Nojoto: Largest Storytelling Platform

କିଛି ଠାରୁ ଅଧିକ ଭାଗ - ୭ କିଛି ଭାବନା ପ୍ରିୟଙ୍କାକୁ ବ୍ୟ

କିଛି ଠାରୁ ଅଧିକ

ଭାଗ - ୭ କିଛି ଭାବନା ପ୍ରିୟଙ୍କାକୁ ବ୍ୟତିବ୍ୟସ୍ତ କରି ଦେଉଥାଏ।ସେ କ'ଣ ଖୁସି ନୁହଁ ସୈାରଭ ପାଇଁ?ଏବେ ସେ ଆଗକୁ ବଢୁଛି,ନିଜ ପାଇଁ ଭାବୁଛି।ସେଇଆ ହିଁ ତ ଚାହୁଁଥିଲା ନା ପ୍ରିୟଙ୍କା!ସେ ତ ବହୁତ୍ ଭଲ କାମ କରିଛି।ତା' ପାଇଁ ଗୋଟେ ଉଜୁଡ଼ା ଜୀବନ ସଜେଇ ହଉଛି।ତାକୁ ଆଉ କ'ଣ ଦରକାର?ହେଲେ ଦୁଃଖ?ଦୁଃଖ ଯେ ଅକାରଣ ନଥାଏ।ଅକାରଣ ଥିଲେ ବି ଆମେ ଖୋଜୁ କାରଣ। ଖୋଳୁ ନିଜ ହୃଦୟକୁ।ଆଉ ସେଇ ଖୋଳିବା ଦିଏ ଅକଥନୀୟ ଯନ୍ତ୍ରଣା।ହଁ; ପ୍ରିୟଙ୍କା ପାଉଛି ଅକଥନୀୟ ଯନ୍ତ୍ରଣା।ବୋଧେ ଆଉ ସେ କାରଣ ନାହିଁ ଯେଉଁ କାରଣ ପାଇଁ ସେ ନିଜ ମନକୁ ବୁଝାଏ ସୈାରଭ ସାଙ୍ଗରେ କଥା ହେବା ପାଇଁ।ନିଜ ଜୀବନର ଲକ୍ଷ୍ୟ,କିଛି ପଣ ସବୁ କିଛିଦିନ ପାଇଁ ପାଣି ଭଳିଆ ଥିଲା,ବହିଗଲା ସମୟ ସାଙ୍ଗରେ।କାହାର ଲୁହ ସେ ପଣଠୁ ଢେର୍ ବହଳିଆ ଥାଏ।ଏବେ ଠିକ୍ ନୁହଁ ତା'ର ସୈାରଭ ସାଙ୍ଗରେ ଆଗକୁ କଥା ହେବା।ଅସମ୍ଭବ ଏ ଭାବନାର ସମ୍ଭ୍ରମ।

ହେଲେ ଏ ପରିବର୍ତ୍ତନ ତ ସାମୟିକ ନୁହଁ।ଏହାର କାରଣ ଯଦି ପ୍ରିୟଙ୍କା, ତା' ବିନା ଯଦି ପରିବର୍ତ୍ତନ ଭୟଙ୍କର ବାତ୍ୟାରେ ପରିଣତ ହେଇଯିବ?ପ୍ରିୟଙ୍କା ବୁଝିପାରୁ ନଥିଲା କ'ଣ କରିବ କ'ଣ ନାଇଁ।
ଏମିତି ହଠାତ୍ ଏ ଭାବନା କ'ଣ ଅନ୍ୟାୟ ନୁହଁ?କ'ଣ ପ୍ରତାରଣା,,,,,ନା ନା ପ୍ରତାରଣା ଆସିବ କୁଆଡୁ ଯେଉଁଠି କେବେ ପ୍ରେମ ନଥିଲା।ପ୍ରିୟଙ୍କା କିନ୍ତୁ ନିଜ ପ୍ରତିଜ୍ଞା,ନିଜ ଲକ୍ଷ୍ୟ,ପରିବାରର ତାକୁ ନେଇ ବିଶ୍ଵାସ,ସ୍ବପ୍ନ ଇତ୍ୟାଦି ଭିତରୁ କାହାକୁ ଅବହେଳା କରି ପାରିବ ନାହିଁ।କିଛିଦିନ କରିଥିଲା ଅବହେଳା, ନିଃସ୍ୱାର୍ଥ ହେଇ।ଏବେ ସମୟ ପୁଣିଥରେ ସ୍ୱାର୍ଥପର ହେବାର। ମନେମନେ ନିଜ ମନକୁ ବୁଝେଇ ଦେଲା।ନା ଆଉ ନୁହଁ।ଏବେ ତାକୁ ଦୂରେଇବାକୁ ପଡ଼ିବ ନିଜଠାରୁ।ଧୀରେ ଧୀରେ କି ହଠାତ୍ ଜାଣିନି।କିଛିଦିନ ପାଇଁ କି ସବୁଦିନ ପାଇଁ ବି ଜାଣିନି।

ସେ ଭାବିଛି ,କେବଳ ଛୋଟିଆ ପ୍ରତିଉତ୍ତର ରଖିବ। ଏଟା ଠିକ୍ ହବ।ତାକୁ କଷ୍ଟ ହବା କଥା ନୁହଁ।ପ୍ରିୟଙ୍କା ଏତେସବୁ ଭାବୁଛି ସେ ଜାଣିବା କଥା ନୁହଁ।କିଛିଦିନ ପରୀକ୍ଷା କଥା କହି ସବୁ ବନ୍ଦ୍ (uninstall) କରିଦେବ।ସେ ବି ନିଜ ବ୍ୟସ୍ତତା ଭିତରେ ଭୁଲିଯିବ ସବୁ।ହଁ ଏଇଟା ପୁରା ଠିକ୍।ସେ ରାତି ଅନେକ ଯୋଜନା କରିଛି।ଅନୁକମ୍ପା କେବେ ପ୍ରେମ ହେଇ ପାରେନି।ତା'ର ବୋଧେ କେବଳ ଅନୁକମ୍ପା ଥିଲା।

ସକାଳ ହେଇଛି ,ଆକାଶ ଛାତିରେ ସୁରୂଜ ଆଲୋକ ବିଞ୍ଚି ଦେଇଛି।ହେଲେ ପ୍ରିୟଙ୍କା ହୃଦୟରେ ଯେମିତି ଅନ୍ଧକାର ଘୋଟେଇ ଆସିଛି। ଯାହା ପାଇଁ ରାତିସାରା ଭାବି ଉତ୍ତର ପ୍ରସ୍ତୁତ କରିଥିଲା,ଯୋଜନା କରିଥିଲା ସେ ଆଉ ମେସେଜ କରିନି କି ଅନ୍ ଲାଇନ୍ ନାହିଁ।ସକାଳଠୁ ଦ୍ୱିପ୍ରହର ପୁଣି ସନ୍ଧ୍ୟା ଆଉ ଦେଖୁଦେଖୁ ରାତି।ସମସ୍ତେ ନିଜନିଜ ସମୟର ଦାୟିତ୍ୱ ତୁଲେଇ ସାରିଲେଣି।ଏଭଳି ଅପେକ୍ଷା ଦିନେ ନୁହଁ,ଗୋଟେ ସପ୍ତାହ ଉପରେ ହେଇ ଗଲାଣି। ୟା ଭିତରେ ସୈାରଭ ଥରୁଟିଏ ବି, ନା ମେସେଜ କରିଛି ନା ଫୋନ୍।ଦୁଇ ଚାରିଦିନ ତା'ର କାର୍ଯ୍ୟ ବ୍ୟସ୍ତତା ଥିବ ଭାବିଛି।ଅନେକ ଥର ହାତରେ ଫୋନ୍ ଧରିଛି ତାକୁ ମେସେଜ କରିବା ପାଇଁ।ହେଲେ ଏଇ ଅଳ୍ପ ଦିନରେ ତା'ର ଆଉ ଅଧିକାର ନାହିଁ?କୁଆଡ଼େ ଗଲା ସେ ଚିନ୍ତା ସେ ବ୍ୟଗ୍ରତା?ନା ପ୍ରିୟଙ୍କାର ନା ସୈାରଭର।କି ଆଗରୁ କିଛି ନଥିଲା।ସବୁ କେବଳ ସାମୟିକ କିଛି ଥିଲା।

କିଛି ଭାବନା ପ୍ରିୟଙ୍କାକୁ ବ୍ୟତିବ୍ୟସ୍ତ କରି ଦେଉଥାଏ।ସେ କ'ଣ ଖୁସି ନୁହଁ ସୈାରଭ ପାଇଁ?ଏବେ ସେ ଆଗକୁ ବଢୁଛି,ନିଜ ପାଇଁ ଭାବୁଛି।ସେଇଆ ହିଁ ତ ଚାହୁଁଥିଲା ନା ପ୍ରିୟଙ୍କା!ସେ ତ ବହୁତ୍ ଭଲ କାମ କରିଛି।ତା' ପାଇଁ ଗୋଟେ ଉଜୁଡ଼ା ଜୀବନ ସଜେଇ ହଉଛି।ତାକୁ ଆଉ କ'ଣ ଦରକାର?ହେଲେ ଦୁଃଖ?ଦୁଃଖ ଯେ ଅକାରଣ ନଥାଏ।ଅକାରଣ ଥିଲେ ବି ଆମେ ଖୋଜୁ କାରଣ। ଖୋଳୁ ନିଜ ହୃଦୟକୁ।ଆଉ ସେଇ ଖୋଳିବା ଦିଏ ଅକଥନୀୟ ଯନ୍ତ୍ରଣା।ହଁ; ପ୍ରିୟଙ୍କା ପାଉଛି ଅକଥନୀୟ ଯନ୍ତ୍ରଣା।ବୋଧେ ଆଉ ସେ କାରଣ ନାହିଁ ଯେଉଁ କାରଣ ପାଇଁ ସେ ନିଜ ମନକୁ ବୁଝାଏ ସୈାରଭ ସାଙ୍ଗରେ କଥା ହେବା ପାଇଁ।ନିଜ ଜୀବନର ଲକ୍ଷ୍ୟ,କିଛି ପଣ ସବୁ କିଛିଦିନ ପାଇଁ ପାଣି ଭଳିଆ ଥିଲା,ବହିଗଲା ସମୟ ସାଙ୍ଗରେ।କାହାର ଲୁହ ସେ ପଣଠୁ ଢେର୍ ବହଳିଆ ଥାଏ।ଏବେ ଠିକ୍ ନୁହଁ ତା'ର ସୈାରଭ ସାଙ୍ଗରେ ଆଗକୁ କଥା ହେବା।ଅସମ୍ଭବ ଏ ଭାବନାର ସମ୍ଭ୍ରମ। ହେଲେ ଏ ପରିବର୍ତ୍ତନ ତ ସାମୟିକ ନୁହଁ।ଏହାର କାରଣ ଯଦି ପ୍ରିୟଙ୍କା, ତା' ବିନା ଯଦି ପରିବର୍ତ୍ତନ ଭୟଙ୍କର ବାତ୍ୟାରେ ପରିଣତ ହେଇଯିବ?ପ୍ରିୟଙ୍କା ବୁଝିପାରୁ ନଥିଲା କ'ଣ କରିବ କ'ଣ ନାଇଁ। ଏମିତି ହଠାତ୍ ଏ ଭାବନା କ'ଣ ଅନ୍ୟାୟ ନୁହଁ?କ'ଣ ପ୍ରତାରଣା,,,,,ନା ନା ପ୍ରତାରଣା ଆସିବ କୁଆଡୁ ଯେଉଁଠି କେବେ ପ୍ରେମ ନଥିଲା।ପ୍ରିୟଙ୍କା କିନ୍ତୁ ନିଜ ପ୍ରତିଜ୍ଞା,ନିଜ ଲକ୍ଷ୍ୟ,ପରିବାରର ତାକୁ ନେଇ ବିଶ୍ଵାସ,ସ୍ବପ୍ନ ଇତ୍ୟାଦି ଭିତରୁ କାହାକୁ ଅବହେଳା କରି ପାରିବ ନାହିଁ।କିଛିଦିନ କରିଥିଲା ଅବହେଳା, ନିଃସ୍ୱାର୍ଥ ହେଇ।ଏବେ ସମୟ ପୁଣିଥରେ ସ୍ୱାର୍ଥପର ହେବାର। ମନେମନେ ନିଜ ମନକୁ ବୁଝେଇ ଦେଲା।ନା ଆଉ ନୁହଁ।ଏବେ ତାକୁ ଦୂରେଇବାକୁ ପଡ଼ିବ ନିଜଠାରୁ।ଧୀରେ ଧୀରେ କି ହଠାତ୍ ଜାଣିନି।କିଛିଦିନ ପାଇଁ କି ସବୁଦିନ ପାଇଁ ବି ଜାଣିନି। ସେ ଭାବିଛି ,କେବଳ ଛୋଟିଆ ପ୍ରତିଉତ୍ତର ରଖିବ। ଏଟା ଠିକ୍ ହବ।ତାକୁ କଷ୍ଟ ହବା କଥା ନୁହଁ।ପ୍ରିୟଙ୍କା ଏତେସବୁ ଭାବୁଛି ସେ ଜାଣିବା କଥା ନୁହଁ।କିଛିଦିନ ପରୀକ୍ଷା କଥା କହି ସବୁ ବନ୍ଦ୍ (uninstall) କରିଦେବ।ସେ ବି ନିଜ ବ୍ୟସ୍ତତା ଭିତରେ ଭୁଲିଯିବ ସବୁ।ହଁ ଏଇଟା ପୁରା ଠିକ୍।ସେ ରାତି ଅନେକ ଯୋଜନା କରିଛି।ଅନୁକମ୍ପା କେବେ ପ୍ରେମ ହେଇ ପାରେନି।ତା'ର ବୋଧେ କେବଳ ଅନୁକମ୍ପା ଥିଲା। ସକାଳ ହେଇଛି ,ଆକାଶ ଛାତିରେ ସୁରୂଜ ଆଲୋକ ବିଞ୍ଚି ଦେଇଛି।ହେଲେ ପ୍ରିୟଙ୍କା ହୃଦୟରେ ଯେମିତି ଅନ୍ଧକାର ଘୋଟେଇ ଆସିଛି। ଯାହା ପାଇଁ ରାତିସାରା ଭାବି ଉତ୍ତର ପ୍ରସ୍ତୁତ କରିଥିଲା,ଯୋଜନା କରିଥିଲା ସେ ଆଉ ମେସେଜ କରିନି କି ଅନ୍ ଲାଇନ୍ ନାହିଁ।ସକାଳଠୁ ଦ୍ୱିପ୍ରହର ପୁଣି ସନ୍ଧ୍ୟା ଆଉ ଦେଖୁଦେଖୁ ରାତି।ସମସ୍ତେ ନିଜନିଜ ସମୟର ଦାୟିତ୍ୱ ତୁଲେଇ ସାରିଲେଣି।ଏଭଳି ଅପେକ୍ଷା ଦିନେ ନୁହଁ,ଗୋଟେ ସପ୍ତାହ ଉପରେ ହେଇ ଗଲାଣି। ୟା ଭିତରେ ସୈାରଭ ଥରୁଟିଏ ବି, ନା ମେସେଜ କରିଛି ନା ଫୋନ୍।ଦୁଇ ଚାରିଦିନ ତା'ର କାର୍ଯ୍ୟ ବ୍ୟସ୍ତତା ଥିବ ଭାବିଛି।ଅନେକ ଥର ହାତରେ ଫୋନ୍ ଧରିଛି ତାକୁ ମେସେଜ କରିବା ପାଇଁ।ହେଲେ ଏଇ ଅଳ୍ପ ଦିନରେ ତା'ର ଆଉ ଅଧିକାର ନାହିଁ?କୁଆଡ଼େ ଗଲା ସେ ଚିନ୍ତା ସେ ବ୍ୟଗ୍ରତା?ନା ପ୍ରିୟଙ୍କାର ନା ସୈାରଭର।କି ଆଗରୁ କିଛି ନଥିଲା।ସବୁ କେବଳ ସାମୟିକ କିଛି ଥିଲା। #yqodia #କିଛିଠାରୁଅଧିକ