Nojoto: Largest Storytelling Platform
satyaparida1761
  • 93Stories
  • 36Followers
  • 758Love
    233Views

Satya Parida

  • Popular
  • Latest
  • Video
ecc504d3cd5829977ec6c24d00337632

Satya Parida

#storyofheart
ecc504d3cd5829977ec6c24d00337632

Satya Parida

ଥରେ ନୁହେଁ ଦୁଇ ଥର ନୁହେଁ ପ୍ରତିଟି ଥର ସଂଘ କାର୍ଯ୍ୟ ପାଇଁ ପରିବାର କୁ ସମୟ ଦେଇ ହୁଏ ନାହିଁ, ତଥାପି ଟିକିଏ ରାଗ ମେଞ୍ଚାଏ ଅଭିମାନ ପରେ ପୁଣି ଆସନ୍ତାକାଲି କୈାଣସି କାର୍ଯ୍ୟ ପାଇଁ ବାହାରକୁ ବାହାରିଲେ ପ୍ୟାଣ୍ଟ୍ ସାର୍ଟ ଆଇରନ୍ କରି ଥୋଇବା , ପୁଣି ଆସିବା ବିଳମ୍ବ ହେଲେ ଗେରେ ଗେରେ ହୋଇ ଖାଇଛ କି ନାହିଁ ପଚାରିବା ,ଘର ପରିବାର ପୁଅ କୁ ସମ୍ଭାଳିବା , ସତରେ ତୁମେ ନଥିଲେ କିଛି ବି ସମ୍ଭବ ହୋଇ ନଥାନ୍ତା। ତୁମେ ନଥିଲେ ମୁଁ , ମୁଁ ହୋଇ ରହି ନଥାନ୍ତି, ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଢେର ସାରା ଭଲପାଇବା। Happy Birthday pinky

©Satya Parida #ValentinesDay
ecc504d3cd5829977ec6c24d00337632

Satya Parida

ଲଢେଇ ଅବିରତ ! 

କେବେ ଖରା ରେ , କେବେ ତରା ରେ 
କେବେ ହାଡ଼ ଭଙ୍ଗା ଶୀତରେ , 
ତ କେବେ ବନ୍ୟା ବାତ୍ୟା ର ଛାତି ରେ 
ଆମେ ନିଇତି ଲଢେଇ କରୁ ପ୍ରକୃତି ସାଥୀ ରେ (ହଁ) ।। (୨)
ଅସରନ୍ତି ଆଶା କୁ , ସ୍ଵପ୍ନ ଅସୁମାର 
ଗଢିବି ଦିନେ ମୋ ସ୍ଵପ୍ନ ର ନଅର 
ହେଲେ ଧିକ୍ ଏ ପାହାନ୍ତିଆ ସ୍ଵପ୍ନ ମୋର ,
ମୋ ଅଧିକାର ପରା ପାଣି ର ଗାର (ହଁ) ।।(୨)
ସଂଗ୍ରାମ ସଂଗ୍ରାମ ଡାକରା ପାଉ 
ଲୁହ ଲହୁ ମୋର ଏକାକାର ହେଉ , 
ନେତା ପାଇଯିବେ ପୁରସ୍କାର ତହୁଁ 
ଭୋଟ ବ୍ୟାଙ୍କ୍ ଛଡ଼ା କିଛି ନୁହେଁ ମୁଁ (ହଁ) ।। (୨)
ଆସ ଆଜି ଆମେ କରିବା ଶପଥ 
ସ୍ଵାର୍ଥ ସ୍ଵାର୍ଥୀ ଙ୍କୁ କରିବା ହତ
ରାସ୍ତା ଥାଉ ପଛେ କଠିନ ଶତତ 
 ଲଢେଇ ଆମର ହେବ ଅବିରତ (ହଁ) ।। (୨)

©Satya Parida ଲଢେଇ ଅବିରତ!
#ଶ୍ରମିକଦିବସ
#Labourday 

#Light

ଲଢେଇ ଅବିରତ! #ଶ୍ରମିକଦିବସ #Labourday #Light #ଚିନ୍ତାଧାରା

ecc504d3cd5829977ec6c24d00337632

Satya Parida

ଗାଁ ନିର୍ବାଚନ ! 

ସଞ୍ଜ ବେଳ ଟାରେ ଗାଁ ମୁଣ୍ଡ ଟାରେ 
ଗହଳି ଚହଳି ଲାଗିଛି , 
କ୍ଲବ୍ ପିଲାଙ୍କ ଚିକେନ ଭୋଜିକୁ 
ବୋତଲ ଯେ ଖାଲି ଗଡୁଛି , 
ଓହୋ ଗାଁ ନିର୍ବାଚନ ଆସିଛି 
ହଁ ନିର୍ବାଚନ ପରା ଆସିଛି ।। 

ସରପଞ୍ଚ ପରା ହେଲେ ଜିଲାପାଳ 
କାହାର କହିଲ ନ ଭୋଇବ ଲାଳ ,
ଶିକ୍ଷିତ ଯୁବକ ସେ ପାଇଁ ପାଗଳ 
ହେଲେ ପଞ୍ଚାୟତ ଭାଗ୍ୟ ଜାଣ  ଯେ ଉଜ୍ବଳ 
ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ।।

ଗାଁ ଗାଁ ପୁଣି ସଡ଼କ ଗଢ଼ିବ 
ସନିଆ ଭାଇ ର ଛୁଆ ଟି 
ପୁଣି କାଳିଆ ଘୋଡା ରେ ଚଢ଼ିବ 
ହଁ ମଧୁ ବାବୁ ସାଙ୍ଗେ ଲଢିବ , 
ଏମିତି ସ୍ଵପ୍ନ କୁ ସାକାର କରିବ 
ଇଞ୍ଜିନିୟର ପୁଅ ସରପଞ୍ଚ ପାଇଁ ଲଢିବ , 
ହଁ ସରପଞ୍ଚ ପାଇଁ ଲଢିବ। 

ଘର ଘର ବୁଲି ପ୍ରଚାର ତ ଏବେ ଚାଲିଛି 
ହେଲେ ମଜା କ'ଣ ଜମା ଆସୁଛି 
ଡିଜେ ଗାଡି କୁ ବା ଝୁରୁଛି 
କରୋନା ବା ସବୁ ସାରିଛି , 
ହଁ କରୋନା ବା ସବୁ ସାରିଛି।। 

ପାଖେଇ ଆସିଲେ ନିର୍ବାଚନ ଦିନ 
ଗାନ୍ଧୀ ମୁଣ୍ଡ ଖାଲି ଖୋଜିବ ମନ , 
ଦେଇ ଦେଇ ଯିଏ ଜିତିବ  
ଅଶିକ୍ଷିତ ଛାଡ଼ି ଶିକ୍ଷିତ ହେଲେ ବି 
ପାଞ୍ଚ ବର୍ଷ ଯାକ ଲୁଟିବ 
ହଁ ପାଞ୍ଚ ବର୍ଷ ଯାକ ଲୁଟିବ।।

©Satya Parida election

election #ସମାଜ

ecc504d3cd5829977ec6c24d00337632

Satya Parida

odia

#WeTheChange
ecc504d3cd5829977ec6c24d00337632

Satya Parida

ସେମାନେ ମଉନାବତୀ ନୁହନ୍ତି , କିନ୍ତୁ କେତେବେଳେ ଦୁଃଖର ସମୁଦ୍ରରେ ମଉନ ହୋଇ ଏକୁଟିଆ ହିଁ ପହଁରି ଯାଆନ୍ତି , ଆଉ କେତେବେଳେ ଆଞ୍ଜୁଳାଏ ଖୁସି କୁ ବି ପ୍ରତିପାଦନ କରି ନ ପାରି ମଉନ  
ହୋଇ ରହି ଯାଆନ୍ତି । ବାହୁ ରେ ବଳ ନଥିଲେ ମଧ୍ୟ ନିଜ ପରିବାର ପାଇଁ ଯେଉଁମାନେ ବାହୁବଳୀ,  ବୟସ ସହ ଦାୟିତ୍ଵ ର ବୋଝ ମୁଣ୍ଡାଇ ମୁଣ୍ଡାଇ ଯେଉଁମାନେ ନିଜକୁ ବି ଭୁଲି ଯାଆନ୍ତି , ସେମାନେ ହିଁ ପୁରୁଷ । 
ଆନ୍ତର୍ଜାତୀୟ ପୁରୁଷ ଦିବସ ରେ ସମସ୍ତ ପରିବାର ର ବାହୁବଳୀ ପୁରୁଷ ମାନଙ୍କୁ ଅଭିନନ୍ଦନ। #InternationalMensDay2021

©Satya Parida ପୁରୁଷ

#mukhota
ecc504d3cd5829977ec6c24d00337632

Satya Parida

ଉଠ ସରକାର !

ରାଜଧାନୀ ର ରାଜ ଉଆସ ନୁହେଁ
କୈାଣସି ଏକ ଆବର୍ଜନା ନଳୀ ରୁ ,
ଯନ୍ତ୍ରଣା ରେ ଛଟପଟ ଏକ ନିରୀହ
ଶୁଭୁଚି ଚିତ୍କାର ,
ଉଠ ବ୍ୟବସ୍ଥା  ଉଠ ସରକାର ।।

ଟିକିଏ କୁମ୍ଭୀର କାନ୍ଦଣା
ଆଉ କ୍ଷତିପୂରଣ ଅର୍ଥ , 
ସେ ପରିବାର 
ଚାହେଁ ନି ଅର୍ଥ ,
ସେ ମା 
ଆଉ ତା ସାନଭାଇ ର ଗୁହାରି 
ଜାଗ ବ୍ୟବସ୍ଥା ଆଉ ଜାଗ ସରକାରୀ ।।

ସତର୍କ ବାଣୀ 
ଆସୁଛି ଲଘୁଚାପ ପୁଣି , 
ଭାସି ନ ଯାଉ କୋମଳ ପୁଣି 
କୁଢ଼ କୁଢ଼ ଦୁର୍ନୀତି ର ଗର୍ତ ରେ 
ଆଉ ବ୍ୟବସ୍ଥା ର ଆବର୍ଜନା ନଳୀ ରେ , 
କହେ ଜନତା 
କର ଉଦ୍ଧାର , କର ଉଦ୍ଧାର 
ଉଠ ବ୍ୟବସ୍ଥା ଆଉ ଉଠ ସରକାର ।।

©Satya Parida ଉଠ ସରକାର ! 

#alone

ଉଠ ସରକାର ! #alone #Thoughts

ecc504d3cd5829977ec6c24d00337632

Satya Parida

ଶରଣାର୍ଥୀ ! 
   ଗାଁ ମୁଣ୍ଡ ସୁଉଚ୍ଚ ସରସ୍ଵତୀ ଶିଶୁ ମନ୍ଦିର ଆଉ ଅପର ପାର୍ଶ୍ଵ ରେ ନାଳ ବନ୍ଧ ଉପରେ ଛୋଟିଆ ପାଳ ଟଣା କୁଡ଼ିଆ ଟିଏ । ଘର ଭିତରୁ ସୂର୍ଯ୍ୟ ଚନ୍ଦ୍ର ସବୁ ଦେଖା ଯାଆନ୍ତି। ଜୁନ ମାସ ୨୦ ତାରିଖ , ତାହାରି ସାମ୍ନାରେ ଗୋଟିଏ ବଡ ରଙ୍ଗୀନ ଧୂପ କାଠି ଖୋଳ ର ଧୂସର ପିଠିରେ " ଶରଣାର୍ଥୀ ଦିବସ " ର ଅଭିନନ୍ଦନ ଲେଖି ଖାଲି ଦେହଟା ରେ ମୁକୁଳା ଛାତିକୁ ଫୁଲେଇ ବସିଥାନ୍ତି ମାଧ ମଉସା। ଜୀବନ ସାରା ଖଟି ଯାହା ଉପାର୍ଜନ କରିଥିଲେ , ପୁଅ ଝିଅଙ୍କୁ ପାଠ ପଢ଼ା , ଝିଅ କୁ ଭଲ ଘରେ ବାହା ଦେବା ରେ ଖର୍ଚ୍ଚ କରିଥିଲେ ମାଧ ମଉସା। ଏତେ ପୂଣ୍ୟ କାମ ସବୁ କରିଥିଲେ ତ ତେଣୁ ଏବେ ପାଲ ଟଣା କୁଡ଼ିଆ ହିଁ ସାହା ଭରଷା। ସେପଟେ ଶିଶୁ ମନ୍ଦିର ରେ କିନ୍ତୁ ହୁଳହୁଳି ସହ ପୂଜା ପାଠ ଚାଲିଥାଏ , ଆରେ ହଁ ଆଜି ପରା ସୈାଭାଗ୍ୟ କୁ " ପିତୃ ଦିବସ " ମଧ୍ୟ । ଗାଁକୁ ଦୁଇ ଫାଳ କରି ବହି ଯାଇଥିବା ସରୁଆ ନାଳ ଟିର ଦୁଇ ପାର୍ଶ୍ବରେ ଦୁଇଟି ଚିତ୍ର। ଦେଶାନ୍ତର ହୋଇ ଖାଦ୍ୟ ଅଭାବ ରେ ଜୀବନ ବଞ୍ଚୁଥିବା ମଣିଷ କ'ଣ ଖାଲି ଶରଣାର୍ଥୀ ରେ ଗଣା , ମାଧ ମଉସା ବି ତ ଜଣେ ଶରଣାର୍ଥୀ । ପିଲା ଦିନେ ଜାକଜମକରେ ପିତୃ ଦିବସ ପାଳନ କରି ଶିକ୍ଷିତ ହୋଇ ନିଜ ପିତାମାତାଙ୍କୁ ଶରଣାର୍ଥୀ ଦିବସ ପାଳିବା ପାଇଁ ବାଧ୍ୟ କରୁଥିବା ହେ ସମସ୍ତ ଶିକ୍ଷିତ, ଅଶିକ୍ଷିତ ହତଭାଗା ପୁଅମାନେ , ସମୟ ବଡ଼ ବଳବାନ । ବେଳ ହୁଁ ସାବଧାନ ହେବା ସହ ନିଜକୁ ପରିମାର୍ଜିତ କରନ୍ତୁ , ନହେଲେ ଆପଣ ମଧ୍ୟ ଆଜିର ଦିନରେ ଦିନେ ଶରଣାର୍ଥୀ ଦିବସ ପାଳିବେ।

©Satya Parida ଶରଣାର୍ଥୀ ! 
#FathersDay #worldrefugeeday 

#LoveYouDad

ଶରଣାର୍ଥୀ ! #FathersDay #worldrefugeeday #LoveYouDad

ecc504d3cd5829977ec6c24d00337632

Satya Parida

electricity employees

#krishna_flute

electricity employees #krishna_flute

ecc504d3cd5829977ec6c24d00337632

Satya Parida

#coonawarrrior

#krishna_flute
loader
Home
Explore
Events
Notification
Profile