Nojoto: Largest Storytelling Platform

Best ଦାନାର୍ପଣ Shayari, Status, Quotes, Stories

Find the Best ଦାନାର୍ପଣ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 1 Stories

Jyotshna Rani Sahoo

ଦାନ ହୁଏ ବସ୍ତୁର।ସମ୍ପର୍କର ପରିଧିରୁ ବାହାରି ନିଜକୁ ବସ୍ତୁ ପ୍ରମାଣିତ କରୁଥିବା ଝିଅଟେ ବୁଝେ ସେ ଅଲିଅଳିରୁ ଅତି ସହଜରେ ବୋଝ ପାଲଟି ଯିବାରେ ଥାଏ ସମୟର ହାତ।ଦାନ ପରିଣତ ହୁଏ ସଉଦାରେ।ବାଜି ଲଗାଏ ନିଜେ ତାକୁ ଗଢିଥିବା ମୂର୍ତ୍ତିକାର।ସେ ରକ୍ତ ଦେଇଛି, ଝାଳ ସାଙ୍ଗେ ଚକଟିଛି ସମୟ।ନିଜେ ଦଳି ହେଇଛି ତାକୁ ଗଢ଼ିବା ସମୟରେ। ତା ହାତ ଗଢ଼ା ମୂର୍ତ୍ତି ଦେଖି ଲୋଭେଇ ଯାଉଥିବା ଅନେକଙ୍କଠୁ ଲୁଚେଇ ରଖିଥାଏ ସେ ଶକ୍ତ ହେଲା ଯାଏଁ। ମଜବୁତ ହେଲା ଯାଏ। ତା' ଛାଇ ହୁଏ,ନିଜେ ଖରାକୁ ପିଇ ଜଳଛତ୍ର ପାଲଟି ଯାଏ।ବଜାରକୁ ନ ଆସିଲା ଯାଏଁ ସେ ଅମୂଲ୍ୟ।ଧୀରେ ଧୀରେ ମୂଲ୍ୟ କମିଯାଏ।ସମୟ ପରସ୍ତ ପରସ୍ତ ହେଇ ଧୂଳି ଜମିଯାଏ ଆଖି ତଳେ।ତାକୁ ଦେଖି ବୟସ ଗଣିବା ଆରମ୍ଭ ହୁଏ।ମୂର୍ତ୍ତିକାର କୁ କଷ୍ଟ ହୁଏ; ତା' ମୂର୍ତ୍ତି ମୂଲ୍ୟହୀନ ହେଲେ,ଅଲୋଡ଼ା ହେଲେ।ଧୂଳି ଝାଡ଼ିବା ଛଳରେ ନିଜେ ଥରେ ଥରେ ତାକୁ ଖଣ୍ଡିଆ ଖାବରା କରିଦିଏ। ସ୍ବୟଂ ପ୍ରଭା ଠିକ୍ ସେ ନିଖୁଣ ମୂର୍ତ୍ତିକାରର ଶ୍ରେଷ୍ଠ କଳା।ନିଜକୁ ଆହୁରି ସଜେଇବାରେ ଲାଗେ।ସୁନ୍ଦର ଭବିଷ୍ୟ ପାଇଁ ସମୟ ଭୁଲିଯାଏ।ଦିନେ ପ୍ରଶଂସାରେ ପୋତି ଦେଉଥିବା ବନ୍ଧୁ ବାନ୍ଧବ ତା ଉପରେ ନିନ୍ଦାର ବହଳ ପରସ୍ତଟିଏ ଜମେଇ ସାରିଲେଣି।କେହି କେହି ସେ ଧୂଳି ଫୁଙ୍କିବା ବାହାନାରେ ଆସି ଉପହାସର ଛେପ ପକେଇ ଚାଲି ଯାଆନ୍ତି।ସମୟ ସବୁ ଠିକ୍ ସମୟରେ ଖଞ୍ଜି ଦିଏ।ହେଲେ ସେ ଠିକ୍ ସମୟ କଣ ଜାଣି ପାରିଲା ନାହିଁ।ଆରମ୍ଭରୁ ତାକୁ ସବୁ ସମୟ ଭୁଲ୍ ବୋଲି କୁହା ଯାଇଥିଲା। ************* ଶିବାଂଶ ପିନ୍ଧେଇ ଦେଉଥାଏ ନିଜ ହାତରେ ଚୁଡ଼ି। ମଥାରେ ଗୋଟେ ଚୁମ୍ବନ ସାଙ୍ଗରେ ନାଲି ସିନ୍ଦୂର ଚହଟି ଯାଉଥାଏ।ଶାଢ଼ି କୁଞ୍ଚ ସାଙ୍ଗରେ ବାନ୍ଧି ଦେଉଥାଏ ପ୍ରତିଶୃତି।ପୋଛି ଦେବ ତା ଭୟଙ୍କର ଅତୀତର ସ୍ମୃତି।ସ୍ଵୟଂ ପ୍ରଭାକୁ ଭଗବାନ ତା ଭାଗ୍ୟରେ ଲେଖିଥିଲେ।ସେଥିପାଇଁ ଏତେସବୁ ପରେ ସେ ଏବେ ତାର ହେଇ ଯାଇଛି।ଗୋଟେ ପ୍ରେମର ଆଲିଙ୍ଗନ ଯଥେଷ୍ଟ ହେଲାନି ତାର ଜଡ଼ ପାଲଟି ଯାଉଥିବା ଶରୀରରେ ଜୀବନ ଫୁଙ୍କିବା ପାଇଁ।ସ୍ଵୟଂ ପ୍ରଭା କୁ ଲାଗୁଥାଏ ତା ହାତରୁ ଥପ ଥପ ହୋଇ ବୋହି ଯାଉଛି ରକ୍ତ କହୁଣି ଦେଇ। ତା ମଥାର ସିନ୍ଦୂର ଯେମିତି ମୁଠା ମୁଠା ଚୁଟି କୁ ଭିଡ଼ି ପକାଉଛି ମୁଣ୍ଡ ତାଳୁରୁ। ଶାଢ଼ି ଯେମିତି ବେକରେ ଗୁରେଇ ହେଇ ଶୋଷି ନେଉଛି ବଳକା ପ୍ରାଣ ବାୟୁ। ଏତେ ବେଶୀ ପ୍ରେମ ପାଇଲା ପରେ ବି ଏ ଦୁଃସ୍ୱପ୍ନ କାହିଁକି?ଶେଷରେ ଢଳି ପଡ଼ିଲା ଶିବାଂଶ ଛାତିରେ। ଛୁଆଟେ ଭଳି କୋଳେଇ ଧରିଲା ସେ। ବେଡ୍ କୁ ନେଇଗଲା ଦୁଇ ହାତରେ ସଯତ୍ନରେ।ମୁଣ୍ଡକୁ ଆଉଁସି ଘୋଡ଼େଇ ଦେଲା ତା ଭୟାତୁର ଶରୀରକୁ,କିନ୍ତୁ ନିଜ ସ୍ପର୍ଶ ରୁ ଦୂରେଇ ରଖିଲା ତାକୁ।ହେଲେ ଏସବୁ ସେ କେତେଦିନ ସହିବ?ସେ ପଥର ନୁହଁ।ସେ ବି ମଣିଷ।ତାର ବି ହୃଦୟ ଅଛି।ଗୋଟେ ଯୋଡିଏ ନୁହଁ।ଦୁଇ ବର୍ଷ ହେଇ ସାରିଲାଣି ବିବାହକୁ।ବୋଧେ ପ୍ରେମ କେବଳ ତାର ଥିଲା।ସେ ଭୁଲ୍ ଭାବିଥିଲା ଯେ,ସ୍ଵୟଂ ପ୍ରଭା ଭୁଲିଯିବ ସେସବୁ ଘଟଣା।ନା ନା ଘଟଣା ନୁହଁ।ସୁଚିନ୍ତିତ ଦୁର୍ଘଟଣା। "ସେ ବି ତ ବିବାହ ନାମରେ ପାଞ୍ଚ ବର୍ଷ ସହିଛି ଯାତନା।ପ୍ରେମ ନାମରେ ଠକେଇ ହେଇଛି। କଣ ମୁଁ ଆଉ କିଛି ବର୍ଷ ସହି ପାରିବି ନାହିଁ?କିଛି କଣ;ମୁଁ ଆଜୀବନ ଅପେକ୍ଷା କରିବି।ଯଦି ମୁଁ ଏ ପଦକ୍ଷେପ ନେଇ ନଥିଲେ ଆଜି ମୋ ପ୍ରଭା ପାଇଁ ମୁଁ ଜୀବନ୍ତ ଶବ ପାଲଟି ସାରନ୍ତିନି।ମାନୁଛି ମୁଁ ତା ଛଡ଼ା କେବେ କାହାକୁ ମୋ ହୃଦୟର କ୍ଷୁଦ୍ର ଅଂଶ ବି କେବେ ଅକ୍ତିଆର କରିବାକୁ ଦେଇ ନାହିଁ।ହେଲେ ସେ କେବଳ ନିଜ ସ୍ବପ୍ନ ପଛେ ଧାଇଁଥିଲା।ମୁଁ ତାକୁ ପାଇବାର ସ୍ବପ୍ନ ନିଜ ଭିତରେ ମାରି ସାରିଥିଲି।ହେଲେ ମୋ ପ୍ରେମ ଜିତି ଯାଇଛି।ଏତେ ବର୍ଷପରେ ଆଜି ସେ ମୋର।" ଏମିତି ମନେ ମନେ ନିଜକୁ ନିଜେ ବୁଝାଇ ଥିଲା।ନିଜ ପ୍ରେମକୁ କେବେ କମ୍ ହେବାକୁ ଦେଇନି।ଓଲଟି ବଢ଼ିଛି।ଗୋଟେ ପାଖରେ ସେ ବି ନିର୍ଯାତିତ।ଯାହା ପାଇବାର ସେ ହକଦାର ତାକୁ ମିଳି ପାରିନି।ମିଳିବାର ଆଶା ବି ତାକୁ ଛୁଇଁ ପାରିନି। #yqodia #Yqbhaina #ଉପନ୍ୟାସ #ଦାନାର୍ପଣ

read more
ଦାନାର୍ପଣ
(ଭାଗ - ୧)

ଅନୁଶୀର୍ଷକରେ ପଢ଼ନ୍ତୁ

 ଦାନ ହୁଏ ବସ୍ତୁର।ସମ୍ପର୍କର ପରିଧିରୁ ବାହାରି ନିଜକୁ ବସ୍ତୁ ପ୍ରମାଣିତ କରୁଥିବା ଝିଅଟେ ବୁଝେ ସେ ଅଲିଅଳିରୁ ଅତି ସହଜରେ ବୋଝ ପାଲଟି ଯିବାରେ ଥାଏ ସମୟର ହାତ।ଦାନ ପରିଣତ ହୁଏ ସଉଦାରେ।ବାଜି ଲଗାଏ ନିଜେ ତାକୁ ଗଢିଥିବା ମୂର୍ତ୍ତିକାର।ସେ ରକ୍ତ ଦେଇଛି, ଝାଳ ସାଙ୍ଗେ ଚକଟିଛି ସମୟ।ନିଜେ ଦଳି ହେଇଛି ତାକୁ ଗଢ଼ିବା ସମୟରେ। ତା ହାତ ଗଢ଼ା ମୂର୍ତ୍ତି ଦେଖି ଲୋଭେଇ ଯାଉଥିବା ଅନେକଙ୍କଠୁ ଲୁଚେଇ ରଖିଥାଏ ସେ ଶକ୍ତ ହେଲା ଯାଏଁ। ମଜବୁତ ହେଲା ଯାଏ। ତା' ଛାଇ ହୁଏ,ନିଜେ ଖରାକୁ ପିଇ ଜଳଛତ୍ର ପାଲଟି ଯାଏ।ବଜାରକୁ ନ ଆସିଲା ଯାଏଁ ସେ ଅମୂଲ୍ୟ।ଧୀରେ ଧୀରେ ମୂଲ୍ୟ କମିଯାଏ।ସମୟ ପରସ୍ତ ପରସ୍ତ ହେଇ ଧୂଳି ଜମିଯାଏ ଆଖି ତଳେ।ତାକୁ ଦେଖି ବୟସ ଗଣିବା ଆରମ୍ଭ ହୁଏ।ମୂର୍ତ୍ତିକାର କୁ କଷ୍ଟ ହୁଏ; ତା' ମୂର୍ତ୍ତି ମୂଲ୍ୟହୀନ ହେଲେ,ଅଲୋଡ଼ା ହେଲେ।ଧୂଳି ଝାଡ଼ିବା ଛଳରେ ନିଜେ ଥରେ ଥରେ ତାକୁ ଖଣ୍ଡିଆ ଖାବରା କରିଦିଏ।

ସ୍ବୟଂ ପ୍ରଭା ଠିକ୍ ସେ ନିଖୁଣ ମୂର୍ତ୍ତିକାରର ଶ୍ରେଷ୍ଠ କଳା।ନିଜକୁ ଆହୁରି ସଜେଇବାରେ ଲାଗେ।ସୁନ୍ଦର ଭବିଷ୍ୟ ପାଇଁ ସମୟ ଭୁଲିଯାଏ।ଦିନେ ପ୍ରଶଂସାରେ ପୋତି ଦେଉଥିବା ବନ୍ଧୁ ବାନ୍ଧବ ତା ଉପରେ ନିନ୍ଦାର ବହଳ ପରସ୍ତଟିଏ ଜମେଇ ସାରିଲେଣି।କେହି କେହି ସେ ଧୂଳି ଫୁଙ୍କିବା ବାହାନାରେ ଆସି ଉପହାସର ଛେପ ପକେଇ ଚାଲି ଯାଆନ୍ତି।ସମୟ ସବୁ ଠିକ୍ ସମୟରେ ଖଞ୍ଜି ଦିଏ।ହେଲେ ସେ ଠିକ୍ ସମୟ କଣ ଜାଣି ପାରିଲା ନାହିଁ।ଆରମ୍ଭରୁ ତାକୁ ସବୁ ସମୟ ଭୁଲ୍ ବୋଲି କୁହା ଯାଇଥିଲା।

*************

ଶିବାଂଶ ପିନ୍ଧେଇ ଦେଉଥାଏ ନିଜ ହାତରେ ଚୁଡ଼ି। ମଥାରେ ଗୋଟେ ଚୁମ୍ବନ ସାଙ୍ଗରେ ନାଲି ସିନ୍ଦୂର ଚହଟି ଯାଉଥାଏ।ଶାଢ଼ି କୁଞ୍ଚ ସାଙ୍ଗରେ ବାନ୍ଧି ଦେଉଥାଏ ପ୍ରତିଶୃତି।ପୋଛି ଦେବ ତା ଭୟଙ୍କର ଅତୀତର ସ୍ମୃତି।ସ୍ଵୟଂ ପ୍ରଭାକୁ ଭଗବାନ ତା ଭାଗ୍ୟରେ ଲେଖିଥିଲେ।ସେଥିପାଇଁ ଏତେସବୁ ପରେ ସେ ଏବେ ତାର ହେଇ ଯାଇଛି।ଗୋଟେ ପ୍ରେମର ଆଲିଙ୍ଗନ ଯଥେଷ୍ଟ ହେଲାନି ତାର ଜଡ଼ ପାଲଟି ଯାଉଥିବା ଶରୀରରେ ଜୀବନ ଫୁଙ୍କିବା ପାଇଁ।ସ୍ଵୟଂ ପ୍ରଭା କୁ ଲାଗୁଥାଏ ତା ହାତରୁ ଥପ ଥପ ହୋଇ ବୋହି ଯାଉଛି ରକ୍ତ କହୁଣି ଦେଇ। ତା ମଥାର ସିନ୍ଦୂର ଯେମିତି ମୁଠା ମୁଠା ଚୁଟି କୁ ଭିଡ଼ି ପକାଉଛି ମୁଣ୍ଡ ତାଳୁରୁ। ଶାଢ଼ି ଯେମିତି ବେକରେ ଗୁରେଇ ହେଇ ଶୋଷି ନେଉଛି ବଳକା ପ୍ରାଣ ବାୟୁ। ଏତେ ବେଶୀ ପ୍ରେମ ପାଇଲା ପରେ ବି ଏ ଦୁଃସ୍ୱପ୍ନ କାହିଁକି?ଶେଷରେ ଢଳି ପଡ଼ିଲା ଶିବାଂଶ ଛାତିରେ। ଛୁଆଟେ ଭଳି କୋଳେଇ ଧରିଲା ସେ। ବେଡ୍ କୁ ନେଇଗଲା ଦୁଇ ହାତରେ ସଯତ୍ନରେ।ମୁଣ୍ଡକୁ ଆଉଁସି ଘୋଡ଼େଇ ଦେଲା ତା ଭୟାତୁର ଶରୀରକୁ,କିନ୍ତୁ ନିଜ ସ୍ପର୍ଶ ରୁ ଦୂରେଇ ରଖିଲା ତାକୁ।ହେଲେ ଏସବୁ ସେ କେତେଦିନ ସହିବ?ସେ ପଥର ନୁହଁ।ସେ ବି ମଣିଷ।ତାର ବି ହୃଦୟ ଅଛି।ଗୋଟେ ଯୋଡିଏ ନୁହଁ।ଦୁଇ ବର୍ଷ ହେଇ ସାରିଲାଣି ବିବାହକୁ।ବୋଧେ ପ୍ରେମ କେବଳ ତାର ଥିଲା।ସେ ଭୁଲ୍ ଭାବିଥିଲା ଯେ,ସ୍ଵୟଂ ପ୍ରଭା ଭୁଲିଯିବ ସେସବୁ ଘଟଣା।ନା ନା ଘଟଣା ନୁହଁ।ସୁଚିନ୍ତିତ ଦୁର୍ଘଟଣା।
"ସେ ବି ତ ବିବାହ ନାମରେ ପାଞ୍ଚ ବର୍ଷ ସହିଛି ଯାତନା।ପ୍ରେମ ନାମରେ ଠକେଇ ହେଇଛି। କଣ ମୁଁ ଆଉ କିଛି ବର୍ଷ ସହି ପାରିବି ନାହିଁ?କିଛି କଣ;ମୁଁ ଆଜୀବନ ଅପେକ୍ଷା କରିବି।ଯଦି ମୁଁ ଏ ପଦକ୍ଷେପ ନେଇ ନଥିଲେ ଆଜି ମୋ ପ୍ରଭା ପାଇଁ ମୁଁ ଜୀବନ୍ତ ଶବ ପାଲଟି ସାରନ୍ତିନି।ମାନୁଛି ମୁଁ ତା ଛଡ଼ା କେବେ କାହାକୁ ମୋ ହୃଦୟର କ୍ଷୁଦ୍ର ଅଂଶ ବି କେବେ ଅକ୍ତିଆର କରିବାକୁ ଦେଇ ନାହିଁ।ହେଲେ ସେ କେବଳ ନିଜ ସ୍ବପ୍ନ ପଛେ ଧାଇଁଥିଲା।ମୁଁ ତାକୁ ପାଇବାର ସ୍ବପ୍ନ ନିଜ ଭିତରେ ମାରି ସାରିଥିଲି।ହେଲେ ମୋ ପ୍ରେମ ଜିତି ଯାଇଛି।ଏତେ ବର୍ଷପରେ ଆଜି ସେ ମୋର।" ଏମିତି ମନେ ମନେ ନିଜକୁ ନିଜେ ବୁଝାଇ ଥିଲା।ନିଜ ପ୍ରେମକୁ କେବେ କମ୍ ହେବାକୁ ଦେଇନି।ଓଲଟି ବଢ଼ିଛି।ଗୋଟେ ପାଖରେ ସେ ବି ନିର୍ଯାତିତ।ଯାହା ପାଇବାର ସେ ହକଦାର ତାକୁ ମିଳି ପାରିନି।ମିଳିବାର ଆଶା ବି ତାକୁ ଛୁଇଁ ପାରିନି।


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile