Nojoto: Largest Storytelling Platform
bunukumarpati8502
  • 55Stories
  • 10Followers
  • 586Love
    353Views

maa ka ladla beta

maa ka ladla beta

  • Popular
  • Latest
  • Video
b218e9d5f9bdff32aea79fcf142b36b7

maa ka ladla beta

👉👉ସମସ୍ତେ କହନ୍ତି ସମୟ ବଦଳିଯାଏ, କିନ୍ତୁ ନା" ସମୟତ ତା"" ହିସାବରେ ଦିନପରେ ରାତି ଆଉ ରାତି ପରେ ଦିନ ହେଇ ଚାଲିଥାଏ । କିନ୍ତୁ ଆମ ଯିବ ଜଗତରେ ଥିବା ସମସ୍ତ ଯିବ ବାଲ୍ୟ ରୁ ବୃଦ୍ଧ ହେଇଯାଉ, ସେଇ ସମୟରେ ତାଳ ଦେଖି ଦେଖି , ତେଣୁ ମିଛରେ ସମୟ ଦୋଷ ନ ଦେଇ ନିଜ ଦୋଷକୁ ଦେଖ । 👈👈

©Bunu Kumar pati #Time ଓଡ଼ିଆ କବିତା

#Time ଓଡ଼ିଆ କବିତା

b218e9d5f9bdff32aea79fcf142b36b7

maa ka ladla beta

ଯଦି ପଥର ଟିଏ ମନ୍ଦିରରେ ଥାଏ,
ତାହେଲେ ତାକୁ ଲୋକମାନେ 
ମୁଣ୍ଡିଆ ମାରି ପୂଜା କରନ୍ତି ।
ଆଉ ଯଦି ସେଇ ପଥର ଟି
ବାହାରକୁ ଆସେ ନା
ମୁଣ୍ଡିଆ ମାରୁଥିବା ଲୋକ ମଧ୍ୟ
ତା ଉପରେ ପାଦ ରଖି
ଚାଲି ଯାଆନ୍ତି। 

👇👇👇
ଭଗବାନ୍ ତୁମକୁ ବହୁତ୍ ଉଚ୍ଚ 
ଆସନରେ ବାସାଇଛନ୍ତି
ସେ ଆସନର ସମ୍ମାନ ରଖ
କାରଣ ସମସ୍ତଙ୍କ ଭାଗ୍ୟ ରେ
ଭଗବାନ ଏ ସ୍ଥାନ ଦେଇ ନଥାନ୍ତି

©Bunu Kumar pati #sunrisesunset
b218e9d5f9bdff32aea79fcf142b36b7

maa ka ladla beta

ତୁମରି ଖୁସିରେ ଖୁସି ମୁଁ ହୋଇବି ଦୁଃଖରେ ମୁଁ ହେବି ଦୁଃଖି,
ବନ୍ଧୁଟିଏ ହୋଇ ପୁରଣ କରିବି ତୁମ ସପନକୁ ଦେଖି ।।
ତୁମରି ଭାବନା ମୋପାସେ ଆସେନା ତଥାପି ମୁଁ ପାରେ ଜାଣି ,
ତୁମରି ସ୍ପନ୍ଦନ ମିଶି ମୋର ପ୍ରାଣ ହୋଇଯାଏ ଏକ ନୂଆକାହାଣୀ ।।
ଏତିକି ମାଗୁଛି ହେ ଜଗତର ନାଥ
ପତିତ ପାବନ ବାନାକୁ
ଘୋଡ଼ାଇ ରଖିବ ଘଣ୍ଟ ଘୋଡାଇବ
ମୋର ଏକମାତ୍ର ବନ୍ଧୁକୁ।
କିଛିତ ପାଖରେ ନାହିଁ ରେ କାଳିଆ
ତାକୁ ଦେବି ଉପହାର
ଏତିକି ମାଗୁଛି ସଦା ରହୁ ତୋର
ହାତ କପାଳରେ ତାର ।

©Bunu Kumar pati #loversday
b218e9d5f9bdff32aea79fcf142b36b7

maa ka ladla beta

କେବେ ନିଜର ଶରୀର ଓ ସୁନ୍ଦରତା କୁ ନେଇ 
ଗର୍ବ କରନ୍ତୁନି ବନ୍ଧୁ ମାନେ,
କାରଣ କେତେ କେତେ ସୁନ୍ଦର ଶରୀର 
ଏଇ ମାଟିରେ ମିଶି ଗଲାଣି ।
👇👇👇

ଗରବ ଗଞ୍ଜନ ସେ ହରି ।
ଗରବ ରଖିନି କାହାରି ।

©Bunu Kumar pati #hibiscussabdariffa
b218e9d5f9bdff32aea79fcf142b36b7

maa ka ladla beta

ସଡକ କେବେ ସିଧା ହୋଇନଥାଏ...କିଛି ସମୟ ଚାଲିଲା ପରେ ମୋଢ ନିଶ୍ଚିତ ଆସିଥାଏ।
ଠିକ୍ ସେହିପରି ଆମ ଜୀବନ ହେଉଛି ସଡକ ସଦୃଶ...ବାସ୍ ଧୈର୍ଯ୍ୟର ସହିତ ଚାଲିବା ଆବଶ୍ୟକ,ଭଲ ସମୟ ନିଶ୍ଚିତ ଆସିବ।

©Bunu Kumar pati
b218e9d5f9bdff32aea79fcf142b36b7

maa ka ladla beta

ମଣିଷ ଜୀବନ ଦିନେ ଛାଡ଼ିଯିବ କାହିଁକି ମନ ମାରୁଛ,
ଏ ଧରା ପୃଷ୍ଠରୁ ହସି ଖେଳିଯିବା ମନରେ ଦୁଃଖ କରୁଛ ।। 
ଭାଇ ଭଗାରିକୁ ଦିନେ ଛାଡ଼ିଯିବା କାହିଁକି ଲୁହ ଦଉଛ,
ହସି ହସାଇବା ହୃଦୟେ ରହିବା କାହିଁକି ବେଶୀ ଭାବ୍ରୁଛ ।। 
ଆଗ ପଛ ହୋଇ ଦୁହେଁ ଚାଲିଯିବା କାହିଁକି ମନେ ଡରୁଛ,
ଥିଲେ ଖାଇବା ନଥିଲେ ଭୋକେଥିବା କାହିଁକି ଲୋଭ କରୁଛ ।। 
ଆର ଜନମରେ କାକ ପିକ ହେବା  ମନ କରନାହିଁ ତୁଛ, 
ମୁକ୍ତ ଆକାଶରେ ଉଡ଼ି ବୁଲୁଥିବା କାହିଁ ମନକୁ ଭାଙ୍ଗୁଛ ।1

©Bunu Kumar pati #happypromiseday
b218e9d5f9bdff32aea79fcf142b36b7

maa ka ladla beta

ସତ୍ୟ ଅହିଂସା ପଥେ ଚାଲିବ ନୀତି, ସର୍ବଦା ହୃଦୟେ ଥୂବ ଦୟା, କରୁଣା,ସହାନୁଭୂତି । ସେହି ପଥେ ପିଲା ଧରମା ଓ ବାଜି, ଦେଶ ପାଇଁ ଜୀବନ ଜାଚିଲେ ବାଳୁତ ବୀର ଟେ ସାଜି । ହେବା ତାଙ୍କ ପରି ଆମେ, କଥା ରେ ନୁହଇଁ ଦେଖେଇ ଦେବାଟି କରିଣତ ଆମେ କାମେ । ସୁଯୋଗ ଦେବା ନି କାହାକୁ ସଂଘର୍ଷ କରିବା, ସଫଳ ହେବା, ଓଡ଼ିଆ ବୋଲିତ ଗର୍ବ କରିବା ।

©Bunu Kumar pati #arabianhorse
b218e9d5f9bdff32aea79fcf142b36b7

maa ka ladla beta

ଆଶା ମରିଲେ ହସ ତା ମରିନି, ହସି ପାରୁଛି କେମିତି ? କହିବନି ସେ କି ପଚାରିବେନି କେ, ଏ ପରା ମଣିଷ ଜାତି । ହସ ହସ ମୁହଁ ଲୁହ ରେ ଭିଜିବ, ବିକଳେ ଖୋଜିବ ସାଥ୍‌; ନିଜ ଦୁଃଖ ଶୁଣି, ନିଜେ ବୁଝେଇବ, ଆସିଯାଉ ଖାଲି ରାତି ।

©Bunu Kumar pati #snowpark
b218e9d5f9bdff32aea79fcf142b36b7

maa ka ladla beta

 #Sands
b218e9d5f9bdff32aea79fcf142b36b7

maa ka ladla beta

🌧️ବରଷା ରାଣୀ🌧️

ସୁଖିଥିବା ନଈ,ଆକାଶକୁ ଚାହିଁ କହଇ ବରଷା ରାଣୀ,
ଗ୍ରୀଷ୍ମ ପ୍ରବାହରେ ଧରଣୀ କାନ୍ଦୁଛି,ତୃଷା ମେଣ୍ଟା ତୁମେ ପୁଣି ।।
ବୃକ୍ଷ,ଲତା ସବୁ ଶୁଖି ପଡ଼ିଲାଣି,ଜୀବଜନ୍ତୁ ହାହା କାର,
ମାଟି ଫାଟିଲାଣି, ବସୁଦ୍ଧା କମ୍ପୁଛି ପ୍ରୁଥି ହୁଏ ଥରହର ।।

ତୁମବାଟ ଚାହିଁ,ପଶୁପକ୍ଷୀ ସବୁ ହାଲିଆ ହେଇ ମଲେଣି,
କରନାହିଁ ଡେରି ଆସତମେ ଫେରି ଇନ୍ଦ୍ର ରାଜାର ତରୁଣୀ ।।
ନଦୀ ବାଣୀ ଶୁଣି କହେ ବର୍ଷାରଣି କେମିତି ଯିବିମୁ ପୁଣି,
ଆଜିର ମଣିଷ ଗଛ କାଟିନେଇ ପର୍ବତକୁ ଦିଏ ହାଣି ।।

ନିଜ ସ୍ବାର୍ଥ ପାଇଁ ମଣିଷ ଜାତିଟା ପ୍ରକୁଟି ସାଥେ ଖେଳୁଛି,
କାରଖାନା କରି ଟାୱାର ବସାଇ ପଶୁପକ୍ଷୀ ଙ୍କୁ ମାରୁଛି ।।
ଶ୍ରେଷ୍ଟ ଯିବ ଭାବି ନିଜକୁ ନିଜେ ସେ ଗାରିମା ଦେଖାଉ ଅଛି,
ପ୍ରକୃତି ରାଗିଲେ,ସୁନାମି ଆସିଲେ ରଖିବ ନାହିଁ ସେ କିଛି ।।

ବେଳ ଥାଉ ଥାଉ ସୁଧୁରିଯା ତୁମେ କହୁଛି ମୁଁ ବର୍ଷା ରାଣୀ,
ଜଙ୍ଗଲ କାଟନି ପାହାଡ଼ ଭାଙ୍ଗନି ନୂଆ ବୃକ୍ଷ ଲଗା ଆଣି ।।
କଥା ମୋ ରଖିଲେ ନିଶ୍ଚିନ୍ତ ଫେରିବି କଥାମୁ ଦେଉଛି ପୁଣି,
ଆକାଶରୁ ଆଣି ଢ଼ାଳିଦେବୀ ପାଣି ହସି ଉଠିବ ଧରଣୀ ।।

©Bunu Kumar pati #2023Recap
loader
Home
Explore
Events
Notification
Profile