Nojoto: Largest Storytelling Platform
pareshkumarsethy5887
  • 12Stories
  • 18Followers
  • 74Love
    99Views

Paresh Kumar Sethy

  • Popular
  • Latest
  • Video
66b29e1152be7fec504386936b8e0793

Paresh Kumar Sethy

ସ୍ପନ୍ଦନ 

ଅବୁଝା ମନକୁ ବୁଝେଇବ କିଏ
ରାତିଦିନ ବିଚଳିତ ହେଉଛି 
କାହିଁକି କେଜାଣି ନିଶ୍ବାସଟି ଆଜି ଅଟକି ଯାଉଛି  
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ହସଖୁସି - ଅଭିମାନ ନାମ ପ୍ରେମ
କେତେବେଳେ କୌତୁହଳ ପୁଣି ନିଶବ୍ଦ 
ସପ୍ତ ରଙ୍ଗ ପ୍ରେମ ରଙ୍ଗଟି ଆଜି ବଦଳି ଯାଉଛି 
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ପ୍ରେମର ନାମ ଯଦି ବର୍ଷା ଅନ୍ଧାର ହୁଏ 
ସେ ପ୍ରେମରେ ମୁଁ ଭିଜିଛି ମୁଁ ହଜିଛି 
ହାତ ପାପୁଲିରୁ ହାତଟି ଆଜି ଦୂରେଇ ଯାଉଛି
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ଶ୍ରାବଣ ବର୍ଷାରେ ପ୍ରଥମ ଆମ ଭେଟ 
ଠିକଣା ଉଢ଼ାଳି କରିଦେଲ ନାଟ 
ଜୀବନ ରାସ୍ତାର ପାଦଟି ଆଜି ପଛକୁ ଫେରୁଛି 
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ବସନ୍ତ ଋତୁରେ ସଜେଇ ମୁଁ ଦେବି 
ଗୋଲାପ -ମଲ୍ଲି ମାଳ ସାଇତି ରଖିଛି  
ହରେଇବା ଡ଼ରଟି ଆଜି ମତେ ଖାଇ ଯାଉଛି 
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ମୋ ନିରବତାକୁ ନେଇ ସନ୍ଦେହ କରଯେ 
ଠିକଣା ଦେଉଛି ପଚାରିବ ପ୍ରଶ୍ନ ଯେତେ
ହୃଦୟର କଷ୍ଟ ଆଖିର ଲୁହକୁ ଚିହ୍ନିଛି କେତେ 
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।
ରାଧାକୃଷ୍ଣ - ସୀତାରାମଙ୍କ ପ୍ରେମ କାହାଣୀ ଶୁଣିଛି
ହୃଦୟକୁ ପଥର କରି ହଜିଥିବା ସ୍ବପ୍ନ କାହାଣୀ ବି ଶୁଣିଛି 
ଆଜି କାହିଁ ତୁମକୁ ହିଁ ଏ ହୃଦୟ ଖୋଜୁଛି  
ଆଜି ସ୍ପନ୍ଦନ ଟା କାହିଁ ବଢ଼ି ବଢ଼ି ଯାଉଛି ।

                     ।।ଜୟ ଜଗନ୍ନାଥ।।
TRUE LOVE STORIES NEVER HAVE ENDING❣️.

©Paresh Kumar Sethy #HappyRoseDay TRUE LOVE STORIES NEVER HAVE ENDING❣️.

#HappyRoseDay TRUE LOVE STORIES NEVER HAVE ENDING❣️. #କବିତା

66b29e1152be7fec504386936b8e0793

Paresh Kumar Sethy

66b29e1152be7fec504386936b8e0793

Paresh Kumar Sethy

ନୂଆ ବରଷ -୨୦୨୨
ନୂଆ ବରଷର ରାଜ କନ୍ୟା ସାଜି 
କାକର ମୋତି ବିମାନରେ ବସି
ପାହାନ୍ତି ରାତିରେ ଆସ ଧିରେ ଧିରେ
କୁହୁଡ଼ିର ଛାତି ଚିରି  ।।
ନୂଆ ବରଷର ରାଜ କନ୍ୟା ସାଜି 
ଉହ୍ଲାଇ ଆସହେ କାହିଁ କର ଡେରି 
ଧରାପୃଷ୍ଠ ତୁମକୁ ଅପେକ୍ଷା କରିଛି 
ମାଳତୀ, ଗେଣ୍ଡୁ ଗୋଲାପ ଧରି ।।
ନୂଆ ବରଷର ରାଜ କନ୍ୟା ସାଜି 
ସବୁଜ ଆକାଶେ ଉଢ଼ଣି ଦେଇ 
କଅଁଳ ଖରାରେ ଝୋଟି ଆଙ୍କିଦିଅ 
କାକର ମୋତି ମୁକ୍ତା ଦେଇ ।।
ନୂଆ ବରଷର ରାଜ କନ୍ୟା ସାଜି 
ନୂଆ ବରଷ ନୂଆ ସକାଳ ନେଇ
ଶୀତୁଆ ସକାଳର ପହିଲି କିରଣ 
ଆନନ୍ଦ ଉଲ୍ଲାସରେ ଭରିଯାଉ ଦିନ ।।
ନା ତମେ ବଦଳିଛ ନା ମୁଁ ବଦଳିଛି 
ବଦଳିଛି ଦିନ ବାର ଘଡି ମୁହୂର୍ତ୍ତ
ତର୍ନ ତର୍ନ କରି ଅଣ୍ଡାଳିଲେ ଯେତେ
ମିଳିଛି ଯେ କେତେ ଖଟା ମିଠା ସ୍ମୃତି ।।
ନୂଆ ବରଷର ରାଜ କନ୍ୟା ସାଜି
ଥିରି ଥିରି ଆସ ଅଳତା ମେହେନ୍ଦି ନାଇ
ଆମ ଏ ସଂପର୍କ ପ୍ରେମ ଶ୍ରଦ୍ଧା ସମ୍ମାନର
ରହିଛି ରହିବ ଏ ଯୁଗ ଯୁଗର ।।

ପହିଲି ଦିନର ପ୍ରେମାଭରା ଶୁଭେଚ୍ଛା ସହ ଇଂରାଜୀ ନୂତନ ବରଷର ଅଭିନନ୍ଦନ🥳

©Paresh Kumar Sethy Happy new year

#together
66b29e1152be7fec504386936b8e0793

Paresh Kumar Sethy

ରବି 
 ରବି ଶବ୍ଦଟି ଏକ ନାମ ନୁହଁରେ ଭାଇ 
ଏହା ସମଗ୍ର କେନ୍ଦୁଝରର ଶିକ୍ଷା ବିପ୍ଳବ ।।
ଆମ ସ୍ୱାଭିମାନି ଦୁର୍ଗମେ ଅଂଚଳେ
ଯେବେ ଶିକ୍ଷା ବାଟ ହୁଡୁ ଥିଲା  ।।
ଶିଶୁ ଶ୍ରମିକ ବାଲ୍ୟ ବିବାହ ଭୁତଟା ବାପା ମାକୁ ଧରୁଥିଲା ।
ପ୍ରଶାସନ ଏହା ରୋକିବାକୁ ପ୍ଲାଏ କାର୍ଡ଼ ଧରି ସିଟିଙ୍ଗ ଇଟିଙ୍ଗ କରୁଥିଲା ।।
କୁଆଡ଼େ ଥିଲାସେ ରବି ଯାଦବଟା ବିହାରରୁ ମାଡ଼ି ଆସିଲା । 
Aspire  ଶିକ୍ଷା ସଂସ୍ଥାକୁ ଆଣି ଗାଁ ଗାଁରେ ପଂହଚାଇ ଦେଲା ।।
ରବି ଶବ୍ଦଟି ଏକ ନାମ ନୁହଁରେ ଭାଇ
ଏହା ସମଗ୍ର କେନ୍ଦୁଝରର ଶିକ୍ଷା ବିପ୍ଳବ ।।
୨୦୧୫ ମସିହା ଘରେ ଘରେ ସର୍ଭେ ଆରମ୍ଭ କଲା 
ବିଦ୍ୟାଳୟ ଦେଖି ନଥିବା ଅଧା ପାଠ ପଢ଼ା ପିଲା ତାଲିକା ବାହାର କଲା  ।।
ପାହାଡ଼ ପର୍ବତ ହୋଟେଲ ବଗାଳିଆ ସବୁକୁ ଟ୍ରାକିଂ କଲା । 
ମୁଖିଆ ପ୍ରଶାସନ ସହ ଆଲୋଚନା କରି ବିଦ୍ୟାଳୟ ସହ ଯୋଡ଼ିଲା ।।
କର୍ମଚାରୀ ଯେ ଅମାନିଆ ଛାତ୍ର ଠାରୁ ନିଆଁ ଖୁଣ୍ଟା ମାଡ଼ ଖାଇଲେ  
ତଥାପି ଅଣ୍ଟାକୁ ସଳଖି ସଳଖି ପିଲାଙ୍କୁ ବିଦ୍ୟାଳୟ ନେଲେ ।
ରବି ଶବ୍ଦଟି ଏକ ନାମ ନୁହଁରେ ଭାଇ 
ଏହା ସମଗ୍ର କେନ୍ଦୁଝରର ଶିକ୍ଷା ବିପ୍ଳବ ।।
 ଦଲାଲ ଠିକାଦାର ସାହୁକାର ସବୁତ ହେଲେ ଛାନିଆ 
ନହେଲା ନାହିଁ ମୋ ବ୍ୟବସାୟ ଏବେ ହାତରେ ଦେବି ବହି କଲମ ।।
ହଲା ନାଠି ଗାଈ ଗୋଠରେ ଠେଙ୍ଗା ଧରି ମଞ୍ଚା ଉପରେ ପିଲା ଲୁଚୁଥିଲେ  ।
Aspire କର୍ମୀ ଡାହୁକ ସାଜି ହୁକେ ହୁ ଶବ୍ଦ କରି ପିଲାଙ୍କୁ ଟେକି ଆଣିଲେ ।।
ଅଭିଭାବକ ନଥିବା ଦୂର ପାହାଡ଼ଅଞ୍ଚଳରୁ ଆସୁଥିବା ପିଲାଙ୍କ ନିମନ୍ତେ  ।
ଶିକ୍ଷା ସହ ଯୋଡିବା ପାଇଁ RBC ଯେ ଖୋଲି ଦେଲେ ।।
ରବି ଶବ୍ଦଟି ଏକ ନାମ ନୁହଁରେ ଭାଇ 
ଏହା ସମଗ୍ର କେନ୍ଦୁଝରର ଶିକ୍ଷା ବିପ୍ଳବ ।।
 ଗାଁ ଗାଁ ଘରେ ଘରେ ଶିକ୍ଷା ସଚେତନତାର ବାର୍ତା ପଂହଁଚିଲା । 
ପିଲାଙ୍କ ଭିତରେ ଆଶାର ଆଲୋକ ପୁଣି ବିଜ୍ଞାନ ସ୍ୱପ୍ନ ଦେଖିଲା ।।
ଦୀର୍ଘ ଦିନର ପରିଶ୍ରମ ପରେ ଯେ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ହୋଇଲା ।
ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ସମ୍ବାଦ ସାହିତ୍ୟ ଘର ପରିବାରରୁ ସମ୍ବର୍ଦ୍ଧିତ ହୋଇଲେ।।
ରବି ଶବ୍ଦଟି ଏକ ନାମ ନୁହଁରେ ଭାଇ 
ଏହା ସମଗ୍ର କେନ୍ଦୁଝରର ଶିକ୍ଷା ବିପ୍ଳବ ।।

କବି - ପରେଶ କୁମାର ସେଠୀ

©Paresh Kumar Sethy ରବି

#worldpostday

ରବି #worldpostday

66b29e1152be7fec504386936b8e0793

Paresh Kumar Sethy

ରବି 
 ରବି ଶବ୍ଦଟି ଏକ ନାମ ନୁହଁରେ ଭାଇ 
ଏହା ସମଗ୍ର କେନ୍ଦୁଝର ଶିକ୍ଷା ବିପ୍ଳବ ।।
ଆମ ସ୍ୱାଭିମାନି ଦୁର୍ଗମେ ଅଂଚଳେ
ଯେବେ ଶିକ୍ଷା ବାଟ ହୁଡୁ ଥିଲା  ।।
ଶିଶୁ ଶ୍ରମିକ ବାଲ୍ୟ ବିବାହ ଭୁତଟା ବାପା ମାକୁ ଧରୁଥିଲା ।
ପ୍ରଶାସନ ଏହା ରୋକିବାକୁ ପ୍ଲାଏ କାର୍ଡ଼ ଧରି ସିଟିଙ୍ଗ ଇଟିଙ୍ଗ କରୁଥିଲା ।।
କୁଆଡ଼େ ଥିଲାସେ ରବି ଯାଦବଟା ବିହାରରୁ ମାଡ଼ି ଆସିଲା । 
Aspire  ଶିକ୍ଷା ସଂସ୍ଥାକୁ ଆଣି ଗାଁ ଗାଁରେ ପଂହଚାଇ ଦେଲା ।।
ରବି ଶବ୍ଦଟି ଏକ ନାମ ନୁହଁରେ ଭାଇ
ଏହା ସମଗ୍ର କେନ୍ଦୁଝର ଶିକ୍ଷା ବିପ୍ଳବ ।।
୨୦୧୫ ମସିହା ଘରେ ଘରେ ସର୍ଭେ ଆରମ୍ଭ କଲା 
ବିଦ୍ୟାଳୟ ଦେଖି ନଥିବା ଅଧା ପାଠ ପଢ଼ା ପିଲା ତାଲିକା ବାହାର କଲା  ।।
ପାହାଡ଼ ପର୍ବତ ହୋଟେଲ ବଗାଳିଆ ସବୁକୁ ଟ୍ରାକିଂ କଲା । 
ମୁଖିଆ ପ୍ରଶାସନ ସହ ଆଲୋଚନା କରି ବିଦ୍ୟାଳୟ ସହ ଯୋଡ଼ିଲା ।।
କର୍ମଚାରୀ ଯେ ଅମାନିଆ ଛାତ୍ର ଠାରୁ ନିଆଁ ଖୁଣ୍ଟା ମାଡ଼ ଖାଇଲେ  
ତଥାପି ଅଣ୍ଟାକୁ ସଳଖି ସଳଖି ପିଲାଙ୍କୁ ବିଦ୍ୟାଳୟ ନେଲେ ।
ରବି ଶବ୍ଦଟି ଏକ ନାମ ନୁହଁରେ ଭାଇ 
ଏହା ସମଗ୍ର କେନ୍ଦୁଝର ଶିକ୍ଷା ବିପ୍ଳବ ।।
 ଦଲାଲ ଠିକାଦାର ସାହୁକାର ସବୁତ ହେଲେ ଛାନିଆ 
ନହେଲା ନାହିଁ ମୋ ବ୍ୟବସାୟ ଏବେ ହାତରେ ଦେବୀ ବହି କଲମ ।।
ହଲା ନାଠି ଗାଈ ଗୋଠରେ ଠେଙ୍ଗା ଧରି ମଞ୍ଚା ଉପରେ ପିଲା ଲୁଚୁଥିଲେ  ।
Aspire କର୍ମୀ ଡାକୁହ ଭୁତ ସାଜି ହୁକେ ହୁ ଶବ୍ଦ କରି ପିଲାଙ୍କୁ ଟେକି ଆଣିଲେ ।।
ଅଭିଭାବକ ନଥିବା ଦୂର ପାହାଡ଼ଅଞ୍ଚଳରୁ ଆସୁଥିବା ପିଲାଙ୍କ ନିମନ୍ତେ  ।
ଶିକ୍ଷା ସହ ଯୋଡିବା ପାଇଁ RBC ଯେ ଖୋଲି ଦେଲେ ।।
ରବି ଶବ୍ଦଟି ଏକ ନାମ ନୁହଁରେ ଭାଇ 
ଏହା ସମଗ୍ର କେନ୍ଦୁଝର ଶିକ୍ଷା ବିପ୍ଳବ ।।
 ଗାଁ ଗାଁ ଘରେ ଘରେ ଶିକ୍ଷା ସଚେତନତାର ବାର୍ତା ପଂହଁଚିଲା । 
ପିଲାଙ୍କ ଭିତରେ ଆଶାର ଆଲୋକ ପୁଣି ବିଜ୍ଞାନ ସ୍ୱପ୍ନ ଦେଖିଲା ।।
ଦୀର୍ଘ ଦିନର ପରିଶ୍ରମ ପରେ ଯେ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ହୋଇଲା ।
ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ସମ୍ବାଦ ସାହିତ୍ୟ ଘର ପରିବାରରୁ ସମ୍ବର୍ଦ୍ଧିତ ହୋଇଲା ।।
ରବି ଶବ୍ଦଟି ଏକ ନାମ ନୁହଁରେ ଭାଇ 
ଏହା ସମଗ୍ର କେନ୍ଦୁଝର ଶିକ୍ଷା ବିପ୍ଳବ ।।

©Paresh Kumar Sethy ରବି କୁମାର

ରବି କୁମାର #poem

66b29e1152be7fec504386936b8e0793

Paresh Kumar Sethy

ମୋ ସାଥେ ରୁହନା
ତମେ କହିଥିଲ ଆମେ ଶହେ ଜନ୍ମ ରହିବା
ଗୋଟିଏ ଜନ୍ମ ପାଇଁ ମୋ ସାଥେ ରୁହନା  ।।
ଯେବେ ମୁଁ ଋଷି ତମ ସହ କଥା ହେବିନି
ମତେ ମନେଇବାକୁ ଚେଷ୍ଟା କରନା ।।
ବାସ ଆଜିକାଲି କହିଲେ କଣ ଜୀବନ ଚାଲିବ 
କେବେ ପାଖକୁ ଆସି ହାତ ଧରି କେମିତି ଅଛ ପଚାରନା  ।।
ଯେବେ ମୁଁ କାମରେ ବ୍ୟସ୍ତରେ ଥିବି 
ଥରଟିଏ କଲ କରି ଖାଇଛକି ନାହିଁ ପଚାରନା ।।
ତମେ କହିଥିଲ ଆମେ ଶହେ ଜନ୍ମ ରହିବା
ଗୋଟିଏ ଜନ୍ମ ପାଇଁ ମୋ ସାଥେ ରୁହନା  ।।
ବନ୍ଦକର ଶହେ ଜନ୍ମ ସାଥିରେ ରହିବା ପ୍ରତିଶ୍ରୁତି
ଏଇ ସୁନ୍ଦର ମୁହୂର୍ତ୍ତ ପାଇଁ ଓଠରେ ହସ ଭରି ଦିଅନା ।।
କେବେ ବଜାରରୁ ଧ୍ୟାନ ହଟାଇ
ହୃଦୟରେ ଘରଟିଏ ଗଢ଼ି ଦିଅନା  ।।
ଆସ ପାଖରେ ଵସ କିଛି କଥା ହେବା 
କେବେ ହୃଦୟ ଦରଜକୁ ଭରି ଦିଅନା ।
ତମେ କହିଥିଲ ଆମେ ଶହେ ଜନ୍ମ ରହିବା
ଗୋଟିଏ ଜନ୍ମ ପାଇଁ ମୋ ସାଥେ ରୁହନା  ।।

କବି ,ସାମ୍ବାଦିକ - ପରେଶ କୁମାର ସେଠୀ

©Paresh Kumar Sethy ମୋ ସାଥେ ରୁହନା

ମୋ ସାଥେ ରୁହନା #Shayari

66b29e1152be7fec504386936b8e0793

Paresh Kumar Sethy

शिकार तो सब करते हैं लेकिन टाइगर,  ଆମେ ଯୁବକ ନିଷ୍ପତି ଆମ ହାତରେ ।
କେହି ଆମ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବ
 ତାହା ମୁଁ କେବେବି ଗ୍ରହଣ କରେନି
 କାରଣ ଆମେ ନିଜେ ଜଣେ AK-47 ।

©Paresh Kumar Sethy ନିଜ ନିଷ୍ପତି ନିଜ ହାତରେ

ନିଜ ନିଷ୍ପତି ନିଜ ହାତରେ

66b29e1152be7fec504386936b8e0793

Paresh Kumar Sethy

ସ୍ମୃତି ଏକ ରୂପା ଜହ୍ନ -୧

ସୁନ୍ଦରୀ ତରୁଣୀ ଓ ପ୍ରକୃତିକୁ ନେଇ ଲେଖିବାରେ ମାହୀର ଥାଇ ପାରେ କିନ୍ତୁ ଏହାବି ସମ୍ପୂର୍ଣ୍ଣ 
ସତ୍ୟକି ଆଜିବି ତୁମ କଲ ଆସିଲେ ଛାତିର ଧଡ଼କନ ବହୁତ ତେଜରେ ବଢିଯାଏ କିଛି 
ସମୟ ପାଇଁ ଭୁଲିଯାଏ ସବିକିଛି । ଲାଗେ ସତେଯେମିତି ଦୁନିଆର ସବୁ ଖୁସି ଗୁଡାକ 
ଏକା ସଙ୍ଗେ ମୋ ପାଖରେ ଉଜାଡ଼ି ହୋଇଛନ୍ତି । ଆଉ ହଁ କଥା ହେବା ପାଇଁ କାଗଜରେ 
ଲେଖିଥିବା ସ୍କ୍ରିପ୍ଟରଆବଶ୍ୟକ ହୋଇଥାଏ । କାହିଁକି କେଜାଣି ହଜାରେ ଲୋକଙ୍କ ଭିତରେ
 ଉଦବୋଧନ ଦେବା ମୋ ପାଇଁ ସହଜହୋଇପାରେ କିନ୍ତୁ ତୁମ ସହ କଥା ହୋଇ ଦିଲ 
ଜିତିବା ଏତେ ସହଜ ନୁଁହ । ପବିତ୍ର ସମ୍ପର୍କ ଓ ସକାରାତ୍ମକଚିନ୍ତାଧାରା  ସମ୍ପର୍କକୁ ମଜବୁତ 
କରିଥାଏ  । ସବୁଦିନ ସାଥିରେ ରହୁ ବା ନରହୁ କିନ୍ତୁ ବିତାଇଥିବା ସ୍ମୃତି  ଓ ସାଉଁଟି ଥିବା 
ଖୁସିର ମୁହୂର୍ତ୍ତ ସର୍ବଦା ସାଥିରେ ରହି ମନେ ପକାଉଥିବ ଆଉ ମନେ ମନେ କହୁଥିବ ଏ 
ଜୀବନର ଚଲା ପଥରେ ଏମିତି ଜଣେ ମଣିଷ ସହିତ ଭେଟ ହୋଇଥିଲା ଯାହା କଥା
 ଭାବିଲେ ଆତ୍ମାକୁ ଶାନ୍ତି ମିଳେ । 


ହଁ ଏହାତ ଠିକ କି ସମୟ ଓ ବୟସ ବଦଳିଥିବ କିନ୍ତୁ ଅନୁଭବ ଓ ଜୋସ  ସେଦିନ ଯେମିତି ଥିଲା ଆଜିବି ସେମିତି ରହିବ ।।

 କବି ,ଯୁବ ସାମ୍ବାଦିକ  - କୁମାର ପରେଶ

©Paresh Kumar Sethy ସ୍ମୃତି ଏକ ରୂପା ଜହ୍ନ - 
#SunSet

ସ୍ମୃତି ଏକ ରୂପା ଜହ୍ନ - #SunSet #Life_experience

66b29e1152be7fec504386936b8e0793

Paresh Kumar Sethy

                   ମୋ ପାଇଁ 

ମୋ ପାଇଁ ଯଦି ଆଉ କିଏ ସାରା ଜୀବନ ହସିପାରୁଛି 
ମୁଁ ଦୁରେଇ ଗଲେ ଦୁଃଖ ନାହିଁ  ।।
ମୋ ପାଇଁ ଯଦି ଆଉ କିଏ ଭଗବାନଙ୍କୁ ମନାସୁଛି 
ମୁଁ ଅଭିଶାପ ପାଇବାର ଅଵଶୋଷ ନାହିଁ ।।
 
ମୋ ପାଇଁ ଯଦି ଆଉ କିଏ ହୃଦୟରେ ନାଁ ଲେଖୁଛି 
ମୁଁ ଲିଭିଗଲେ ଦୁଃଖ ନାହିଁ 
ମୋ ପାଇଁ ଯଦି ଆଉ କିଏ ସ୍ୱପ୍ନକୁ ସାଇତି ରଖୁଛି 
ମୁଁ ସ୍ୱପ୍ନକୁ ଭୁଲିବାର ଅବଶୋଷ ନାହିଁ ।।

ମୋ ପାଇଁ ଯଦି ଆଉ କିଏ ଡ଼ାଇରୀ ଲେଖୁଛି 
ମୋ ଡ଼ାଇରୀ ଜଳିଗଲେ ଦୁଃଖ ନାହିଁ  ।। 
ମୋ ପାଇଁ ଯଦି ଆଉ କିଏ ଆଇନା ଆଗରେ ସଜେଇ ହେଉଛି ।
ମୋ ଆଇନା ଭାଙ୍ଗିଗଲେ ଅବଶୋଷ ନାହିଁ ।।

ମୋ ପାଇଁ ଯଦି ଆଉ କିଏ ନାଲି ଗୋଲାପ ତୁଳୁଛି
ମୁଁ ମରୀଚିକା ହେବାର ଦୁଃଖ ନାହିଁ ।
ମୋ ପାଇଁ ଯଦି ଆଉ କିଏ ଭଲରେ ରହି ପାରୁଛି 
ମୁଁ ହଜିଗଲେ ଅବଶୋଷ ନାହିଁ । ।


                      କବି( ଯୁବ ସାମ୍ବାଦିକ)- ପରେଶ କୁମାର ସେଠୀ

©Paresh Kumar Sethy ମୋ ପାଇଁ
#Love

ମୋ ପାଇଁ #Love #poem

66b29e1152be7fec504386936b8e0793

Paresh Kumar Sethy

ଗୋଟେ ଛୋଟ କପ କଫିରୁ ସକାଳ ଆରମ୍ଭ ହୁଏ। ଆଉ ଦୁନିଆର ଏତେ ବଡ ଦିନକୁ ଏକୁଟିଆ ବିତାଇବାକୁ ପଡିଥାଏ । ଠିକ ସେହିପରି ଆମକୁ  ଏତେ ବଡ଼ ଦୁନିଆରେ କୌଣସି ନା କୌଣସି ଏକ ଛୋଟ କାର୍ଯ୍ୟରୁ ହିଁ ଜୀବନ ଆରମ୍ଭ କରିବାକୁ ପଡିବ ଦେଖିବ ଖୁସି ଖୁସିରେ କେମିତି ଦିନ କଟିବ ।। Good morning

Good morning

loader
Home
Explore
Events
Notification
Profile