୍ତ୍ତବ୍ୟ ଦେଖେନି
ଭୁଲି ଯାଏ ସେ ପ୍ରିୟ ର ମଣିଷ କୁ 
କ୍ଷଣକେ କ୍ଷଣକେ 🥀

©Arati Jena
  #samandar
96514da122b0e75032b9b4eef3b1d445

Arati Jena

ନିଜକୁ ହଜେଇ ତୁମରି ଭିତରେ
ଖୋଜେ ମୁଁ ଦୁନିଆ ସାରା
ଖୋଜି ଖୋଜି ମୁଁ ଯେ ହାଲିଆ ହେଲିଣି
ତଥାପି ଦଉନ ଧରା ❤

©Arati Jena #findsomeone
96514da122b0e75032b9b4eef3b1d445

Arati Jena

ଜୀବନ ମୋର ଶୁଖିଲା ଫୁଲ
ଝରି ପଡେ ମୁହିଁ ତିଳକେ ତିଳକେ
ଭାବିଲେ ମନକୁ ଆଘାତ ଲାଗେ (1)

ଏତେ ଯେ ଦୁଃଖ
ସରିବ କେବେ ଭାବେ ମୁଁ ବସି
ଭାବିଲେ ବସି ଲାଗଇ ହସ
ଜୀବନ ୟେ ଦୁଃଖ ନିଶ୍ଚିତ
ମନ କୁହେ ମୋର କାନେ (2)

ଦୁନିଆ ୟେ ଦୁଃଖ ସୁଖ ଏଠି
ଧର୍ଯ୍ୟ ଧରି କାମ କରିବା ଏଠି
ବସି ଭାବିଲେ ଲାଗିବ ଦୁଃଖ
ହସି ଦେଇ ଭୁଲି ଯିବାଟି ଦୁଃଖ (3)

କାନେ କୁହେ ମୋରି ମନ 
ମଣିଷ ଜୀବନ ନୁହଇ ସହଜ
ହୃଦୟ ଭାଙ୍ଗେ ଏଠି ନିମିଷକ ରେ 
ଭୁଲିବା ସହଜ ନୁହେଁ ଏ ହୃଦୟ କଥା (4)

ଏକା ଆସିଛେ ଏକା ହିଁ ଯିବା
ବନ୍ଧୁ ଆମର ନଥିବେ ସେଠି
ଅହଂକାର ନିବିଡ ଦୁନିଆ
ସ୍ୱାର୍ଥ ଏଠି ଖେଳି ବୁଲେ
ଚାରି ପାରୁଶରେ ❤ (5)

©Arati Jena #WalkingInWoods
96514da122b0e75032b9b4eef3b1d445

Arati Jena

ରାତି ରେ ନିଦ ତ ହେଉନାଇଁ
ହେଲେ ବି ଏ ଜହ୍ନ ରାତି କୁ 
ଚାହିଁ ବସିଲି ମୁହିଁ
ଏଡ଼େ ସୁନ୍ଦର କେମିତି ଅବା ସିଏ
ପଚାରିଲି ଜହ୍ନ ମାମୁଁ
ଏଡ଼େ ସୁନ୍ଦର ଅବା କେମିତି
ଜହ୍ନ ମାମୁଁ ହସି ଦେଇ
କହିଦେଲା ମତେ
ନିଜକୁ ସୁନ୍ଦର କହିବା ପାଇଁ କୁଣ୍ଠାବୋଧ କାଇଁ
ରାତି ରେ ନ ଶୋଇ
ଜହ୍ନ ରାତି କୁ ଅନାଇ ବସିଛୁ କାଇଁ
ନିଜକୁ ସୁନ୍ଦର କହିବା ଭାବିବା
ଭଲ କର୍ମ ଅଟେ
ତେଣୁ ନିଜ କଥା ଭାବି
ଶୟନ କରିବା ଭଲ I❤

©Arati Jena #SuperBloodMoon
96514da122b0e75032b9b4eef3b1d445

Arati Jena

ମୁଁ ଥିଲି କେଉଁ ରାଇଜ ରେ ଏବେ ସେ ରାଇଜ ମୋର କାଇଁ ଆଉ ମନେ ନାଇଁ
ଛୋଟ ବେଳେ ସେ ରାଇଜ ଦେଖିଥିଲି କଣ ଏତେ ସୁନ୍ଦର ଥିଲା
ମାତ୍ର ତାହା ଏବେ ମନ ନାଇଁ
କାରଣ ଏବେ ଆଉ କଣ ସୁଖ ଅଛି
ଯେଉଁ ରାଇଜ କଥା ଭାବିକି ଥିଲି
ଜାଣିନଥିଲି ମୁଁ ବଡ ହେଲେ ମୋ ସ୍ବପ୍ନ ର ରାଇଜ ସ୍ମରଣ ରେ ରହିବନି I
ହଁ ଏଇଟା ହବା ବି ସ୍ୱାଭାବିକ
ସେତେବଳେ ମୁଁ ବା ଜାଣିନଥିଲି ମୋ ବୟସ ବଢିବା ଦ୍ୱାରା
କେତେ ଯେ ଦୁଃଖ ଆଉ ଦୁନିଆ ର ବୋଝୋ
ବଡ ହେଲା ପରେ ଜାଣିଲି ସେ ଛୁଆ ବେଳ ଥିଲା ସୁଖ
ସେ ସାଙ୍ଗ ମନେ ବି କାଇଁ ଆଉ କେତେ ଦୂରେ
ଦୃଶ୍ୟ କଲେ ଦେଖା ଯାଉନାହାନ୍ତି
ଏସବୁ ଭାବିଲେ ଆଉ କଣ ଫେରିଆସିବ
ନାଁ ଯାହା ସ୍ମୃତି ହୋଇ ସମ୍ୟକ ଭାବିବା କଥା
ଆରେ ଭାବି ଭାବି ମୁଁ ଭୁଲିଗଲିଣି
ହେ ବନ୍ଧୁ ମତେ ସେ ଛକ ରେ ଓଲ୍ହେଇବାର ଥିଲା
ଏତେ ଯେ ଭାବୁକ ମୋ କାମ ଭୁଲି ଗଲି ମୁହିଁ I
❤

©Arati Jena #AWritersStory
96514da122b0e75032b9b4eef3b1d445

Arati Jena

ଆଜି ଯେ କଢ, କାଲି ସେ ଫୁଲ🥀
ସମାଜ ର ୟେ ନିୟମ ଅଟେ
ଫୁଲ ହୋଇ ସୁଖୀ ଯାଏ ପରେ
ଶୁଖିଲା ଫୁଲ ର ନାଇଁ ମୂଲ
ମଣିଷ ସେ ପରି ହସିଲେ ଲାଗଇ ଭଲ
କାନ୍ଦିଲେ ଲାଗଇ ଶୁଖିଲା ଫୁଲ 😊
ଦୁଃଖ କୁ ଲୁଚାଇ
ସୁଖ ରେ ଚାଲିବା ଭଲ I

©Arati Jena #Rose
96514da122b0e75032b9b4eef3b1d445

Arati Jena

😊ଭାବନା କେବେ ଲିଭେନି,
ଭାବନା ମନ ଭିତରକୁ ପଥର କରିଦିଏ
ଲୁହ ର ମୂଲ୍ୟ ବହୁତ ଥାଏ
ହେଲେ ଭିତର ଲୁହ ମଣିଷ ଜୀବନ
କଠିନ କରିଦିଏ କିନ୍ତୁ
ଯେଉଁ ଲୁହ ଚିଲେବାରେ ଶକ୍ତି
ପ୍ରୟୋଗ କରେ ତାହା ମନୁଷ୍ୟ କୁ
ଦୁର୍ବଳ କରିଦିଏ I

©Arati Jena #Drops
96514da122b0e75032b9b4eef3b1d445

Arati Jena

❤ଅନାବନା ବୃକ୍ଷ ମୁଁ ଯେ
ନାହିଁ ମୋର ମୂଲ୍ୟ  !
କର୍ମ ରେ ଆସିବି ଯେବେ
ଜାଣିବ ମୋର ମୁଲ
କହିବି କାହାକୁ ଏ ଦୁଃଖ  ମୋର
କହିଲେ ଶୁଣିବେ ସଭିଏ
ପରେ ପରିହାସ ଅଟେ
ମନ ର ମନ କୁ ପଚାରିଲି ମୁହିଁ
ସତରେ କଣ ମୁଁ ନିର୍ଲଜ
ମନ ମୋର ହସି ଦେଇ
ଗାଇ ଦେଲା କେତେ କଥା
କହିଲା ମୋ ମନ
ଭାବନା ସ୍ମୃତି ରେ ରହିବା ଯେ କେତେ କଷ୍ଟ
ସବୁ କୁ ଭୁଲିକି
ଛୋଟିଆ କଥା ରେ ଖୁସି ହବା
ଶୋଭା ପାଇବ ତତେ ❤🥀

©Arati Jena #Trees

14 Love

96514da122b0e75032b9b4eef3b1d445

Arati Jena

ପାଣି ଫୋଟକା ଏ ଜୀବନ 🥀
ସମ୍ପର୍କ ଗଢ଼ନ୍ତି ଏଠି ମିଛ ରେ
ଭୁଲି ଯାନ୍ତି କେତେ ଯେ ସ୍ମୃତି
ଅହଂକାର ରେ ରୁହନ୍ତି ଏଠି
ସମ୍ପର୍କ ଭାଙ୍ଗି ଖୁସି ହୁଅନ୍ତି କେତେ 
ଜଗନ୍ନାଥ ମହାପ୍ରଭୁ ଅଛନ୍ତି 🙏
ସମୟ ଆସିଲେ ଜାଣିବ ନିଜେ 🤨

©Arati Jena #droplets
96514da122b0e75032b9b4eef3b1d445

Arati Jena

ସଭିଙ୍କ ମତ ରେ ମୁଁ ଯେ ଶୁଖିଲା ଫୁଲ
ଜାଣିଲି ମୁଁ ଏ କଥା
ଆଜି ଯେ ଶୁଖିଲା ଫୁଲ
କାଲି ଥିଲି ତାଜା
ସମସ୍ତେ ଯେ ଭଲ ପାଉଥିଲେ ମତେ
ଆଜି ଯେ ହାତ ଛାଡି ଦେଲେ ମୋର
ଛାଡି ଯିବା ପୂର୍ବରୁ ଦୋଷୀ କରି ଚାଲିଗଲେ ମତେ
ଜାଣେ ମୁଁ କେହି ନୁହେଁ କାହାର
ମନ ଟା କଠିନ କରିଲି ମୁଁ ନିଜେ
ସତରେ କଣ ମୁ ଗୋଟେ ଶୁଖିଲା ଫୁଲ?🥀

©Arati Jena #Rose

12 Love

loader
Home
Explore
Events
Notification
Profile