Nojoto: Largest Storytelling Platform

କ୍ଷମା କରିଦେବ ଶିଖା, ସେଦିନ ସିଲିକନ୍ ଇଞ୍ଜିନିୟରିଙ

କ୍ଷମା କରିଦେବ ଶିଖା,
      ସେଦିନ ସିଲିକନ୍ ଇଞ୍ଜିନିୟରିଙ୍ଗ୍ କଲେଜ ଛାଡ଼ି ଆସିବା ବେଳେ ତମ ସହ ମୋର ଶେଷ ଦେଖା।ହଠାତ୍ ମୋ ମାଉସୀଙ୍କର ଫୋନ୍ ଆସେ ଯେ ଯଥାଶୀଘ୍ର ଯାଇ ଘରେ ପହଞ୍ଚିବାକୁ ହେବ।ମୁଁ କିଛି ବୁଝି ପାରୁନଥାଏ।ତମ ମନରେ ବି ଅନେକ ପ୍ରଶ୍ନର ପଳାଶଫୁଲ ବିଛୁରି ପଡ଼ୁଥାଏ।ହଠାତ୍ ମୋ ହାତରୁ ତମ ହାତ ଖସି ଯାଉଥାଏ,ଆଉ ଆଖି ଯେତେ ଦୂର ପାଉଥିଲା ତମ ଚଗଲି ଆଖି ମୋତେ ବାନ୍ଧି ରଖିବାର ପ୍ରୟାସ କରୁଥାଏ।ଘରେ ଆସି ପହଞ୍ଚି ମୁଁ ଯାହା ଦେଖେ ମୋ ଜୀବନଟା ଅନ୍ଧକାର ହେଇ ସାରିଥିଲା।ସିଲିକନରେ ମୋର ଚତୁର୍ଥ ବର୍ଷ।ବୋଉର ମନା କରିବା ସତ୍ତ୍ୱେ ମୋର ଜିଦ୍ ଆଉ ବାପାଙ୍କର ସହଯୋଗ,ଦୃଢ଼‌ଇଛାଶକ୍ତି ବଳରେ ମୁଁ ସେଠି ପଢ଼ିଲି।ଆଉ ସେବେଠୁ ଅଭାବର ଅସଂଖ୍ୟ ଶ୍ୱେତପଦ୍ମ ଆମ ମାଟି ଅଗଣାରେ ଫୁଟି ଉଠୁଥାଏ।ହେଲେ ସେଦିନ କିଛି ଅଲଗା ଥିଲା।ଅଭାବର ସ୍ୱରଟା ଏତେ ଗମ୍ଭୀର ଥିଲା ଯେ ସାମାନ୍ୟ କଥାରୁ ବାପା ବୋଉଙ୍କ ଭିତରେ ଝଗଡ଼ାଟା ତୀବ୍ର ରୂପ ନେଲା ଆଉ ପାଣି ପଡ଼ିଥିବା ଚଟାଣ ଉପରେ ପାଦ ଖସିଯାଇ ସବୁଦିନ ପାଇଁ ବୋଉର ଶେଷ ନିଃଶ୍ୱାସ ସେଇଠି ମିଳେଇ ଯାଇଥିଲା।ଆଉ କିଛି ଖଳୁ ସ୍ୱଭାବର ଲୋକଙ୍କ ଦିଆସିଲିର ବାରୁଦ ଯେମିତି ବାପାଙ୍କୁ ଆଇନର କାଠଗଡ଼ା ଭିତରକୁ ଟାଣି ନ‌ଉଥିଲା।ହେଲେ ମୁଁ ୟାକୁ ଦେଖି ସହି ନପାରି ଆଉ ଏପଟେ ସାନଭାଇର ଭବିଷ୍ୟତ କଥା ଚିନ୍ତା କରି ମୁଁ ଏବେ ଗୋଟେ ମାତୃହନ୍ତା ଆସାମୀ ଆଉ ଠିକଣା ଏବେ କାରାଗାରର କାଳ କୋଠରୀ।ତମକୁ ତମ ପ୍ରଦୀପ ଫେରିବାର କଥା ଦେଇ ରଖିପାରିନି ଶିଖା।ଜାଣିନି ତମେ ଏବେ ବି ମୋ ମାଟି ଦୀପର ଶିଖାଟିଏ ପରି ଜଳିବାକୁ ଚାହଁ କି ନାଁ!, ହେଲେ ଏ ପ୍ରଦୀପ ତୁମ ଶିଖା ବିନା ଅସ୍ତିତ୍ବ ବିହୀନ। ଜାଣିନି ତମ ଅପେକ୍ଷାର ଫର୍ଦ୍ଦଟା ମୋ ପାଇଁ ଏବେ ବି ଅଛି କି ନାହିଁ.... ଆଜିର #yostowrimoଓଡ଼ିଆ ରେ ଲେଖନ୍ତୁ ଏକ ଅଣୁଗଳ୍ପ ଅବା ଲଘୁକଥା ଉପରୋକ୍ତ ବିଷୟରେ . ସମ୍ପୂର୍ଣ୍ଣ ଗଳ୍ପକୁ ପୃଷ୍ଠା ମଧ୍ୟରେ ହିଁ ଲେଖନ୍ତୁ।

#YQODIASTORY10 #yqbhaina #yqodia #munodia #collab  #challenge 
  #YourQuoteAndMine
Collaborating with YourQuote Bhaina

ଆଜିର yostowrimoଓଡ଼ିଆ ରେ ଲେଖନ୍ତୁ ଏକ ଅଣୁଗଳ୍ପ ଅବା ଲଘୁକଥା ଉପରୋକ୍ତ ବିଷୟରେ . ସମ୍ପୂର୍ଣ୍ଣ ଗଳ୍ପକୁ ପୃଷ୍ଠା ମଧ୍ୟରେ ହିଁ ଲେଖନ୍ତୁ। #YQODIASTORY10 #Yqbhaina #yqodia #munodia #Collab #Challenge #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ