Nojoto: Largest Storytelling Platform

କିଛି ଠାରୁ ଅଧିକ ଭାଗ - ୫ ୟା ଭିତରେ 'ଆପଣ'ଟା ପରିବର୍ତ୍ତ

କିଛି ଠାରୁ ଅଧିକ

ଭାଗ - ୫ ୟା ଭିତରେ 'ଆପଣ'ଟା ପରିବର୍ତ୍ତନ ହେଇ ଯାଇଥିଲା ' ତମେ ' ରେ।ତା'ର ଭନକ ଦୁହିଁଙ୍କୁ ନାହିଁ।ଦୁଃଖ ଶୁଣିଲା ଲୋକ ଦୁଃଖ ଦେଲା ଲୋକଠୁ ଢେର୍ ଉର୍ଦ୍ଧ୍ୱରେ ଥାଏ। ଧୀରେ ଧୀରେ ସୈାରଭକୁ ନେଇ ପ୍ରିୟଙ୍କାର ହୃଦୟରେ ଚିନ୍ତାର ମେଘଟେ ଘୋଡ଼େଇ ସାରିଲାଣି।ସତରେ କ'ଣ ତା' ଡାଡିଙ୍କୁ ମିଛ କହି ହାରିଯାଇଥିବା ପୁଅଠୁ ପ୍ରେମର ପ୍ରତିଶ୍ରୁତି ରକ୍ଷା କରୁଥିବା ପ୍ରେମିକ ଏତେ ମହାନ୍! ଖୁବ୍ ଭାଙ୍ଗି ଯାଇଥିବ ସେ। ଏ କି ପ୍ରକାର ମୋହ ?
କିଛି ସମୟ ଅଟକି ପୁଣି ଆରମ୍ଭ କଲା ସୈାରଭ।କାରଣ  ଆଉ ବେଶି ସମୟ ଅଟକି ଗଲେ ବୋଧେ ଆଉଥରେ କହିବା ଆରମ୍ଭ କରିବା ଅସମ୍ଭବ ହେଇଯିବ ତା' ପାଇଁ।ହୃଦୟରୁ କିଛି ଯନ୍ତ୍ରଣାର ଗରମ୍ ଧୂଆଁ ବାହାରି ଯାଉଥାଏ ତା'ର।କିଛି କିଛି ଯେମିତି ପ୍ରିୟଙ୍କା ପାଖକୁ ପହଞ୍ଚି ତରଳାଇ ଦେଉଥାଏ ତାକୁ।

-ମୁଁ ପହଞ୍ଚି ଗଲି ସିନା ସେଠିକୁ ହେଲେ ମତେ ତା' ମୁହଁରେ ବି ମୋ ଡାଡିଙ୍କ ହାରିଯାଇଥିବା ଅବଶ ମୁହଁଟି ଦିଶୁଥାଏ।ଗୋଟେ ହାରି ଯାଇଥିବା ବାପା ପ୍ରେମକୁ ଜିତିବାକୁ ଯାଉଥିବା ପୁଅକୁ ଧିକ୍କାର ଦେଇଥିଲେ।ମୁଁ ତାକୁ, ମତେ ତୁରନ୍ତ ଏମିତି ଡାକିବାର କାରଣ ପଚାରିବାରୁ ସେ ମୋ ଛାତିରେ ଆଉଜି ଗଲା।ତା' ହାତ ଦୁଇଟାକୁ ମୋ ବେକର ମାଳ କରି ଛନ୍ଦିଦେଲା ।ତା' ପ୍ରେମ ଭରା ଆଖିରେ ଅଜାଡ଼ି ଦେଲା ପ୍ରଣୟର ବାରିଦ।ସତ କହୁଛି ସେ ଥର ମତେ ସବୁ ବହୁତ୍ ବିରକ୍ତ ଲାଗିଥିଲା।ଇଚ୍ଛା ହେଉଥିଲା ତାକୁ ଶକ୍ତ ଚାପୁଡ଼ା କଷି ଦିଅନ୍ତି।ହେଲେ ସେ ନିରୀହ ଚାହାଣୀ,ମୋ ପ୍ରତି ଆନ୍ତରିକତା ,ତା'ର ଅପେକ୍ଷାର ଆବେଗ ସବୁକୁ ଦେଖି କିଏ ବା କେତେ ନିଷ୍ଠୁର ହେଇପାରିବ!ତାକୁ ମୋ ପ୍ରଶ୍ନର ତୀର ମାରିବା ଆଗରୁ ମୋ ଗାଲରେ ଥିଲା ପ୍ରେମର ପ୍ରଥମ ପରଶ।ତଥାପି ମୁଁ ଭିଜୁ ନଥାଏ ସେ ପ୍ରେମର ପ୍ରଥମ ବର୍ଷାରେ। ରିୟା ଥିଲା ନିଜ ଦୁନିଆରେ।ମତେ କେବଳ ଟାଣିବାକୁ ଚେଷ୍ଟା କରୁଥାଏ ସେ ଦୁନିଆକୁ।
-ବହୁତ୍ ଭଲପାଏ ତୁମକୁ ସୈାରଭ।ମତେ କେବଳ ତୁମର ଟିକେ ସମୟ ଦରକାର ନାହିଁ,ମତେ ତୁମେ ତୁମର ସମୟ କରିଦିଅ ନା! ସମୟ ଭଳିଆ ଅହରହ ବହିବାକୁ ଚାହେଁ।
ତାଠୁ ଏସବୁ ଶୁଣି ମୁଁ ବି ବିହ୍ୱଳ ହେଇଗଲି।
- ମୁଁ ବି ଭଲପାଏ ତୁମକୁ, ମୋ ପରିବାର ଲୋକଙ୍କ ଭଳିଆ।
- ଭଳିଆ? ମୁଁ କ'ଣ ସ୍ଵତନ୍ତ୍ର ନୁହଁ ତୁମପାଇଁ?ସେ ପ୍ରେମ କ'ଣ କେବଳ ମୋର ହେଇପାରିବ ନାହିଁ? ସୈାରଭ କେବଳ ରିୟାର ଆଉ ରିୟା ସମ୍ପୂର୍ଣ୍ଣ ତା'ର। ଆହାଃ,,

ୟା ଭିତରେ 'ଆପଣ'ଟା ପରିବର୍ତ୍ତନ ହେଇ ଯାଇଥିଲା ' ତମେ ' ରେ।ତା'ର ଭନକ ଦୁହିଁଙ୍କୁ ନାହିଁ।ଦୁଃଖ ଶୁଣିଲା ଲୋକ ଦୁଃଖ ଦେଲା ଲୋକଠୁ ଢେର୍ ଉର୍ଦ୍ଧ୍ୱରେ ଥାଏ। ଧୀରେ ଧୀରେ ସୈାରଭକୁ ନେଇ ପ୍ରିୟଙ୍କାର ହୃଦୟରେ ଚିନ୍ତାର ମେଘଟେ ଘୋଡ଼େଇ ସାରିଲାଣି।ସତରେ କ'ଣ ତା' ଡାଡିଙ୍କୁ ମିଛ କହି ହାରିଯାଇଥିବା ପୁଅଠୁ ପ୍ରେମର ପ୍ରତିଶ୍ରୁତି ରକ୍ଷା କରୁଥିବା ପ୍ରେମିକ ଏତେ ମହାନ୍! ଖୁବ୍ ଭାଙ୍ଗି ଯାଇଥିବ ସେ। ଏ କି ପ୍ରକାର ମୋହ ? କିଛି ସମୟ ଅଟକି ପୁଣି ଆରମ୍ଭ କଲା ସୈାରଭ।କାରଣ ଆଉ ବେଶି ସମୟ ଅଟକି ଗଲେ ବୋଧେ ଆଉଥରେ କହିବା ଆରମ୍ଭ କରିବା ଅସମ୍ଭବ ହେଇଯିବ ତା' ପାଇଁ।ହୃଦୟରୁ କିଛି ଯନ୍ତ୍ରଣାର ଗରମ୍ ଧୂଆଁ ବାହାରି ଯାଉଥାଏ ତା'ର।କିଛି କିଛି ଯେମିତି ପ୍ରିୟଙ୍କା ପାଖକୁ ପହଞ୍ଚି ତରଳାଇ ଦେଉଥାଏ ତାକୁ। -ମୁଁ ପହଞ୍ଚି ଗଲି ସିନା ସେଠିକୁ ହେଲେ ମତେ ତା' ମୁହଁରେ ବି ମୋ ଡାଡିଙ୍କ ହାରିଯାଇଥିବା ଅବଶ ମୁହଁଟି ଦିଶୁଥାଏ।ଗୋଟେ ହାରି ଯାଇଥିବା ବାପା ପ୍ରେମକୁ ଜିତିବାକୁ ଯାଉଥିବା ପୁଅକୁ ଧିକ୍କାର ଦେଇଥିଲେ।ମୁଁ ତାକୁ, ମତେ ତୁରନ୍ତ ଏମିତି ଡାକିବାର କାରଣ ପଚାରିବାରୁ ସେ ମୋ ଛାତିରେ ଆଉଜି ଗଲା।ତା' ହାତ ଦୁଇଟାକୁ ମୋ ବେକର ମାଳ କରି ଛନ୍ଦିଦେଲା ।ତା' ପ୍ରେମ ଭରା ଆଖିରେ ଅଜାଡ଼ି ଦେଲା ପ୍ରଣୟର ବାରିଦ।ସତ କହୁଛି ସେ ଥର ମତେ ସବୁ ବହୁତ୍ ବିରକ୍ତ ଲାଗିଥିଲା।ଇଚ୍ଛା ହେଉଥିଲା ତାକୁ ଶକ୍ତ ଚାପୁଡ଼ା କଷି ଦିଅନ୍ତି।ହେଲେ ସେ ନିରୀହ ଚାହାଣୀ,ମୋ ପ୍ରତି ଆନ୍ତରିକତା ,ତା'ର ଅପେକ୍ଷାର ଆବେଗ ସବୁକୁ ଦେଖି କିଏ ବା କେତେ ନିଷ୍ଠୁର ହେଇପାରିବ!ତାକୁ ମୋ ପ୍ରଶ୍ନର ତୀର ମାରିବା ଆଗରୁ ମୋ ଗାଲରେ ଥିଲା ପ୍ରେମର ପ୍ରଥମ ପରଶ।ତଥାପି ମୁଁ ଭିଜୁ ନଥାଏ ସେ ପ୍ରେମର ପ୍ରଥମ ବର୍ଷାରେ। ରିୟା ଥିଲା ନିଜ ଦୁନିଆରେ।ମତେ କେବଳ ଟାଣିବାକୁ ଚେଷ୍ଟା କରୁଥାଏ ସେ ଦୁନିଆକୁ। -ବହୁତ୍ ଭଲପାଏ ତୁମକୁ ସୈାରଭ।ମତେ କେବଳ ତୁମର ଟିକେ ସମୟ ଦରକାର ନାହିଁ,ମତେ ତୁମେ ତୁମର ସମୟ କରିଦିଅ ନା! ସମୟ ଭଳିଆ ଅହରହ ବହିବାକୁ ଚାହେଁ। ତାଠୁ ଏସବୁ ଶୁଣି ମୁଁ ବି ବିହ୍ୱଳ ହେଇଗଲି। - ମୁଁ ବି ଭଲପାଏ ତୁମକୁ, ମୋ ପରିବାର ଲୋକଙ୍କ ଭଳିଆ। - ଭଳିଆ? ମୁଁ କ'ଣ ସ୍ଵତନ୍ତ୍ର ନୁହଁ ତୁମପାଇଁ?ସେ ପ୍ରେମ କ'ଣ କେବଳ ମୋର ହେଇପାରିବ ନାହିଁ? ସୈାରଭ କେବଳ ରିୟାର ଆଉ ରିୟା ସମ୍ପୂର୍ଣ୍ଣ ତା'ର। ଆହାଃ,, #yqodia #କିଛିଠାରୁଅଧିକ