Nojoto: Largest Storytelling Platform

ଜୁହାର୍ ସବୁ ଅଏନ୍ ଅଛେ ବଏଲେ ତ କଥା ସରଲା ଆର୍ ଇ ପ୍ରିତିର

ଜୁହାର୍
ସବୁ ଅଏନ୍ ଅଛେ ବଏଲେ ତ 
କଥା ସରଲା
ଆର୍ ଇ ପ୍ରିତିର୍ ଭାବ୍ 
କେନୁ ରହେଲା
ତୁମେ ଏନ୍ତେହି ପଚାରୁ ଥ
ମୁଇଁ କହି ଚାଲିଥିମି
କହୁଥ ତୁମେ ଇ ମାଟି ମାଁ
ଇ ପାହାଡ଼ ପର୍ବତ
ଇ ନଏଦ୍ ନଲିଆ
ଆମର୍ ଚାର୍ହିକୁତି କଥା
ମୁଇଁ ହୁଁକାର୍ ଭରୁଥିମି
ମଝି ମଝି ତୁମେ
ସମ୍ବଲପୁରୀ ଗୀତ ଗାଏବ
ମୁଇଁ ଶୋର ଧରୁଥିମି
ଭୁଦୋ ଯାଇ ଶରାବନ୍ ଆସିଛେ
ମନେ ପଡୁଛେ ସେ ଝଙ୍କେର୍ କଥା
ତସଲା ଥି ମୁର୍ହି ମୁଗଫଲି ଧରି
ଝରକାର୍ ମୁହେଁ ବସିକରି
କେତେ କଥାନୀ ଶୁନି ଶୁନି
ହେଉଥିଲୁ ଆମେ ଅଥା
ସେ ବେଲ ଆଉ କାଇଁଛେ ଭାଇ
ମୋବାଇଲ ଗୁଟେଥି 
ସାରା ସଂସାର ହୋଇଛେ ବାଇ
ଚଷାର ଗୀତ ସୁନମା ଆସ
ରଙ୍ଗବତୀ ତାଲେ ନାଚମା ଆସ
ସୁଖ କହେମା ଦୁଃଖ ସୁନମା
ଏନ୍ତେହି ଭାବ ପିରତି ବାଁଟୁଥିମା
ତେଭେ କାଏନ ଲେତା ଥିବା ରହି ।।

©Tafizul Sambalpuri
  #Sambalpuri