Nojoto: Largest Storytelling Platform

Best ନଥିବା Shayari, Status, Quotes, Stories

Find the Best ନଥିବା Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 4 Stories

Jyotshna Rani Sahoo

#ନଥିବା ପ୍ରେମର କବିତା- ୬#

ପୂର୍ଣ୍ଣଚ୍ଛେଦ କୁ ମିଶେଇ ତୋଳିଲା କଙ୍କାଳ
ସେ ଗଢିଲା ଚେହେରା, ଖଞ୍ଜିଲା ଆଖି
ଖଞ୍ଜି ପାରୁନଥିଲା ହୃଦୟ ଗୋଟେ
ରାତିରାତି ବସି ବୋଳିଲା ବହଳିଆ ସିହାଇ
ଲଖେଇ ଦେଲା ହୃଦୟ।

ପ୍ରେମ ହେଲା ଧୀରେ ଧୀରେ
ପ୍ରେମିକ ଶବ୍ଦର ପାହାଚ ଗଢ଼େ
ସେ ଚଢ଼େ ଗୋଟେ ପରେ ଗୋଟେ
ସେ ଆସେ ଦିନରେ
ସେ ଥିଲେ ଜାଳି ପାରେନି ପ୍ରଖର ନିଦାଘ
ଯଦି କେବେ ସ୍ୱେଦ ବୁନ୍ଦା
ଆକୃତି ଗ୍ରହଣ କରେ
ସେ ବିଶୁଦ୍ଧ କରେ ବ୍ୟାକରଣ
ଗଢ଼େ ନଥିବା ପ୍ରେମର କବିତା
ସେ ଆସେ ପୁଣି ରାତିରେ
ଅଲଗା କରେ ଜହ୍ନକୁ ଜ୍ୟୋତ୍ସ୍ନା ଠାରୁ।

ଘୋର୍ ନିଦରେ ସେ ଘାରେ
ଅଧିକରଣ କରେ ତା ସତ୍ତା
ହଜେଇ ଦିଏ ତା ପତ୍ତା
ଆଖି ଖୋଲିଲେ ସେ ମିଳେନି ଏବେ
ଖୁବ୍ କରେ ଅନୁସନ୍ଧାନ
ଏଇ ତ ହାତରେ ହାତ ଛନ୍ଦେ
ତାକୁ ନିଜ କଥାରେ ବାନ୍ଧେ
ନିଜକୁ ଜଡେଇ ସାରିଲା ପରେ
ଗୋଟେ ଆତ୍ମାରେ
ସେ ଯେ ଆତ୍ମଲୀନ ହେଇଯାଏ। #yqodia

Jyotshna Rani Sahoo

#ନଥିବା ପ୍ରେମର କବିତା#

କବିତା ନଥାଇ ବି ହେଇପାରେ ପ୍ରେମ
ପ୍ରେମ ନଥାଇ କି ଲେଖି ହେବ କବିତା
ସେ ପ୍ରେମ କଲା,ଏକବାର ପ୍ରେମିକା ହେଇ
ନିରୁଦ୍ଦେଶ ହେଇଥିଲା ଶବ୍ଦ ଗୁଡ଼ିକ
ସେ ପ୍ରେମ କଲା ଶବ୍ଦକୁ ଭାବକୁ
ଶବ୍ଦ ଭିତରେ ସ୍ଵୀକାର
ଭାବ ମଧ୍ୟେ ଅଙ୍ଗୀକାର।

ତାକୁ କିନ୍ତୁ ଭୋଗିବାକୁ ପଡ଼େ ନାହିଁ
କେଉଁ ବିରହ ଜ୍ୱାଳା
ସେ ଜଳେ ନାହିଁ,କେଉଁ ଗୋଟେ 
ପ୍ରେମର ଶିଖା ହେଇ
ଆକୃତି ଗଢ଼େ ପ୍ରେମିକର
ଟିକେ ଖାପଛଡ଼ା ଲାଗିଲେ
ଗୋଟେ କମା ଲଗେଇ ଦିଏ
ଏମିତି ଲମ୍ବି ଚାଲେ ତା କବିତା।

ଆଉ ଏବେ ସେ କହୁନି
ନଥିବା ପ୍ରେମର କବିତା
ପ୍ରେମର ଆୟୁଷ ବି ଲମ୍ବେ
କଲମ ହୁଏ ଆୟୁଧ
ସେ ହୁଏ ଯୋଦ୍ଧା
ଯୁଦ୍ଧ କରେ ବାରମ୍ବାର ଭାବନା ସହ
କେବେ ବି କେହି ରୋକି ପାରିବେନି
ସେ ସେମିତି ଲେଖି ଚାଲିବ
ନଥିବା ପ୍ରେମର କବିତା
ଏକ ଅନ୍ତହୀନ ଆରମ୍ଭ ସହ। #yqodia

Jyotshna Rani Sahoo

#ନଥିବା ପ୍ରେମର କବିତା#

ସେ କହିଲା ପ୍ରେମ ଲେଖିଲେ
କମିଯାଏ ଟିକେ ଆବେଗ
ଏଇ ଯେମିତି ଲେଖିଦେଲେ ଦୁଃଖ
ହେଲେ,ପ୍ରେମ କମିବ ବୋଲି
କେମିତି ଛାଡ଼ିଦେବ
କବି ହେବାର ବଡ଼ ପଣିଆ?
ସେ ଆରମ୍ଭିଲା ନୂତନ ସ୍ତବକ
କେଉଁଠି ନଥିଲା ପ୍ରେମ
କେଉଁଠି ନଥିଲା ଏମିତିକି
ନଥିବା ପ୍ରେମର କବିତା
କବିତା ଆଖିରେ ଥିଲା ଲୁହ
କବି ଆଖିରେ ରକ୍ତ
ରକ୍ତ ଗୋଲାପ ଥିଲା ଶୁଷ୍କ।
ନଥିଲା ଫୁଲରେ ମହକ
ନଥିଲା ପ୍ରେମିକର ଚହକ
କବିତା ଦିନେ କାନ୍ଦୁ କାନ୍ଦୁ
ଫେଁ କିନା ହସିଥିଲା
ପ୍ରେମ ନଥାଇ କବିତା
ସତରେ ଭାରି ମଜାଳିଆ
ହେଲେ କବିତା ନୁହଁ
ଢେର୍ ଭଲ ଥିଲା
ତୋ ଏ ପ୍ରେମକୁ ବଞ୍ଚେଇ ରଖିବା ଠାରୁ
ନଥିବା ପ୍ରେମର କବିତା। #yqodia

Jyotshna Rani Sahoo

#ନଥିବା ପ୍ରେମର କବିତା#
-------------------------
ତୁମେ ଯେ ଫର୍ଦ୍ଦ ଯୋଡ଼ି ଚାଲିଲ
ଦେଖୁ ଦେଖୁ ଗୋଟେ ସଙ୍କଳନ
ହେଲେ ସଂଖୁଳି ପାରିଲ ନାହିଁ
ନିଜ ଭିତରେ ତା ପାଇଁ ଉଠୁଥିବା
ଗୋଟେ ବେତୁଲି ଦରଫୁଟା ଅତୀତ।

ଗୋଟେ ଗୋଟେ ଶବ୍ଦ ତା ଭିତରେ
ବିଦ୍ରୋହ କରିବା ଆରମ୍ଭ କଲେଣି
ତାଙ୍କ ଭିତରେ ସେ କୁଆଡ଼େ ଚାଲି ଗଲାଣି
ତୁମେ କୋଉ ପାରିଲ ତା ପାଇଁ
ଶବ୍ଦର ଜଞ୍ଜିର ଗଢ଼ି,ଭାବର ପିଞ୍ଜରା ଗଢ଼ି।

ପ୍ରେମ ପାଇଁ ଯେଉଁ ଶବ୍ଦର 
ଇଲାକା ଗଢିଲ,ପ୍ରେମ ଏବେ ବାଷ୍ପୀଭୂତ
ଏକ ନିବୁଜ କୋଠରୀ ଭିତରେ
ଗୋଟେ ଡାଇରୀ ଆଉ କଲମ ସନ୍ଧିରେ
ତମେ ଖାଲି କବିତା ଗୁଞ୍ଜିଲ
ନଥିବା ପ୍ରେମର କବିତା।

ଦୁଃଖ କରିବାର ନାହିଁ ବିଲକୁଲ୍
ତମେ ତମର ମସଗୁଲ୍ ରୁହ
ଜୀବନ ମାନେ ହୁଏତ 
ପ୍ରେମ ହେଇ ନ ପାରେ
ହେଲେ ଜୀବନ ମାନେ
ବ୍ୟସ୍ତତା ଭିତରେ କଅଁଳି 
ଉଠି ଆସୁଥିବା ପ୍ରେମ କବିତା। #yqodia


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile