Nojoto: Largest Storytelling Platform

କିଛି ଠାରୁ ଅଧିକ (ଭାଗ - ୮) ରାତ୍ରି ଦୀର୍ଘ ଥାଏ ସୈାରଭ ପ

କିଛି ଠାରୁ ଅଧିକ

(ଭାଗ - ୮) ରାତ୍ରି ଦୀର୍ଘ ଥାଏ ସୈାରଭ ପାଇଁ। ଆଉ ପ୍ରିୟଙ୍କା ସବୁକୁ ସ୍ବପ୍ନ ଭାବି ଆଖିପତା ତଳେ ଜାବୁଡ଼ି ଧରି ଦୀର୍ଘ ସମୟ ଯାଏଁ ଶୋଇ ପଡ଼ିଲା।ଆଖି ଖୋଲିଲା ପରେ ଭ୍ରମ ଆଉ ସତ୍ୟତା ଭିତରେ କିଛି ଫରକ୍ ବାରି ପାରିନି।
ଓଃ!! କେତେ ଭୟଙ୍କର ଦୁଃସ୍ୱପ୍ନ!! ବେସିନ ପାଖକୁ ଯାଇ ପାଣି ଛାଟି ପକାଉଥାଏ ମୁହଁରେ;ଅସ୍ପଷ୍ଟ ଦିଶୁଥିବା ଆଖିରେ ଆଉ ଓଜନରେ ନଇଁ ପଡୁଥିବା ମୁଣ୍ଡରେ।ବୋଉର ଖୁବ୍ ବଡ଼ ପାଟି ତାକୁ ପ୍ରକୃସ୍ଥିିତ କରେଇ ଦେଲା। 
"ଯହୁଁ ବଡ଼ ହେଉଛୁ ତହିଁ କୁଗୁଣ ସବୁ ମାଡ଼ି ବସୁଛି।
ଦରକାର୍ ନାହିଁ ସେ ଚାକିରି,ପାଠ ପଢ଼ା।ଆମ ଝିଅଟା ,ଝିଅ ହେଇକି ରହ।ଦେହ ବିଗାଡି ସାରିଲୁଣି।ଆଖି କୋରଡରେ ପଶି ଗଲାଣି। ଏ ଚେହେରା ଦେଖି କେତେ ପୁଅଘର ଲେଉଟା ହେବେ ତାର ଠିକ୍ ନାହିଁ।କୋଉ ଚାକିରି କାମକୁ ଆସିବ ନାହିଁ,ବୁଝିଲୁ।ସେତେବେଳେ ଜାଣିବୁ ଯେ ଝିଅ ଜନମ ପ୍ରକୃତରେ କ'ଣ ପାଇଁ।"
ବୋଉ ରାଗରେ ଗାରୁଗାରୁ ହେଉଥାଏ।ଏସବୁ ଶାଣିତ ବାଣୀବି ବହୁତ୍ ଜରୁରି ହେଇଯାଏ ଦ୍ୱନ୍ଦ୍ଵରେ ରହୁଥିବା ହୃଦୟ ପାଇଁ।ସେ ଜାଣିପାରେ ହୃଦୟକୁ ଦେଖି ପାରେନି ସମାଜ।କିନ୍ତୁ ହୃଦୟ ଶୁଣେ ସମାଜର ଫୁସୁରୁ ଫୁସୁରୁ ଚୁଗୁଲି,କଟାକ୍ଷ।ଏମିତି କି ବେଶି ଅନୁଭବ କରେ ସେ କେଞ୍ଚା ଯନ୍ତ୍ରଣା।କାହାକୁ ଦିଶେନି,ନିଜ ଛଡ଼ା।ସବୁଠୁ ବେଶି ଖରାପ୍ ଲାଗେ ଯେବେ ସେଇ ସମାଜ ମୁହଁ ହେଇଯାଏ ଅତିରୁ ଅତି ଆପଣାର ମଣିଷର,ଯାହା ବିନା ତୁମେ ଅସମ୍ପୂର୍ଣ୍ଣ।ସେ ମୁହଁ ଉଗାଳି ଥାଏ ଲାଞ୍ଛନା।

ଭୁଲ୍ କରିଛି ସେଥିପାଇଁ ଚୁପ୍ ରହିବା ବାଧ୍ୟ ଠାରୁ ବେଶି ଗୁରୁତ୍ଵ ଏଥିପାଇଁ କି ଏବେ ସେ ସମାଜ ହେଇ କଥା ହେଉଥିବା ମୁହଁଟି ତା' ବୋଉ।ବୋଉର ରାଗରେ ପ୍ରେମ।ତା'ର କଟାକ୍ଷ ଚାହାଁଣୀରେ ବି ଦିଶେ ସୁନ୍ଦର ଉଜ୍ଜ୍ବଳ ଭବିଷ୍ୟତର ସ୍ବପ୍ନ।ତା'ର ଚାପୁଡ଼ାରେ ଗୁଞ୍ଜି ଉଠେ ମମତା ମମତା ମମତା।ମୁହଁକୁ ଧୋଇ ଦୋୖଡି ଗଲା ତା' ବୋଉ ଆଡେ଼।କାନିକୁ ଟାଣି ଓଦା ମୁହଁ ପୋଛିବାରେ ଲାଗିଲା।ତାକୁ କୁଣ୍ଢେଇ ଗାଲରେ ଗୋଟେ ଗେଲ ଦେଇଦେଲା।
ବୋଉ ଟିକେ ସାମାନ୍ୟ ଅଭିମାନର ଅଭିନୟ କରି କହିଲା,

ରାତ୍ରି ଦୀର୍ଘ ଥାଏ ସୈାରଭ ପାଇଁ। ଆଉ ପ୍ରିୟଙ୍କା ସବୁକୁ ସ୍ବପ୍ନ ଭାବି ଆଖିପତା ତଳେ ଜାବୁଡ଼ି ଧରି ଦୀର୍ଘ ସମୟ ଯାଏଁ ଶୋଇ ପଡ଼ିଲା।ଆଖି ଖୋଲିଲା ପରେ ଭ୍ରମ ଆଉ ସତ୍ୟତା ଭିତରେ କିଛି ଫରକ୍ ବାରି ପାରିନି। ଓଃ!! କେତେ ଭୟଙ୍କର ଦୁଃସ୍ୱପ୍ନ!! ବେସିନ ପାଖକୁ ଯାଇ ପାଣି ଛାଟି ପକାଉଥାଏ ମୁହଁରେ;ଅସ୍ପଷ୍ଟ ଦିଶୁଥିବା ଆଖିରେ ଆଉ ଓଜନରେ ନଇଁ ପଡୁଥିବା ମୁଣ୍ଡରେ।ବୋଉର ଖୁବ୍ ବଡ଼ ପାଟି ତାକୁ ପ୍ରକୃସ୍ଥିିତ କରେଇ ଦେଲା। "ଯହୁଁ ବଡ଼ ହେଉଛୁ ତହିଁ କୁଗୁଣ ସବୁ ମାଡ଼ି ବସୁଛି। ଦରକାର୍ ନାହିଁ ସେ ଚାକିରି,ପାଠ ପଢ଼ା।ଆମ ଝିଅଟା ,ଝିଅ ହେଇକି ରହ।ଦେହ ବିଗାଡି ସାରିଲୁଣି।ଆଖି କୋରଡରେ ପଶି ଗଲାଣି। ଏ ଚେହେରା ଦେଖି କେତେ ପୁଅଘର ଲେଉଟା ହେବେ ତାର ଠିକ୍ ନାହିଁ।କୋଉ ଚାକିରି କାମକୁ ଆସିବ ନାହିଁ,ବୁଝିଲୁ।ସେତେବେଳେ ଜାଣିବୁ ଯେ ଝିଅ ଜନମ ପ୍ରକୃତରେ କ'ଣ ପାଇଁ।" ବୋଉ ରାଗରେ ଗାରୁଗାରୁ ହେଉଥାଏ।ଏସବୁ ଶାଣିତ ବାଣୀବି ବହୁତ୍ ଜରୁରି ହେଇଯାଏ ଦ୍ୱନ୍ଦ୍ଵରେ ରହୁଥିବା ହୃଦୟ ପାଇଁ।ସେ ଜାଣିପାରେ ହୃଦୟକୁ ଦେଖି ପାରେନି ସମାଜ।କିନ୍ତୁ ହୃଦୟ ଶୁଣେ ସମାଜର ଫୁସୁରୁ ଫୁସୁରୁ ଚୁଗୁଲି,କଟାକ୍ଷ।ଏମିତି କି ବେଶି ଅନୁଭବ କରେ ସେ କେଞ୍ଚା ଯନ୍ତ୍ରଣା।କାହାକୁ ଦିଶେନି,ନିଜ ଛଡ଼ା।ସବୁଠୁ ବେଶି ଖରାପ୍ ଲାଗେ ଯେବେ ସେଇ ସମାଜ ମୁହଁ ହେଇଯାଏ ଅତିରୁ ଅତି ଆପଣାର ମଣିଷର,ଯାହା ବିନା ତୁମେ ଅସମ୍ପୂର୍ଣ୍ଣ।ସେ ମୁହଁ ଉଗାଳି ଥାଏ ଲାଞ୍ଛନା। ଭୁଲ୍ କରିଛି ସେଥିପାଇଁ ଚୁପ୍ ରହିବା ବାଧ୍ୟ ଠାରୁ ବେଶି ଗୁରୁତ୍ଵ ଏଥିପାଇଁ କି ଏବେ ସେ ସମାଜ ହେଇ କଥା ହେଉଥିବା ମୁହଁଟି ତା' ବୋଉ।ବୋଉର ରାଗରେ ପ୍ରେମ।ତା'ର କଟାକ୍ଷ ଚାହାଁଣୀରେ ବି ଦିଶେ ସୁନ୍ଦର ଉଜ୍ଜ୍ବଳ ଭବିଷ୍ୟତର ସ୍ବପ୍ନ।ତା'ର ଚାପୁଡ଼ାରେ ଗୁଞ୍ଜି ଉଠେ ମମତା ମମତା ମମତା।ମୁହଁକୁ ଧୋଇ ଦୋୖଡି ଗଲା ତା' ବୋଉ ଆଡେ଼।କାନିକୁ ଟାଣି ଓଦା ମୁହଁ ପୋଛିବାରେ ଲାଗିଲା।ତାକୁ କୁଣ୍ଢେଇ ଗାଲରେ ଗୋଟେ ଗେଲ ଦେଇଦେଲା। ବୋଉ ଟିକେ ସାମାନ୍ୟ ଅଭିମାନର ଅଭିନୟ କରି କହିଲା, #yqodia #କିଛିଠାରୁଅଧିକ