Nojoto: Largest Storytelling Platform

ଯଦି ମୁଁ ଦିନେ ହଜିଯାଏ ମୋ ସ୍ୱପ୍ନ ନଗରୀର ଅନ୍ଧାରି ମୁଲକେ

ଯଦି ମୁଁ ଦିନେ ହଜିଯାଏ 
ମୋ ସ୍ୱପ୍ନ ନଗରୀର ଅନ୍ଧାରି ମୁଲକେ,
ତୁମେ ସକାଳର ସୂର୍ଯ୍ୟ କିରଣ ସାଜି 
ଟାଣି ଆଣିବ ମୋତେ ।

ଯଦି ମୁଁ ଦିନେ ହଜିଯାଏ 
ମୋ ଆଖି ଲୁହର ଗଭୀରତାରେ,
ତୁମେ ସ୍ନେହ ଅନୁରାଗ ର କଜ୍ଜଳ ଟିକେ ଆଣି
ସଜାଇ ଦେବ ମୋତେ ।

ଯଦି ମୁଁ ଦିନେ ହଜିଯାଏ 
ମୋ ମନର ନୀରବତାରେ,
ତୁମେ ପ୍ରେମ ର ରାଗିଣୀ ଗାଇ
ଫେରାଇ ଆଣିବ ମୋତେ ।

ଯଦି ମୁଁ ଦିନେ ହଜିଯାଏ 
ମୋ ଅତୀତର ଅପନ୍ତରା ରାଇଜରେ,
ତୁମେ ଭବିଷ୍ୟତ ର ଉଜ୍ବଳ ତାରା ହୋଇ 
ହାତ ଧରି ବାଟ କଢାଇ ନେବ ମୋତେ । ଅଶେଷ ଧନ୍ୟବାଦ Surekha Dash ଙ୍କୁ ଉପରୋକ୍ତ ପଦଟି ପ୍ରସ୍ତାବିତ କରିଥିବା ପାଇଁ।

ଆପଣମାନେ ମଧ୍ୟ word for the day କିମ୍ଵା collab  ପଦ suggest କରନ୍ତୁ।
at #yqbhainasuggestionspost1

#ଯଦମୁଁହଜିଯାଏ
#collab
#yqbhaina #yqodia #munodia
ଯଦି ମୁଁ ଦିନେ ହଜିଯାଏ 
ମୋ ସ୍ୱପ୍ନ ନଗରୀର ଅନ୍ଧାରି ମୁଲକେ,
ତୁମେ ସକାଳର ସୂର୍ଯ୍ୟ କିରଣ ସାଜି 
ଟାଣି ଆଣିବ ମୋତେ ।

ଯଦି ମୁଁ ଦିନେ ହଜିଯାଏ 
ମୋ ଆଖି ଲୁହର ଗଭୀରତାରେ,
ତୁମେ ସ୍ନେହ ଅନୁରାଗ ର କଜ୍ଜଳ ଟିକେ ଆଣି
ସଜାଇ ଦେବ ମୋତେ ।

ଯଦି ମୁଁ ଦିନେ ହଜିଯାଏ 
ମୋ ମନର ନୀରବତାରେ,
ତୁମେ ପ୍ରେମ ର ରାଗିଣୀ ଗାଇ
ଫେରାଇ ଆଣିବ ମୋତେ ।

ଯଦି ମୁଁ ଦିନେ ହଜିଯାଏ 
ମୋ ଅତୀତର ଅପନ୍ତରା ରାଇଜରେ,
ତୁମେ ଭବିଷ୍ୟତ ର ଉଜ୍ବଳ ତାରା ହୋଇ 
ହାତ ଧରି ବାଟ କଢାଇ ନେବ ମୋତେ । ଅଶେଷ ଧନ୍ୟବାଦ Surekha Dash ଙ୍କୁ ଉପରୋକ୍ତ ପଦଟି ପ୍ରସ୍ତାବିତ କରିଥିବା ପାଇଁ।

ଆପଣମାନେ ମଧ୍ୟ word for the day କିମ୍ଵା collab  ପଦ suggest କରନ୍ତୁ।
at #yqbhainasuggestionspost1

#ଯଦମୁଁହଜିଯାଏ
#collab
#yqbhaina #yqodia #munodia

ଅଶେଷ ଧନ୍ୟବାଦ Surekha Dash ଙ୍କୁ ଉପରୋକ୍ତ ପଦଟି ପ୍ରସ୍ତାବିତ କରିଥିବା ପାଇଁ। ଆପଣମାନେ ମଧ୍ୟ word for the day କିମ୍ଵା collab ପଦ suggest କରନ୍ତୁ। at #yqbhainasuggestionspost1 #ଯଦମୁଁହଜିଯାଏ #Collab #Yqbhaina #yqodia #munodia #YourQuoteAndMine #yourquoteodia