Nojoto: Largest Storytelling Platform

Best ଚଇତି Shayari, Status, Quotes, Stories

Find the Best ଚଇତି Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 2 Stories

Nirlipta

Bidyashree Panda

ନମସ୍କାର ବନ୍ଧୁଗଣ। ଜାନୁଆରୀ ଶେଷ ହେଉଛି ଏବଂ ଫେବୃଆରୀ ଆରମ୍ଭ ହେବାକୁ ଯାଉଛି। ଏଥି ସହ ଆମେ ପ୍ରବେଶ କରୁଛୁ #ସୃଜନୀତରଙ୍ଗ ର ଦ୍ଵିତୀୟ ପର୍ଯ୍ୟାୟରେ। ଗତ ଅଧ୍ୟାୟରେ ଆପଣ ମାନେ ସଂକ୍ଷେପରେ ଅନେକ କଥା ଲେଖିଥିଲେ। ୫୦୦ରୁ ଉର୍ଦ୍ଧ୍ବ ଲେଖା ଲେଖି ଆମକୁ ଗର୍ବିତ କରିଥିଲେ। ଆଶା ଆମେ ମାନେ ଆପଣଙ୍କ ଲେଖା ପଢି ଯେତିକି ଖୁସି ହେଇଛୁ, ଆପଣ ମାନେ ମଧ୍ୟ ପ୍ରତିଦିନ ଲେଖି ସେତିକି ଅନୁଭବ ଏବଂ ଖୁସି ସାଉଁଟିଛନ୍ତି। ତେବେ ଆସିବା ଆମ ପ୍ରତିଯୋଗିତାର ଦ୍ଵିତୀୟ ପର୍ଯ୍ୟାୟକୁ। ଫେବୃଆରୀ ମାସରେ ଆମେ ଚିଠି ଲେଖିବା। କିଛି ଶବ୍ଦ ସୀମା ରହିବ ନାହିଁ, ଆବେଗକୁ ବନ୍ଧ ବାଡ ନ ମାନି ବୋହି ଯିବାକୁ ଦେବା। ଚାଲନ୍ତୁ ଲେଖିବା ଚିଠି #Collab #Yqbhaina #ଚଇତି #ଚଇତିଚିଠି

read more
                            --------------,
ଆମ ସମ୍ପର୍କର ନାଁ ଟେ କେବେ ଖୋଜିନି ଜାଣ ତମେ...।ତମକୁ କଣ ବୋଲି ଡାକିବି ବି ଜାଣିପାରେନି,ସେଥିପାଇଁ ଲେଖେ ଏମିତି ଅନାମିକା ଚିଠି...।ସେ ଡାଏରୀ ର ପୃଷ୍ଠା ଗୁଡା ହଉ କି ଫୋନ ର ଡ୍ରାଫ୍ଟ,ଲେଖିଛି ତମ ପାଇଁ ଏମିତି ଅଗଣିତ ଚିଠି...।ଜାଣେ ମୁଁ ବଞ୍ଚି ଥିବା ଯାଏଁ ପହଞ୍ଚିବନି ସେଗୁଡା ତମ ପାଖେ କେବେ...।ତଥାପି ମୁଁ ଲେଖେ...ଲେଖେ ପ୍ରତି ଥର ତମକୁ ପ୍ରଥମ କରି ଚିଠିଟେ ଲେଖିଲା ପରି..ଆଉ ଲେଖୁଥିବି ବି...।ଲେଖେ... ମରିବା ପରେ ବି ଆଉ କିଛି ସମୟ ତମ ପାଖରେ ରହିବାର ଇଚ୍ଛା ରେ...।ଲେଖେ...ଏଇ ଲୋଭରେ ଯେ ମୁଁ ଦୁନିଆରେ ନଥିଲେ ବି ତମ ପାଖରେ କାଳେ କିଛି "ମୁଁ" ରହିଯିବି...।

ଆଜି  ତମ ପାଖରେ ପହଞ୍ଚିବ ବୋଲି ଜାଣିଥିବା ଏ ଶେଷ ଚିଠି ରେ ଲେଖିବିନି ଆଉ କିଛି...।ବୋଧ ହୁଏ ତମେ ବୁଝିପାରୁଥିବା ଶବ୍ଦ ସବୁ ମୋ ପାଖରୁ କେବେଠୁ ସରିଯାଇଛି...।ହେଲେ...କଣ ଫରକ ପଡେ,ତମ ପାଖରେ ଅଛି ତ ମୋ ନୀରବତାର ଶବ୍ଦକୋଷ..। ଯଦି କେବେ ଫୁରସତରେ ମନେ ପଡେ ମୁଁ,ପଢ଼ି ନବ ସେ ଅଦରକାରୀ ନୀରବତା ରୁ କିଛି....।ନିଜ ଆଖି ବନ୍ଦ କରି ଦେଖି ନବ ମୋ ଆଖି,ପଢି ନବ ସେଥିରୁ ମୁଁ ଜିଉଁଥିବା ଆମ କାହାଣୀରୁ କିଛି...।

                                                               ଇତି,
                                                               ତମର ମୁଁ....।    — % & ନମସ୍କାର ବନ୍ଧୁଗଣ। 
ଜାନୁଆରୀ ଶେଷ ହେଉଛି ଏବଂ ଫେବୃଆରୀ ଆରମ୍ଭ ହେବାକୁ ଯାଉଛି। ଏଥି ସହ ଆମେ ପ୍ରବେଶ କରୁଛୁ #ସୃଜନୀତରଙ୍ଗ ର ଦ୍ଵିତୀୟ ପର୍ଯ୍ୟାୟରେ। ଗତ ଅଧ୍ୟାୟରେ ଆପଣ ମାନେ ସଂକ୍ଷେପରେ ଅନେକ କଥା ଲେଖିଥିଲେ। ୫୦୦ରୁ ଉର୍ଦ୍ଧ୍ବ ଲେଖା ଲେଖି ଆମକୁ ଗର୍ବିତ କରିଥିଲେ। ଆଶା ଆମେ ମାନେ ଆପଣଙ୍କ ଲେଖା ପଢି ଯେତିକି ଖୁସି ହେଇଛୁ, ଆପଣ ମାନେ ମଧ୍ୟ ପ୍ରତିଦିନ ଲେଖି ସେତିକି ଅନୁଭବ ଏବଂ ଖୁସି ସାଉଁଟିଛନ୍ତି। 

ତେବେ ଆସିବା ଆମ ପ୍ରତିଯୋଗିତାର ଦ୍ଵିତୀୟ ପର୍ଯ୍ୟାୟକୁ। ଫେବୃଆରୀ ମାସରେ ଆମେ ଚିଠି ଲେଖିବା। କିଛି ଶବ୍ଦ ସୀମା ରହିବ ନାହିଁ, ଆବେଗକୁ ବନ୍ଧ ବାଡ ନ ମାନି ବୋହି ଯିବାକୁ ଦେବା। ଚାଲନ୍ତୁ ଲେଖିବା ଚିଠି


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile