Nojoto: Largest Storytelling Platform
bikashranjan7188
  • 214Stories
  • 0Followers
  • 1Love
    80Views

BIKASH RANJAN

  • Popular
  • Latest
  • Video
5b391523cba7b70bcba03e21022cd9b6

BIKASH RANJAN

କିଏ ତୁ! ମନରେ ଅନେକ ପ୍ରଶ୍ନ, ହୃଦୟରେ ଘାଉଁରୀ କାଟୁଛନ୍ତି ଅନେକ ଉତ୍ତର ହେଲେ ନିଶବ୍ଦ ଆଜି ଲାଗେ ରେଳ। ସତେ ଯେମିତି ଦୁନିଆରୁ ଶବ୍ଦ ସବୁ ଉଡି ଚାଲିଗଲେ ଗେଣ୍ଡାଳିଆ ହେଇ।
ତୁ ଆସିଲୁ, ଡେଇଁଲୁ, ନାଚିଲୁ, ହସିଦେଇ ଚାଲିଗଲୁ। ହେଲେ ଲୁଚେଇ ଦେଲୁ ବହୁତ କିଛି, ସତେ ଯେମିତି ପ୍ରଶ୍ନ ର ପୁସ୍ତକ ଗଦା ରେ ମତେ ଦାବିଦେଇ ଚାଲିଗଲୁ। ମୁଁ ଚେଷ୍ଟା କରୁଛି ନିଶ୍ୱାସ ନେବା ଲାଗି, ହେଲେ ନ ନେଲେ ବି ଚଳି ଯିବି ଭାବୁଛି।  ମୁଁ ଅନେଇଛି ବାହାରକୁ ହେଲେ ଖୋଜିବୁଲୁଛି ଅନ୍ତରରେ ଥିବା ସେ ମଣିଷକୁ ଯିଏ ଏ ପ୍ରଶ୍ନ ର ଉତ୍ତର ଦେଇ ପାରିବ। 

ତୁ ଆସିଥିଲୁ ରେଳ ରେ ।ନାକ ଫୋଡେଇ ଦେଇଛି ତୋ ମା ହେଲେ ଦିଅଁ ଭରିଦେଇଛି ତୋ ଭିତରେ ପେଟେ କୀର୍ତ୍ତି। ସେ ପାଇଁ ପରା ପେଟକୁ ଦାନା ଦବାକୁ ତୁ ବୁଲୁଛୁ ଡବା ରୁ ଡବା। କଣ କହିବି ତତେ। ତୁ ବୋଧେ ତମ ଗାଁ କଳା ହାଣ୍ଡିଆ ମେଘ ପାଖରୁ ମାଗିକି ଆଣି କଳା ପୁଳାଏ ବୋଲିଛୁ ଆଖି ରେ।ତୋ ଆଖି ଛୋଟ ହେଲେ ଗାଢ଼ କଜଳ ଯେମିତି ମାଡି ବସିଛନ୍ତି ତାକୁ। ଅଳ୍ପ ଲୁହ ଯେମିତି ସକାଳ ଖାଲି ପେଟ କୁ ଥଟ୍ଟା କରୁଛନ୍ତି। ଜକେଇ ଜକେଇ ଅଠା ହେଇଯାଇଛନ୍ତି।  ହେଲେ କିଏ ତୋ ଓଠ ରେ ମାଖିଲା ସେ ନାଲିଆ ରଙ୍ଗ ଗୁଡା। 

ସଜ ଗୋଲାପ ବି ମୁର୍ଛେଇ ପଡିଯିବ ସତେ। ତା ପରେ ସେଇ ପଟୁ ଧାଇଁ ଆସି ଅନେଇଲୁ କେମିତି ଗୋଟେ ଅନାବନା ଚାହାଣି ରେ। ଗୋଟିଏ ଅଜବ ଭ୍ରାନ୍ତିରେ ଟ୍ରେନ ବଗି ର ଲୋକ ଗୁଡା- ସତେ ଯେମିତି କିଏ ଟିକେଟ ଦେଖିବାକୁ ଆସିଗଲା। 

ତୋ ଭଉଣୀ ନରମ ଚାହାଣି ରେ ଅନେଇଛି ସେ କଣରେ।  ହିସାବ କରୁଛି ଆଉ କେତେ ବାଟ, କେତେ ବଗି, କେତେ କଷ୍ଟ କେତେ କଷଣ। ହାତରେ ବାଡ଼ି ଟେ ତାର। ମୁଁ ଭାତ ଖାଉଥିବା ଥାଳିଟାକୁ କାଖେଇଛି ସିଏ। କାନରେ ଦିଟା ଫୋଡ, ନାକ ରେ ନାହିଁ, ଟ୍ରେନ ର ସେ କଣ କୁ ଡେରି ହେଇ ଅନେଇଛି ତତେ।  ସେ ଚା ବେପାରୀ ତା ବଳୁଆ ହାତରେ ତତେ ଟିକେ ଠେଲି ଦେଇ ଗଲା, ତୁ ରାଗିକି ଅନେଇଲୁ, ମୁଁ ବି ରାଗିଲି ହେଲେ ତୁ ରାଗ ଭୁଲିଯାଇ ତୋ କାମରେ ଲାଗିଗଲୁ ହେଲେ ମୁଁ ବିଚରା ନିଜ ଭିତରେ ଘାଣ୍ଟି ହେଲି ଟିକେ। ବାଙ୍କ ଚାହାଣି ରେ ଅନେଇ, ତୋର କାଠି ଭଳି ଦେହରେ ଅଳ୍ପ ଅଳ୍ପ ପାଦ ପକେଇ ଆଗକୁ ବଢ଼ିଲୁ। ମୋଡି ହେଇଯାଉଛୁ, ପୁଣି ଟିକେ ଆଗକୁ ଆସି ମୁଣ୍ଡ ଟୋପି ରେ କଣ ବନ୍ଧୁଥିଲୁ ଯେ ଘୁରେଇ ଘୁରେଇ ନାଚିଲୁ।ହେଲେ ତୋ ମୁଣ୍ଡ ହଲା ସେ ଫିତା ବୃତାକାରରେ ବୁଲିଲା ବେଳେ ମତେ ପ୍ରତୀତ ହେଉଥିଲା ସାରା ସଂସାର। ତୋ ଭିତରେ ହଜିଯାଇଥିବା ସମୟ, ତୁ ସାଉଁଟି ଥିବା ପ୍ରେମ, ହଜେଇ ଦେଇଥିବା ପିଲା ଦିନ। ଶବ୍ଦ ହେଉନଥିଲା କିଛି, ହେଲେ ସ୍ୱର ହେଉଥିଲା ସଂସାର ନିୟମର- କିଏ ରାଜା କିଏ ଫକୀର,କିଏ ବିନା ରିଜର୍ଭ ରେ ଟ୍ରେନ ନ ଚଢୁଥିଲା ବେଳେ ପୁରା ଟ୍ରେନ ଟା ତୋର। ତୋ ନାକରୁ ସିଙ୍ଘାଣି ସୁଖୀନଥିବରେ, ହେଲେ କିଛି ମୁହୂର୍ତ୍ତ ରେ ମୋ ରକ୍ତ ସୁଖେଇଦେଲୁ ତୁ। ବୁଲାଉ ବୁଲାଉ ଆଗକୁ ଗଲୁ, ଶୋଇକି ଆଧା ଜଣ ଘୁଙ୍ଗୁଡ଼ି ମାରୁଥିବା ବେଳେ କାହିଁ କେଜାଣି ତତେ ଦେଖି ଉଠି ବସିଲେ। ଆଖି ମଳି ମଳି ତତେ ଦେଖୁଥିଲେ। ତଟକା ହେଇ ତତେ ଚାହୁଁଥିଲେ, କିଏ ହସୁଥିଲେ, କିଏ କହୁଥିଲେ କେଡେ ସୁନ୍ଦର ଝିଅଟି। କିଏ ଚାହିଁକି ବି ଅଣ ଦେଖା କରିପାରିନଥିଲେ। କେତେବେଲେ ଗୋଟିଏ ରିଙ୍ଗ ଭିତରେ ପସିଯାଉଥାଉ, କେତେବେଳେ ନିଜ ଭିତରେ ମୋଡି ମାଡି ହେଇ କଣ ଆକାର ଧାରଣ କରିଥାଉ। ସ୍ବପ୍ନ ର ଦୁନିଆରେ କିଛି ସମୟ ସମସ୍ତଙ୍କୁ ବାନ୍ଧି ଦେଇଥାଉ। ତୋର ହାଡ଼ ଅଛି କି ନାଁ ରେ, ନା ଧାର ଦେଇ ଆସିଛୁ କାହାକୁ। ତତେ କିଏ ପଠେଇଲା? ସେଇ ପତଳା ଦେହରେ ତୁ ରବର ଭଳି ମୋଡି ହେଇଯାଉଥାଉ, ହେଲେ ସତେ ଯେମିତି କିଏ ମନ୍ଥି ଦେଉଥାଏ ଦିଟା ଧନୁଆଁ ଲଙ୍କା ଛାତିରେ ମୋର। ଧୂଳିରେ ତୋର ଗୋଡ ଭର୍ତ୍ତି, ଝାଡ଼ି ଦେଲେ ମୁଠେ ହେବ। ହେଲେ ତୁ ଖାତିର ନ କରି ଖୁସି ମନରେ ନାଚ ଗୀତ କଣ ସସବୁ କରି ସାରିଲୁ- ଝାଡ଼ି ବି ହେଲୁନି। ତା ପରେ ସେ ପ୍ଲେଟ ଧରି ମାଗି ଆସିଲୁ ପଇସା। କିଏ ମୁହଁ ଫେରେଇ ଦେଉଥାଏ, କିଏ ରାଗି ବିଗୁଡୁଥାଏ, କିଏ ହସି ଦେଇ ଗୋଟିଏ ଟଙ୍କା ଧରେଇ ଦେଉଥାଏ। ତୋ ଭଉଣୀ ଚାହିଁଥାଏ ତତେ ଅପଲକ ନୟନରେ।

ମନରେ ଅନେକ ପ୍ରଶ୍ନ, ହୃଦୟରେ ଘାଉଁରୀ କାଟୁଛନ୍ତି ଅନେକ ଉତ୍ତର ହେଲେ ନିଶବ୍ଦ ଆଜି ଲାଗେ ରେଳ। ସତେ ଯେମିତି ଦୁନିଆରୁ ଶବ୍ଦ ସବୁ ଉଡି ଚାଲିଗଲେ ଗେଣ୍ଡାଳିଆ ହେଇ। ତୁ ଆସିଲୁ, ଡେଇଁଲୁ, ନାଚିଲୁ, ହସିଦେଇ ଚାଲିଗଲୁ। ହେଲେ ଲୁଚେଇ ଦେଲୁ ବହୁତ କିଛି, ସତେ ଯେମିତି ପ୍ରଶ୍ନ ର ପୁସ୍ତକ ଗଦା ରେ ମତେ ଦାବିଦେଇ ଚାଲିଗଲୁ। ମୁଁ ଚେଷ୍ଟା କରୁଛି ନିଶ୍ୱାସ ନେବା ଲାଗି, ହେଲେ ନ ନେଲେ ବି ଚଳି ଯିବି ଭାବୁଛି।  ମୁଁ ଅନେଇଛି ବାହାରକୁ ହେଲେ ଖୋଜିବୁଲୁଛି ଅନ୍ତରରେ ଥିବା ସେ ମଣିଷକୁ ଯିଏ ଏ ପ୍ରଶ୍ନ ର ଉତ୍ତର ଦେଇ ପାରିବ। ତୁ ଆସିଥିଲୁ ରେଳ ରେ ।ନାକ ଫୋଡେଇ ଦେଇଛି ତୋ ମା ହେଲେ ଦିଅଁ ଭରିଦେଇଛି ତୋ ଭିତରେ ପେଟେ କୀର୍ତ୍ତି। ସେ ପାଇଁ ପରା ପେଟକୁ ଦାନା ଦବାକୁ ତୁ ବୁଲୁଛୁ ଡବା ରୁ ଡବା। କଣ କହିବି ତତେ। ତୁ ବୋଧେ ତମ ଗାଁ କଳା ହାଣ୍ଡିଆ ମେଘ ପାଖରୁ ମାଗିକି ଆଣି କଳା ପୁଳାଏ ବୋଲିଛୁ ଆଖି ରେ।ତୋ ଆଖି ଛୋଟ ହେଲେ ଗାଢ଼ କଜଳ ଯେମିତି ମାଡି ବସିଛନ୍ତି ତାକୁ। ଅଳ୍ପ ଲୁହ ଯେମିତି ସକାଳ ଖାଲି ପେଟ କୁ ଥଟ୍ଟା କରୁଛନ୍ତି। ଜକେଇ ଜକେଇ ଅଠା ହେଇଯାଇଛନ୍ତି।  ହେଲେ କିଏ ତୋ ଓଠ ରେ ମାଖିଲା ସେ ନାଲିଆ ରଙ୍ଗ ଗୁଡା। ସଜ ଗୋଲାପ ବି ମୁର୍ଛେଇ ପଡିଯିବ ସତେ। ତା ପରେ ସେଇ ପଟୁ ଧାଇଁ ଆସି ଅନେଇଲୁ କେମିତି ଗୋଟେ ଅନାବନା ଚାହାଣି ରେ। ଗୋଟିଏ ଅଜବ ଭ୍ରାନ୍ତିରେ ଟ୍ରେନ ବଗି ର ଲୋକ ଗୁଡା- ସତେ ଯେମିତି କିଏ ଟିକେଟ ଦେଖିବାକୁ ଆସିଗଲା। ତୋ ଭଉଣୀ ନରମ ଚାହାଣି ରେ ଅନେଇଛି ସେ କଣରେ।  ହିସାବ କରୁଛି ଆଉ କେତେ ବାଟ, କେତେ ବଗି, କେତେ କଷ୍ଟ କେତେ କଷଣ। ହାତରେ ବାଡ଼ି ଟେ ତାର। ମୁଁ ଭାତ ଖାଉଥିବା ଥାଳିଟାକୁ କାଖେଇଛି ସିଏ। କାନରେ ଦିଟା ଫୋଡ, ନାକ ରେ ନାହିଁ, ଟ୍ରେନ ର ସେ କଣ କୁ ଡେରି ହେଇ ଅନେଇଛି ତତେ।  ସେ ଚା ବେପାରୀ ତା ବଳୁଆ ହାତରେ ତତେ ଟିକେ ଠେଲି ଦେଇ ଗଲା, ତୁ ରାଗିକି ଅନେଇଲୁ, ମୁଁ ବି ରାଗିଲି ହେଲେ ତୁ ରାଗ ଭୁଲିଯାଇ ତୋ କାମରେ ଲାଗିଗଲୁ ହେଲେ ମୁଁ ବିଚରା ନିଜ ଭିତରେ ଘାଣ୍ଟି ହେଲି ଟିକେ। ବାଙ୍କ ଚାହାଣି ରେ ଅନେଇ, ତୋର କାଠି ଭଳି ଦେହରେ ଅଳ୍ପ ଅଳ୍ପ ପାଦ ପକେଇ ଆଗକୁ ବଢ଼ିଲୁ। ମୋଡି ହେଇଯାଉଛୁ, ପୁଣି ଟିକେ ଆଗକୁ ଆସି ମୁଣ୍ଡ ଟୋପି ରେ କଣ ବନ୍ଧୁଥିଲୁ ଯେ ଘୁରେଇ ଘୁରେଇ ନାଚିଲୁ।ହେଲେ ତୋ ମୁଣ୍ଡ ହଲା ସେ ଫିତା ବୃତାକାରରେ ବୁଲିଲା ବେଳେ ମତେ ପ୍ରତୀତ ହେଉଥିଲା ସାରା ସଂସାର। ତୋ ଭିତରେ ହଜିଯାଇଥିବା ସମୟ, ତୁ ସାଉଁଟି ଥିବା ପ୍ରେମ, ହଜେଇ ଦେଇଥିବା ପିଲା ଦିନ। ଶବ୍ଦ ହେଉନଥିଲା କିଛି, ହେଲେ ସ୍ୱର ହେଉଥିଲା ସଂସାର ନିୟମର- କିଏ ରାଜା କିଏ ଫକୀର,କିଏ ବିନା ରିଜର୍ଭ ରେ ଟ୍ରେନ ନ ଚଢୁଥିଲା ବେଳେ ପୁରା ଟ୍ରେନ ଟା ତୋର। ତୋ ନାକରୁ ସିଙ୍ଘାଣି ସୁଖୀନଥିବରେ, ହେଲେ କିଛି ମୁହୂର୍ତ୍ତ ରେ ମୋ ରକ୍ତ ସୁଖେଇଦେଲୁ ତୁ। ବୁଲାଉ ବୁଲାଉ ଆଗକୁ ଗଲୁ, ଶୋଇକି ଆଧା ଜଣ ଘୁଙ୍ଗୁଡ଼ି ମାରୁଥିବା ବେଳେ କାହିଁ କେଜାଣି ତତେ ଦେଖି ଉଠି ବସିଲେ। ଆଖି ମଳି ମଳି ତତେ ଦେଖୁଥିଲେ। ତଟକା ହେଇ ତତେ ଚାହୁଁଥିଲେ, କିଏ ହସୁଥିଲେ, କିଏ କହୁଥିଲେ କେଡେ ସୁନ୍ଦର ଝିଅଟି। କିଏ ଚାହିଁକି ବି ଅଣ ଦେଖା କରିପାରିନଥିଲେ। କେତେବେଲେ ଗୋଟିଏ ରିଙ୍ଗ ଭିତରେ ପସିଯାଉଥାଉ, କେତେବେଳେ ନିଜ ଭିତରେ ମୋଡି ମାଡି ହେଇ କଣ ଆକାର ଧାରଣ କରିଥାଉ। ସ୍ବପ୍ନ ର ଦୁନିଆରେ କିଛି ସମୟ ସମସ୍ତଙ୍କୁ ବାନ୍ଧି ଦେଇଥାଉ। ତୋର ହାଡ଼ ଅଛି କି ନାଁ ରେ, ନା ଧାର ଦେଇ ଆସିଛୁ କାହାକୁ। ତତେ କିଏ ପଠେଇଲା? ସେଇ ପତଳା ଦେହରେ ତୁ ରବର ଭଳି ମୋଡି ହେଇଯାଉଥାଉ, ହେଲେ ସତେ ଯେମିତି କିଏ ମନ୍ଥି ଦେଉଥାଏ ଦିଟା ଧନୁଆଁ ଲଙ୍କା ଛାତିରେ ମୋର। ଧୂଳିରେ ତୋର ଗୋଡ ଭର୍ତ୍ତି, ଝାଡ଼ି ଦେଲେ ମୁଠେ ହେବ। ହେଲେ ତୁ ଖାତିର ନ କରି ଖୁସି ମନରେ ନାଚ ଗୀତ କଣ ସସବୁ କରି ସାରିଲୁ- ଝାଡ଼ି ବି ହେଲୁନି। ତା ପରେ ସେ ପ୍ଲେଟ ଧରି ମାଗି ଆସିଲୁ ପଇସା। କିଏ ମୁହଁ ଫେରେଇ ଦେଉଥାଏ, କିଏ ରାଗି ବିଗୁଡୁଥାଏ, କିଏ ହସି ଦେଇ ଗୋଟିଏ ଟଙ୍କା ଧରେଇ ଦେଉଥାଏ। ତୋ ଭଉଣୀ ଚାହିଁଥାଏ ତତେ ଅପଲକ ନୟନରେ। #storyofmylife #lifequotes #odiawritings #yqodia #Yqbhaina

5b391523cba7b70bcba03e21022cd9b6

BIKASH RANJAN

ବର୍ଷା ଆସେ ବର୍ଷା କାଚେ
ଓଦା କରେ ପୂଜା,ମେଢ,
ଭିଯାଏ ମଣ୍ଡପ,ଆଖି ଓ ଓଠ
ଥଣ୍ଡା କରେ ମିଯାଜ,ଯୌବନ,
ଆଉ ଉତ୍କ୍ଷିପ୍ତ  ଛାତି
ଆଉଁସି ଶୁଆଇ ଦିଏ ପାର୍ବଣକୁ
ନଚେଇ କନ୍ଦାଇ ଦିଏ 
ମନଟା କୁ।

ବର୍ଷା କାଚେ ଓଦା କରେ ପୂଜା,ମେଢ, ଭିଯାଏ ମଣ୍ଡପ,ଆଖି ଓ ଓଠ ଥଣ୍ଡା କରେ ମିଯାଜ,ଯୌବନ, ଆଉ ଉତ୍କ୍ଷିପ୍ତ ଛାତି ଆଉଁସି ଶୁଆଇ ଦିଏ ପାର୍ବଣକୁ ନଚେଇ କନ୍ଦାଇ ଦିଏ ମନଟା କୁ।

5b391523cba7b70bcba03e21022cd9b6

BIKASH RANJAN

ଫେରେଇଦେବ?  କାଶତଣ୍ଡି ଆଗମନେ 
ମନେ ପଡେ ଆଜି ପାର୍ବଣ ର ଋତୁ
ହସି ଖେଳି ଗାଇ ଉଠୁଥିବା ପିଲା ଦିନ।
କାଦୁଅ ଭିଜା ରାସ୍ତାରେ 
ଆଶ୍ୱିନ ମଝିରେ,
ଖେଳନା କିଣିବାର ଇଚ୍ଛାରେ,
ଖୁସି ରେ ଫାଟି ପଡୁଥିଲା ଦିନେ
ଛାତି।

କାଶତଣ୍ଡି ଆଗମନେ ମନେ ପଡେ ଆଜି ପାର୍ବଣ ର ଋତୁ ହସି ଖେଳି ଗାଇ ଉଠୁଥିବା ପିଲା ଦିନ। କାଦୁଅ ଭିଜା ରାସ୍ତାରେ ଆଶ୍ୱିନ ମଝିରେ, ଖେଳନା କିଣିବାର ଇଚ୍ଛାରେ, ଖୁସି ରେ ଫାଟି ପଡୁଥିଲା ଦିନେ ଛାତି। #yqodia #yqodiawriting

5b391523cba7b70bcba03e21022cd9b6

BIKASH RANJAN

ଭଙ୍ଗା ସିଟ

ପଢନ୍ତୁ ଅନୁଶୀର୍ଷକରେ... 
ଛତା ଛକ ରୁ ବସ ଛାଡିଲା। କଣ୍ଡକ୍ଟର ଭାଇ କୁ ସିଟ ଦବ ଯଦି ଚଢିବି ନହେଲେ ପୁଣି ପଳେଇ ଆସିବିର ମାମୁଲି ଧମକ ଦେଇ ବସ ରେ ଚଢିଲି। ସକାଳ ଛଅ ବାଜିଥାଏ। ସୂର୍ଯ୍ୟ କିରଣ ମାଟିରେ ପଡିଲେ ବି ମାଟି ତାତି ନଥାଏ। ବିଲ ଆଡୁ ଧୀରେ ଧୀରେ ହାଲୁକା ପବନ ମାଡି ଆସୁଥାଏ। ବରା ଦୋକାନୀ ବିରି ଗୋଳେଇଲାଣି। ସକାଳୁ ମନ ହଉଥାଏ ହେଲେ ଏତେ ସକାଳୁ କିଏ ଖାଇବା କହି ମନକୁ ସାନ୍ତ୍ୱନା ଦେଲି। ବସ ଚଢି ସିଟ ଉଣ୍ଡାଳି ଉଣ୍ଡାଳି ପଛ ଯାଏ ଗଲି। ଜଣେ ମହିଳା ସେଇ ସିଟରୁ ଉଠିବେ ବୋଲି ବାହାରୁ ଥିଲେ। ସିଟ ମିଳିଗଲା ବୋଲି ଖୁସି ରେ ତରବର ହେଇ ବସି ପଡ଼ିଲି। ଝରକା ଫାଙ୍କରେ ଆସୁଥାଏ ଦଲକାଏ ଦଲକାଏ ପବନ।ଆସନୀ ବାତ୍ୟା ନ ହେଲା ବୋଲି ପବନ ଗୁଡା ତ

ଛତା ଛକ ରୁ ବସ ଛାଡିଲା। କଣ୍ଡକ୍ଟର ଭାଇ କୁ ସିଟ ଦବ ଯଦି ଚଢିବି ନହେଲେ ପୁଣି ପଳେଇ ଆସିବିର ମାମୁଲି ଧମକ ଦେଇ ବସ ରେ ଚଢିଲି। ସକାଳ ଛଅ ବାଜିଥାଏ। ସୂର୍ଯ୍ୟ କିରଣ ମାଟିରେ ପଡିଲେ ବି ମାଟି ତାତି ନଥାଏ। ବିଲ ଆଡୁ ଧୀରେ ଧୀରେ ହାଲୁକା ପବନ ମାଡି ଆସୁଥାଏ। ବରା ଦୋକାନୀ ବିରି ଗୋଳେଇଲାଣି। ସକାଳୁ ମନ ହଉଥାଏ ହେଲେ ଏତେ ସକାଳୁ କିଏ ଖାଇବା କହି ମନକୁ ସାନ୍ତ୍ୱନା ଦେଲି। ବସ ଚଢି ସିଟ ଉଣ୍ଡାଳି ଉଣ୍ଡାଳି ପଛ ଯାଏ ଗଲି। ଜଣେ ମହିଳା ସେଇ ସିଟରୁ ଉଠିବେ ବୋଲି ବାହାରୁ ଥିଲେ। ସିଟ ମିଳିଗଲା ବୋଲି ଖୁସି ରେ ତରବର ହେଇ ବସି ପଡ଼ିଲି। ଝରକା ଫାଙ୍କରେ ଆସୁଥାଏ ଦଲକାଏ ଦଲକାଏ ପବନ।ଆସନୀ ବାତ୍ୟା ନ ହେଲା ବୋଲି ପବନ ଗୁଡା ତ #odiawritings

5b391523cba7b70bcba03e21022cd9b6

BIKASH RANJAN

କଥା କୁହା ଚିତ୍ର 

(୧) ଭିଜି ଯାଇଛି ଚାଳ, ନଇଁ ଯାଇଛି ଆଖି । ଅଧା ଭଙ୍ଗା ଅଣ୍ଟା କୁ ପବନର ତାଳ ରେ ଦୋହଲୁ ଥିବା ଦୋକାନ ଖଣ୍ଡେ। ରୋଗର କରାଳ ରୂପ ବାନ୍ଧି ଦେଇଛି ମୁଁହରେ କନା , ହେଲେ ଶୁଖେଇ ପାରୁନି ଆଖିର ଲୁହ। ଦିନ ଥିଲା ଜଳଖିଆ ବାସ୍ନା କୁ ଲୋକଙ୍କ ଖଟି ରେ ଫାଟି ପଡୁଥିଲା ଏଇ ଚାଳିଆ ଘର, ହେଲେ ଆଜି ସବୁ ଯେମିତି ଦୂର ଦିଗବଳୟରେ ହଜି ଯାଇଛନ୍ତି। ଦିନକର କଥା ଏମିତି, ରାସ୍ତା କଡର ଏ ଦୋକାନ। ମଉସା, ଡରି ଡରି ପୋଲିସ ଭୟରେ ଦୋକାନ ଆଢୁଆଳରେ ଚାହିଁଲେ। କଣ ନବ ବାପା? ମୁଁ ବା ଆଉ କଣ ମାଗି ଥାଆନ୍ତି? ରଜ ଥିଲା ବୋଲି ମିଠା ଶହେ ଟଙ୍କାର ମାଗିଲି। ହେଲେ ହାତ ଥରୁ ଥାଏ ତାଙ୍କର, ବିକଳ ହେଇ ଯେମିତି ମିଠା ଗୁଡା ଦ୍ରୁତ ବେଗ ରେ ପୁରେଇ ଦେ

ଭିଜି ଯାଇଛି ଚାଳ, ନଇଁ ଯାଇଛି ଆଖି । ଅଧା ଭଙ୍ଗା ଅଣ୍ଟା କୁ ପବନର ତାଳ ରେ ଦୋହଲୁ ଥିବା ଦୋକାନ ଖଣ୍ଡେ। ରୋଗର କରାଳ ରୂପ ବାନ୍ଧି ଦେଇଛି ମୁଁହରେ କନା , ହେଲେ ଶୁଖେଇ ପାରୁନି ଆଖିର ଲୁହ। ଦିନ ଥିଲା ଜଳଖିଆ ବାସ୍ନା କୁ ଲୋକଙ୍କ ଖଟି ରେ ଫାଟି ପଡୁଥିଲା ଏଇ ଚାଳିଆ ଘର, ହେଲେ ଆଜି ସବୁ ଯେମିତି ଦୂର ଦିଗବଳୟରେ ହଜି ଯାଇଛନ୍ତି। ଦିନକର କଥା ଏମିତି, ରାସ୍ତା କଡର ଏ ଦୋକାନ। ମଉସା, ଡରି ଡରି ପୋଲିସ ଭୟରେ ଦୋକାନ ଆଢୁଆଳରେ ଚାହିଁଲେ। କଣ ନବ ବାପା? ମୁଁ ବା ଆଉ କଣ ମାଗି ଥାଆନ୍ତି? ରଜ ଥିଲା ବୋଲି ମିଠା ଶହେ ଟଙ୍କାର ମାଗିଲି। ହେଲେ ହାତ ଥରୁ ଥାଏ ତାଙ୍କର, ବିକଳ ହେଇ ଯେମିତି ମିଠା ଗୁଡା ଦ୍ରୁତ ବେଗ ରେ ପୁରେଇ ଦେ #odiawritings #yqodia #Yqbhaina #rajaparba

5b391523cba7b70bcba03e21022cd9b6

BIKASH RANJAN

To understand yourself is the beginning of wisdom. Open a book, read scriptures, dive deep into spirituality. Fighting for your temporary identity won't help you to reach the ultimate goal of your life. 
To Know What you Are, Find What you Are Not. #spirituality #god #soul
5b391523cba7b70bcba03e21022cd9b6

BIKASH RANJAN

The world is bound to be different and it should remain different. Unfortunately we have converted every difference into discrimination. The intention in which the difference was created to preserve and nurture  special skills in a society as there was no formal institution unfortunately has turned into discriminatory and negative in our hands. It is your decision whether you live with your limited identity or embrace humanity. Being inclusive is more important or creating a mess , everything depends upon you. #philosophy
5b391523cba7b70bcba03e21022cd9b6

BIKASH RANJAN

କଟକ ର ମହକ ..ମନେପଡେ


 ରୋଗର କାରାଗାର ରେ ବନ୍ଦୀ ଆଜି 
ମନୁଷ୍ୟ ଜାତି ର ବର୍ତ୍ତମାନ ଓ ଭବିଷ୍ୟତ 
ତଥାପି ଉତ୍କଣ୍ଠା ର ଦିଗବଳୟ ଅନ୍ତରେ
ଦିଶେ ଚିକ ମିକ ନୂଆ ଦୁନିଆ ଟେ
ଖଞ୍ଜା ହେଇଛି ପ୍ରେମ, ବନ୍ଧୁତ୍ବ, ଆବେଗରେ
ବନ୍ଧା ହେଇଛି ଭାବନା, ଆଲିଙ୍ଗନରେ 

ଅନାବନା ଚେହେରା, ରିଂ ରୋଡ଼ ର ସନ୍ଧ୍ୟା

ରୋଗର କାରାଗାର ରେ ବନ୍ଦୀ ଆଜି ମନୁଷ୍ୟ ଜାତି ର ବର୍ତ୍ତମାନ ଓ ଭବିଷ୍ୟତ ତଥାପି ଉତ୍କଣ୍ଠା ର ଦିଗବଳୟ ଅନ୍ତରେ ଦିଶେ ଚିକ ମିକ ନୂଆ ଦୁନିଆ ଟେ ଖଞ୍ଜା ହେଇଛି ପ୍ରେମ, ବନ୍ଧୁତ୍ବ, ଆବେଗରେ ବନ୍ଧା ହେଇଛି ଭାବନା, ଆଲିଙ୍ଗନରେ ଅନାବନା ଚେହେରା, ରିଂ ରୋଡ଼ ର ସନ୍ଧ୍ୟା #yqbaba #yqodia

5b391523cba7b70bcba03e21022cd9b6

BIKASH RANJAN

ସେ ଦିନ 


ଅନୁଶୀର୍ଷକରେ ପଢନ୍ତୁ  ଶବ୍ଦ ସବୁ ଯେବେ କଣ୍ଠ ରେ ଅଟକି ଯାଆନ୍ତି, କଟକ ର ରାସ୍ତା ଜଡ଼ିବୁଟି ଭଳି କାମ ଦିଏ। ଶୈଳବାଳାର ଆକାଶ, ଗଛ, ଫାଟକ ସବୁ କିଛି ମୋ ନାଁ ନେଇ ଟୁଙ୍ଗି କରି ବସି ଖଞ୍ଜଣି ବାଡ଼ାନ୍ତି। କାଦୁଅ ପଚ ପଚ ରାସ୍ତା ଆଜି ବି ମନ ପକେଇଦିଏ ତମକୁ ପାଇବାର ସେ ପ୍ରୟାସ। ଦିନେ ସେ କାଦୁଅ ବି ହୀରା ଥିଲା, ଆକାଶରୁ ପଡୁଥିବା ବର୍ଷାର ବୁନ୍ଦା ଦେହରେ ବାଜି ଅତରର ଭ୍ରମ ଦେଉଥିଲେ,କଷ୍ଟରେ ଝାଳ ସବୁ ଅଦିନିଆ ନଈ ପରି ବହି ଯାଉଥିଲେ। ଭାବନା ସବୁ ଗଳ୍ପ ହେଇ କାନ ର ଗହ୍ୱରରେ ଯନ୍ତ୍ରଣା ଦେଉଥିଲେ, ପରିବାର, ସ୍ବପ୍ନ ର ଶିକୁଳି, ବୟସ ର ପାହାଚ ସବୁ କିଛି ସମୟ ସାଙ୍ଗେ ଉପଯୋଗୀ ନଥିଲା। ହେଲେ ଏ ହୃଦୟ କଣ ମାନୁଥିଲା, ଯେମିତି କଟକ ଦହିବରା

ଶବ୍ଦ ସବୁ ଯେବେ କଣ୍ଠ ରେ ଅଟକି ଯାଆନ୍ତି, କଟକ ର ରାସ୍ତା ଜଡ଼ିବୁଟି ଭଳି କାମ ଦିଏ। ଶୈଳବାଳାର ଆକାଶ, ଗଛ, ଫାଟକ ସବୁ କିଛି ମୋ ନାଁ ନେଇ ଟୁଙ୍ଗି କରି ବସି ଖଞ୍ଜଣି ବାଡ଼ାନ୍ତି। କାଦୁଅ ପଚ ପଚ ରାସ୍ତା ଆଜି ବି ମନ ପକେଇଦିଏ ତମକୁ ପାଇବାର ସେ ପ୍ରୟାସ। ଦିନେ ସେ କାଦୁଅ ବି ହୀରା ଥିଲା, ଆକାଶରୁ ପଡୁଥିବା ବର୍ଷାର ବୁନ୍ଦା ଦେହରେ ବାଜି ଅତରର ଭ୍ରମ ଦେଉଥିଲେ,କଷ୍ଟରେ ଝାଳ ସବୁ ଅଦିନିଆ ନଈ ପରି ବହି ଯାଉଥିଲେ। ଭାବନା ସବୁ ଗଳ୍ପ ହେଇ କାନ ର ଗହ୍ୱରରେ ଯନ୍ତ୍ରଣା ଦେଉଥିଲେ, ପରିବାର, ସ୍ବପ୍ନ ର ଶିକୁଳି, ବୟସ ର ପାହାଚ ସବୁ କିଛି ସମୟ ସାଙ୍ଗେ ଉପଯୋଗୀ ନଥିଲା। ହେଲେ ଏ ହୃଦୟ କଣ ମାନୁଥିଲା, ଯେମିତି କଟକ ଦହିବରା #yqodia #Yqbhaina

5b391523cba7b70bcba03e21022cd9b6

BIKASH RANJAN

ଅବାନ୍ତର 

ପଢନ୍ତୁ 👉 ଗପ
ଅବାନ୍ତର 

ଶ୍ରୀରାଜ ପ୍ରେମର ଗଣ୍ଠିଲି ତଳେ ଦାବିହୋଇ , ଅନ୍ଧକାରରେ ସେଦିନ ମିନା ନିଜ ରକ୍ତରେ ବାନ୍ଧିଥିବା ଜମାଟ କୁ ଭାଙ୍ଗି ଦେଇଥିଲା। ଲାଗୁଥିଲା ସତେ ଯେମିତି ବନ୍ୟା ଆସିଛି ଦଳେଇଘାଇରେ। ନିର୍ଜନ ଅନ୍ଧକାରରେ ନିଜର ଉପନ୍ୟାସର ପୃଷ୍ଠା ପୃଷ୍ଠା ଓଲଟାଇ ଅତୀତର ସ୍ମୃତିରେ ରୋମନ୍ଥନ କରୁଥିଲା ସେ ନିଜକୁ। ହଜାଇଦେଇଥିଲା ସତୀତ୍ଵ, କିନ୍ତୁ ମନରେ ଉଣା ନଥିଲା କାରଣ ସେ ସାରା ଜୀବନ ଶ୍ରୀରାଜ ବ୍ରତ ରେ ନିଜକୁ ଉତ୍ସର୍ଗ କରିଦେଇଥିଲା। ଉନ୍ମୁକ୍ତ କେଶ ଖୋଲି ସେ ବି ଚିନ୍ତା କରୁଥିଲା ଦ୍ରୌପଦୀ ସାଜି ସମାଜର ପ୍ରତିଶୋଧ ନେବାର, ହେଲେ ଶ୍ରୀରାଜର ଛୁଆଁ ସବୁ କିଛି ଭୁଲିଯାଇ ତାକୁ ବାଧ୍ୟ କରୁଥିଲା ଜଳୁଥିବା ମହାମବତୀରେ

ଗପ ଅବାନ୍ତର ଶ୍ରୀରାଜ ପ୍ରେମର ଗଣ୍ଠିଲି ତଳେ ଦାବିହୋଇ , ଅନ୍ଧକାରରେ ସେଦିନ ମିନା ନିଜ ରକ୍ତରେ ବାନ୍ଧିଥିବା ଜମାଟ କୁ ଭାଙ୍ଗି ଦେଇଥିଲା। ଲାଗୁଥିଲା ସତେ ଯେମିତି ବନ୍ୟା ଆସିଛି ଦଳେଇଘାଇରେ। ନିର୍ଜନ ଅନ୍ଧକାରରେ ନିଜର ଉପନ୍ୟାସର ପୃଷ୍ଠା ପୃଷ୍ଠା ଓଲଟାଇ ଅତୀତର ସ୍ମୃତିରେ ରୋମନ୍ଥନ କରୁଥିଲା ସେ ନିଜକୁ। ହଜାଇଦେଇଥିଲା ସତୀତ୍ଵ, କିନ୍ତୁ ମନରେ ଉଣା ନଥିଲା କାରଣ ସେ ସାରା ଜୀବନ ଶ୍ରୀରାଜ ବ୍ରତ ରେ ନିଜକୁ ଉତ୍ସର୍ଗ କରିଦେଇଥିଲା। ଉନ୍ମୁକ୍ତ କେଶ ଖୋଲି ସେ ବି ଚିନ୍ତା କରୁଥିଲା ଦ୍ରୌପଦୀ ସାଜି ସମାଜର ପ୍ରତିଶୋଧ ନେବାର, ହେଲେ ଶ୍ରୀରାଜର ଛୁଆଁ ସବୁ କିଛି ଭୁଲିଯାଇ ତାକୁ ବାଧ୍ୟ କରୁଥିଲା ଜଳୁଥିବା ମହାମବତୀରେ #yqodia #Yqbhaina

loader
Home
Explore
Events
Notification
Profile