Nojoto: Largest Storytelling Platform

କିଛି ଠାରୁ ଅଧିକ ଭାଗ - ୬ ଭାବନା କେବେ କାହା ସାଙ୍ଗରେ କେ

କିଛି ଠାରୁ ଅଧିକ

ଭାଗ - ୬ ଭାବନା କେବେ କାହା ସାଙ୍ଗରେ କେମିତି ଯୋଡ଼ି ହେଇଯାଏ କେବେ ପ୍ରାକ୍ ସୂଚନା ଦିଏ ନାହିଁ।କେବେକେବେ ଏତେ ଶକ୍ତ ସେ ଯୋଡ଼ ଯେ, ଜଣେ କେହି ଅନ୍ୟର କେହି ନହେଇ ମଧ୍ୟ  ନକହିବା ଆଗରୁ ଅନୁଭବ କରିପାରେ ତା'ର ଯନ୍ତ୍ରଣା।ଏମିତିରେ ପ୍ରିୟଙ୍କା ଭାବ ପ୍ରବଣତାରେ ପରିପୂର୍ଣ୍ଣ ଝିଅଟିଏ।ନିଜ ଦୁନିଆରେ ମସଗୁଲ୍ କେବେ କାହା ଦୁନିଆ ଏତେ ଯନ୍ତ୍ରଣା ଦାୟକ ବୋଲି ଜାଣି ନଥିଲା।

ଥରେଥରେ ସାମ୍ନା ଲୋକର ଯନ୍ତ୍ରଣା ଏତେ ବେଶି ଓଜନିଆ ହେଇଥାଏ ଯେ,ଯେବେଯେବେ ଅନୁଭବ କରିବା ସେଇଟା ଆମର ଅତୀତ ନୁହଁ ଆଉ କାହାର;ନିଜ ଜୀବନ ଅତ୍ୟନ୍ତ ହାଲୁକା ଲାଗେ। ଏସବୁ ପରେ ଏକ ଦୀର୍ଘ ନିଃଶ୍ୱାସ ନେଇ ଆପଣେଇ ନେଉ ନିଜ କମ୍ ମୁନିଆ କଣ୍ଟା ଯୁକ୍ତ ରାସ୍ତା। ଯେଉଁଥିରେ ରକ୍ତାକ୍ତ ନହେଲେ ବି ସାମାନ୍ୟ ବାଧା ସୃଷ୍ଟି ହେଉଥିଲା । ଆମକୁ ସେଟା ଦିନେ ଦୁର୍ବିସହ ଲାଗିଥିଲା।
କିନ୍ତୁ ପ୍ରିୟଙ୍କା ହାଲୁକା ହେଇ ପାରୁ ନଥିଲା।ସେ ନିଜକୁ ବୁଝେଇ ପାରୁ ନଥିଲା କି ସେ ଯନ୍ତ୍ରଣା ତା'ର ନୁହଁ, ସୌରଭର।ମୁହଁ ମୋଡ଼ି ପାରିବ ନାହିଁ ସେ, କିଛି ସତ୍ୟତା ନଥିବା ଜୀବନ୍ତ ଅନୁଭବରୁ।

ସୌରଭ କଷ୍ଟକୁ ଶବ୍ଦରେ ସଜେଇବା ଦ୍ଵାରା ହୁଏତ ଶବ୍ଦ ମାନେ ବେଶି କଷ୍ଟ ପାଇବେ।ସେ ପୁଣି ବଂଚିଥିଲା ସେଇ ଅନୁଭବ ସାଙ୍ଗେ ଯିଏ ତାକୁ ଦିନେ ମୃତ୍ୟୁ ଠାରୁ ଦୟନୀୟ ଅବସ୍ଥା ଦେଖେଇ ଥିଲା। ନିଃସ୍ୱାର୍ଥ ପ୍ରେମ ବଦଳରେ ପୁରସ୍କାର ସ୍ୱରୂପ ଏସବୁ ପ୍ରାପ୍ତ କରିଥିଲା।ସେ ଏବେ ଯାଏଁ ସେ ଭୟଙ୍କର ଦୁନିଆରୁ ବାହାରି ପାରିନି ଓଲଟି ଆହୁରି ବେଶି ବେଶି ଧସେଇ ପଶେ। ସେ ଅବାଞ୍ଛିତ ସ୍ମୃତି ଗୁଡ଼ିକ ତାକୁ ଯନ୍ତ୍ରଣାର ସରଶର୍ଯ୍ୟାରେ ଶୋଇବାକୁ ବାଧ୍ୟ କରନ୍ତି ।ସେ କିନ୍ତୁ ଅଭ୍ୟସ୍ତ ଏସବୁ ପାଇଁ ।

ସକାଳୁ ଗୋଟେ' ଗୁଡ ମର୍ଣ୍ଣିଂ 'ଲେଖିବା ପାଇଁ ତାକୁ କେତେ ସାହସ ଜୁଟେଇବାକୁ ପଡ଼ିଥିବ ସେ ହିଁ ଜାଣିଛି କିନ୍ତୁ ପ୍ରିୟଙ୍କାକୁ ସେ ମେସେଜଟି ଅସମ୍ଭବ ମାତ୍ରାରେ ବିଶ୍ରାନ୍ତ ପ୍ରଦାନ କରିଛି। ପରବର୍ତ୍ତୀ ଦିନ କିଛି ପରିବର୍ତ୍ତନ ଛୁଇଁଛି ସୈାରଭକୁ।ତା' ପଛର ରହସ୍ୟ ସେ ଜାଣିଛି। ଏ ପରିବର୍ତ୍ତନର ଅନେକ ଦିଗ।ତନ୍ମଧ୍ୟରୁ ଯାହା ସର୍ବସାଧାରଣ ହେଉଛି, ନିଜ ହୃଦୟର ସତ୍ୟତାକୁ ମଲାଟ ଚଢେଇବା ପାଇଁ ପରିବର୍ତ୍ତନର ଭ୍ରମକୁ ଆଲିଙ୍ଗନ କରିବାକୁ ପଡ଼େ।

ଭାବନା କେବେ କାହା ସାଙ୍ଗରେ କେମିତି ଯୋଡ଼ି ହେଇଯାଏ କେବେ ପ୍ରାକ୍ ସୂଚନା ଦିଏ ନାହିଁ।କେବେକେବେ ଏତେ ଶକ୍ତ ସେ ଯୋଡ଼ ଯେ, ଜଣେ କେହି ଅନ୍ୟର କେହି ନହେଇ ମଧ୍ୟ ନକହିବା ଆଗରୁ ଅନୁଭବ କରିପାରେ ତା'ର ଯନ୍ତ୍ରଣା।ଏମିତିରେ ପ୍ରିୟଙ୍କା ଭାବ ପ୍ରବଣତାରେ ପରିପୂର୍ଣ୍ଣ ଝିଅଟିଏ।ନିଜ ଦୁନିଆରେ ମସଗୁଲ୍ କେବେ କାହା ଦୁନିଆ ଏତେ ଯନ୍ତ୍ରଣା ଦାୟକ ବୋଲି ଜାଣି ନଥିଲା। ଥରେଥରେ ସାମ୍ନା ଲୋକର ଯନ୍ତ୍ରଣା ଏତେ ବେଶି ଓଜନିଆ ହେଇଥାଏ ଯେ,ଯେବେଯେବେ ଅନୁଭବ କରିବା ସେଇଟା ଆମର ଅତୀତ ନୁହଁ ଆଉ କାହାର;ନିଜ ଜୀବନ ଅତ୍ୟନ୍ତ ହାଲୁକା ଲାଗେ। ଏସବୁ ପରେ ଏକ ଦୀର୍ଘ ନିଃଶ୍ୱାସ ନେଇ ଆପଣେଇ ନେଉ ନିଜ କମ୍ ମୁନିଆ କଣ୍ଟା ଯୁକ୍ତ ରାସ୍ତା। ଯେଉଁଥିରେ ରକ୍ତାକ୍ତ ନହେଲେ ବି ସାମାନ୍ୟ ବାଧା ସୃଷ୍ଟି ହେଉଥିଲା । ଆମକୁ ସେଟା ଦିନେ ଦୁର୍ବିସହ ଲାଗିଥିଲା। କିନ୍ତୁ ପ୍ରିୟଙ୍କା ହାଲୁକା ହେଇ ପାରୁ ନଥିଲା।ସେ ନିଜକୁ ବୁଝେଇ ପାରୁ ନଥିଲା କି ସେ ଯନ୍ତ୍ରଣା ତା'ର ନୁହଁ, ସୌରଭର।ମୁହଁ ମୋଡ଼ି ପାରିବ ନାହିଁ ସେ, କିଛି ସତ୍ୟତା ନଥିବା ଜୀବନ୍ତ ଅନୁଭବରୁ। ସୌରଭ କଷ୍ଟକୁ ଶବ୍ଦରେ ସଜେଇବା ଦ୍ଵାରା ହୁଏତ ଶବ୍ଦ ମାନେ ବେଶି କଷ୍ଟ ପାଇବେ।ସେ ପୁଣି ବଂଚିଥିଲା ସେଇ ଅନୁଭବ ସାଙ୍ଗେ ଯିଏ ତାକୁ ଦିନେ ମୃତ୍ୟୁ ଠାରୁ ଦୟନୀୟ ଅବସ୍ଥା ଦେଖେଇ ଥିଲା। ନିଃସ୍ୱାର୍ଥ ପ୍ରେମ ବଦଳରେ ପୁରସ୍କାର ସ୍ୱରୂପ ଏସବୁ ପ୍ରାପ୍ତ କରିଥିଲା।ସେ ଏବେ ଯାଏଁ ସେ ଭୟଙ୍କର ଦୁନିଆରୁ ବାହାରି ପାରିନି ଓଲଟି ଆହୁରି ବେଶି ବେଶି ଧସେଇ ପଶେ। ସେ ଅବାଞ୍ଛିତ ସ୍ମୃତି ଗୁଡ଼ିକ ତାକୁ ଯନ୍ତ୍ରଣାର ସରଶର୍ଯ୍ୟାରେ ଶୋଇବାକୁ ବାଧ୍ୟ କରନ୍ତି ।ସେ କିନ୍ତୁ ଅଭ୍ୟସ୍ତ ଏସବୁ ପାଇଁ । ସକାଳୁ ଗୋଟେ' ଗୁଡ ମର୍ଣ୍ଣିଂ 'ଲେଖିବା ପାଇଁ ତାକୁ କେତେ ସାହସ ଜୁଟେଇବାକୁ ପଡ଼ିଥିବ ସେ ହିଁ ଜାଣିଛି କିନ୍ତୁ ପ୍ରିୟଙ୍କାକୁ ସେ ମେସେଜଟି ଅସମ୍ଭବ ମାତ୍ରାରେ ବିଶ୍ରାନ୍ତ ପ୍ରଦାନ କରିଛି। ପରବର୍ତ୍ତୀ ଦିନ କିଛି ପରିବର୍ତ୍ତନ ଛୁଇଁଛି ସୈାରଭକୁ।ତା' ପଛର ରହସ୍ୟ ସେ ଜାଣିଛି। ଏ ପରିବର୍ତ୍ତନର ଅନେକ ଦିଗ।ତନ୍ମଧ୍ୟରୁ ଯାହା ସର୍ବସାଧାରଣ ହେଉଛି, ନିଜ ହୃଦୟର ସତ୍ୟତାକୁ ମଲାଟ ଚଢେଇବା ପାଇଁ ପରିବର୍ତ୍ତନର ଭ୍ରମକୁ ଆଲିଙ୍ଗନ କରିବାକୁ ପଡ଼େ। #yqodia #କିଛିଠାରୁଅଧିକ