Nojoto: Largest Storytelling Platform

କିଛି ଠାରୁ ଅଧିକ (ଭାଗ - ୯) ପ୍ରିୟଙ୍କା ଜାଣି ପାରେନି ତା'

କିଛି ଠାରୁ ଅଧିକ
(ଭାଗ - ୯) ପ୍ରିୟଙ୍କା ଜାଣି ପାରେନି ତା' କୋହର କାରଣ, ଚିହ୍ନି ପାରେନି ଲୁହକୁ ତା'ର। ସେଥିପାଇଁ ସେ ବେଶି ଛଟପଟ ହୁଏ,ଅଣନିଃଶ୍ୱାସୀ ହୁଏ।ଦୁଃଖୀ ହେବା ସହି ହୁଏ,ସୁଖୀ ହେବା ବୁଝିହୁଏ ହେଲେ ସେଇ ସୁଖୀ ହେବା ଦୁଃଖୀ ହେବା ମଝିରେ ଏକ ଅସହ୍ୟ ଯନ୍ତ୍ରଣା ଥାଏ,ଯାହାର ମୁହଁ ନଥାଇ ନୀରବ ଚିତ୍କାର କରେ।ସେ ଚିତ୍କାର ଛାତି ଫଟେଇ ଦିଏ।ଲୁହ ହେଇ ବହିଲେ ତ ଅଳ୍ପ କଷ୍ଟ ବୋହିହେଇଯାଏ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେ ଅକଥନୀୟ ଯନ୍ତ୍ରଣାର ବୋଝ ବୋହିବାକୁ ପଡ଼େ।

ସେ ଯେମିତି ହାରି ଯାଇଛି,ଶକ୍ତ କଚଡା ଖାଇଛି।ତାକୁ ସୌରଭର ପ୍ରେମ ହରେଇ ଦେଇଛି।କେମିତି ଜଣେ ଏଭଳି ନିଃସ୍ୱାର୍ଥ ପ୍ରେମ କରିପାରେ?ପ୍ରତ୍ୟାଖ୍ୟାନ ପରେ ସେ ଆହୁରି ସମୃଦ୍ଧ ହେଇଛି।ସେ ଜାଣି ପାରୁନି ନିଜ ପାଇଁ ଦୁଃଖ ନା ସୈାରଭ ପାଇଁ!ହେଲେ ଏଠି ଦୁଃଖର ସ୍ଥାନ ବା କେଉଁଠି?ଅନେକ ସମୟ ଜଡ଼ ପାଲଟି ଯାଇଛି।କିଛି ଉତ୍ତର ଦେଇନି।ସମସ୍ତେ ଚାହାଁନ୍ତି କାହାକାହା ହୃଦୟରେ ନିଜ ପାଇଁ ଡିହଟିଏ।ଆଉ ଏଠି ଅନଧିକାର ପ୍ରବେଶ ନୁହଁ,ସ୍ଵୟଂ ସୈାରଭ ଏତେବଡ଼ ଜାଗା ଦେଇ ତାକୁ ମହାନତାର ସିଂହାସନରେ ବସେଇ ଦେଇଛି।କିନ୍ତୁ ସେ ନିଜେ ନିଜକୁ ସେ ଆସନରେ ଯେତେବେଳେ ଦେଖୁଛି ଅଯୋଗ୍ୟା ମନେ କରୁଛି।ପରେ ନିଜକୁ ବୁଝାଇଛି।ସେ ଜାଗାରେ ରହି,ସେଠି ବସି ନିଜ ଉପରେ ତା'ର ଅଭିମାନ ଆସୁଛି।ଯେମିତି ସବୁଦିନ ସେଇ ଜାଗା କେବଳ ତା'ର ନିଜର ହେଇ ରହିବ।ମଣିଷ ବି ଖୁବ୍ ସ୍ୱାର୍ଥପର।ନିଜେ ମହାନ୍ ହେବାର ଗୋଟେ ବି ମଉକା ଛାଡନ୍ତି ନାହିଁ।ଅନ୍ୟଠୁ ଭଲପାଇବାର ଆକାଂକ୍ଷା ରଖି ନିଜ ଭଲପାଇବାକୁ ଫାଙ୍କା କରିବାରେ ଆନନ୍ଦ ଲଭନ୍ତି।ହେଲେ ପ୍ରିୟଙ୍କା ମନର କଥା ତ ତା' ନିଜପାଇଁ ଅବୁଝା।
କିଛି ସମୟ ପରେ ଫୋନ୍ ଟିକୁ ଧରି ମେସେଜ କରିଛି।
- ବହୁତ୍ ଖୁସି ଲାଗୁଛି ତୁମକୁ ଖୁସିରେ ଦେଖି ସୈାରଭ।ମୋର ବିଶ୍ୱାସ ସାଙ୍ଗରେ ଭୟ ବି ଥିଲା ତୁମକୁ ନେଇ।
ଆଉ ହଁ,, ତୁମେ ନା ବହୁତ୍ ହାଣ୍ତସମ୍। ଏତିକି କହି ଗୋଟେ ସ୍ମାଇଲିର ଇମୋଜି ପଠେଇ ଦେଇଛି।

ମେସେଜରେ ନିଜ ଭାବନାକୁ ଲୁଚେଇବା ଇମୋଜି ସବୁ ଅନୁଚର ଭଳିଆ କାମ କରନ୍ତି।

ପ୍ରିୟଙ୍କା ଜାଣି ପାରେନି ତା' କୋହର କାରଣ, ଚିହ୍ନି ପାରେନି ଲୁହକୁ ତା'ର। ସେଥିପାଇଁ ସେ ବେଶି ଛଟପଟ ହୁଏ,ଅଣନିଃଶ୍ୱାସୀ ହୁଏ।ଦୁଃଖୀ ହେବା ସହି ହୁଏ,ସୁଖୀ ହେବା ବୁଝିହୁଏ ହେଲେ ସେଇ ସୁଖୀ ହେବା ଦୁଃଖୀ ହେବା ମଝିରେ ଏକ ଅସହ୍ୟ ଯନ୍ତ୍ରଣା ଥାଏ,ଯାହାର ମୁହଁ ନଥାଇ ନୀରବ ଚିତ୍କାର କରେ।ସେ ଚିତ୍କାର ଛାତି ଫଟେଇ ଦିଏ।ଲୁହ ହେଇ ବହିଲେ ତ ଅଳ୍ପ କଷ୍ଟ ବୋହିହେଇଯାଏ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେ ଅକଥନୀୟ ଯନ୍ତ୍ରଣାର ବୋଝ ବୋହିବାକୁ ପଡ଼େ। ସେ ଯେମିତି ହାରି ଯାଇଛି,ଶକ୍ତ କଚଡା ଖାଇଛି।ତାକୁ ସୌରଭର ପ୍ରେମ ହରେଇ ଦେଇଛି।କେମିତି ଜଣେ ଏଭଳି ନିଃସ୍ୱାର୍ଥ ପ୍ରେମ କରିପାରେ?ପ୍ରତ୍ୟାଖ୍ୟାନ ପରେ ସେ ଆହୁରି ସମୃଦ୍ଧ ହେଇଛି।ସେ ଜାଣି ପାରୁନି ନିଜ ପାଇଁ ଦୁଃଖ ନା ସୈାରଭ ପାଇଁ!ହେଲେ ଏଠି ଦୁଃଖର ସ୍ଥାନ ବା କେଉଁଠି?ଅନେକ ସମୟ ଜଡ଼ ପାଲଟି ଯାଇଛି।କିଛି ଉତ୍ତର ଦେଇନି।ସମସ୍ତେ ଚାହାଁନ୍ତି କାହାକାହା ହୃଦୟରେ ନିଜ ପାଇଁ ଡିହଟିଏ।ଆଉ ଏଠି ଅନଧିକାର ପ୍ରବେଶ ନୁହଁ,ସ୍ଵୟଂ ସୈାରଭ ଏତେବଡ଼ ଜାଗା ଦେଇ ତାକୁ ମହାନତାର ସିଂହାସନରେ ବସେଇ ଦେଇଛି।କିନ୍ତୁ ସେ ନିଜେ ନିଜକୁ ସେ ଆସନରେ ଯେତେବେଳେ ଦେଖୁଛି ଅଯୋଗ୍ୟା ମନେ କରୁଛି।ପରେ ନିଜକୁ ବୁଝାଇଛି।ସେ ଜାଗାରେ ରହି,ସେଠି ବସି ନିଜ ଉପରେ ତା'ର ଅଭିମାନ ଆସୁଛି।ଯେମିତି ସବୁଦିନ ସେଇ ଜାଗା କେବଳ ତା'ର ନିଜର ହେଇ ରହିବ।ମଣିଷ ବି ଖୁବ୍ ସ୍ୱାର୍ଥପର।ନିଜେ ମହାନ୍ ହେବାର ଗୋଟେ ବି ମଉକା ଛାଡନ୍ତି ନାହିଁ।ଅନ୍ୟଠୁ ଭଲପାଇବାର ଆକାଂକ୍ଷା ରଖି ନିଜ ଭଲପାଇବାକୁ ଫାଙ୍କା କରିବାରେ ଆନନ୍ଦ ଲଭନ୍ତି।ହେଲେ ପ୍ରିୟଙ୍କା ମନର କଥା ତ ତା' ନିଜପାଇଁ ଅବୁଝା। କିଛି ସମୟ ପରେ ଫୋନ୍ ଟିକୁ ଧରି ମେସେଜ କରିଛି। - ବହୁତ୍ ଖୁସି ଲାଗୁଛି ତୁମକୁ ଖୁସିରେ ଦେଖି ସୈାରଭ।ମୋର ବିଶ୍ୱାସ ସାଙ୍ଗରେ ଭୟ ବି ଥିଲା ତୁମକୁ ନେଇ। ଆଉ ହଁ,, ତୁମେ ନା ବହୁତ୍ ହାଣ୍ତସମ୍। ଏତିକି କହି ଗୋଟେ ସ୍ମାଇଲିର ଇମୋଜି ପଠେଇ ଦେଇଛି। ମେସେଜରେ ନିଜ ଭାବନାକୁ ଲୁଚେଇବା ଇମୋଜି ସବୁ ଅନୁଚର ଭଳିଆ କାମ କରନ୍ତି। #yqodia #କିଛିଠାରୁଅଧିକ