Find the Latest Status about antarjali jatra from top creators only on Nojoto App. Also find trending photos & videos about, antarjali jatra.
Dj Rudra
Sai Angel Shaayari
Went To Bali Jatra Today. 4 Taa Chaapudaa , 3 Taa Bidhaa , 7 Taa Goithaa Khaaiki Gharaku Pherichi. Ki Bheeda!! ©Sai Angel Shaayari Went To Bali Jatra Today. 4 Taa Chaapudaa , 3 Taa Bidhaa , 7 Taa Goithaa Khaaiki Gharaku Pherichi. Ki Bheeda!!
Smruti Ranjan Mohanty
ଯାତ୍ରା-20 ମା ମା ! ତୋ ଭିତରେ ମୁଁ ମୋ ଭିତରେ ତୁ ପୁଣି ଆମ ଭିତରେ ଯୋଜନ ଯୋଜନ ଦୂରତ୍ୱ ସ୍ୱାର୍ଥ ଆଉ ଅହମିକାର ନଗ୍ନ ପଟୁଆର ତୁ ମୋତେ ଖୋଜୁଛୁ,ମୁଁ ତୋତେ ଜନ୍ମ ଜନ୍ମର ଏ ଅନ୍ୱେଷଣ ଯୁଗ ଯୁଗର ଏ ପ୍ରତୀକ୍ଷା ଟିକେ କହିଦେ ମା- କେବେ ଦେଖାହେବା ଏପାରିରେ ନା ସେପାରିରେ। ତୋତେ ମୁଁ ଖୋଜୁଛି ମା! ସ୍ୱାର୍ଥ ଆଉ ଲାଳସାର ଅନ୍ଧଗଳିରେ ପ୍ରାଚୁର୍ଯ୍ୟ ଆଉ ଅହମିକାର ନିବୁଜ କୋଠରୀରେ ତୁ ନୀରବରେ ସବୁ ଦେଖୁଛୁ ମୋ ହସ, ଲୁହ, ପ୍ରେମ ଆଉ ପ୍ରତାରଣା ତୋ ଆଖିରେ ଟୋପା ଟୋପା ଲୁହ ତୋ ଲମ୍ବାପଣତ ଭିଜିଯାଉଛି ଲୁହର ଶ୍ରାବଣରେ । ମୋ ଭଳି ତୁ ବି ବିବଶ ମାଆ, ଚୁପଚାପ ଦେଖୁଛୁ - ତୋ ହାତଛାଡି ମେଞ୍ଚାମେଞ୍ଚା ଅନ୍ଧାରରେ ହଜିଯାଇଥିବା ତୋ ଗଳାଧନକୁ । କଣ ହେବ ମୁକ୍ତି ମାଆ! କ'ଣହେବ ଜ୍ଞାନ ଆଉ ଦର୍ଶନ ଖାଲିଟିକେ ପାଖକୁ ଆ' ମାଆ ତୋ ପାଦତଳେ ମୁଣ୍ଡ ରଖି ଟିକେ ଶୋଇଯିବି ନିଘୋଡ଼ ନିଦରେ । ମାଅ ବିନା କ'ଣ ଆଖିରେ ନିଦ ଆସେ ମନେନାହିଁ କେବେ ଶୋଇଥିଲି ଆଖିରେ ଆଖିଏ ନିଦ ନେଇ ଆଜି ଆଉଟିକେ ଶୋଇବି ତୋ ପାଦତଳେ- ନିଜକୁ ସଂଅପି ଦେଇ କଣହେବ ମର୍ତ୍ତ୍ୟ ଆଉ ସ୍ୱର୍ଗର ବୈଭବ ତୋ ପାଦତଳେ ମୋ ଅବସାଦହୀନ ପ୍ରାଣର ପ୍ରାଚୁର୍ଯ୍ୟ, ମୋ ମର୍ତ୍ତ୍ୟ- ବୈକୁଣ୍ଠ ମୋ ହସ, ଲୁହ, ସ୍ବପ୍ନ -ଯନ୍ତ୍ରଣାର ଶେଷସ୍ୱର । ସ୍ମୃତି ରଞ୍ଜନ ମହାନ୍ ©Smruti Ranjan Mohanty #NightRoad ଯାତ୍ରା-20 ମା ମା ! ତୋ ଭିତରେ ମୁଁ