Nojoto: Largest Storytelling Platform

Best ଚିନ୍ତାଧାରା Shayari, Status, Quotes, Stories

Find the Best ଚିନ୍ତାଧାରା Shayari, Status, Quotes from top creators only on Nojoto App. Also find trending photos & videos about ଚିନ୍ତାଧାରା, ମତଏବଂଚିନ୍ତାଧାରା, ସମାଜରଚିନ୍ତାଧାରା,

  • 3 Followers
  • 1751 Stories

Kalpalata Kanungo

"କାହିଁକି ?? ଓ କେମିତି ??" #ଚିନ୍ତାଧାରା

read more
ମଣିଷ ଯେତେବେଳେ
ଅନ୍ୟ କୁ କଷ୍ଟ ଦିଏ...
ସେ କାହିଁକି ବୁଝି ପାରେନି ଯେ..
ସେଇ ଆତ୍ମା ଟିକୁ କେତେ କଷ୍ଟ ହେଉଥିବ ବୋଲି..??,,

କେମିତି ସେ ଜାଣିପାରେନି ଯେ..
ଯେଉଁ ହୃଦୟ କୁ ସେ କଷ୍ଟ ଦେଉଛି...
ସେମିତି ଗୋଟେ ହୃଦୟ.. 
ତା ନିଜ ପଖରେ ବି ଅଛି ବୋଲି..;??

କେମିତି ସେ ବୁଝି ପାରେନି ଯେ...
ତା ଆତ୍ମା ପରି ଆତ୍ମା ଟିଏ
ସେଇ ଶରୀର ଟି ମଧ୍ୟରେ ଅଛି ବୋଲି..??

କେମିତି ଏପରି କାର୍ଯ୍ୟ କରି 
ସେ ଶାନ୍ତିରେ ରହିପାରେ..??

କେମିତି ଏପରି ସମ୍ଭବ ହୁଏ...??
ଜଣେ କାନ୍ଦୁଥାଏ.. ଓ ଅନ୍ୟ ଜଣକ
ତା ଆଗରେ...
ହସି ପାରୁଥାଏ..???

ତାହେଲେ ...'ହୃଦୟ' ତ ସମାନ ନୁହେଁ,,?
ସବୁ ଅଲଗା ଅଲଗା...,,
ଆଶ୍ଚର୍ଯ୍ୟ ସତରେ... ଭିନ୍ନ ଭିନ୍ନ ଅନୁଭୂତି..,,
କେଉଁଠି... ଲୁହ ଭିଜା ଶ୍ରାବଣ ତ...
କେଉଁଠି... ବସନ୍ତ ର ରାଜୁତି...

©Kalpalata Kanungo "କାହିଁକି  ?? ଓ କେମିତି ??"

Kalpalata Kanungo

🙏❤️🌹"ଶୁଭକାମନା"🌹❤️🙏 #ଚିନ୍ତାଧାରା

read more
ହେ ପ୍ରଭୁ..❤️🙏🌹🙏
କର୍ମ କରିବା ପାଇଁ ... 
ଶାରୀରିକ କ୍ଷମତା ସହିତ.. ମାନସିକ 'ଶକ୍ତି' 'ଶାନ୍ତି' ଓ
'ଖୁସି ..' ପ୍ରତ୍ୟେକ ଙ୍କ ପାଇଁ ଏକାନ୍ତ ଜରୁରୀ,,🙏🌹🙏
ତେଣୁ.. ପ୍ରଭୁ... ଏତିକ ସମସ୍ତଙ୍କୁ ମିଳୁ..,,🙏🌹🙏
ମୋ ନିଜ ସହିତ... ପ୍ରତ୍ୟେକ ଙ୍କ ପାଇଁ
ଆପଣଙ୍କ ନିକଟରେ ମୋର...
ହୃଦୟ ରୁ ପ୍ରାର୍ଥନା...........❤️🙏🌹🙏

©Kalpalata Kanungo 🙏❤️🌹"ଶୁଭକାମନା"🌹❤️🙏

Swagatika Nanda

Tripati

Dibya Prakash

Kalpalata Kanungo

#Moon 💕🙏ଆମ ବାପା ମାଆ🙏💕 #ଚିନ୍ତାଧାରା

read more

.... mama......

.... mama......

Jai Jagannath

Kalpalata Kanungo

#GoodMorning "ପଥ ଓ ମୁଁ" #ଚିନ୍ତାଧାରା

read more
White କେବେ କେବେ ମନ କୁ
ଯେତେ ବୁଝେଇଲେ ବି ବୁଝେନି,,

ଖୁଵ କଷ୍ଟ ହୁଏ... ଯେତେବେଳେ ମଣିଷ
ଏକା ଏକା ଚାଲୁଥାଏ...,,

କଣ୍ଟା ଝଟା ଦେହରେ ଲାଗିଲେ ବି...
କେହି 'ଆହା' କହି ପୋଛିଦେବାକୁ ବି ନଥାନ୍ତି ,,

କ୍ଷତାକ୍ତ.. ରକ୍ତାକ୍ତ.. ହୋଇ ବି..
ବିନା ଅବଶୋଷ ରେ ଚାଲୁଥାଏ..,, କାରଣ
ମୋତେ ଏକା ଏକା ଚାଲିବାର ଅଛି..,, 
କେତେ ଆଗକୁ ଜାଣିନି,,ତଥାପି...
ଯେତେବେଳେ ବୁଝିଛି ଯେ
ମୁଁ ଏକା ଏ ଦୁନିଆଁ କୁ ଆସିଚି...
ଏକା ମୋତେ ବଞ୍ଚି ଶିଖିବାର ଅଛି..,,

କର୍ତ୍ତବ୍ୟ ର ପଥରେ...ଆଦର୍ଶ କୁ ଜାବୁଡ଼ି ଧରି
ସେଇ ଇଚ୍ଛାମୟ ଙ୍କ ନିର୍ଦ୍ଦେଶ କୁ ମାନି
ମୋତେ ବାଟ ଚାଲିବାର ଅଛି,,,,

ଟଳମଳ ପାଦ ଦୁଇକୁ ମାଟିରେ ଜାବୁଡ଼ି ଧରି
ହୃଦୟ କୁ ପଥର କରି...
ଏକା ଏକା ପଥ ଅତିକ୍ରମ କରି
ମୋ ପାଇଁ ନିର୍ଦ୍ଧାରିତ ସମୟ କୁ 
ମୋତେ ସାରିବାର ଅଛି.............

©Kalpalata Kanungo #GoodMorning "ପଥ ଓ ମୁଁ"
loader
Home
Explore
Events
Notification
Profile