Nojoto: Largest Storytelling Platform
saipadabrajamoha4497
  • 371Stories
  • 338Followers
  • 4.9KLove
    66.2KViews

Saipada Brajamohan

FB/Insta/YouTube channel - Saipada Brajamohan

https://www.youtube.com/channel/UCStJiof6DFB7JfIWQii5NGQ

  • Popular
  • Latest
  • Repost
  • Video
c0bf80f77a58cd997d49f1e679e75fd6

Saipada Brajamohan

ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି,
ସକାଳରୁ ସଞ୍ଜ ଦିଏ କାଟି , ନା ପଦେ କଥା କହେ ପାଟି,
ନାହିଁ ସାଙ୍ଗ ସାଥୀ ନାହିଁ ଖଟି, ନାହିଁ କାମ କିଛି ନାହିଁ ଛୁଟି,
କେଜାଣି କାହିଁକି କେତେ ଦିନୁ ମୋର ଜୀବନ ବିତେ ଏମିତି;
ଯେମିତି ଶୋଷରେ ପାଣି ପିଏ ହେଲେ ସିଲେଇ ହେଇଛି ତଣ୍ଟି ।
@suvam@

©Saipada Brajamohan #Night #alone
c0bf80f77a58cd997d49f1e679e75fd6

Saipada Brajamohan

White ହସ ମଲା ପରେ ହସିବାକୁ ମିଳେ,
ଶୋଷ ମଲା ପରେ ପାଣି,
ଭୋକ ମଲା ପରେ ଖାଇବାକୁ ମିଳେ,
ଏ ତ ଜୀବନ କାହାଣୀ ।
@suvam@

©Saipada Brajamohan #Night #Life
c0bf80f77a58cd997d49f1e679e75fd6

Saipada Brajamohan

ମୋ ଭାଗ୍ୟ ମୋ ଉପରେ ରାଗି ନଥାନ୍ତା,
ମୋ କର୍ମର ଫଳ ବି ଭାଙ୍ଗି ନଥାନ୍ତା,
ପୂର୍ବ ଜନ୍ମରେ କିଛି ତ ପାପ କରିଥିଲି,
ନେହେଲ ଏ ଜନ୍ମରେ ଜୀବନ ଟା, ମୋତେ ଅଭିଶାପ ଭଳି ଲାଗି ନଥାନ୍ତା ।
@suvam@

©Saipada Brajamohan ଅଭିଶାପ

12 Love

c0bf80f77a58cd997d49f1e679e75fd6

Saipada Brajamohan

ହଁ ମାନୁଚି କି ଗୋରା ରଙ୍ଗ ସାଙ୍ଗକୁ କଜଳ କୁଙ୍କୁମ ମଖା ଚେହେରା ଉପରେ ବି ଏ ନଜର ପଡ଼େ,
ହେଲେ ସାବ୍ନା ରଙ୍ଗର ନିଶା ଟିକେ ଜଲ୍ଦି ମୁଣ୍ଡକୁ ଚଢେ ।
@suvam@

©Saipada Brajamohan #aaina ସାବ୍ନା ରଙ୍ଗର ନିଶା

#aaina ସାବ୍ନା ରଙ୍ଗର ନିଶା #ଇରୋଟିକ୍

11 Love

c0bf80f77a58cd997d49f1e679e75fd6

Saipada Brajamohan

ତୁମକୁ ଭାବି ଭାବି ନଭାବିବାକୁ ଭାବେ, ଏ ଭାବନାର ଅନ୍ତ ମତେ ଅଜଣା,
ତୁମ ସ୍ପର୍ଶକୁ ସ୍ପର୍ଶ କରିବାର ପାଗଳାମି ହିଁ ମତେ କରେ ବାଟବଣା,
ପ୍ରେମ ଯଦି ଏକ ବନ୍ଧନ ଅତୁଟ; ତେବେ ତୁମ ସହ ଭେଟ ଆମ ଦୂରତାର ବାରତା ଦେଇ କାଇଁ ଦିଏ କଷ୍ଟ ?
ମନକୁ ଶାନ୍ତ୍ବନା ଦବାକୁ ନିଜକୁ ପ୍ରଶ୍ନକରେ, "ମୁଁ ତୁମକୁ ଭଲପାଏ ନା କରେ ଘୃଣା ?"
ପ୍ରତିଥର ଉତ୍ତର ମିଳେ କି,"ମୁଁ ତ ତୁମକୁ ଭଲପାଏ, ହେଲେ ତୁମେ ମତେ ଭଲପାଅ ବୋଲି ଭାବିବା ଟା ବୋଧେ ମୋର ଭୁଲ୍ ଧାରଣା ।"
@suvam@

©Saipada Brajamohan #SAD ଭୁଲ୍ ଧାରଣା

#SAD ଭୁଲ୍ ଧାରଣା #ଶାୟାରି

14 Love

c0bf80f77a58cd997d49f1e679e75fd6

Saipada Brajamohan

Red sands and spectacular sandstone rock formations ଜୀବନର ଋଣ ଶୁଝି ଶୁଝି ଥକିଗଲେ ବି,
ଯଦି ଋଣ ଭରି ହୁଏନି,
ତେବେ ମୁଁ ଅଶୁଝା ହବାକୁ ଚାହେଁ;
ସମସ୍ତଙ୍କ କଥା ବୁଝି ବୁଝି ଥକି ଗଲିଣି,
ଏବେ ମୁଁ ଅବୁଝା ହବାକୁ ଚାହେଁ ।
@suvam@

©Saipada Brajamohan #Sands ଅବୁଝା
c0bf80f77a58cd997d49f1e679e75fd6

Saipada Brajamohan

ବୁଝେଇ ଦେଲି ଏ ମନକୁ;
ଆଉ କାହା ହୃଦୟରେ ଘର ତୋଳି ରହିବାର ନାହିଁ,
ପୁରୁଣା ସେ କଷ୍ଟକୁ ଆଉ ଥରେ ସହିବାର ନାହିଁ,
ନିରୀହ ଏ ନଜରକୁ ଏବେ କିଏ ନିଜର ଲାଗିଲେ ବି;
"ମୁଁ ତୁମକୁ ଭଲପାଏ" ବୋଲି ମୁହଁ ଖୋଲି କହିବାର ନାହିଁ ।
@suvam @

©Saipada Brajamohan #Life ମୁଁ ତୁମକୁ ଭଲପାଏ

Life ମୁଁ ତୁମକୁ ଭଲପାଏ #ଶାୟାରି

13 Love

c0bf80f77a58cd997d49f1e679e75fd6

Saipada Brajamohan

କଷ୍ଟ ବି ଭରିଯିବ, ଦୁଃଖ ବି ସରିଯିବ
ଏ ସବୁ ତ କିଛି ନୁହେଁ !
ଭଜୁଥିଲେ ପ୍ରଭୁ ଭୋଳାନାଥ ଙ୍କ ନାମ;
କାଳ ବି ଡରିଯିବ ।
@suvam@

©Saipada Brajamohan #mahashivratri
c0bf80f77a58cd997d49f1e679e75fd6

Saipada Brajamohan

ମୋ କଥା ଶବଦ କେ ଶୁଣିଲେନି ବୋଲି, ଶବ୍ଦରେ କାହାଣୀ ଲେଖିଦେଲି;
ସେ କାହାଣୀ କେହି ପଢ଼ିଲେନି ବୋଲି, ନିଜ ହାତେ ଚିରି ଫିଙ୍ଗିଦେଲି ।
@suvam@

©Saipada Brajamohan #achievement ନିଜ ହାତେ ଚିରି ଫିଙ୍ଗିଦେଲି

#achievement ନିଜ ହାତେ ଚିରି ଫିଙ୍ଗିଦେଲି #ଚିନ୍ତାଧାରା

17 Love

c0bf80f77a58cd997d49f1e679e75fd6

Saipada Brajamohan

ନୀରବି ଯାଇଥିବା ଏ ମନରେ, ଚଞ୍ଚଳତା ଆଜି ବି ଅଛି,
କଠୋର ହୃଦୟର କୋଣରେ, କୋମଳତା ଆଜି ବି ଅଛି,
ତୁମକୁ ଦେଖିଲା ପରେ ହିଁ ମତେ ଏମିତି ଲାଗିଲା, ଯେମିତି;
ଗରଳରେ ଭରା ବିରଳ ଦୁନିଆରେ, ସରଳତା ଆଜି ବି ଅଛି ।
@suvam@

©Saipada Brajamohan #sadak ସରଳତା ଆଜି ବି ଅଛି !

#sadak ସରଳତା ଆଜି ବି ଅଛି ! #ପ୍ରେମ

11 Love

loader
Home
Explore
Events
Notification
Profile