Nojoto: Largest Storytelling Platform

ଶ୍ରାବଣର ଶରାଘାତରେ ରଙ୍ଗ ବଦଳ‌ଉଥିଲା ନୂଆ କରି ଛାଉଣି ହୋଇଥ

ଶ୍ରାବଣର ଶରାଘାତରେ ରଙ୍ଗ ବଦଳ‌ଉଥିଲା ନୂଆ କରି ଛାଉଣି ହୋଇଥିବା ବୃନ୍ଦାବନର ନୂଆଣି ଚାଳ ଛପର ଘରଟା।
ଜୀବନର ପ୍ରତିଟି ମୁହୂର୍ତ୍ତକୁ ନିଜ ଅପତ୍ତ୍ୟ ମାନଙ୍କର ସ୍ୱାଚ୍ଛନ୍ଦ୍ୟ 
ପାଇଁ ଅନେକ ଖୁସିର ଖଜଣା ସେ ଦେଇ ଚାଲିଥିଲା।କୋଳେଇ କାଖେଇବା ବୟସରୁ ଜାଆଁଳା ପିଲା ଦୁଇଟାକୁ ଛାଡ଼ି ରୁବି ସବୁଦିନ ପାଇଁ ସାତପର କରି ଚାଲି ଯାଇଥିଲା। ସେବେଠୁ ସେ ବୃନ୍ଦାବନ ରୁ ବଳଦ ସାଜି ଯାଇଛି। ପିଲା ଦୁଇଟାଙ୍କର ବାପା ବୋଉ ସାଜି ଯାଇଛି। ପିଲା ଦୁଇଟାକୁ ମଣିଷ କରି ଗଢ଼ି ତୋଳିବ ବୋଲି ନିଜକୁ ଅନ୍ୟ ପାଖରେ ମୂଲିଆ ସଜେଇ ଦେଇଛି। ସେ ଭଙ୍ଗା ଚାଳିଆ ଟାକୁ ଗାଁ ସାହୁକାର ପାଖରେ ବନ୍ଧା ପକାଇ ଦୁଇ ବରଷ ଭିତରେ ସବୁ ଟଙ୍କା ସୁଝି ଦେଇ ଘର ମୁକୁଳେଇ ନବ ବୋଲି ମହୁଲତ ମାଗିଛି। 

                ( ଅନୁଶୀର୍ଷକ ରେ ଦେଖନ୍ତୁ ବୃନ୍ଦାବନ ର ଘର ମୁକୁଳିଲା କି ନାହିଁ ) ଶ୍ରାବଣର ଶରାଘାତରେ ରଙ୍ଗ ବଦଳ‌ଉଥିଲା ନୂଆ କରି ଛାଉଣି ହୋଇଥିବା ବୃନ୍ଦାବନର ନୂଆଣି ଚାଳ ଛପର ଘରଟା।

ପାଇଁ ଅନେକ ଖୁସିର ଖଜଣା ସେ ଦେଇ ଚାଲିଥିଲା। କୋଳେଇ କାଖେଇବା ବୟସରୁ ଜାଆଁଳା ପିଲା ଦୁଇଟାକୁ ଛାଡ଼ି ରୁବି ସବୁଦିନ ପାଇଁ ସାତପର କରି ଚାଲି ଯାଇଥିଲା। ସେବେଠୁ ସେ ବୃନ୍ଦାବନ ରୁ ବଳଦ ସାଜି ଯାଇଛି। ପିଲା ଦୁଇଟାଙ୍କର ବାପା ବୋଉ ସାଜି ଯାଇଛି। ପିଲା ଦୁଇଟାକୁ ମଣିଷ କରି ଗଢ଼ି ତୋଳିବ ବୋଲି ନିଜକୁ ଅନ୍ୟ ପାଖରେ ମୂଲିଆ ସଜେଇ ଦେଇଛି। ସେ ଭଙ୍ଗା ଚାଳିଆ ଟାକୁ ଗାଁ ସାହୁକାର ପାଖରେ ବନ୍ଧା ପକାଇ ଦୁଇ ବରଷ ଭିତରେ ସବୁ ଟଙ୍କା ସୁଝି ଦେଇ ଘର ମୁକୁଳେଇ ନବ ବୋଲି ମହୁଲତ ମାଗିଛି। 
                         ପିଲା ଦୁଇଟା ଏବେ ସହରରେ ପାଠ ପଢ଼ୁଛନ୍ତି। ମାସକୁ ମାସ ସେମାନଙ୍କର ପଢ଼ା ଖର୍ଚ୍ଚ ପାଇଁ ଦରକାର ଟଙ୍କା କୁ ବୃନ୍ଦାବନ ଯାଇ ଗାଁ ପୋଷ୍ଟ ଅଫିସରେ ଜମା କରିଦିଏ। ଗାଁ ଛାଡ଼ି ପିଲା ଦୁଇଟା ସହରରେ ପଢ଼ୁଥାଆନ୍ତି ତେଣୁ କେତେବେଳେ କ'ଣ ଦରକାର ପଡ଼ୁଥିବ ଭାବି ବୁଢ଼ା କୁ ନିଦ ଆସେନି। ଗାଁ ମୁଣ୍ଡ ଦୋକାନରେ ହୁରି ପଡ଼ିଛି, ବୃନ୍ଦାବନ ର ଦୁଇ ଦୁଇଟା ପୁଅ ଏକାଥରେ ଚାକିରୀ ପାଇଛନ୍ତି। ସିଏ ପୁଣି ଏମିତି ସେମିତି ନୁହଁ। ଓ. ଜେ. ଏସ୍ ପରୀକ୍ଷାରେ ଦୁହେଁ ଏକା ସାଙ୍ଗରେ କୃତିତ୍ୱ ଅର୍ଜନ କରିଛନ୍ତି। ବୃନ୍ଦାବନ ର ଏକଥା ଶୁଣି ମାଟିରେ ଆଉ ପାଦ ଲାଗୁନଥାଏ। ପ୍ରଥମ ଥର ପାଇଁ ସେ ବାରି ପଟ ପିଣ୍ଡା ରେ ଶୋଇ କେତେ ସପନର ତୁଳସୀ ମାଳା ଗଡ଼‌ଉଥିଲା। ମନେ ମନେ ବାଉଳି ହେଉଥାଏ ରାଜୁ ବିଜୁ ଦୁହେଁ କଳା କୋର୍ଟ , କଳା ବୁଟ୍ ଲଗେଇ ଆସିବେ। ସେମାନଙ୍କ ପଢ଼ା ପାଇଁ ବନ୍ଧା ପଡ଼ି ଥିବା ଏ ଭଙ୍ଗା ଚାଳିଆଟାକୁ ମୁକୁଳେଇ ଆଣିବେ। ସେ ପାଖ ବରିଆ ଝିଅ ସାଙ୍ଗେ ନିଜ ରାଜୁଆ ର ବାହାଘର କରିବ, ନାତି ନାତୁଣୀ ଙ୍କୁ କାନ୍ଧରେ ବସେଇ ଗାଁ ସାରା ବୁଲେଇବ। ଏମିତି କେତେ ସପନ ସେ ଅନ୍ଧାର ଭିତରେ ସେ ଦେଖି ଚାଲିଥାଏ।
                               ରାତି ପାହିଲା, ସକାଳ ହେଲା। ବୃନ୍ଦାବନର ଦୁଇଟା ଭେଣ୍ଡିଆ ପୁଅ ଧଳା ଆମ୍ବାସର୍ଡର ଧରି ଗାଁ କୁ ଫେରିଛନ୍ତି। ସେ ଗାଁ ର ପ୍ରଥମ ହାକିମ ଚାକିରୀ ପୁଣି ଦୁଇ ଦୁଇଟା ହାକିମ ଙ୍କୁ ଦେଖିବା ଲାଗି ଗାଁ ସାରା ଗହଳି। ଗାଡ଼ି ରୁ ଓହ୍ଲେଇବା କ୍ଷଣି ବୃନ୍ଦାବନ ତା ରାଜୁ ବିଜୁ ଙ୍କୁ ଭିଡ଼ି ଧରିଲା ଆଉ ଭୋ ଭୋ ହେଇ କାନ୍ଦିଲା, ଆଉ ମୁଣ୍ଡ ରୁ ଗୋଡ଼ ଯାଏ ଦୁଇ ପୁଅଙ୍କୁ ଗେଲ କରି ବସୁଥାଏ। ହେଲେ ବୃନ୍ଦାବନର ଦେହରୁ ବାହାରୁଥିବା ପେଜୁଆ ବାସନା ରେ ରାଜୁ ବିଜୁ ଦୁହେଁ ଅତିଷ୍ଠ ହେଇ ଯାଉଥିଲେ। ଆଉ ବୃନ୍ଦାବନ ଏକଥା ଜାଣିପାରି  ଟିକେ ଦୂରେଇ ଗଲା ଆଉ ଗୋଟେ କଡ଼କୁ ସରେଇ ଯାଇ ଦୁଇ ପୁଅଙ୍କୁ ଘର ଭିତରକୁ ଡାକିଲା। ଆଉ ରାଜୁ ବିଜୁ ଏକା ସ୍ବରରେ କହିଲେ, "ଦେଖ ବାପା ଆମେ ବିବାହିତ ଆମେ ସହରରେ ରହିବୁ, ଆମେ ଏ ଚାଳିଆ ଘରେ ରହି ପାରିବୁନି; ତମକୁ ଆମ ସାଙ୍ଗରେ ନବା ପାଇଁ ଆସିଛୁ" ମୂକ ପାଲଟି ଯାଇଥାଏ ବୃନ୍ଦାବନ। ବହୁ କଷ୍ଟରେ ବଳ ଯୋଗାଡ଼ି ପଚାରିଲା ଆଉ ଏ ଘର। ରାଜୁ କହିଲା ଏ ଘର କ'ଣ ହବ ଆଉ ବରଂ ସାହୁକାର କୁ ସମ୍ପୂର୍ଣ୍ଣ ରୂପେ ଦେଇ ଦବା ଆଉ କରଜ ମୁକ୍ତ ହେଇ ଯିବା। ବିଜୁ ବଡ଼ ଭାଇ ରାଜୁର କଥାରେ ହଁ ଭରିଲା ଆଉ କହିଲା "ବାପା ତମେ ସ‌ଅଳ ତମ ଗଣ୍ଠିଲି ବାନ୍ଧ ଆମେ ଏବେ ସହରକୁ ଚାଲିଯିବା"
                        ବୃନ୍ଦାବନ ର ଆଖି କୋଣରେ ଲୁହର ଢେଉ ତରଙ୍ଗ ଖେଳିବାକୁ ଚାହିଁଲେଣି। ହଠାତ୍ ସାଇତି ରଖିଥିବା ରୁବି ର ଦୁଇ ପଟ ଶଙ୍ଖା କୁ ଅଣ୍ଟିରେ ଭିଡ଼ିଲା ଆଉ ଯିବା ବେଳେ ଶୁଣିଲା ଯେମିତି ତା ରୁବି ତାକୁ କହୁଛି "ଥକି ପଡ଼ିଲକି, ସବୁ ତ ଦେଇ ଦେଇଛ ଆଉ ଏ ଚାଳିଆଟା ରେ କ'ଣ ଅଛି ଦେଇଦିଅ" ବୃନ୍ଦାବନ ଘରୁ ଆସି କାର୍ ର ପଛପଟ ସିଟ୍ ରେ ବସିଲା।
                   ହଠାତ୍ କଳାଧୂଆଁ ଛାଡ଼ି କାର୍ ଟା ଯିବାକୁ ବାହାରିଲା, ଆଉ ବୃନ୍ଦାବନ କାର ର ପାର୍ଶ୍ଵ କାଚରୁ ମୁଣ୍ଡ କାଢ଼ି 
"ପଛକୁ ବୁଲି ବୁଲି ଚାହୁଁଥିଲା"

ଶ୍ରାବଣର ଶରାଘାତରେ ରଙ୍ଗ ବଦଳ‌ଉଥିଲା ନୂଆ କରି ଛାଉଣି ହୋଇଥିବା ବୃନ୍ଦାବନର ନୂଆଣି ଚାଳ ଛପର ଘରଟା। ଜୀବନର ପ୍ରତିଟି ମୁହୂର୍ତ୍ତକୁ ନିଜ ଅପତ୍ତ୍ୟ ମାନଙ୍କର ସ୍ୱାଚ୍ଛନ୍ଦ୍ୟ ପାଇଁ ଅନେକ ଖୁସିର ଖଜଣା ସେ ଦେଇ ଚାଲିଥିଲା। କୋଳେଇ କାଖେଇବା ବୟସରୁ ଜାଆଁଳା ପିଲା ଦୁଇଟାକୁ ଛାଡ଼ି ରୁବି ସବୁଦିନ ପାଇଁ ସାତପର କରି ଚାଲି ଯାଇଥିଲା। ସେବେଠୁ ସେ ବୃନ୍ଦାବନ ରୁ ବଳଦ ସାଜି ଯାଇଛି। ପିଲା ଦୁଇଟାଙ୍କର ବାପା ବୋଉ ସାଜି ଯାଇଛି। ପିଲା ଦୁଇଟାକୁ ମଣିଷ କରି ଗଢ଼ି ତୋଳିବ ବୋଲି ନିଜକୁ ଅନ୍ୟ ପାଖରେ ମୂଲିଆ ସଜେଇ ଦେଇଛି। ସେ ଭଙ୍ଗା ଚାଳିଆ ଟାକୁ ଗାଁ ସାହୁକାର ପାଖରେ ବନ୍ଧା ପକାଇ ଦୁଇ ବରଷ ଭିତରେ ସବୁ ଟଙ୍କା ସୁଝି ଦେଇ ଘର ମୁକୁଳେଇ ନବ ବୋଲି ମହୁଲତ ମାଗିଛି। ପିଲା ଦୁଇଟା ଏବେ ସହରରେ ପାଠ ପଢ଼ୁଛନ୍ତି। ମାସକୁ ମାସ ସେମାନଙ୍କର ପଢ଼ା ଖର୍ଚ୍ଚ ପାଇଁ ଦରକାର ଟଙ୍କା କୁ ବୃନ୍ଦାବନ ଯାଇ ଗାଁ ପୋଷ୍ଟ ଅଫିସରେ ଜମା କରିଦିଏ। ଗାଁ ଛାଡ଼ି ପିଲା ଦୁଇଟା ସହରରେ ପଢ଼ୁଥାଆନ୍ତି ତେଣୁ କେତେବେଳେ କ'ଣ ଦରକାର ପଡ଼ୁଥିବ ଭାବି ବୁଢ଼ା କୁ ନିଦ ଆସେନି। ଗାଁ ମୁଣ୍ଡ ଦୋକାନରେ ହୁରି ପଡ଼ିଛି, ବୃନ୍ଦାବନ ର ଦୁଇ ଦୁଇଟା ପୁଅ ଏକାଥରେ ଚାକିରୀ ପାଇଛନ୍ତି। ସିଏ ପୁଣି ଏମିତି ସେମିତି ନୁହଁ। ଓ. ଜେ. ଏସ୍ ପରୀକ୍ଷାରେ ଦୁହେଁ ଏକା ସାଙ୍ଗରେ କୃତିତ୍ୱ ଅର୍ଜନ କରିଛନ୍ତି। ବୃନ୍ଦାବନ ର ଏକଥା ଶୁଣି ମାଟିରେ ଆଉ ପାଦ ଲାଗୁନଥାଏ। ପ୍ରଥମ ଥର ପାଇଁ ସେ ବାରି ପଟ ପିଣ୍ଡା ରେ ଶୋଇ କେତେ ସପନର ତୁଳସୀ ମାଳା ଗଡ଼‌ଉଥିଲା। ମନେ ମନେ ବାଉଳି ହେଉଥାଏ ରାଜୁ ବିଜୁ ଦୁହେଁ କଳା କୋର୍ଟ , କଳା ବୁଟ୍ ଲଗେଇ ଆସିବେ। ସେମାନଙ୍କ ପଢ଼ା ପାଇଁ ବନ୍ଧା ପଡ଼ି ଥିବା ଏ ଭଙ୍ଗା ଚାଳିଆଟାକୁ ମୁକୁଳେଇ ଆଣିବେ। ସେ ପାଖ ବରିଆ ଝିଅ ସାଙ୍ଗେ ନିଜ ରାଜୁଆ ର ବାହାଘର କରିବ, ନାତି ନାତୁଣୀ ଙ୍କୁ କାନ୍ଧରେ ବସେଇ ଗାଁ ସାରା ବୁଲେଇବ। ଏମିତି କେତେ ସପନ ସେ ଅନ୍ଧାର ଭିତରେ ସେ ଦେଖି ଚାଲିଥାଏ। ରାତି ପାହିଲା, ସକାଳ ହେଲା। ବୃନ୍ଦାବନର ଦୁଇଟା ଭେଣ୍ଡିଆ ପୁଅ ଧଳା ଆମ୍ବାସର୍ଡର ଧରି ଗାଁ କୁ ଫେରିଛନ୍ତି। ସେ ଗାଁ ର ପ୍ରଥମ ହାକିମ ଚାକିରୀ ପୁଣି ଦୁଇ ଦୁଇଟା ହାକିମ ଙ୍କୁ ଦେଖିବା ଲାଗି ଗାଁ ସାରା ଗହଳି। ଗାଡ଼ି ରୁ ଓହ୍ଲେଇବା କ୍ଷଣି ବୃନ୍ଦାବନ ତା ରାଜୁ ବିଜୁ ଙ୍କୁ ଭିଡ଼ି ଧରିଲା ଆଉ ଭୋ ଭୋ ହେଇ କାନ୍ଦିଲା, ଆଉ ମୁଣ୍ଡ ରୁ ଗୋଡ଼ ଯାଏ ଦୁଇ ପୁଅଙ୍କୁ ଗେଲ କରି ବସୁଥାଏ। ହେଲେ ବୃନ୍ଦାବନର ଦେହରୁ ବାହାରୁଥିବା ପେଜୁଆ ବାସନା ରେ ରାଜୁ ବିଜୁ ଦୁହେଁ ଅତିଷ୍ଠ ହେଇ ଯାଉଥିଲେ। ଆଉ ବୃନ୍ଦାବନ ଏକଥା ଜାଣିପାରି ଟିକେ ଦୂରେଇ ଗଲା ଆଉ ଗୋଟେ କଡ଼କୁ ସରେଇ ଯାଇ ଦୁଇ ପୁଅଙ୍କୁ ଘର ଭିତରକୁ ଡାକିଲା। ଆଉ ରାଜୁ ବିଜୁ ଏକା ସ୍ବରରେ କହିଲେ, "ଦେଖ ବାପା ଆମେ ବିବାହିତ ଆମେ ସହରରେ ରହିବୁ, ଆମେ ଏ ଚାଳିଆ ଘରେ ରହି ପାରିବୁନି; ତମକୁ ଆମ ସାଙ୍ଗରେ ନବା ପାଇଁ ଆସିଛୁ" ମୂକ ପାଲଟି ଯାଇଥାଏ ବୃନ୍ଦାବନ। ବହୁ କଷ୍ଟରେ ବଳ ଯୋଗାଡ଼ି ପଚାରିଲା ଆଉ ଏ ଘର। ରାଜୁ କହିଲା ଏ ଘର କ'ଣ ହବ ଆଉ ବରଂ ସାହୁକାର କୁ ସମ୍ପୂର୍ଣ୍ଣ ରୂପେ ଦେଇ ଦବା ଆଉ କରଜ ମୁକ୍ତ ହେଇ ଯିବା। ବିଜୁ ବଡ଼ ଭାଇ ରାଜୁର କଥାରେ ହଁ ଭରିଲା ଆଉ କହିଲା "ବାପା ତମେ ସ‌ଅଳ ତମ ଗଣ୍ଠିଲି ବାନ୍ଧ ଆମେ ଏବେ ସହରକୁ ଚାଲିଯିବା" ବୃନ୍ଦାବନ ର ଆଖି କୋଣରେ ଲୁହର ଢେଉ ତରଙ୍ଗ ଖେଳିବାକୁ ଚାହିଁଲେଣି। ହଠାତ୍ ସାଇତି ରଖିଥିବା ରୁବି ର ଦୁଇ ପଟ ଶଙ୍ଖା କୁ ଅଣ୍ଟିରେ ଭିଡ଼ିଲା ଆଉ ଯିବା ବେଳେ ଶୁଣିଲା ଯେମିତି ତା ରୁବି ତାକୁ କହୁଛି "ଥକି ପଡ଼ିଲକି, ସବୁ ତ ଦେଇ ଦେଇଛ ଆଉ ଏ ଚାଳିଆଟା ରେ କ'ଣ ଅଛି ଦେଇଦିଅ" ବୃନ୍ଦାବନ ଘରୁ ଆସି କାର୍ ର ପଛପଟ ସିଟ୍ ରେ ବସିଲା। ହଠାତ୍ କଳାଧୂଆଁ ଛାଡ଼ି କାର୍ ଟା ଯିବାକୁ ବାହାରିଲା, ଆଉ ବୃନ୍ଦାବନ କାର ର ପାର୍ଶ୍ଵ କାଚରୁ ମୁଣ୍ଡ କାଢ଼ି "ପଛକୁ ବୁଲି ବୁଲି ଚାହୁଁଥିଲା" #Challenge #Collab #YourQuoteAndMine #odiawritings #yqodia #Yqbhaina #YoStoWriMoଓଡ଼ିଆ #yqodiastory3