Nojoto: Largest Storytelling Platform

Best କିଛିଠାରୁଅଧିକ Shayari, Status, Quotes, Stories

Find the Best କିଛିଠାରୁଅଧିକ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 11 Stories

Jyotshna Rani Sahoo

ପ୍ରିୟଙ୍କା ଜାଣି ପାରୁ ନଥିଲା ସ୍ବପ୍ନ ଆଉ ସତ୍ୟତା ଭିତରେ ଫରକ୍।ଏସବୁ ଭ୍ରମ ନା ଭ୍ରାନ୍ତ।କିଛି ଶୁଣୁଛି ନା କଳ୍ପନା କରୁଛି। ଏ କଳ୍ପନା କାହିଁକି?ହେଲେ ହାତରେ ଥିଲା ଫୋନ୍।ଆଉ ଥରେ ଫୋନ୍ କୁ ଦେଖିଲା। କଲ୍ ଲାଗିଛି।ସେ ଆଡୁ ସୈାରଭ ଭାଉଜର କଥା ଶୁଭୁଛି।ଏସବୁ କ'ଣ ହଉଛି ଭାବିବା ଅବସ୍ଥାରେ ଆଉ ନଥାଏ ସେ।କିନ୍ତୁ ଶୁଣୁଥାଏ ଏକଲୟରେ ଅପ୍ରିତିକର ସତ୍ୟତା।କଳ୍ପନା କରିଥିଲା କିଛି ଆଉ ସତ୍ୟତା ହେଇ ଆଉକିଛି ଉଜାଗର କରାହଉଛି ତା' ସାମ୍ନାରେ। କାହାର ଦୁର୍ଭାଗ୍ୟ ବେଶି?ସୈାରଭଠୁ ଅଭାଗା ବୋଧେ ଦୁନିଆରେ କେହି ନଥିବେ।ତାକୁ ଜୀବନଠୁ ଅଧିକ ଭଲପାଉଥିବା ରିୟା ତା'ର ଅଧୋଗତିର କାରଣ ହେଇଥିବା କେବଳ ଷଡ଼ଯନ୍ତ୍ର।ଆଉ ସେ ଷଡ଼ଯନ୍ #yqodia #paidstory #କିଛିଠାରୁଅଧିକ

read more
କିଛି ଠାରୁ ଅଧିକ

(ଶେଷଭାଗ) ପ୍ରିୟଙ୍କା ଜାଣି ପାରୁ ନଥିଲା ସ୍ବପ୍ନ ଆଉ ସତ୍ୟତା ଭିତରେ ଫରକ୍।ଏସବୁ ଭ୍ରମ ନା ଭ୍ରାନ୍ତ।କିଛି ଶୁଣୁଛି ନା କଳ୍ପନା କରୁଛି। ଏ କଳ୍ପନା କାହିଁକି?ହେଲେ ହାତରେ ଥିଲା ଫୋନ୍।ଆଉ ଥରେ ଫୋନ୍ କୁ ଦେଖିଲା। କଲ୍ ଲାଗିଛି।ସେ ଆଡୁ ସୈାରଭ ଭାଉଜର କଥା ଶୁଭୁଛି।ଏସବୁ କ'ଣ ହଉଛି ଭାବିବା ଅବସ୍ଥାରେ ଆଉ ନଥାଏ ସେ।କିନ୍ତୁ ଶୁଣୁଥାଏ ଏକଲୟରେ ଅପ୍ରିତିକର ସତ୍ୟତା।କଳ୍ପନା କରିଥିଲା କିଛି ଆଉ ସତ୍ୟତା ହେଇ ଆଉକିଛି ଉଜାଗର କରାହଉଛି ତା' ସାମ୍ନାରେ।

କାହାର ଦୁର୍ଭାଗ୍ୟ ବେଶି?ସୈାରଭଠୁ ଅଭାଗା ବୋଧେ ଦୁନିଆରେ କେହି ନଥିବେ।ତାକୁ ଜୀବନଠୁ ଅଧିକ ଭଲପାଉଥିବା ରିୟା ତା'ର ଅଧୋଗତିର କାରଣ ହେଇଥିବା କେବଳ ଷଡ଼ଯନ୍ତ୍ର।ଆଉ ସେ ଷଡ଼ଯନ୍

Jyotshna Rani Sahoo

ସୈାରଭ ଯାଉଥାଏ ଅନେକ ସମୟର ଅନ୍ତରାଳେ ନିଜ ପରିବାରର ନିକଟତର।ପ୍ରିୟଙ୍କା ଅନୁଭବ କରୁଥାଏ ତା' ବୋଉର ସଂଲଗ୍ନ।ଯେଉଁ ପରିବାର,ଯେଉଁ ଆପଣାର ଆମକୁ ପ୍ରେମ ଶିଖାଏ କ'ଣ ପ୍ରେମ ପାଇଁ ତାଙ୍କୁ ଛାଡି ହୁଏ? ପ୍ରେମର ଅନୁଭବ ହେବା ମାତ୍ରେ ତା' ଠୁ ଦୂରେଇ ଯିବାର ଯୋଜନା କରିବା ନିଶ୍ଚୟ ନିଜକୁ ନିଜ ଭାବନାର ବିଶ୍ୱାସଘାକତ ବନେଇ ଦିଏ।ପ୍ରିୟଙ୍କା କିଛି ସମୟ ଦେଖିଥିଲା ସ୍ବପ୍ନ, ତାକୁ ନେଇ।ସେଇ କିଛି ମୁହୂର୍ତ୍ତ ଥିଲା ଅମୂଲ୍ୟ।କିନ୍ତୁ ସେ ଅମୂଲ୍ୟ ସମ୍ପଦ ପାଇବାକୁ ତା'ର ବଞ୍ଚିବାକୁ ମୂଲ୍ୟବାନ ବନେଇଥିବା ଆପଣାର ମଣିଷକୁ କେମିତି ବା ଦୂରେଇ ପାରିବ! -" ମୁଁ ବି ବହୁତ୍ ଭଲପାଏ ତୁମକୁ ସୈାରଭ।ତୁମ ଅମାପ ପ୍ରେମ ମତେ ବୋଧେ ବ #yqodia #କିଛିଠାରୁଅଧିକ

read more
କିଛି ଠାରୁ ଅଧିକ

(ଭାଗ - ୧୦) ସୈାରଭ ଯାଉଥାଏ ଅନେକ ସମୟର ଅନ୍ତରାଳେ ନିଜ ପରିବାରର ନିକଟତର।ପ୍ରିୟଙ୍କା ଅନୁଭବ କରୁଥାଏ ତା' ବୋଉର ସଂଲଗ୍ନ।ଯେଉଁ ପରିବାର,ଯେଉଁ ଆପଣାର ଆମକୁ ପ୍ରେମ ଶିଖାଏ କ'ଣ ପ୍ରେମ ପାଇଁ ତାଙ୍କୁ ଛାଡି ହୁଏ?

ପ୍ରେମର ଅନୁଭବ ହେବା ମାତ୍ରେ ତା' ଠୁ ଦୂରେଇ ଯିବାର ଯୋଜନା କରିବା ନିଶ୍ଚୟ ନିଜକୁ ନିଜ ଭାବନାର ବିଶ୍ୱାସଘାକତ ବନେଇ ଦିଏ।ପ୍ରିୟଙ୍କା କିଛି ସମୟ ଦେଖିଥିଲା ସ୍ବପ୍ନ, ତାକୁ ନେଇ।ସେଇ କିଛି ମୁହୂର୍ତ୍ତ ଥିଲା ଅମୂଲ୍ୟ।କିନ୍ତୁ ସେ ଅମୂଲ୍ୟ ସମ୍ପଦ ପାଇବାକୁ ତା'ର ବଞ୍ଚିବାକୁ ମୂଲ୍ୟବାନ ବନେଇଥିବା ଆପଣାର ମଣିଷକୁ କେମିତି ବା ଦୂରେଇ ପାରିବ!

-" ମୁଁ ବି ବହୁତ୍ ଭଲପାଏ ତୁମକୁ ସୈାରଭ।ତୁମ ଅମାପ ପ୍ରେମ ମତେ ବୋଧେ ବ

Jyotshna Rani Sahoo

ପ୍ରିୟଙ୍କା ଜାଣି ପାରେନି ତା' କୋହର କାରଣ, ଚିହ୍ନି ପାରେନି ଲୁହକୁ ତା'ର। ସେଥିପାଇଁ ସେ ବେଶି ଛଟପଟ ହୁଏ,ଅଣନିଃଶ୍ୱାସୀ ହୁଏ।ଦୁଃଖୀ ହେବା ସହି ହୁଏ,ସୁଖୀ ହେବା ବୁଝିହୁଏ ହେଲେ ସେଇ ସୁଖୀ ହେବା ଦୁଃଖୀ ହେବା ମଝିରେ ଏକ ଅସହ୍ୟ ଯନ୍ତ୍ରଣା ଥାଏ,ଯାହାର ମୁହଁ ନଥାଇ ନୀରବ ଚିତ୍କାର କରେ।ସେ ଚିତ୍କାର ଛାତି ଫଟେଇ ଦିଏ।ଲୁହ ହେଇ ବହିଲେ ତ ଅଳ୍ପ କଷ୍ଟ ବୋହିହେଇଯାଏ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେ ଅକଥନୀୟ ଯନ୍ତ୍ରଣାର ବୋଝ ବୋହିବାକୁ ପଡ଼େ। ସେ ଯେମିତି ହାରି ଯାଇଛି,ଶକ୍ତ କଚଡା ଖାଇଛି।ତାକୁ ସୌରଭର ପ୍ରେମ ହରେଇ ଦେଇଛି।କେମିତି ଜଣେ ଏଭଳି ନିଃସ୍ୱାର୍ଥ ପ୍ରେମ କରିପାରେ?ପ୍ରତ୍ୟାଖ୍ୟାନ ପରେ ସେ ଆହୁରି #yqodia #କିଛିଠାରୁଅଧିକ

read more
କିଛି ଠାରୁ ଅଧିକ
(ଭାଗ - ୯) ପ୍ରିୟଙ୍କା ଜାଣି ପାରେନି ତା' କୋହର କାରଣ, ଚିହ୍ନି ପାରେନି ଲୁହକୁ ତା'ର। ସେଥିପାଇଁ ସେ ବେଶି ଛଟପଟ ହୁଏ,ଅଣନିଃଶ୍ୱାସୀ ହୁଏ।ଦୁଃଖୀ ହେବା ସହି ହୁଏ,ସୁଖୀ ହେବା ବୁଝିହୁଏ ହେଲେ ସେଇ ସୁଖୀ ହେବା ଦୁଃଖୀ ହେବା ମଝିରେ ଏକ ଅସହ୍ୟ ଯନ୍ତ୍ରଣା ଥାଏ,ଯାହାର ମୁହଁ ନଥାଇ ନୀରବ ଚିତ୍କାର କରେ।ସେ ଚିତ୍କାର ଛାତି ଫଟେଇ ଦିଏ।ଲୁହ ହେଇ ବହିଲେ ତ ଅଳ୍ପ କଷ୍ଟ ବୋହିହେଇଯାଏ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେ ଅକଥନୀୟ ଯନ୍ତ୍ରଣାର ବୋଝ ବୋହିବାକୁ ପଡ଼େ।

ସେ ଯେମିତି ହାରି ଯାଇଛି,ଶକ୍ତ କଚଡା ଖାଇଛି।ତାକୁ ସୌରଭର ପ୍ରେମ ହରେଇ ଦେଇଛି।କେମିତି ଜଣେ ଏଭଳି ନିଃସ୍ୱାର୍ଥ ପ୍ରେମ କରିପାରେ?ପ୍ରତ୍ୟାଖ୍ୟାନ ପରେ ସେ ଆହୁରି

Jyotshna Rani Sahoo

ରାତ୍ରି ଦୀର୍ଘ ଥାଏ ସୈାରଭ ପାଇଁ। ଆଉ ପ୍ରିୟଙ୍କା ସବୁକୁ ସ୍ବପ୍ନ ଭାବି ଆଖିପତା ତଳେ ଜାବୁଡ଼ି ଧରି ଦୀର୍ଘ ସମୟ ଯାଏଁ ଶୋଇ ପଡ଼ିଲା।ଆଖି ଖୋଲିଲା ପରେ ଭ୍ରମ ଆଉ ସତ୍ୟତା ଭିତରେ କିଛି ଫରକ୍ ବାରି ପାରିନି। ଓଃ!! କେତେ ଭୟଙ୍କର ଦୁଃସ୍ୱପ୍ନ!! ବେସିନ ପାଖକୁ ଯାଇ ପାଣି ଛାଟି ପକାଉଥାଏ ମୁହଁରେ;ଅସ୍ପଷ୍ଟ ଦିଶୁଥିବା ଆଖିରେ ଆଉ ଓଜନରେ ନଇଁ ପଡୁଥିବା ମୁଣ୍ଡରେ।ବୋଉର ଖୁବ୍ ବଡ଼ ପାଟି ତାକୁ ପ୍ରକୃସ୍ଥିିତ କରେଇ ଦେଲା। "ଯହୁଁ ବଡ଼ ହେଉଛୁ ତହିଁ କୁଗୁଣ ସବୁ ମାଡ଼ି ବସୁଛି। ଦରକାର୍ ନାହିଁ ସେ ଚାକିରି,ପାଠ ପଢ଼ା।ଆମ ଝିଅଟା ,ଝିଅ ହେଇକି ରହ।ଦେହ ବିଗାଡି ସାରିଲୁଣି।ଆଖି କୋରଡରେ ପଶି ଗଲାଣି। ଏ ଚେହେରା ଦେଖି କେତେ ପୁ #yqodia #କିଛିଠାରୁଅଧିକ

read more
କିଛି ଠାରୁ ଅଧିକ

(ଭାଗ - ୮) ରାତ୍ରି ଦୀର୍ଘ ଥାଏ ସୈାରଭ ପାଇଁ। ଆଉ ପ୍ରିୟଙ୍କା ସବୁକୁ ସ୍ବପ୍ନ ଭାବି ଆଖିପତା ତଳେ ଜାବୁଡ଼ି ଧରି ଦୀର୍ଘ ସମୟ ଯାଏଁ ଶୋଇ ପଡ଼ିଲା।ଆଖି ଖୋଲିଲା ପରେ ଭ୍ରମ ଆଉ ସତ୍ୟତା ଭିତରେ କିଛି ଫରକ୍ ବାରି ପାରିନି।
ଓଃ!! କେତେ ଭୟଙ୍କର ଦୁଃସ୍ୱପ୍ନ!! ବେସିନ ପାଖକୁ ଯାଇ ପାଣି ଛାଟି ପକାଉଥାଏ ମୁହଁରେ;ଅସ୍ପଷ୍ଟ ଦିଶୁଥିବା ଆଖିରେ ଆଉ ଓଜନରେ ନଇଁ ପଡୁଥିବା ମୁଣ୍ଡରେ।ବୋଉର ଖୁବ୍ ବଡ଼ ପାଟି ତାକୁ ପ୍ରକୃସ୍ଥିିତ କରେଇ ଦେଲା। 
"ଯହୁଁ ବଡ଼ ହେଉଛୁ ତହିଁ କୁଗୁଣ ସବୁ ମାଡ଼ି ବସୁଛି।
ଦରକାର୍ ନାହିଁ ସେ ଚାକିରି,ପାଠ ପଢ଼ା।ଆମ ଝିଅଟା ,ଝିଅ ହେଇକି ରହ।ଦେହ ବିଗାଡି ସାରିଲୁଣି।ଆଖି କୋରଡରେ ପଶି ଗଲାଣି। ଏ ଚେହେରା ଦେଖି କେତେ ପୁ

Jyotshna Rani Sahoo

କିଛି ଭାବନା ପ୍ରିୟଙ୍କାକୁ ବ୍ୟତିବ୍ୟସ୍ତ କରି ଦେଉଥାଏ।ସେ କ'ଣ ଖୁସି ନୁହଁ ସୈାରଭ ପାଇଁ?ଏବେ ସେ ଆଗକୁ ବଢୁଛି,ନିଜ ପାଇଁ ଭାବୁଛି।ସେଇଆ ହିଁ ତ ଚାହୁଁଥିଲା ନା ପ୍ରିୟଙ୍କା!ସେ ତ ବହୁତ୍ ଭଲ କାମ କରିଛି।ତା' ପାଇଁ ଗୋଟେ ଉଜୁଡ଼ା ଜୀବନ ସଜେଇ ହଉଛି।ତାକୁ ଆଉ କ'ଣ ଦରକାର?ହେଲେ ଦୁଃଖ?ଦୁଃଖ ଯେ ଅକାରଣ ନଥାଏ।ଅକାରଣ ଥିଲେ ବି ଆମେ ଖୋଜୁ କାରଣ। ଖୋଳୁ ନିଜ ହୃଦୟକୁ।ଆଉ ସେଇ ଖୋଳିବା ଦିଏ ଅକଥନୀୟ ଯନ୍ତ୍ରଣା।ହଁ; ପ୍ରିୟଙ୍କା ପାଉଛି ଅକଥନୀୟ ଯନ୍ତ୍ରଣା।ବୋଧେ ଆଉ ସେ କାରଣ ନାହିଁ ଯେଉଁ କାରଣ ପାଇଁ ସେ ନିଜ ମନକୁ ବୁଝାଏ ସୈାରଭ ସାଙ୍ଗରେ କଥା ହେବା ପାଇଁ।ନିଜ ଜୀବନର ଲକ୍ଷ୍ୟ,କିଛି ପଣ ସବୁ କିଛିଦିନ ପାଇଁ ପାଣି ଭଳିଆ ଥ #yqodia #କିଛିଠାରୁଅଧିକ

read more
କିଛି ଠାରୁ ଅଧିକ

ଭାଗ - ୭ କିଛି ଭାବନା ପ୍ରିୟଙ୍କାକୁ ବ୍ୟତିବ୍ୟସ୍ତ କରି ଦେଉଥାଏ।ସେ କ'ଣ ଖୁସି ନୁହଁ ସୈାରଭ ପାଇଁ?ଏବେ ସେ ଆଗକୁ ବଢୁଛି,ନିଜ ପାଇଁ ଭାବୁଛି।ସେଇଆ ହିଁ ତ ଚାହୁଁଥିଲା ନା ପ୍ରିୟଙ୍କା!ସେ ତ ବହୁତ୍ ଭଲ କାମ କରିଛି।ତା' ପାଇଁ ଗୋଟେ ଉଜୁଡ଼ା ଜୀବନ ସଜେଇ ହଉଛି।ତାକୁ ଆଉ କ'ଣ ଦରକାର?ହେଲେ ଦୁଃଖ?ଦୁଃଖ ଯେ ଅକାରଣ ନଥାଏ।ଅକାରଣ ଥିଲେ ବି ଆମେ ଖୋଜୁ କାରଣ। ଖୋଳୁ ନିଜ ହୃଦୟକୁ।ଆଉ ସେଇ ଖୋଳିବା ଦିଏ ଅକଥନୀୟ ଯନ୍ତ୍ରଣା।ହଁ; ପ୍ରିୟଙ୍କା ପାଉଛି ଅକଥନୀୟ ଯନ୍ତ୍ରଣା।ବୋଧେ ଆଉ ସେ କାରଣ ନାହିଁ ଯେଉଁ କାରଣ ପାଇଁ ସେ ନିଜ ମନକୁ ବୁଝାଏ ସୈାରଭ ସାଙ୍ଗରେ କଥା ହେବା ପାଇଁ।ନିଜ ଜୀବନର ଲକ୍ଷ୍ୟ,କିଛି ପଣ ସବୁ କିଛିଦିନ ପାଇଁ ପାଣି ଭଳିଆ ଥ

Jyotshna Rani Sahoo

ଭାବନା କେବେ କାହା ସାଙ୍ଗରେ କେମିତି ଯୋଡ଼ି ହେଇଯାଏ କେବେ ପ୍ରାକ୍ ସୂଚନା ଦିଏ ନାହିଁ।କେବେକେବେ ଏତେ ଶକ୍ତ ସେ ଯୋଡ଼ ଯେ, ଜଣେ କେହି ଅନ୍ୟର କେହି ନହେଇ ମଧ୍ୟ ନକହିବା ଆଗରୁ ଅନୁଭବ କରିପାରେ ତା'ର ଯନ୍ତ୍ରଣା।ଏମିତିରେ ପ୍ରିୟଙ୍କା ଭାବ ପ୍ରବଣତାରେ ପରିପୂର୍ଣ୍ଣ ଝିଅଟିଏ।ନିଜ ଦୁନିଆରେ ମସଗୁଲ୍ କେବେ କାହା ଦୁନିଆ ଏତେ ଯନ୍ତ୍ରଣା ଦାୟକ ବୋଲି ଜାଣି ନଥିଲା। ଥରେଥରେ ସାମ୍ନା ଲୋକର ଯନ୍ତ୍ରଣା ଏତେ ବେଶି ଓଜନିଆ ହେଇଥାଏ ଯେ,ଯେବେଯେବେ ଅନୁଭବ କରିବା ସେଇଟା ଆମର ଅତୀତ ନୁହଁ ଆଉ କାହାର;ନିଜ ଜୀବନ ଅତ୍ୟନ୍ତ ହାଲୁକା ଲାଗେ। ଏସବୁ ପରେ ଏକ ଦୀର୍ଘ ନିଃଶ୍ୱାସ ନେଇ ଆପଣେଇ ନେଉ ନିଜ କମ୍ ମୁନିଆ କଣ୍ଟା ଯୁକ୍ତ ରାସ୍ତା #yqodia #କିଛିଠାରୁଅଧିକ

read more
କିଛି ଠାରୁ ଅଧିକ

ଭାଗ - ୬ ଭାବନା କେବେ କାହା ସାଙ୍ଗରେ କେମିତି ଯୋଡ଼ି ହେଇଯାଏ କେବେ ପ୍ରାକ୍ ସୂଚନା ଦିଏ ନାହିଁ।କେବେକେବେ ଏତେ ଶକ୍ତ ସେ ଯୋଡ଼ ଯେ, ଜଣେ କେହି ଅନ୍ୟର କେହି ନହେଇ ମଧ୍ୟ  ନକହିବା ଆଗରୁ ଅନୁଭବ କରିପାରେ ତା'ର ଯନ୍ତ୍ରଣା।ଏମିତିରେ ପ୍ରିୟଙ୍କା ଭାବ ପ୍ରବଣତାରେ ପରିପୂର୍ଣ୍ଣ ଝିଅଟିଏ।ନିଜ ଦୁନିଆରେ ମସଗୁଲ୍ କେବେ କାହା ଦୁନିଆ ଏତେ ଯନ୍ତ୍ରଣା ଦାୟକ ବୋଲି ଜାଣି ନଥିଲା।

ଥରେଥରେ ସାମ୍ନା ଲୋକର ଯନ୍ତ୍ରଣା ଏତେ ବେଶି ଓଜନିଆ ହେଇଥାଏ ଯେ,ଯେବେଯେବେ ଅନୁଭବ କରିବା ସେଇଟା ଆମର ଅତୀତ ନୁହଁ ଆଉ କାହାର;ନିଜ ଜୀବନ ଅତ୍ୟନ୍ତ ହାଲୁକା ଲାଗେ। ଏସବୁ ପରେ ଏକ ଦୀର୍ଘ ନିଃଶ୍ୱାସ ନେଇ ଆପଣେଇ ନେଉ ନିଜ କମ୍ ମୁନିଆ କଣ୍ଟା ଯୁକ୍ତ ରାସ୍ତା

Jyotshna Rani Sahoo

ୟା ଭିତରେ 'ଆପଣ'ଟା ପରିବର୍ତ୍ତନ ହେଇ ଯାଇଥିଲା ' ତମେ ' ରେ।ତା'ର ଭନକ ଦୁହିଁଙ୍କୁ ନାହିଁ।ଦୁଃଖ ଶୁଣିଲା ଲୋକ ଦୁଃଖ ଦେଲା ଲୋକଠୁ ଢେର୍ ଉର୍ଦ୍ଧ୍ୱରେ ଥାଏ। ଧୀରେ ଧୀରେ ସୈାରଭକୁ ନେଇ ପ୍ରିୟଙ୍କାର ହୃଦୟରେ ଚିନ୍ତାର ମେଘଟେ ଘୋଡ଼େଇ ସାରିଲାଣି।ସତରେ କ'ଣ ତା' ଡାଡିଙ୍କୁ ମିଛ କହି ହାରିଯାଇଥିବା ପୁଅଠୁ ପ୍ରେମର ପ୍ରତିଶ୍ରୁତି ରକ୍ଷା କରୁଥିବା ପ୍ରେମିକ ଏତେ ମହାନ୍! ଖୁବ୍ ଭାଙ୍ଗି ଯାଇଥିବ ସେ। ଏ କି ପ୍ରକାର ମୋହ ? କିଛି ସମୟ ଅଟକି ପୁଣି ଆରମ୍ଭ କଲା ସୈାରଭ।କାରଣ ଆଉ ବେଶି ସମୟ ଅଟକି ଗଲେ ବୋଧେ ଆଉଥରେ କହିବା ଆରମ୍ଭ କରିବା ଅସମ୍ଭବ ହେଇଯିବ ତା' ପାଇଁ।ହୃଦୟରୁ କିଛି ଯନ୍ତ୍ରଣାର ଗରମ୍ ଧୂଆଁ ବାହାରି ଯାଉଥାଏ #yqodia #କିଛିଠାରୁଅଧିକ

read more
କିଛି ଠାରୁ ଅଧିକ

ଭାଗ - ୫ ୟା ଭିତରେ 'ଆପଣ'ଟା ପରିବର୍ତ୍ତନ ହେଇ ଯାଇଥିଲା ' ତମେ ' ରେ।ତା'ର ଭନକ ଦୁହିଁଙ୍କୁ ନାହିଁ।ଦୁଃଖ ଶୁଣିଲା ଲୋକ ଦୁଃଖ ଦେଲା ଲୋକଠୁ ଢେର୍ ଉର୍ଦ୍ଧ୍ୱରେ ଥାଏ। ଧୀରେ ଧୀରେ ସୈାରଭକୁ ନେଇ ପ୍ରିୟଙ୍କାର ହୃଦୟରେ ଚିନ୍ତାର ମେଘଟେ ଘୋଡ଼େଇ ସାରିଲାଣି।ସତରେ କ'ଣ ତା' ଡାଡିଙ୍କୁ ମିଛ କହି ହାରିଯାଇଥିବା ପୁଅଠୁ ପ୍ରେମର ପ୍ରତିଶ୍ରୁତି ରକ୍ଷା କରୁଥିବା ପ୍ରେମିକ ଏତେ ମହାନ୍! ଖୁବ୍ ଭାଙ୍ଗି ଯାଇଥିବ ସେ। ଏ କି ପ୍ରକାର ମୋହ ?
କିଛି ସମୟ ଅଟକି ପୁଣି ଆରମ୍ଭ କଲା ସୈାରଭ।କାରଣ  ଆଉ ବେଶି ସମୟ ଅଟକି ଗଲେ ବୋଧେ ଆଉଥରେ କହିବା ଆରମ୍ଭ କରିବା ଅସମ୍ଭବ ହେଇଯିବ ତା' ପାଇଁ।ହୃଦୟରୁ କିଛି ଯନ୍ତ୍ରଣାର ଗରମ୍ ଧୂଆଁ ବାହାରି ଯାଉଥାଏ

Jyotshna Rani Sahoo

ଅପେକ୍ଷାର ଆଉ ଦୁଇ ମିନିଟ୍ ଥିଲା, ସୈାରଭର ଫୋନ୍ ଆସିଛି।ସେ ମଧ୍ୟ ଏ ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ଚାହେଁ।ଅତୀତ ପ୍ରକାଶ କରିବା ଆଗରୁ କେତେ ଥର ତାକୁ ଅଣ୍ଡାଳି ଚାଲିଛି,ଆଉ ନିଜକୁ କ୍ଷତାକ୍ତ କରି ଦେଇଛି। ଆଉ ବିଳମ୍ବ ନକରି ଫୋନ୍ ଉଠେଇ ଦେଇଛି ପ୍ରିୟଙ୍କା। - ହ୍ୟାଲୋ ସୈାରଭ। - ହଁ - କେମିତି ଅଛ? - ଠିକ୍ ଅଛି। - ସରି - ପୁଣି କାହିଁକି? #yqodia #କିଛିଠାରୁଅଧିକ

read more
କିଛି ଠାରୁ ଅଧିକ

ଭାଗ - ୪ ଅପେକ୍ଷାର ଆଉ ଦୁଇ ମିନିଟ୍ ଥିଲା, ସୈାରଭର ଫୋନ୍ ଆସିଛି।ସେ ମଧ୍ୟ ଏ ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ଚାହେଁ।ଅତୀତ ପ୍ରକାଶ କରିବା ଆଗରୁ କେତେ ଥର ତାକୁ ଅଣ୍ଡାଳି ଚାଲିଛି,ଆଉ ନିଜକୁ କ୍ଷତାକ୍ତ କରି ଦେଇଛି।
ଆଉ ବିଳମ୍ବ ନକରି ଫୋନ୍ ଉଠେଇ ଦେଇଛି ପ୍ରିୟଙ୍କା।
- ହ୍ୟାଲୋ ସୈାରଭ।
- ହଁ
- କେମିତି ଅଛ?
- ଠିକ୍ ଅଛି।
- ସରି
- ପୁଣି କାହିଁକି?

Jyotshna Rani Sahoo

ନିଜ ଚେଷ୍ଟା ଥରେଥରେ ଚେଷ୍ଟାରେ ରହିଗଲେ ଅନ୍ତତଃ ଟିକେ ଆଶ୍ଵାସନା ଥାଏ। ସୌରଭକୁ ଅଧୈର୍ଯ୍ୟ ହେଇ ଫୋନ୍ କରୁଥିବା ପ୍ରିୟଙ୍କା କିଛି କ୍ଷଣ ସ୍ଥିର ହେଇଗଲା।କ'ଣ ବା ସେ କଥା ହେବ?ଅନ୍ତତଃ କ୍ଷମା ମାଗି ପାରିବ ତା'ର ସେଇ ଶେଷ ଭୁଲ୍ ପାଇଁ।ସୁନ୍ଦର ସମ୍ପର୍କ ଗଢି ନ ହେଇଥିଲେ ବି ତିକ୍ତତାରେ ଅନ୍ତ ହେବନାହିଁ କିଛି।ଏଥିରେ ବି ଥାଏ ନିଜର ବିଜୟ। ବହୁତ୍ ସମୟ ରିଙ୍ଗ ପରେ ଯାଇ ପ୍ରିୟଙ୍କା ଉଠେଉଛି ଫୋନ୍ - ହ୍ୟାଲୋ। - ହଁ। - କେମିତି ଅଛ ସୈାରଭ? - ଠିକ୍ ଅଛି। - ସରି। - କାହିଁକି କହୁଛନ୍ତି ? #yqodia #କିଛିଠାରୁଅଧିକ

read more
କିଛି ଠାରୁ ଅଧିକ

ତୃତୀୟ ଭାଗ,,, ନିଜ ଚେଷ୍ଟା ଥରେଥରେ ଚେଷ୍ଟାରେ ରହିଗଲେ ଅନ୍ତତଃ ଟିକେ ଆଶ୍ଵାସନା ଥାଏ। ସୌରଭକୁ ଅଧୈର୍ଯ୍ୟ ହେଇ ଫୋନ୍ କରୁଥିବା ପ୍ରିୟଙ୍କା କିଛି କ୍ଷଣ ସ୍ଥିର ହେଇଗଲା।କ'ଣ ବା ସେ କଥା ହେବ?ଅନ୍ତତଃ କ୍ଷମା ମାଗି ପାରିବ ତା'ର ସେଇ ଶେଷ ଭୁଲ୍ ପାଇଁ।ସୁନ୍ଦର ସମ୍ପର୍କ ଗଢି ନ ହେଇଥିଲେ ବି ତିକ୍ତତାରେ ଅନ୍ତ ହେବନାହିଁ କିଛି।ଏଥିରେ ବି ଥାଏ ନିଜର ବିଜୟ।
ବହୁତ୍ ସମୟ ରିଙ୍ଗ ପରେ ଯାଇ ପ୍ରିୟଙ୍କା ଉଠେଉଛି ଫୋନ୍ 
- ହ୍ୟାଲୋ।
- ହଁ।
- କେମିତି ଅଛ ସୈାରଭ?
- ଠିକ୍ ଅଛି।
- ସରି।
- କାହିଁକି କହୁଛନ୍ତି ?

Jyotshna Rani Sahoo

- କ୍ଷମା କରିବେ,ମୁଁ ଦୁଇଦିନ ହେଲା ଡ଼ାକ୍ତରଖାନାରେ ଥିଲି।ଆପଣଙ୍କ ମେସେଜ ର ଆଉ ଉତ୍ତର ରଖିପାରିନି।ଫୋନ୍ ମୋ ବେଷ୍ଟ ଫ୍ରେଣ୍ଡ୍ ଶିବାନୀ ପାଖରେ ଥିଲା। ପ୍ରିୟଙ୍କା ମନେମନେ ଭାବିଥିଲା କି, ତା'ର ' ହେଲୋ ' ବଦଳରେ 'ହାଏ' ଆସିଲେ,ସେଇ 'ହେଲୋ ହାଏ'କୁ ସେଇଠି ପୂର୍ଣ୍ଣଚ୍ଛେଦ ଦେଇଦେବ।କିନ୍ତୁ ଡାକ୍ତରଖାନା କଥା ଦେଖି,ମାନବିକତା ଦୃଷ୍ଟିରୁ ଆଉଥରେ ଦେହ କଥା ପଚାରିବା ଉଚିତ୍ ଭାବିଲା।ଦେଖିଲା ସେ ଅନ୍ ଲାଇନ୍ ଅଛି। ଏଟା ଶେଷଥର।ଯଦି ଆଉଥରେ ବିଳମ୍ବରେ ଉତ୍ତର ଦେଲା,ତାକୁ ସିଧା ଅନ୍ ଫ୍ରେଣ୍ଡ୍ କରିଦେବ।ତା'ର ଏସବୁ ବ୍ୟବହାର, ଯାହାକି ସାମାନ୍ୟ ଥାଏ କିନ୍ତୁ ପ୍ରିୟଙ୍କାକୁ ବହୁତ୍ ହଇରାଣ କରିଲାଣି। ଆଉ ବିଳମ୍ବ ନକରି ତ #yqodia #କିଛି #କିଛିଠାରୁଅଧିକ

read more
#କିଛି ଠାରୁ ଅଧିକ#

ଦ୍ଵିତୀୟ ଭାଗ,,, - କ୍ଷମା କରିବେ,ମୁଁ ଦୁଇଦିନ ହେଲା ଡ଼ାକ୍ତରଖାନାରେ ଥିଲି।ଆପଣଙ୍କ ମେସେଜ ର ଆଉ ଉତ୍ତର ରଖିପାରିନି।ଫୋନ୍ ମୋ ବେଷ୍ଟ ଫ୍ରେଣ୍ଡ୍ ଶିବାନୀ ପାଖରେ ଥିଲା।

ପ୍ରିୟଙ୍କା ମନେମନେ ଭାବିଥିଲା କି, ତା'ର ' ହେଲୋ ' ବଦଳରେ 'ହାଏ' ଆସିଲେ,ସେଇ 'ହେଲୋ ହାଏ'କୁ ସେଇଠି ପୂର୍ଣ୍ଣଚ୍ଛେଦ ଦେଇଦେବ।କିନ୍ତୁ ଡାକ୍ତରଖାନା କଥା ଦେଖି,ମାନବିକତା ଦୃଷ୍ଟିରୁ ଆଉଥରେ ଦେହ କଥା ପଚାରିବା ଉଚିତ୍ ଭାବିଲା।ଦେଖିଲା ସେ ଅନ୍ ଲାଇନ୍ ଅଛି। ଏଟା ଶେଷଥର।ଯଦି ଆଉଥରେ ବିଳମ୍ବରେ ଉତ୍ତର ଦେଲା,ତାକୁ ସିଧା ଅନ୍ ଫ୍ରେଣ୍ଡ୍ କରିଦେବ।ତା'ର ଏସବୁ ବ୍ୟବହାର, ଯାହାକି ସାମାନ୍ୟ ଥାଏ କିନ୍ତୁ ପ୍ରିୟଙ୍କାକୁ ବହୁତ୍ ହଇରାଣ କରିଲାଣି।
ଆଉ ବିଳମ୍ବ ନକରି ତ
loader
Home
Explore
Events
Notification
Profile