Nojoto: Largest Storytelling Platform
mamatamanjaridas2175
  • 33Stories
  • 17Followers
  • 234Love
    0Views

Mamata manjari Das

  • Popular
  • Latest
  • Video
61f5bcf101acab4a038619e5f4634bb5

Mamata manjari Das

ଯେତେ ଲୁଚାଇଲେ ଲୁଚି କି ପାଇଁ ପାରିବ

ଏ ପୂଣ୍ୟ ଦାଣ୍ଡରେ ପାପ ଫଳ ଯେତେ
କେବେ ପାରିବନି ଲୁଚି
ଜଣେ ତ ହିସାବ ରଖୁଛି ଏଠାରେ
ରତନ ବେଦୀରେ ବସି ।

ଜୀବନଟା ଆମ ଦୀପଶିଖା ଟିଏ
ଯାଏ ସିଏ ଜଳି ଜଳି
ଅଢ଼େଇ ଦିନର ଜୀବନ ଜାଣି ବି
ଏ ପାପ ପଙ୍କରେ ହେଉଛେ ଗୋଳି ।

କେବେ ଖରା କେବେ ଛାଇ ଏ ଜୀବନେ
କିଏ ବା ଜାଣିଛି କୁହ
ତଥାପି କାହିଁକି ଅନ୍ୟାୟ ଅନିତୀ
କରୁଛ ନଛାଡି ମୋହ ।

ଶପ୍ତ ଜୀବନର ଯନ୍ତ୍ରଣା ମାପନେ
ସର୍ବେ ହୋଇଯିବେ ଅଜ୍ଞ
ପୂଣ୍ୟମୟ ପୀଠେ ପୂଣ୍ୟ ତୁ'କରିଯା
ସଂସାରେ ହୁଅ ତୁ' ବିଜ୍ଞ ।

ଜୀବନରଦୀପ ଦିନେ ତ ଲିଭିବ
କାହାକୁ ନାହିଁ ବା ଜଣା
ପାପକୁ ଲୁଚାଇ ପାପ କରିଚାଲୁ
ହୋଇଯାଇ ବାଟବଣା ।

ଖାଲି ହାତ କରି ଆସିଛୁ ଧରାକୁ
ଖାଲିହାତେ ବାହୁଡିବୁ
ପାପ ଗାଡିଆରେ ବୁଡ ଦେଇ କିଆଁ
ହିସାବ ଖାତାରେ ନାଆଁ ଯୋଡୁଛୁ !!

ସରିଯିବ ବେଳ ପୁରିଯିବ କାଳ
ହେବ ଲେଉଟାଣି ବେଳ
ଯେତେ ଲୁଚାଇଲେ ଲୁଚିକି ପାରିବ
ତୋର ପାପ ପୂଣ୍ୟ ଫଳ !!

ବିନମ୍ର ପ୍ରଣାମ ,ଯଦି କିଛି ତ୍ରୁଟି ଥାଏ ସେଥିପାଇଁ କ୍ଷମା ପାର୍ଥୀ 🙏🙏

©Mamata manjari Das ଯେତେ ଲୁଚାଇଲେ ଲୁଚି କି ପାରିବ

#Her

ଯେତେ ଲୁଚାଇଲେ ଲୁଚି କି ପାରିବ #Her #କବିତା

61f5bcf101acab4a038619e5f4634bb5

Mamata manjari Das

ସବୁ ସୁଖ ଶାନ୍ତି ମିଳେ ସେଇଠି

ସ୍ୱପ୍ନରୁ ଅଲଗା ମହଲଟି ତାର
ଯେଉଁଠି ଅଛି ମୋ କାଳିଆ ସୁନା
ପବନ ଦିଅଇ ଯେଉଁ ଦିଗୁ ତା'ର
ବିପରୀତ ଦିଗେ ଉଡଇ ବାନା ।

ମାଟିର ଚୁଲିରେ ରୋଷେଇଟି ତା'ର
ଗୋଟେ ହାଣ୍ଡି ପରେ ଗୋଟିଏ ବସେ
ଶେଷ ହାଣ୍ଡିଟିରେ ଆଗ ହୁଏ ଅନ୍ନ
ପ୍ରଥମ ହାଣ୍ଡିରେ ହୁଅଇ ଶେଷେ ।

ଶଙ୍ଖନାଭି ମଣ୍ଡଳ ମହଲର ନାମ
ହେଲେ  ହୁଏନାହିଁ ଶଙ୍ଖନାଦ
ରତନ ବେଦୀରେ ବସିଛି ଆନନ୍ଦେ
ନାମ ତାର ପଦ୍ମନାଭ ।

ଅବଢା ହାଟରେ ନିତି ତା'ର ବଣ୍ଟା
ଷାଠିଏ ପଉଟି ଅନ୍ନ
ଖାଲି ପେଟରେ କେ ଫେରନ୍ତିନି ସେଠୁ
ସଭିଙ୍କର ପେଟ ପୂର୍ଣ୍ଣ ।

ସଭିଙ୍କର ସୁଖ ଦୁଃଖ ଶୁଣୁଥାଏ
ସ୍ୱପ୍ନରୁ ଅଲଗା ମହଲେ ବସି
ସ୍ମିତ ହସ ଟିକେ ଅଧରରେ ଥାଏ
ଭକ୍ତକୁ ଦେଖିଲେ ହୁଏ ସେ ଖୁସି ।

ଯେଉଁ ରୂପେ ଚାହେଁ ଭକ୍ତ ଦେଖିବାକୁ
ସେହି ରୂପେ ଦିଏ ଦେଖା
ଛୁଆଁ ଅଛୁଆଁର ଭେଦଭାବ ନାହିଁ
ସଭିଏଁ ପରା ତା' ସଖା ।

ସ୍ୱପ୍ନରୁ ଅଲଗା ସେହି ମହଲଟି
ଭରପୁର ସେଠି ଶାନ୍ତି
ମୁକ୍ତି ମଣ୍ଡପକୁ ଛୁଇଁଦେଲେ ଥରେ
ଚାଲିଯାଏ ଯେତେ କ୍ଳାନ୍ତି ।

ବ୍ରାହ୍ମଣ ଚଣ୍ଡାଳ ଭେଦଭାବ ନାହିଁ
ଅଇଁଠା ହୁଏନି ଅନ୍ନ ଯେଉଁଠି
ସେପରା ଅଟଇ ମୋ କଳା କାହ୍ନୁ ଘର
ସବୁ ସୁଖ ଶାନ୍ତି ମିଳେ ସେଇଠି ।

©Mamata manjari Das
61f5bcf101acab4a038619e5f4634bb5

Mamata manjari Das

ଯୁଦ୍ଧ ଭୂମି ରୁ ଲେଖୁଛି ଚିଠି

ଯୁଦ୍ଧ ଭୂମିରୁ ଚିଠି ମୁଁ ଲେଖୁଛି
ପ୍ରାଣ ପ୍ରିୟା ତୁମପାଇଁ
ପୋଛି ଦିଅ ଅଶ୍ରୁ ଜାଳିଦିଅ ଦୀପ
ଏ ଦେଶର ବିଜୟ ପାଇଁ ।

ଏହି ଦେଖ ପ୍ରିୟା ମାଡି ଆସୁଛନ୍ତି
ଶତୃର ସୈନ୍ୟ ଦଳ
ହାତରେ ତାଙ୍କର ଅଗ୍ନି ବର୍ଷୀ ଅସ୍ତ୍ର
ଧରା ହୁଏ ଟଳମଳ ।

ସମ୍ମୁଖ ଯୁଦ୍ଧରେ ମୁଁ ଉପସ୍ଥିତ ଆଜି
ଲଢୁଛି ମୋ ଦେଶ ପାଇଁ
ଧରିଥିବି ଅସ୍ତ୍ର ଲଢି ଅବିରତ
ଏ ଜୀବନ ଉତ୍ସର୍ଗ ମୋ ଦେଶ ପାଇଁ ।

କମାଣ ଗର୍ଜୁଛି ଘର୍ଘର ନାଦରେ
ହୁଏ ଏଠି ଗୁଳି ବର୍ଷା
ଜୀବନଟା ଏଠି ଶୂନ୍ୟରେ  ଝୁଲୁଛି
ମୋତେ କରିବନି କେବେ ଆଶା ।

ଜୀବନଟା ଏଠି ବାଜି ଲାଗିଛି
ଦେଶ ମାତୃକା ପାଇଁ
ଫେରିବିନି ବୋଧେ ଜୀବନ୍ତ ଶରୀରେ
ଫେରିବି ସହିଦ୍ ହୋଇ ।

ଶହୀଦ୍ ଶରୀର ଫେରିବ ଯେବେ ମୋ
ତ୍ରିରଙ୍ଗା ଘୋଡେ଼ଇ ହୋଇ
ଦୀପଟିଏ ଜାଳି ବିଦାୟ ଦେବଗୋ
ରାଣମୋ ରହିଲା ଲୁହ ଗଡାଇବ ନାହିଁ ।

©Mamata manjari Das #candle
61f5bcf101acab4a038619e5f4634bb5

Mamata manjari Das

ଧୃବ।ସତ୍ୟ
ପୂରୁବ ଆକାଶେ ସିନ୍ଦୁରା ଫାଟିଲା
କାଉ ରାବ ଦେଲା କା
ଠିକ୍ ଏକ ଅବଗୁଣ୍ଠନ ବଧୁଟିଏ ପରି
ଆକାଶ ବୁକୁରେ ରକ୍ତିମ ଆଭାରେ
ତପନ ହସିଲେ ,,
ସୁନ୍ଦର ଦିଶିଲା ଧରଣୀ ମାଆ ।

ଚାରିଆଡେ ବିଛୁରିତ ରକ୍ତିମ ଆଭା
କାଉର କା...କା ଶବ୍ଦ
ପକ୍ଷୀଙ୍କର କିଚିରି ମିଚିରି ଶବ୍ଦରେ
ଚଳଚଞ୍ଚଳ ହୋଇଗଲା ଧରଣୀ ।

ଚାଷୀଟିଏ ପଖାଳ କଂସାଏ ଖାଇଦେଇ
ମନ ଆନନ୍ଦରେ ଗୀତ ଗାଇ ଗାଇ
କାଳିଆ କଷରା ଙ୍କୁ ଧରି
ଲାଗିଯାଏ ତା କୃଷି କ୍ଷେତରେ
ସୂର୍ଯ୍ୟ ଯେପରି କହିଯାନ୍ତି
ହେ ମନୁଷ୍ୟ ଆଉ ଜୀବଜନ୍ତୁ
ଆଳସ୍ୟ ତ୍ୟାଗ କରି ଆଗେଇ ଚାଲ
ନିଜ ନିଜ ଗନ୍ତବ୍ୟ ପଥରେ ।

ସକାଳର ସୁଲୁ ସୁଲୁ ବାଆ
ପକ୍ଷୀ ମାନଙ୍କର  କାକଳୀ
ଲାଲ ରକ୍ତିମ ଆଭାରେ ସଜ୍ଜିତ ଧରଣୀ
ନାନା ଜାତି ଫୁଲର ସୁଗନ୍ଧ
ପକ୍ଷୀ ମାନଙ୍କର ଖାଦ୍ୟ ଅନ୍ୱେଷଣ ର ଯାତ୍ରା
ହୃଦୟରେ ସୃଷ୍ଟି କରେ ବିଚିତ୍ର କାହାଣୀ ।

ସକାଳ ମଧ୍ୟାହ୍ନ ଓ ସଂଧ୍ୟା
ଜୀବନର ତିନୋଟି ସ୍ୱରୂପ
ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତ
ସଂଧ୍ୟାରେ ଫେରିବାର ବେଳ
ଜନ୍ମ ଆଉ ମୃତ୍ୟୁ
ଜୀବନରେ ଏହାହିଁ ତ ଧ୍ରୁବ ସତ୍ୟ ।

ମମତା ମଞ୍ଜରୀ ଦାସ,କଟକ......✍️🙏

©Mamata manjari Das #LostInSky
61f5bcf101acab4a038619e5f4634bb5

Mamata manjari Das

କଳାହୀରା
ନିଇତି ତତେ ମୁଁ ଗାଳି ଦେଉଅଛି
ଦେଇଛୁ ତୁ ଯେଉଁ ଦୁଃଖ
ତଥାପି କାହିଁକି ଭୁଲି ମୁଁ ପାରୁନି
ଆରେ ମୋ କଳାଶ୍ରୀମୁଖ ।

ସପନ ରାଇଜେ ନିଇତି ଆସୁ ତୁ
ଦେଖେ ରତ୍ନ ସିଂହାସନେ
ସବୁ ଦୁଃଖ ସୁଖ ତୋ ଆଗେ ବଖାଣେ
ହସୁ ତୁହି ମନେ ମନେ ।

ରାତ୍ରି ଅପସରି ସକାଳ ଆସିଲେ
ଦିଏ ମୁଁରେ ତତେ ଗାଳି
ତୁ ପରା ମୋର କଳାହୀରା ଟିଏ
ତତେ କେମିତି ପାରିବି ଭୁଲି ।

ହସି ହସି ମୋର ସବୁ ଗାଳି ଶୁଣୁ
ହେଲେ ଦେଉନୁ ତୁ ଉତ୍ତର
ଯନ୍ତ୍ରଣା ଜୁଈରେ ନିଇତି ଜଳୁଛି
ଆରେ ମୋର କଳାହୀରା 
ମୋତେ ଏ ନର୍କରୁ ଉଦ୍ଧାର ।

ସହି ମୁଁ ପାରୁନି ଆଉ ଏ ଯନ୍ତ୍ରଣା
ଲୁହ ମୋ ହେଲାଣି ଲହୁ
ବଞ୍ଚି ଥାଇବି ମୁଁ ଜୀଅନ୍ତା ଶବଟେ
ତୁ ମୋ କଳାହୀରା ଥାଉ ଥାଉ ।

©Mamata manjari Das
61f5bcf101acab4a038619e5f4634bb5

Mamata manjari Das

ମୁଁ ଆଉ ତୁମେ

ମୁକ୍ତ ଆକାଶର ଭସା ବାଦଲ ମୁଁ
ତୁମେ ମୃଦୁ ସମୀରଣ
ତୁମ ସଂସ୍ପର୍ଶରେ ଆସିଗଲେ ପ୍ରିୟ
ଦେହେ ଖେଳ ଶୀହରଣ ।

ମୁଁ ହେଲେ ପ୍ରିୟ ଘାସ ଫୁଲ ଟିଏ
ତୁମେ ହୁଅ ଶିଶିର ବିନ୍ଦୁ
ଶୁଖିଲା ପତ୍ର ମୋ ପଲ୍ଲବିତ ହୁଏ
ପାଇଯାଏ ଅବା ସିନ୍ଧୁ ।

ମୁଁ ଯେବେ ହୁଏ ଅଳସୀ ନଈଟେ
ତୁମେ ହୋଇଯାଅ ବିଶାଳ ସାଗର
ଜୀବନ ସଂଧ୍ୟା ମୋ ବିସର୍ଜିତ ହେଉ
ତୁମ ଉଦାର ବକ୍ଷରେ ।

ଅନାବିଳ ଆମ ଏ ପ୍ରେମ ସମ୍ପର୍କ
ରହୁ ଦେହାତୀତ ଯାଏ
ଏହି ଜନ୍ମ ନୁହେଁ ସବୁ ଜନମରେ
ମୁଁ ତୁମପରି ସାଥୀ ପାଏ ।

©Mamata manjari Das #togetherforever
61f5bcf101acab4a038619e5f4634bb5

Mamata manjari Das

କାଠଯୋଡ଼ି ପାଣି ବିଷ

ନୂଆ ଖବରଟା ପ୍ରମେୟ ପୃଷ୍ଠାରେ
କାଠଯୋଡ଼ି ପାଣି ବିଷ
ପଢ଼ିଦେଲି ଯେବେ  ମୁଖ୍ୟ ଖବରଟା
ଉଡିଗଲା ମୋର ହୋଶ୍ ।

ଏହି କାଠଯୋଡ଼ି ମୋ ମାଆ ପରି
ତା' କୋଳେ ବଢ଼ିଛି ମୁହିଁ
ଶିଶୁରୁ ଯୌବନ ତା ପାଣି ଧାରରେ
କେତେ ପହରିଛି ସାଙ୍ଗସାଥି ମେଳେ ଯାଇ।

କାଚକେନ୍ଦୁ ପରି ପାଣିରେ ତାହାର
କାଟିଛି ଶୈଶବ ମୋର
ଗାଧୋଇବା ଠାରୁ ରନ୍ଧା ବଢ଼ା ଯାଏ
ତା ଜଳ ଅମୃତ ଧାର ।

କେତେ ପଶୁପକ୍ଷୀ ତୃଷ୍ଣା ଯେ ମେଣ୍ଟାନ୍ତି
ତା ଜଳକୁ ପାନ କରି
ତା' ଜଳରେ କ୍ଷେତ ସବୁଜ ଶ୍ୟାମଳ
ସେ ନୁହେଁ କି ମୋ ମାଆ ପରି ।

ସଂଧ୍ୟା ବେଳେ ଯେବେ ବସେ ତା'କୂଳରେ
ଥକ୍କାପଣ ମେଣ୍ଟିଯାଏ
ସୂର୍ଯ୍ୟ ଢ଼ଳିଲେ ବାରୁଣୀ ଗଗନେ
ମୁଁ ତାକୁ କବିତାରେ ରୂପ ଦିଏ ।

ସେହି ପାଣି ଆଜି ବିଷ ପାଲଟିଛି
ଏ ନରହନ୍ତା ଙ୍କ ପାଇଁ
କଟକର ଯେତେ ମଇଳା ଆବର୍ଜନା
ନଦୀରେ ମିଶୁଛି ଯାଇ ।

ନୂଆ ଖବରଟା ହାଇକୋର୍ଟ ଆଜି
ଦେଇଛନ୍ତି ପରା ରାୟ
ବନ୍ଦ ହୋଇଯିବ ଖାନ୍ ନଗର ନାଳ
ମୋ କାଠଯୋଡ଼ି ପାଣି 
ହୋଇବ ଅମୃତ ମୟ ।

ମମତା ମଞ୍ଜରୀ ଦାସ,କଟକ..........✍️

©Mamata manjari Das
61f5bcf101acab4a038619e5f4634bb5

Mamata manjari Das

ରାତ୍ରିର ନାୟିକା

ଗଙ୍ଗଶିଉଳି ମୁଁ ରାତିରେ ଫୁଟେ
ରାତିରେ ମଉଳି ଯାଏ
ସେହି କ୍ଷଣକର ସୁଗନ୍ଧରେ ମୋର
ଜଗତ ମହକି ଥାଏ।

ମୋ ସୁଗନ୍ଧରେ ବିଭୋର ହୋଇ
ଚାନ୍ଦ ବି ଉହୁଁକି ଚାହେଁ
ତାକୁ ଦେଖି ଦେଲେ ଖିଆଲି ମନ ମୋ
ଲାଜରେ ଝାଉଁଳି ଯାଏ ।

ଜନ୍ମ ସିନା ମୋର ରୂପ ରଙ୍ଗେ ଭରା
ହେଲେ ଅନ୍ଧାର ମୋ ଚିର ସହଚର
କେମିତି ଦେବି ଏ କଳୁଷିତ ମନ
ଯିଏ ହୋଇଛି ଆଉ କାହାର ।

ରାତ୍ରୀ ଅନ୍ଧାରରେ ତାରାଙ୍କ ମଳରେ
ନିତି କାମନା ନିଆଁରେ ଜଳେ
ସ୍ୱପ୍ନ ମୋର ସରେ ବାସର ଶେଯରେ
ମୁଁ ଜଳେ ଯନ୍ତ୍ରଣା ନିଆଁରେ ।

ରାତ୍ରୀର ନାୟିକା ହୋଇଥିଲେ ବି ମୁଁ
ଖୋଜେ ତୁମ ଉଷ୍ମ ଆଲିଙ୍ଗନ
ଥରୁଟିଏ ମୋତେ ଛୁଇଁ ଦିଅ ସାଥୀ
ମୁଁ ତୁମକୁ ସମର୍ପି ଦେବି
ମୋର ଏ ଖୀଆଲି ମନ ।

©Mamata manjari Das
61f5bcf101acab4a038619e5f4634bb5

Mamata manjari Das

ନିଜେ ମୁଁ ଯାଇଛି ହଜି
ଯେବେଠାରୁ କାହ୍ନା ତୁମ ଆତ୍ମା ସହ
ମୋ ଆତ୍ମାକୁ ଦେଇଛି ଯୋଡି
ଭୁଲି ମୁଁ ଯାଇଛି ସଂସାର ବନ୍ଧନ
ଲାଜ ସରମ ଦେଇଛି ଛାଡି ।

ଭୁଲି ମୁଁ ଯାଇଛି ସପନ ଦେଖିବା
ତୁମ ଛବି ଦେଖି ଦେଖି
ଯୁଆଡେ ଚାହିଁଲେ ତୁମ ମୁହଁ ଦିଶେ
ଆତ୍ମା ହୋଇଯାଏ ସୁଖି ।

ଏ କର୍ଣ୍ଣକୁ ଆଉ କିଛି ବି ଶୁଭେନି
ଖାଲି ଶୁଭେ ବେଣୁ ସ୍ୱନ
ଯେଉଁଠିକୁ ଗଲେ ଶୁଭେଖାଲି ତୁମ
ମୁରଲୀର ମଧୁର ଗୁଞ୍ଜନ ।

ଭୁଲା ମନ ମୋର ସାଇତି ରଖିଛି
ହୃଦୟରେ ତୁମ ଛବି
ଅଭିମାନେ ସିନା ମନ୍ଦିର ଯାଏନି
ହେଲେ ସେ ଛବି ଭିତରେ
ନିଜେ ମୁଁ ଯାଇଛି ହଜି ।

ମମତା ମଞ୍ଜରୀ ଦାସ, କଟକ......✍️

©Mamata manjari Das #lord_krishna
61f5bcf101acab4a038619e5f4634bb5

Mamata manjari Das

🌹🌹🌹🌹ଶୂନ୍ୟ ହୃଦୟ🌹🌹🌹🌹

ଶବ୍ଦ ଅଛି,ସୁର ଅଛି
ହେଲେ ଶୂନ୍ୟ ଅଛି ହୃଦ ଅଗଣା
ଶୂନ୍ୟ ଅଗଣାରେ ଧସେଇ ପଶନ୍ତି
ନିତି ନୂଆ ନୂଆ ଭାବନା ।

ମନଟା ମୋ ଆଜି ନଈଟିଏ ହୋଇ
ଧାଉଁ ନାହିଁ ଆଗେ ଆଗେ
ଫୁଲେଇ ଫଗୁଣ ରଙ୍ଗ ଭରିଲାନି
ଏ ମନ ଅଗଣା ବାଗେ ।

ହୃଦୟରେ ଯେତେ କାମନା ବାସନା
ଫିଙ୍ଗି ଦେଇଛି ମୁଁ ନଦୀର ଗଭୀର ଜଳେ
ହୃଦୟରେ ମୋର ଗୋଟିଏ ସପନ
ଦିନେ ଯିବି ମୁଁ ଯମୁନା କୂଳେ ।

ରାଧା ମନ ନେଇ ଯିବିନାହିଁ ମୁଁ
ଯିବି ଯଶୋଦା ର ମନ ନେଇ
ହୃଦୟ ବାତ୍ସଲ୍ୟ ମନର ମମତା
ସବୁ ସାଇତିଛି ତୋ' ପାଇଁ ।

ଦେଖା ହେବ ଯେବେ ଯମୁନା ଘାଟରେ
ଆଲିଙ୍ଗନ ତୋତେ କରିବି
ଶୂନ୍ୟ ହୃଦୟ ମୋ ପୂର୍ଣ୍ଣ ହୋଇ ଯିବ
ତୋ ପରଶ ଯେବେ ପାଇବି ।

ପିପାସୁ ଓଠ ମୋ ଚୁମିବ ତୋ ମଥା
ବେଦନା କୁ ଭୁଲି ଯାଇ
ଶୂନ୍ୟ ହୃଦୟ ପୂର୍ଣ୍ଣ ମୋ ହେବ
ତୋ' ପରଶ ଟିକେ ପାଇ ।

ଗଡି ପଡୁଥିବ ଆନନ୍ଦ ର ଅଶୃ
ପରଶ ତୋହର ପାଇ
ତୁ'ପୋଛୁଥିବୁ ଲୁହକୁ ମୋହର
ମୁଁ ଚିର ନିଦ୍ରାରେ ଯିବି ଶୋଇ ।

©Mamata manjari Das #alone
loader
Home
Explore
Events
Notification
Profile