Nojoto: Largest Storytelling Platform
raghunathbiswal1749
  • 42Stories
  • 66Followers
  • 366Love
    8.2KViews

Raghunath Biswal

💞Born to burn : on the pain , in the rain...💞

  • Popular
  • Latest
  • Video
c93644b62c8f4409653ed50d7dca2006

Raghunath Biswal

ନିରବ ନିରବ ଆକାଶ ଛାତି ରେ
ବିଦାୟ ବାର୍ତ୍ତା ସାଥେ ପ୍ରବାସୀ ବୋଉଦ 
ଦୋହଲି ଯାଏ ଶୋକଗୀତ ର ଅନ୍ତରା,
କେବେଠୁ ହଜିଲାଣି 
ପୋଷାମଇନା ର ପଞ୍ଜୁରୀ
ଉଜୁଡ଼ା ବଗିଚାରୁ ହଜିଲାଣି 
ସକାଳ ପକ୍ଷୀର ଡାକ
ଖାଲି ଚୁପଚାପ ଚେଇଛି ବୟସ ବିଚରା...

©Raghunath Biswal ବୟସ

#alone

6 Love

c93644b62c8f4409653ed50d7dca2006

Raghunath Biswal

ସବୁ ହୃଦୟରେ ତମର ଉପସ୍ଥିତି
ମୋ ପାଇଁ ତମେ 
ନିରୁଦ୍ଧିଷ୍ଟ ଈଶ୍ୱର
କୋଉଠି ଖୋଜିନି ତମକୁ କୁହ ତ !
ସବୁଠି ତମେ ମୋ ପାଇଁ 
ଗଢ଼ିଛ ଆକାଶର ଘର...

©Raghunath Biswal ଶୂନ୍ୟତାର ଘର

#Stars

ଶୂନ୍ୟତାର ଘର #Stars #କବିତା

7 Love

c93644b62c8f4409653ed50d7dca2006

Raghunath Biswal

ଦୁଃଖ ଗୋଟେ 
ଭଦଭଦଳିଆ ଚଢ଼େଇ... 
ଚୁପ୍ ବସିଥିଲେ 
ଲାଗେ ମଳିଚିଆ
ଉଡୁଥିଲେ ଆଃ... 
ଦୁଃଖ ଠୁଁ ସୁନ୍ଦର 
ଆଉ କିଛି ଅଛି କି...
କାମନା ର ବିନାଶ ନହେଉ
ଦୁଃଖ ସବୁ 
ଅନ୍ତରଙ୍ଗ ବନ୍ଧୁପରି ଥାଆନ୍ତୁ...
💞

©Raghunath Biswal ଦୁଃଖ

#Winter

10 Love

c93644b62c8f4409653ed50d7dca2006

Raghunath Biswal

କୋଉ ନିଃସଙ୍ଗ ଜୀବନ ର କଥା 
କହୁଛ ବନ୍ଧୁ
ମୁଁ ଭେଟିଛି 
ଅନେକ ନିଃସଙ୍ଗ ମୁହୂର୍ତ୍ତ
ଗପିଚି ନୀରବରେ 
ଅନେକ କଥା,
ପାଦ ତଳେ ବିଛେଇ ପଡ଼ିଛି
ଅନେକ ଆକାଶ
ସବୁଠି ତ 
ଅସୁମାରୀ ନିଃସଙ୍ଗତା ର ବ୍ୟଥା

©Raghunath Biswal ନିଃସଙ୍ଗତା

ନିଃସଙ୍ଗତା #ଶାୟାରି

8 Love

c93644b62c8f4409653ed50d7dca2006

Raghunath Biswal

ଏ ପୃଥିବୀରେ ଖେଳିଯାଉ 
ସକରାତ୍ମକ ଭାବ,
ସମସ୍ତେ ଉଡ଼ିବୁଲନ୍ତୁ 
ପକ୍ଷୀପରି ସ୍ୱାଧୀନ ହେଇ,
ସବୁ ଭଲପାଇବା 
ହେଉ ଅନ୍ତଃହୀନ...
ପ୍ରବାସ ରୁ ଫେରନ୍ତୁ 
ଯେତେ ସବୁ ବାଟବଣା ସୁଖ
ଏ ପାର୍ବଣ ମୁଖରିତ ହେଉ...

ମାଁ ଦଶଭୁଜା 
ସମସ୍ତଙ୍କୁ ଆଶିଷ ଦେଉଥାନ୍ତୁ...
💐
ବିଜୟା ଦଶମୀର 
ଅପ୍ରମିତ ଶୁଭେଚ୍ଛା

©Raghunath Biswal wishes
ଶୁଭେଚ୍ଛା
#Mic

wishes ଶୁଭେଚ୍ଛା #Mic

12 Love

c93644b62c8f4409653ed50d7dca2006

Raghunath Biswal

ତମେ ସ୍ନେହମୟୀ, 
ତମେ ମମତା ର ପାରାବାର, 
ତମେ ସୃଜିପାର 
ନିଜ ସନ୍ତାନ ପାଇଁ  ସ୍ୱର୍ଗ, 
ତମେ ବିନାଶ ବି କରିପାର
ତମୋ ଗୁଣ କୁ, 
ଅନ୍ଧାରୀ ମୂଳକରୁ 
ଆଲୋକ ର ପଥ ଆଡକୁ 
ତମରି ସାହାରାରେ ଅଗ୍ରସର ହୁଏ 
ଏ ଜୀବଜଗତ... 
ରିପୁ ବିନାଶିନୀ ମାଁ ! 
ତମ କରୁଣା ର ଧାରାରେ 
ପ୍ରବାହିତ ଏ ସନ୍ତାନ...

©Raghunath Biswal ମାଁ (ଦେବୀ)

#navaratri

ମାଁ (ଦେବୀ) #navaratri

6 Love

c93644b62c8f4409653ed50d7dca2006

Raghunath Biswal

ଚିଠି ! 
କେବେ ଆଣେ ହୃଦୟ ଭାଷା
କେବେ ପୁଣି ପୁରୁଣା ସ୍ମୃତି ଉଖୁରା ଦିନ,
ଚିଠି ପାଇଁ ମିଛଟାରେ ବଦନାମ୍ 
ତୋ ସହର ଆଉ 
ଡାକବାଲା ର ସାଇକଲ ଘଣ୍ଟି...!
ତଥାପି ତୋ ଚିଠି ହିଁ ତ ମୋ ପାଇଁ 
ବସନ୍ତ ବତାସ ପୁଣି
ଶରତ ରାତିର ଜହ୍ନ...

©Raghunath Biswal chithi 2

chithi 2

6 Love

c93644b62c8f4409653ed50d7dca2006

Raghunath Biswal

ଚିଠି !

ସେଇ ମଧୁଝରା ଲଗ୍ନ ରେ
ତୁ ଦେଇଥିବା ଲଫାପା ଟେ
ଚିଠି ବୋଲି ସାଇତିଲି 
ଏବେ ସିନ୍ଧୁକ ଭର୍ତ୍ତି ସେ ଅତର ମହକ...
କଣ ଥିଲା ସେଠି !
ତୁ କହିଥିଲୁ ନା ମୁଁ ବୁଝିଥିଲି
ଭ୍ରମରେ ଭ୍ରମରେ ସରିଲା ଆୟୁଷ
ସତ ବୋଲି କାଟିଦେଲି ଲମ୍ବା ଜୀବନଟିଏ
ସେ ଲଫାପା ହିଁ ତ ମୋ ଜୀବନ ସନ୍ତକ...

©Raghunath Biswal ଚିଠି

#Butterfly

ଚିଠି #Butterfly

11 Love

c93644b62c8f4409653ed50d7dca2006

Raghunath Biswal

ପ୍ରବଳ ଥଣ୍ଡା !
ଚାଲ୍
ଚୁପ୍ ଚାପ୍ ରେଜେଇ ଭିତରେ
ମିଛ ମିଛ ଓଦା ହବା...
ଏ ବର୍ଷା ଛାଡି ଯାଉ !
ଆମେ ବି ଅଦିନିଆ ବର୍ଷା ହେଇଯିବା...

©Raghunath Biswal ଅଦିନିଆ ବର୍ଷା

ଅଦିନିଆ ବର୍ଷା

8 Love

c93644b62c8f4409653ed50d7dca2006

Raghunath Biswal

ନିଦ ଏକ ପ୍ରବାସୀ ପକ୍ଷୀର ଗୀତ
ନିଦ ଦୂର ଗାଁ ସବୁଜଗହଳ କ୍ଷେତ,
ନିଦ ମହୁଲ ବନ ର 
ବର୍ଷା ଭିଜା ମାଟିଗନ୍ଧ,
ନିଦ ସପନ ନାୟିକା 
ଆସିବା ବେଳର ସୁଖ...
ନିଦ ଜହ୍ନା କ୍ଷେତର 
ମୋତେ ଛୁଉଁ ଖେଳ
ଓଜନିଆଁ ଦୀର୍ଘଶ୍ଵାସ,
ନିଦ ପୌଷ ରାତିର 
ଉଷୁମ ରେଜେଇ,
ନିରିହ ମନର ପାପ...

©Raghunath Biswal ନିଦ

ନିଦ

7 Love

loader
Home
Explore
Events
Notification
Profile