Nojoto: Largest Storytelling Platform

Best YQODIASTORY10 Shayari, Status, Quotes, Stories

Find the Best YQODIASTORY10 Shayari, Status, Quotes from top creators only on Nojoto App. Also find trending photos & videos about

  • 4 Followers
  • 4 Stories

Rajeswari Rath

ଆମର ଏଇ ଦୁନିଆରେ ହସ ଖୁସିର ବର୍ଷା ଆଣିବା ପାଇଁ ମାଆ ତ୍ରିଦେବୀ ବିଜୟା ଦଶମୀ ଦିନ ତତେ ଆମ କୋଳରେ ଦେଇଥିଲେ। ବାପା ମା ହୋଇଲୁ ବୋଲି ଆମ ଖୁସି ର ସୀମା ନ ଥିଲା।ଆମ ଜୀବନ ପରିପୂର୍ଣ୍ଣ କଲୁ। ଆଜି ମଧ୍ୟ ମୋ ଆଖିରେ ତୋର ସେଇ ଜନ୍ମ ସମୟର ମୁଁହ ଝୁଲି ଆସୁଛି,ଆଖିରେ ସେହି ଖୁସିର ଲୁହ ଝରି ପଡୁଛି ଯେତେବଳେ ପ୍ରଥମ ଥର ତତେ ସ୍ପର୍ଶ କରିଥିଲି,ତୋର ସେହି ଛୋଟ ଛୋଟ ହାତ କୁ ଧରି ମୋ ସବୁ ଦୁଃଖ,କଷ୍ଟ ଭୁଲି ଯାଇଥିଲି।କେତେ ଶୀଘ୍ର ସମୟ ବିତି ଯାଉଛି,ଆଜି ତୋର ପ୍ରଥମ ଜନ୍ମ ଦିନ,ଜାଣି ପାରିଲି ନାହିଁ କେତେ ଶୀଘ୍ର ଏଇ ଗୋଟେ ବର୍ଷ ବିତି ଗଲା। ଆମ ଜୀବନର ଏକ ଅଭୁଲା ସ୍ମୃତି ତୁ ଧନ,ତୋ ବାପା ଆଖିରେ ମଧ୍ୟ ଆଜି ସେହି ଖୁସିର ଲୁହ ଝରି ପଡୁଥିଲା, ମୁଁ ପଚାରିଲି ଯେତେବେଳ କହିଲେ ଆଜି ଝିଅର ଜନ୍ମ କଥା ମନେ ପଡ଼ି ଯାଉଛି। ଯେତେବଳେ ତମେ operation room କୁ ଗଲ ମୁଁ କଥା କହି ପାରୁ ନ ଥିଲି।ପୁଣି ସେତେବେଳେ ଏତେ ଜୋର୍ ରେ ବର୍ଷା, ମୁ ଭାବିଲି ଏବେ ତ ଏତେ ଖରା ଥିଲା ବର୍ଷା କଣ ଏତେ ଯୋର୍ ରେ ହେଉଛି,ତାପରେ ଶୁଣିଲି ଝିଅ ହେଇଛି ମୋର ମୋ ଆଖିରୁ ଖୁସିର ଲୁହ ଝରି ଗଲା। ମାଆ ମାହେଶ୍ୱରୀ ଙ୍କୁ ଧନ୍ୟବାଦ୍ ଜଣାଇଲି,ତାପରେ କିଛି ସମୟ ପରେ ମୁଁ ମୋ ଝିଅ କୁ ଦେଖିଲି,ସେହି ଖୁସି କୁ ମୁଁ ବର୍ଣ୍ଣନା କରିପାରିବି ନାହିଁ।ଯେତେବେଳେ ତମର operation ସରିଲା ତୁମେ ମତେ ପଚାରିଲ ଆମ ଝିଅକୁ ଦେଖିଲ କେମିତି ହେଇଚି ସେତେବେଳେ ମୁଁ ଭାବବିହ୍ବଳ ହୋଇଗଲି,ସତରେ ଆଜି ମତେ ମନେ ପଡ଼ି ଯାଉଛି ସେହି କଥା। ବାପା ମା ହେବାର ଖୁସି ପାଇଲୁ ଆମ ଧନ ପାଇଁ। ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା, ଭଗବାନ ତୋ ସାଥିରେ ସର୍ବଦା ରହି ଥାଆନ୍ତୁ,ସବୁ ବେଳେ ଖୁସିରେ ରହ,ତୋ ବାପା ମା ର ତୁ ଜୀବନ,ଆମେ ଦୁହେଁ ତତେ ବହୁତ୍ ଭଲ ପାଉ,ଏଇ ସ୍ମୃତି ତୋ ପାଇଁ,ତୋ ବାପା ମା ର ଭଲ ପାଇବା ତୋ ପ୍ରତି କେତେ ଅଛି ଶବ୍ଦରେ କହି ହେବ ନାହିଁ। #yqodia #yqodiapoetry #yqodiastory3 #YQODIASTORY10 #yqodiawritings

read more
ପ୍ରଥମ ଜନ୍ମ ବାର୍ଷିକର
    ଚିଠି ଆମର ଏଇ ଦୁନିଆରେ ହସ ଖୁସିର ବର୍ଷା ଆଣିବା ପାଇଁ ମାଆ ତ୍ରିଦେବୀ ବିଜୟା ଦଶମୀ ଦିନ ତତେ ଆମ କୋଳରେ ଦେଇଥିଲେ। ବାପା ମା ହୋଇଲୁ ବୋଲି ଆମ ଖୁସି ର ସୀମା ନ ଥିଲା।ଆମ ଜୀବନ ପରିପୂର୍ଣ୍ଣ କଲୁ।

 ଆଜି ମଧ୍ୟ ମୋ ଆଖିରେ ତୋର ସେଇ ଜନ୍ମ ସମୟର ମୁଁହ ଝୁଲି ଆସୁଛି,ଆଖିରେ ସେହି ଖୁସିର ଲୁହ ଝରି ପଡୁଛି ଯେତେବଳେ ପ୍ରଥମ ଥର ତତେ ସ୍ପର୍ଶ କରିଥିଲି,ତୋର ସେହି ଛୋଟ ଛୋଟ ହାତ କୁ ଧରି ମୋ ସବୁ ଦୁଃଖ,କଷ୍ଟ ଭୁଲି ଯାଇଥିଲି।କେତେ ଶୀଘ୍ର ସମୟ ବିତି ଯାଉଛି,ଆଜି ତୋର ପ୍ରଥମ ଜନ୍ମ ଦିନ,ଜାଣି ପାରିଲି ନାହିଁ କେତେ ଶୀଘ୍ର ଏଇ ଗୋଟେ ବର୍ଷ ବିତି ଗଲା।

ଆମ ଜୀବନର ଏକ ଅଭୁଲା ସ୍ମୃତି ତୁ ଧନ,ତୋ ବାପା ଆଖିରେ ମଧ୍ୟ ଆଜି ସେହି ଖୁସିର ଲୁହ ଝରି ପଡୁଥିଲା, ମୁଁ ପଚାରିଲି ଯେତେବେଳ କହିଲେ ଆଜି ଝିଅର ଜନ୍ମ କଥା ମନେ ପଡ଼ି ଯାଉଛି। ଯେତେବଳେ ତମେ operation room କୁ ଗଲ ମୁଁ କଥା କହି ପାରୁ ନ ଥିଲି।ପୁଣି ସେତେବେଳେ ଏତେ ଜୋର୍ ରେ ବର୍ଷା, ମୁ ଭାବିଲି ଏବେ ତ ଏତେ ଖରା ଥିଲା ବର୍ଷା କଣ ଏତେ ଯୋର୍ ରେ ହେଉଛି,ତାପରେ ଶୁଣିଲି ଝିଅ ହେଇଛି ମୋର ମୋ ଆଖିରୁ ଖୁସିର ଲୁହ ଝରି ଗଲା। ମାଆ ମାହେଶ୍ୱରୀ ଙ୍କୁ ଧନ୍ୟବାଦ୍ ଜଣାଇଲି,ତାପରେ କିଛି ସମୟ ପରେ ମୁଁ ମୋ ଝିଅ କୁ ଦେଖିଲି,ସେହି ଖୁସି କୁ ମୁଁ ବର୍ଣ୍ଣନା କରିପାରିବି ନାହିଁ।ଯେତେବେଳେ ତମର operation ସରିଲା ତୁମେ ମତେ ପଚାରିଲ ଆମ ଝିଅକୁ ଦେଖିଲ କେମିତି ହେଇଚି ସେତେବେଳେ ମୁଁ ଭାବବିହ୍ବଳ ହୋଇଗଲି,ସତରେ ଆଜି ମତେ ମନେ ପଡ଼ି ଯାଉଛି ସେହି କଥା। ବାପା ମା ହେବାର ଖୁସି ପାଇଲୁ ଆମ ଧନ ପାଇଁ।

ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା, ଭଗବାନ ତୋ ସାଥିରେ ସର୍ବଦା ରହି ଥାଆନ୍ତୁ,ସବୁ ବେଳେ ଖୁସିରେ ରହ,ତୋ ବାପା ମା ର ତୁ ଜୀବନ,ଆମେ ଦୁହେଁ ତତେ ବହୁତ୍ ଭଲ ପାଉ,ଏଇ ସ୍ମୃତି ତୋ ପାଇଁ,ତୋ ବାପା ମା ର ଭଲ ପାଇବା ତୋ ପ୍ରତି କେତେ ଅଛି ଶବ୍ଦରେ କହି ହେବ ନାହିଁ।

koushik lenka

ଆଜିର yostowrimoଓଡ଼ିଆ ରେ ଲେଖନ୍ତୁ ଏକ ଅଣୁଗଳ୍ପ ଅବା ଲଘୁକଥା ଉପରୋକ୍ତ ବିଷୟରେ . ସମ୍ପୂର୍ଣ୍ଣ ଗଳ୍ପକୁ ପୃଷ୍ଠା ମଧ୍ୟରେ ହିଁ ଲେଖନ୍ତୁ। #YQODIASTORY10 #Yqbhaina #yqodia #munodia #Collab #Challenge #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ

read more
କ୍ଷମା କରିଦେବ ଶିଖା,
      ସେଦିନ ସିଲିକନ୍ ଇଞ୍ଜିନିୟରିଙ୍ଗ୍ କଲେଜ ଛାଡ଼ି ଆସିବା ବେଳେ ତମ ସହ ମୋର ଶେଷ ଦେଖା।ହଠାତ୍ ମୋ ମାଉସୀଙ୍କର ଫୋନ୍ ଆସେ ଯେ ଯଥାଶୀଘ୍ର ଯାଇ ଘରେ ପହଞ୍ଚିବାକୁ ହେବ।ମୁଁ କିଛି ବୁଝି ପାରୁନଥାଏ।ତମ ମନରେ ବି ଅନେକ ପ୍ରଶ୍ନର ପଳାଶଫୁଲ ବିଛୁରି ପଡ଼ୁଥାଏ।ହଠାତ୍ ମୋ ହାତରୁ ତମ ହାତ ଖସି ଯାଉଥାଏ,ଆଉ ଆଖି ଯେତେ ଦୂର ପାଉଥିଲା ତମ ଚଗଲି ଆଖି ମୋତେ ବାନ୍ଧି ରଖିବାର ପ୍ରୟାସ କରୁଥାଏ।ଘରେ ଆସି ପହଞ୍ଚି ମୁଁ ଯାହା ଦେଖେ ମୋ ଜୀବନଟା ଅନ୍ଧକାର ହେଇ ସାରିଥିଲା।ସିଲିକନରେ ମୋର ଚତୁର୍ଥ ବର୍ଷ।ବୋଉର ମନା କରିବା ସତ୍ତ୍ୱେ ମୋର ଜିଦ୍ ଆଉ ବାପାଙ୍କର ସହଯୋଗ,ଦୃଢ଼‌ଇଛାଶକ୍ତି ବଳରେ ମୁଁ ସେଠି ପଢ଼ିଲି।ଆଉ ସେବେଠୁ ଅଭାବର ଅସଂଖ୍ୟ ଶ୍ୱେତପଦ୍ମ ଆମ ମାଟି ଅଗଣାରେ ଫୁଟି ଉଠୁଥାଏ।ହେଲେ ସେଦିନ କିଛି ଅଲଗା ଥିଲା।ଅଭାବର ସ୍ୱରଟା ଏତେ ଗମ୍ଭୀର ଥିଲା ଯେ ସାମାନ୍ୟ କଥାରୁ ବାପା ବୋଉଙ୍କ ଭିତରେ ଝଗଡ଼ାଟା ତୀବ୍ର ରୂପ ନେଲା ଆଉ ପାଣି ପଡ଼ିଥିବା ଚଟାଣ ଉପରେ ପାଦ ଖସିଯାଇ ସବୁଦିନ ପାଇଁ ବୋଉର ଶେଷ ନିଃଶ୍ୱାସ ସେଇଠି ମିଳେଇ ଯାଇଥିଲା।ଆଉ କିଛି ଖଳୁ ସ୍ୱଭାବର ଲୋକଙ୍କ ଦିଆସିଲିର ବାରୁଦ ଯେମିତି ବାପାଙ୍କୁ ଆଇନର କାଠଗଡ଼ା ଭିତରକୁ ଟାଣି ନ‌ଉଥିଲା।ହେଲେ ମୁଁ ୟାକୁ ଦେଖି ସହି ନପାରି ଆଉ ଏପଟେ ସାନଭାଇର ଭବିଷ୍ୟତ କଥା ଚିନ୍ତା କରି ମୁଁ ଏବେ ଗୋଟେ ମାତୃହନ୍ତା ଆସାମୀ ଆଉ ଠିକଣା ଏବେ କାରାଗାରର କାଳ କୋଠରୀ।ତମକୁ ତମ ପ୍ରଦୀପ ଫେରିବାର କଥା ଦେଇ ରଖିପାରିନି ଶିଖା।ଜାଣିନି ତମେ ଏବେ ବି ମୋ ମାଟି ଦୀପର ଶିଖାଟିଏ ପରି ଜଳିବାକୁ ଚାହଁ କି ନାଁ!, ହେଲେ ଏ ପ୍ରଦୀପ ତୁମ ଶିଖା ବିନା ଅସ୍ତିତ୍ବ ବିହୀନ। ଜାଣିନି ତମ ଅପେକ୍ଷାର ଫର୍ଦ୍ଦଟା ମୋ ପାଇଁ ଏବେ ବି ଅଛି କି ନାହିଁ.... ଆଜିର #yostowrimoଓଡ଼ିଆ ରେ ଲେଖନ୍ତୁ ଏକ ଅଣୁଗଳ୍ପ ଅବା ଲଘୁକଥା ଉପରୋକ୍ତ ବିଷୟରେ . ସମ୍ପୂର୍ଣ୍ଣ ଗଳ୍ପକୁ ପୃଷ୍ଠା ମଧ୍ୟରେ ହିଁ ଲେଖନ୍ତୁ।

#YQODIASTORY10 #yqbhaina #yqodia #munodia #collab  #challenge 
  #YourQuoteAndMine
Collaborating with YourQuote Bhaina

JS Jyoti

ଆଜିର yostowrimoଓଡ଼ିଆ ରେ ଲେଖନ୍ତୁ ଏକ ଅଣୁଗଳ୍ପ ଅବା ଲଘୁକଥା ଉପରୋକ୍ତ ବିଷୟରେ . ସମ୍ପୂର୍ଣ୍ଣ ଗଳ୍ପକୁ ପୃଷ୍ଠା ମଧ୍ୟରେ ହିଁ ଲେଖନ୍ତୁ। #YQODIASTORY10 #Yqbhaina #yqodia #munodia #Collab #Challenge #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ

read more
                   
                    ଜହ୍ନ, ବାଦଲ ଓ ବର୍ଷା
                  ***************
ଖଣ୍ଡେ ବାଦଲ ଦେହରେ ଜହ୍ନ ଲୁଚି ଯାଉଥିଲା।ଏଇ ବୋଧେ ବାଦଲ ନିଜ ବହୁ ବନ୍ଧନରେ ଜହ୍ନକୁ କଏଦ୍ କରିବା ପାଇଁ ଚେଷ୍ଟାରତ।କିଛି ସମୟ ଗଲା ପରେ ଦେଖିଲି, ଧାରେ ବର୍ଷା!ଜହ୍ନ ର ସୁନେଲି ମୁହଁକୁ ଧୋଇଦେଲା। ବୋଧେ ଜହ୍ନର କଳଙ୍କକୁ ଧୋଇବାକୁ ଚାହୁଁଥିଲା ନା କ'ଣ?
        ବାଦଲ ଜହ୍ନକୁ ଦୁନିଆଁ ଆଖିରୁ ଲୁଚେଇ ନେଇ ନିଜର କରିବାକୁ ଚେଷ୍ଟା କରୁଥିଲା,ଆଉ ବର୍ଷା ଜହ୍ନର ସବୁ କଳଙ୍କକୁ ଧୋଇ ନେଇ ଆପଣାର କରିବାକୁ ଯତ୍ନଶୀଳ ଥିଲା।
        ତେବେ ଜହ୍ନ ବାଦଲର ନା ବର୍ଷାର ?? ଆଜିର #yostowrimoଓଡ଼ିଆ ରେ ଲେଖନ୍ତୁ ଏକ ଅଣୁଗଳ୍ପ ଅବା ଲଘୁକଥା ଉପରୋକ୍ତ ବିଷୟରେ . ସମ୍ପୂର୍ଣ୍ଣ ଗଳ୍ପକୁ ପୃଷ୍ଠା ମଧ୍ୟରେ ହିଁ ଲେଖନ୍ତୁ।

#YQODIASTORY10 #yqbhaina #yqodia #munodia #collab  #challenge 
  #YourQuoteAndMine
Collaborating with YourQuote Bhaina

Adyasha Priyadarshini D

ଆଜିର yostowrimoଓଡ଼ିଆ ରେ ଲେଖନ୍ତୁ ଏକ ଅଣୁଗଳ୍ପ ଅବା ଲଘୁକଥା ଉପରୋକ୍ତ ବିଷୟରେ . ସମ୍ପୂର୍ଣ୍ଣ ଗଳ୍ପକୁ ପୃଷ୍ଠା ମଧ୍ୟରେ ହିଁ ଲେଖନ୍ତୁ। #YQODIASTORY10 #Yqbhaina #yqodia #munodia #Collab #Challenge #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ

read more
            ମୁଁ ସେତେବେଳେ ନୂଆ ଚାକିରି କରିଥାଏ ଗୋଟିଏ ଜାତୀୟକରଣ ବ୍ୟାଙ୍କ ରେ ଆସିସ୍ଟାଣ୍ଟ୍ ମ୍ୟାନେଜର ଭାବେ। ଦିନେ ଦ୍ୱିପହର ତିନିଟା ବେଳେ ଜଣେ ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲିବା ପାଇଁ ଆସିଲେ । ବୟସ ପ୍ରାୟ 68 ହେବ । ତାଙ୍କ ଠାରୁ ସମସ୍ତ ଦରକାରୀ ଦସ୍ତାବେଜ ନେଇ ସାରି ତାଙ୍କ ଫର୍ମ ଭରିବାରେ ଲାଗିଲି । ତାଙ୍କୁ ପଚାରିଲି ନୋମିନି କାହାକୁ ରଖିବେ। ସେ କହିଲେ ତାଙ୍କ ସ୍ତ୍ରୀଙ୍କୁ । ମୁଁ ଯେତେବେଳେ ତାଙ୍କୁ ତାଙ୍କ ସ୍ତ୍ରୀ ଙ୍କ ନାଆଁ ପଚାରିଲି ସେ କିଛି କ୍ଷଣ ଚୁପ୍ ରହି କିଛି ଭାବିବାକୁ ଲାଗିଲେ । କ'ଣ ହେଲା ବୋଲି ପଚାରିବାରୁ କହିଲେ "ସତ କଥା କହିବାକୁ ଗଲେ ମୁଁ ତାଙ୍କ ନାଆଁ ଜାଣିନି । ଜାଣିବାକୁ କେବେ ଦରକାର ପଡିନାହିଁ । ଦୀର୍ଘ 45 ବର୍ଷର ଦାମ୍ପତ୍ୟ ଜୀବନରେ କେବେ କିଛି ଅସୁବିଧା ହୋଇ ନାହିଁ ।" ନାଆଁ ଜରୁରୀ ଥିବାରୁ ସେ ଯାଇ ନାଆଁ ପଚାରି ଆସି ମୋତେ କହିଥିଲେ ।  
           ମୁଁ କିନ୍ତୁ ନିର୍ବାକ ହୋଇ ଯାଇଥିଲି ଓ ଆଖି ରେ ଦୁଇ ଟୋପା ଲୁହ। ଆଜିର ବସ୍ତୁବାଦୀ ଦୁନିଆରେ ଏମିତି ବି ପ୍ରେମ ଭରି ରହିଛି ଆମ ଚାରି ପାଖରେ । ତାକୁ ଦେଖିବା ବୋଧହୁଏ ସମସ୍ତଙ୍କ ଭାଗ୍ୟ ରେ ନ ଥାଏ । 

ବି.ଦ୍ର. - ଏହା କୌଣସି କାଳ୍ପନିକ କଥା ନୁହେଁ । ମୋ ସହ ଘଟିଥିବା ଏକ ସତ୍ୟ ଘଟଣା । ଆଜିର #yostowrimoଓଡ଼ିଆ ରେ ଲେଖନ୍ତୁ ଏକ ଅଣୁଗଳ୍ପ ଅବା ଲଘୁକଥା ଉପରୋକ୍ତ ବିଷୟରେ . ସମ୍ପୂର୍ଣ୍ଣ ଗଳ୍ପକୁ ପୃଷ୍ଠା ମଧ୍ୟରେ ହିଁ ଲେଖନ୍ତୁ।

#YQODIASTORY10 #yqbhaina #yqodia #munodia #collab  #challenge 
  #YourQuoteAndMine
Collaborating with YourQuote Bhaina


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile