Nojoto: Largest Storytelling Platform

:: ସମୟ ॥ ମଣିଷ ::

                               ::  ସମୟ ॥ ମଣିଷ   ::

          ସତରେ ସମୟ ବଡ ବଳବ‍ାନ୍ । ତା ଇଚ୍ଛା ମୁତାବକ୍  ବଦଳାଇ ଦିଏ ସବୁକିଛି।

           ନୂଆ କିଛି ପାଇବାର ମୋହରେ ଏତେ ଆଗକୁ ବଢିଯାଏ ପାଗଳା ମଣିଷ ଯେ ପୁରୁଣା ଖେଳନାଗୁଡା କେତେ ପଛରେ ରହିଗଲା ତା ହିସାବ ରଖିପାରେନା । ସେ ଚକାଚକ୍ ଦୁନିଆ ଆହୁରି ରଙ୍ଗିନ୍ କରି ସ୍ୱପ୍ନକୁ ସଜାଡେ ଆଉ ତା ପଛରେ ଅଣାୟତ ହୋଇ ଦଉଡେ ମଣିଷ , ହାତ ପାପୁଲିରେ ଜାବୁଡି ସବୁକିଛି ନିଜର କରିନେବା ଲୋଭରେ ।ସେ ପୁରୁଣା ଖେଳନା ସହ ପଛରେ ରହିଯାଏ କିଛି ସ୍ମୃତି, କିଛି ଭଲପାଇବା ଆଉ ତା ସହ ମନର ମଣିଷ ବି।
           ସମୟର ଅନ୍ତରାଳେ ଯେବେ ଫେରି ଚାହେଁ, ଜୀବନର ପଶାପାଲିରେ ହାରିଯାଇଥାଏ ସବୁକିଛି । ଭୁଲିଯାଇଥାଏ ଅଭିମାନ କରିବା ଆଉ ମନଖୋଲି ମନକଥା କହିଦବାର ଶୈଳୀ। ଫେରିପାଇବାର ଚେଷ୍ଟାରେ ଅଣନିଶ୍ବାସୀ ହୁଏ, ଯେବେ ଲୁହଭିଜା ଆଖି ଶୁଖିଯାଇଥାଏ । ଅସହ୍ଯ ଯନ୍ତ୍ରଣାରେ ଫାଟି ପଡୁଥାଏ ମନ ,ଗଳା ଫଟେଇ ଚିତ୍କାର କରିବାକୁ ବି ଶକ୍ତି ନଥାଏ । ସେ ଅକୁହା କଥାସବୁ ଗଳ‍ାପାଖେ ଜମାଟବାନ୍ଧି ଚିପୁଡି ଅଲଗା କରୁଥାନ୍ତି ବାକିଥିବା ମନୋବଳକୁ  ।
           ଅସହାୟ ମଣିଷଟି ସେତେବେଳେ ଖୋଜିବୁଲେ ମୁକ୍ତିର ସେ ଅଣଓସାରିଆ ରାସ୍ତା ଖଣ୍ଡିକୁ ,କୋଉଠି ମିଳିଯିବ ଯଦି ପୁଣି ଜାବୁଡି ଧରିବ ସବୁଶକ୍ତି ଲଗେଇ ଆଉ କୁହୁଳି ପାଉଁଶ କୁଢରେ ଶେଷ କରିଦେବ ସବୁ ଇଚ୍ଛା ।
          ସମୟ ପୁଣି ବଦଳେଇ ଦେବ ସବୁକିଛି ସମସ୍ତଙ୍କ ଅଜାଣତରେ । #ସମୟ_ବଡ଼_ବଳବାନ୍ #ସମୟ_ମଣିଷ #ସମୟ  #timeispowerful  #yqodia #yqbhaina #munodia #kuchbateeinankahi

#ସମୟ_ବଡ଼_ବଳବାନ୍ #ସମୟ_ମଣିଷ #ସମୟ #timeispowerful #yqodia #Yqbhaina #munodia #kuchbateeinankahi