Nojoto: Largest Storytelling Platform

Best ଉପନ୍ୟାସ Shayari, Status, Quotes, Stories

Find the Best ଉପନ୍ୟାସ Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 71 Stories

Adyasha Priyadarshini D

#ଉପନ୍ୟାସ #yqbaba #yqdidi #Yqbhaina #yqodia #munodia #yourquoteodia

read more
ଦିନେ ମୋ କଲମକୁ କହିଲି,
ତୁ ଝରି ଯାଆ ତାଙ୍କ କାଗଜରେ,
କବିତା ଟିଏ ହୋଇ ।

ହେଲେ,
କଲମ କହିଲା,
କାଗଜ ତ ଲତପତ୍
ଆଉ କାହା ସ୍ୟାହିରେ
ଜନପ୍ରିୟ ଉପନ୍ୟାସ ଟିଏ ହୋଇ ।। #ଉପନ୍ୟାସ 
#yqbaba #YQdidi #YQBhaina #YQOdia #MunOdia #yourquoteodia

Jyotshna Rani Sahoo

ଦାନ ହୁଏ ବସ୍ତୁର।ସମ୍ପର୍କର ପରିଧିରୁ ବାହାରି ନିଜକୁ ବସ୍ତୁ ପ୍ରମାଣିତ କରୁଥିବା ଝିଅଟେ ବୁଝେ ସେ ଅଲିଅଳିରୁ ଅତି ସହଜରେ ବୋଝ ପାଲଟି ଯିବାରେ ଥାଏ ସମୟର ହାତ।ଦାନ ପରିଣତ ହୁଏ ସଉଦାରେ।ବାଜି ଲଗାଏ ନିଜେ ତାକୁ ଗଢିଥିବା ମୂର୍ତ୍ତିକାର।ସେ ରକ୍ତ ଦେଇଛି, ଝାଳ ସାଙ୍ଗେ ଚକଟିଛି ସମୟ।ନିଜେ ଦଳି ହେଇଛି ତାକୁ ଗଢ଼ିବା ସମୟରେ। ତା ହାତ ଗଢ଼ା ମୂର୍ତ୍ତି ଦେଖି ଲୋଭେଇ ଯାଉଥିବା ଅନେକଙ୍କଠୁ ଲୁଚେଇ ରଖିଥାଏ ସେ ଶକ୍ତ ହେଲା ଯାଏଁ। ମଜବୁତ ହେଲା ଯାଏ। ତା' ଛାଇ ହୁଏ,ନିଜେ ଖରାକୁ ପିଇ ଜଳଛତ୍ର ପାଲଟି ଯାଏ।ବଜାରକୁ ନ ଆସିଲା ଯାଏଁ ସେ ଅମୂଲ୍ୟ।ଧୀରେ ଧୀରେ ମୂଲ୍ୟ କମିଯାଏ।ସମୟ ପରସ୍ତ ପରସ୍ତ ହେଇ ଧୂଳି ଜମିଯାଏ ଆଖି ତଳେ।ତ #yqodia #Yqbhaina #ଉପନ୍ୟାସ #ଦାନାର୍ପଣ

read more
ଦାନାର୍ପଣ
(ଭାଗ - ୧)

ଅନୁଶୀର୍ଷକରେ ପଢ଼ନ୍ତୁ

 ଦାନ ହୁଏ ବସ୍ତୁର।ସମ୍ପର୍କର ପରିଧିରୁ ବାହାରି ନିଜକୁ ବସ୍ତୁ ପ୍ରମାଣିତ କରୁଥିବା ଝିଅଟେ ବୁଝେ ସେ ଅଲିଅଳିରୁ ଅତି ସହଜରେ ବୋଝ ପାଲଟି ଯିବାରେ ଥାଏ ସମୟର ହାତ।ଦାନ ପରିଣତ ହୁଏ ସଉଦାରେ।ବାଜି ଲଗାଏ ନିଜେ ତାକୁ ଗଢିଥିବା ମୂର୍ତ୍ତିକାର।ସେ ରକ୍ତ ଦେଇଛି, ଝାଳ ସାଙ୍ଗେ ଚକଟିଛି ସମୟ।ନିଜେ ଦଳି ହେଇଛି ତାକୁ ଗଢ଼ିବା ସମୟରେ। ତା ହାତ ଗଢ଼ା ମୂର୍ତ୍ତି ଦେଖି ଲୋଭେଇ ଯାଉଥିବା ଅନେକଙ୍କଠୁ ଲୁଚେଇ ରଖିଥାଏ ସେ ଶକ୍ତ ହେଲା ଯାଏଁ। ମଜବୁତ ହେଲା ଯାଏ। ତା' ଛାଇ ହୁଏ,ନିଜେ ଖରାକୁ ପିଇ ଜଳଛତ୍ର ପାଲଟି ଯାଏ।ବଜାରକୁ ନ ଆସିଲା ଯାଏଁ ସେ ଅମୂଲ୍ୟ।ଧୀରେ ଧୀରେ ମୂଲ୍ୟ କମିଯାଏ।ସମୟ ପରସ୍ତ ପରସ୍ତ ହେଇ ଧୂଳି ଜମିଯାଏ ଆଖି ତଳେ।ତ

Jyotshna Rani Sahoo

Yes finally She is our MAMALI Our ଗେହ୍ଲେଇ ମାମାଲି ଢେର୍ ସାରା ଆନ୍ତରିକତା ସଭିଙ୍କୁ🙏🙏 Link is in bio. #Yqbhaina#yqodia#ମାମାଲି#ଉପନ୍ୟାସ

read more
ମୁଁ ଆଉ କଣ କହିବି ମାମାଲି ବିଷୟରେ,ସେ ବି ବହୁତ୍ ଗପୁଡ଼ି ମୋ ଭଳି।ସେ ଖୁବ୍ କଥା କୁହା। ଏବେ ସେ କିଛି କହିବ ଆଉ ସମସ୍ତେ ଶୁଣିବେ,ତାକୁ ଅନୁଭବ କରିବେ, ହଜିବେ, ମଜିବେ,କାନ୍ଦିବେ,ହସିବେ, ବିଦ୍ରୋହ କରିବେ,ଶକ୍ତି ଆହରଣ କରିବେ,ଭଲ ପାଇବେ।
ହାରି ଯାଉଥିବା ସେ ହୃଦୟର ତମେ ସବୁ (ଆପଣ ସବୁ)ସାହସ।ମୋ ଠୁ ଅଧିକ ତାକୁ ଭଲ ପାଉଥିବା ମୋ ଆପଣାର ସବୁ,ମୁଁ ତାଠୁ ସଭିଙ୍କୁ ଅଧିକ ଭଲପାଏ।ଖୁବ୍ ସାଉଁଟିଛି ଭଲ ପାଇବା। ମୋ ଖୁସି ସେଇଆ କି ସମସ୍ତେ ଏତେ ବେଶୀ ଖୁସି।ଆଉ ଏ ଖୁସି ରହୁ ଆଜୀବନ। ଏଠି ଅଧାରୁ ଅଧିକ ସମୟ ସେ ବିତେଇଛି,ଆଉ କିଛି ଅଧା ଯାହା ସମୟ ଉପନ୍ୟାସ ଭିତରେ। ଆଜି ମାମାଲି ଗର୍ବିତ ଏ ପରିବାରର ଛୋଟିଆ ଅଂଶ ବୋଲି। ଆଇ କ୍ୟୁ ଭାଇନା ଙ୍କ ସମେତ ସଭିଙ୍କ ବିନା ସେ ଆସିବା ଅସମ୍ଭବ ଥିଲା।ହୃଦୟରୁ କୃତଜ୍ଞତା🙏🙏❤️❤️ Yes finally 
She is our MAMALI
Our ଗେହ୍ଲେଇ ମାମାଲି
ଢେର୍ ସାରା ଆନ୍ତରିକତା ସଭିଙ୍କୁ🙏🙏

Link is in bio.
#yqbhaina#yqodia#ମାମାଲି#ଉପନ୍ୟାସ

Jyotshna Rani Sahoo

ଏକ କ୍ଷୁଦ୍ର ସମ୍ପୂର୍ଣ୍ଣ ପ୍ରେମ କାହାଣୀ ଆପଣ ମାନଙ୍କ ପାଇଁ। ଦିନ ଛୋଟ ଲାଗେ ତାର ଆଲିଙ୍ଗନର ପରିକ୍ରମଣରେ, ଶୋଇଯାଏ କିଛି କ୍ଳାନ୍ତି ଆଉ ଶିହରି ଉଠନ୍ତି ମୁହୂର୍ତ୍ତ ସବୁ।ପବନର ଶିତ୍କାର ଆଉ ବେଗ ସବୁ ମଉଳି ଯାଆନ୍ତି ପ୍ରେମର ଆବେଗ ସାମ୍ନାରେ।ଏମିତି ଏକ ମଉଳା ସଞ୍ଜରେ ଜିଁଇ ଉଠନ୍ତି ଦୁହେଁ ପରସ୍ପରର ସ୍ପର୍ଶରେ।ହେଇପାରେ ସ୍ପର୍ଶ କାତରତା ସେ ବିଶାଳ ଓଢ଼ଣା ତଳେ ଝୁଙ୍କି ପଡ଼ିଥିବା ପୃଥିବୀ ଆଉ ଦମ୍ଭିଲା ଅନନ୍ତ ଆକାଶ ଭିତରେ। ତାଙ୍କ ଭିତରେ କେବଳ ମିଳନର ରେଖା ଆଙ୍କି ଦିଏ ଅବଧୂତ ବାରିଦ। ନିର୍ଲଜତା,, ଲଗେଇଦିଆ ଯାଏ ନାମ ପଛରେ ଏକ ଉପନାମ।ଯେମିତି ଶ୍ରାବଣ ଆଉ ନିଳୀମା ପାଇଁ ହୋମ ନିଆଁ ରୁ ଉତ୍ତାପ ବଦଳରେ ବାହ #yqodia #Yqbhaina #munodia #ଉପନ୍ୟାସ #ମଉଳାସମୟ

read more
ମଉଳା ସମୟ ସତେଜ ପ୍ରେମ

(ଭାଗ - ୧)

A small novella

( Love comes again) ଏକ କ୍ଷୁଦ୍ର ସମ୍ପୂର୍ଣ୍ଣ ପ୍ରେମ କାହାଣୀ ଆପଣ ମାନଙ୍କ ପାଇଁ।

 ଦିନ ଛୋଟ ଲାଗେ ତାର ଆଲିଙ୍ଗନର ପରିକ୍ରମଣରେ, ଶୋଇଯାଏ କିଛି କ୍ଳାନ୍ତି ଆଉ ଶିହରି ଉଠନ୍ତି ମୁହୂର୍ତ୍ତ ସବୁ।ପବନର ଶିତ୍କାର ଆଉ ବେଗ ସବୁ ମଉଳି ଯାଆନ୍ତି ପ୍ରେମର ଆବେଗ ସାମ୍ନାରେ।ଏମିତି ଏକ ମଉଳା ସଞ୍ଜରେ ଜିଁଇ ଉଠନ୍ତି ଦୁହେଁ ପରସ୍ପରର ସ୍ପର୍ଶରେ।ହେଇପାରେ ସ୍ପର୍ଶ କାତରତା ସେ ବିଶାଳ ଓଢ଼ଣା ତଳେ ଝୁଙ୍କି ପଡ଼ିଥିବା ପୃଥିବୀ ଆଉ ଦମ୍ଭିଲା ଅନନ୍ତ ଆକାଶ ଭିତରେ।

ତାଙ୍କ ଭିତରେ କେବଳ ମିଳନର ରେଖା ଆଙ୍କି ଦିଏ ଅବଧୂତ ବାରିଦ। ନିର୍ଲଜତା,, ଲଗେଇଦିଆ ଯାଏ ନାମ ପଛରେ ଏକ ଉପନାମ।ଯେମିତି ଶ୍ରାବଣ ଆଉ ନିଳୀମା ପାଇଁ ହୋମ ନିଆଁ ରୁ ଉତ୍ତାପ ବଦଳରେ ବାହ

Jyotshna Rani Sahoo

ଅନ୍ୟମନସ୍କ ହେଇ ଭାସି ଆସୁଥିଲା ଜହ୍ନ,ଆଉ ଜହ୍ନର ଯୋଛନା ରେ ଶୁଭାଙ୍ଗି ଦେହ ସମ୍ପୂର୍ଣ୍ଣ ତିନ୍ତି ଯାଇଥିଲା। ସରସୀ ଯାର କେବଳ ପଦଧୌତ କରେନାହିଁ,ବିନା ସ୍ପର୍ଶରେ ତାକୁ କରେ ଆଲିଙ୍ଗନ।ସେଇ ଜ୍ୟୋତ୍ସ୍ନା ଭିଜା ଜହ୍ନ ରାତିରେ ନିଶାଚର ବି ଖୋଜେ ତୃପ୍ତି ଆଉ ଶିକାରୀର ତ୍ରୁଟି।ହର୍ଷ ହିଲ୍ଲୋଳ ରେ ଲହରି ଖେଳୁଥିଲା କିଛି ତରୁଣ ତରୁଣୀ ଙ୍କ ମେଲଣ ହେଲେ ବାଧା ଦେଇଥିଲା ସମୟର ଅମୋଘଅସ୍ତ୍ର। ସମୟ ଲୁଚକାଳି ଖେଳ ଖେଳିବାରେ ମହାରଥୀ ହାସିଲ କରିଛି।ଆଜି ସୂର୍ଯ୍ୟ ତାର ବେଗ ବୃଦ୍ଧି କରିଛି ସତେ ଯେମିତି ପଶ୍ଚିମ ଦିଗରେ ତାର ପ୍ରେମିକା ଅପେକ୍ଷା ରତ।ଦେଖୁ ଦେଖୁ ଆଖି ପିଛୁଳାକେ ହେଇଗଲା ଅସ୍ତମିତ,ସେଇ ତାର ପ୍ରେମିକାର ଗନ୍ତବ #ଉପନ୍ୟାସ #ମୁଁତୋର

read more
ପ୍ରେମର ପଞ୍ଚମ ରଙ୍ଗ

ଭାଗ - ୧ ଅନ୍ୟମନସ୍କ ହେଇ ଭାସି ଆସୁଥିଲା ଜହ୍ନ,ଆଉ ଜହ୍ନର ଯୋଛନା ରେ ଶୁଭାଙ୍ଗି ଦେହ ସମ୍ପୂର୍ଣ୍ଣ ତିନ୍ତି ଯାଇଥିଲା। ସରସୀ ଯାର କେବଳ ପଦଧୌତ କରେନାହିଁ,ବିନା ସ୍ପର୍ଶରେ ତାକୁ କରେ ଆଲିଙ୍ଗନ।ସେଇ ଜ୍ୟୋତ୍ସ୍ନା ଭିଜା ଜହ୍ନ ରାତିରେ ନିଶାଚର ବି ଖୋଜେ ତୃପ୍ତି ଆଉ ଶିକାରୀର ତ୍ରୁଟି।ହର୍ଷ ହିଲ୍ଲୋଳ ରେ ଲହରି ଖେଳୁଥିଲା କିଛି ତରୁଣ ତରୁଣୀ ଙ୍କ ମେଲଣ ହେଲେ ବାଧା ଦେଇଥିଲା ସମୟର ଅମୋଘଅସ୍ତ୍ର।

ସମୟ  ଲୁଚକାଳି ଖେଳ ଖେଳିବାରେ ମହାରଥୀ ହାସିଲ କରିଛି।ଆଜି ସୂର୍ଯ୍ୟ ତାର ବେଗ ବୃଦ୍ଧି କରିଛି ସତେ ଯେମିତି ପଶ୍ଚିମ ଦିଗରେ ତାର ପ୍ରେମିକା ଅପେକ୍ଷା ରତ।ଦେଖୁ ଦେଖୁ ଆଖି ପିଛୁଳାକେ ହେଇଗଲା ଅସ୍ତମିତ,ସେଇ ତାର ପ୍ରେମିକାର ଗନ୍ତବ

Jyotshna Rani Sahoo

ବିବେକ ତ ଦଣ୍ଡ ପାଇବା ଆଗରୁ ହିଁ ନିର୍ଜୀବ ଯାହାର ବଞ୍ଚିବାର ମୂଲ୍ୟ କାହା ସାମ୍ନାରେ ତିଳେ ହେଲେ ନାହିଁ।ଯାହା ପାଇଁ ଲୁହ ଗଡ଼େଇବା ପାଇଁ କେହି ନାହାଁନ୍ତି।ମଣିଷ ତ ସେଇ ଟିକକ ହିଁ ଚାହେଁ ତା ମୃତ୍ୟୁ ପରେ ଆପଣା ଲୋକଙ୍କ ଦି ବୁନ୍ଦା ଲୁହ ଯାହା ଝର ଟିଏ ହେଇ ତାକୁ ନେଇଯାଏ ସ୍ବର୍ଗ ଆଡ଼କୁ।ଆଉ ଏଠି ସାରା ସହର ସାଙ୍ଗେ ତା ନିଜ ଲୋକ ବି ତା ମୃତ୍ୟୁ ର ଗୁହାରୀ କରୁଛନ୍ତି।ଆଜି ସେ ମାଆ ବି ନିଜ କୋଳକୁ ଧିକ୍କାର କରୁଛି।ଆର ଜନ୍ମରେ ମତେ ନିସନ୍ତାନ କରିବୁ ହେ ଜଗତ ମାତା କହି ଗୁହାରି କରୁଛି। ବିବେକ ର ନୃଶଂସତା ସାମ୍ନା ରେ ମୃତ୍ୟୁ ବି ତୁଚ୍ଛ,କିନ୍ତୁ ଆଇନ୍ କାହାର ଭାବପ୍ରବଣତା ରେ ବହି ନିଷ୍ପତି ନେଇ ପାରିବ ନାହିଁ #yqodia #Yqbhaina #paidstory #ଉପନ୍ୟାସ #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ବିବେକ ର ଶେଷ ପରିଣତି)  

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୯)

କ୍ରମଶଃ......... ବିବେକ ତ ଦଣ୍ଡ ପାଇବା ଆଗରୁ ହିଁ ନିର୍ଜୀବ ଯାହାର ବଞ୍ଚିବାର ମୂଲ୍ୟ କାହା ସାମ୍ନାରେ ତିଳେ ହେଲେ ନାହିଁ।ଯାହା ପାଇଁ ଲୁହ ଗଡ଼େଇବା ପାଇଁ କେହି ନାହାଁନ୍ତି।ମଣିଷ ତ ସେଇ ଟିକକ ହିଁ ଚାହେଁ ତା ମୃତ୍ୟୁ ପରେ ଆପଣା ଲୋକଙ୍କ ଦି ବୁନ୍ଦା ଲୁହ ଯାହା ଝର ଟିଏ ହେଇ ତାକୁ ନେଇଯାଏ ସ୍ବର୍ଗ ଆଡ଼କୁ।ଆଉ ଏଠି ସାରା ସହର ସାଙ୍ଗେ ତା ନିଜ ଲୋକ ବି ତା ମୃତ୍ୟୁ ର ଗୁହାରୀ କରୁଛନ୍ତି।ଆଜି ସେ ମାଆ ବି ନିଜ କୋଳକୁ ଧିକ୍କାର କରୁଛି।ଆର ଜନ୍ମରେ ମତେ ନିସନ୍ତାନ କରିବୁ ହେ ଜଗତ ମାତା କହି ଗୁହାରି କରୁଛି।

ବିବେକ ର ନୃଶଂସତା ସାମ୍ନା ରେ ମୃତ୍ୟୁ ବି ତୁଚ୍ଛ,କିନ୍ତୁ ଆଇନ୍ କାହାର ଭାବପ୍ରବଣତା ରେ ବହି ନିଷ୍ପତି ନେଇ ପାରିବ ନାହିଁ

Jyotshna Rani Sahoo

ଡାକ୍ତରଖାନା ରେ ସମସ୍ତ ସାମଲ ପରିବାର ଇତଃସ୍ତତଃ ହେଉଥିଲେ।ଆଖିରେ ଲୁହ ଆଉ ମନରେ ଭୟ ନିଜ ଖେଳ ଖେଳୁଥିଲେ କିନ୍ତୁ ମାମାଲି ଏଥର ଭାଙ୍ଗି ନାହିଁ।ତା ର ବିଶ୍ବାସ ଏବେ ଚରମ ସୀମା ରେ।ତା ଭାଇ ଅତି ଶୀଘ୍ର ଠିକ୍ ହେଇଯିବେ।ଭାଉଜ ଉଠି ବସିବେ ତାକୁ ବିଜୟ ତିଳକ ଲଗାଇ ପଠେଇଦେବେ ଏକ ନୂତନ ଯୁଦ୍ଧ କ୍ଷେତ୍ର କୁ।ବଡ଼ ଭାଇ ତା ଜୀବନର ସବୁଠୁ ବଡ଼ ପ୍ରେରଣା।ତା ପାଠ ପଢ଼ିବା ଠୁ ନେଇ ଜୀବନ ଯୁଦ୍ଧରେ ଲଢ଼ିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେ ସାରଥୀ ସାଜିଛି। ଗୋଟେ ରୁମ୍ ରେ ଭାଉଜ ଆଉ ଗୋଟେ ରୁମ୍ ରେ ଭାଇ।ନିଜ ମନକୁ ଯେତେ ଦମ୍ଭ ଦେଲେ ବି ବେଳେ ବେଳେ ସେଇ ଦମ୍ଭ ଭୟରେ ଆପେ ଆପେ ମିଳେଇ ଯାଉଛି କିନ୍ତୁ ମାମାଲି ନିଜ ଆସ୍ଥା ଆଉ #yqodia #Yqbhaina #paidstory #ଉପନ୍ୟାସ #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୮)

(କିଛି ଦଣ୍ଡ ପାଇଁ ମୃତ୍ୟୁ ବି ନିଜକୁ ଲଜ୍ଜିତ ମନେ କରେ,ଆଉ ଜଣେ ମରିବା ଆଗରୁ ଆପଣା ସାମ୍ନାରେ ବାରମ୍ବାର ମରେ)

କ୍ରମଶଃ......... ଡାକ୍ତରଖାନା ରେ ସମସ୍ତ ସାମଲ ପରିବାର ଇତଃସ୍ତତଃ ହେଉଥିଲେ।ଆଖିରେ ଲୁହ ଆଉ ମନରେ ଭୟ ନିଜ ଖେଳ ଖେଳୁଥିଲେ କିନ୍ତୁ ମାମାଲି ଏଥର ଭାଙ୍ଗି ନାହିଁ।ତା ର ବିଶ୍ବାସ ଏବେ ଚରମ ସୀମା ରେ।ତା ଭାଇ ଅତି ଶୀଘ୍ର ଠିକ୍ ହେଇଯିବେ।ଭାଉଜ ଉଠି ବସିବେ ତାକୁ ବିଜୟ ତିଳକ ଲଗାଇ ପଠେଇଦେବେ ଏକ ନୂତନ ଯୁଦ୍ଧ କ୍ଷେତ୍ର କୁ।ବଡ଼ ଭାଇ ତା ଜୀବନର ସବୁଠୁ ବଡ଼ ପ୍ରେରଣା।ତା ପାଠ ପଢ଼ିବା ଠୁ ନେଇ ଜୀବନ ଯୁଦ୍ଧରେ ଲଢ଼ିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେ ସାରଥୀ ସାଜିଛି।

ଗୋଟେ ରୁମ୍ ରେ ଭାଉଜ ଆଉ ଗୋଟେ ରୁମ୍ ରେ ଭାଇ।ନିଜ ମନକୁ ଯେତେ ଦମ୍ଭ ଦେଲେ ବି ବେଳେ ବେଳେ ସେଇ ଦମ୍ଭ ଭୟରେ ଆପେ ଆପେ ମିଳେଇ ଯାଉଛି କିନ୍ତୁ ମାମାଲି ନିଜ ଆସ୍ଥା ଆଉ

Jyotshna Rani Sahoo

ସେମିତି ଦିନ ପରେ ଦିନ,ତାରିଖ ପରେ ତାରିଖ ଗଡି ଚାଲିଥାଏ। ପୃଥିବୀ ର ସୂର୍ଯ୍ୟ ଚାରିପଟେ ପରିକ୍ରମଣ ସହ ଦିନ ରାତି ର ଆଗମନ ଆଉ ପ୍ରତ୍ୟାବର୍ତ୍ତନ ସ୍ଵାଭାବିକ ଚାଲିଥାଏ।ହେଲେ ଅର୍ଥର ବଳ ଯେ ସୂର୍ଯ୍ୟ ଠୁ ବଳୀୟାନ ଆଉ ତାର ଚମକ୍ ସୂର୍ଯ୍ୟଙ୍କ ଚମକ ଠୁ ବେଶୀ ତେଜୀୟାନ ତାହା ସମ୍ଭବପର ଏ କଳି ଯୁଗରେ ଯିଏ କ୍ରୁରତା କୁ ବି ବିଶ୍ରାନ୍ତ ଛାୟା ର ଅବଗୁଣ୍ଠନ ପ୍ରଦାନ କରିଥାଏ।କେବଳ ମୁଷ୍ଟିମେୟ ଅବିବେକି ଲୋକଙ୍କ ଅବଦାନ ରେ ନିୟମର ପରିବର୍ତ୍ତନ ଯଥାର୍ଥ ହେଇଥାଏ। ଏତେ ତଥ୍ୟ ପ୍ରମାଣ ପରେ ମଣିଷ କଣ ନିର୍ଜୀବ ବସ୍ତୁ ବି ତାର ନିଶ୍ଚଳତା ଭାଙ୍ଗି ସତ୍ୟତା ର ସ୍ଵିକାରୋକ୍ତି ପାଇଁ ବିଳାପ କରି ଉଠିବ,ନ୍ୟାୟ ଦିଅ ସେ ନ୍ୟାୟ ପିପା #yqodia #Yqbhaina #paidstory #ଉପନ୍ୟାସ #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୭)

କ୍ରମଶଃ......... ସେମିତି ଦିନ ପରେ ଦିନ,ତାରିଖ ପରେ ତାରିଖ ଗଡି ଚାଲିଥାଏ। ପୃଥିବୀ ର ସୂର୍ଯ୍ୟ ଚାରିପଟେ ପରିକ୍ରମଣ ସହ ଦିନ ରାତି ର ଆଗମନ ଆଉ ପ୍ରତ୍ୟାବର୍ତ୍ତନ ସ୍ଵାଭାବିକ ଚାଲିଥାଏ।ହେଲେ ଅର୍ଥର ବଳ ଯେ ସୂର୍ଯ୍ୟ ଠୁ ବଳୀୟାନ ଆଉ ତାର ଚମକ୍ ସୂର୍ଯ୍ୟଙ୍କ ଚମକ ଠୁ ବେଶୀ ତେଜୀୟାନ ତାହା ସମ୍ଭବପର ଏ କଳି ଯୁଗରେ ଯିଏ କ୍ରୁରତା କୁ ବି ବିଶ୍ରାନ୍ତ ଛାୟା ର ଅବଗୁଣ୍ଠନ ପ୍ରଦାନ କରିଥାଏ।କେବଳ ମୁଷ୍ଟିମେୟ ଅବିବେକି ଲୋକଙ୍କ ଅବଦାନ ରେ ନିୟମର ପରିବର୍ତ୍ତନ ଯଥାର୍ଥ ହେଇଥାଏ।
ଏତେ ତଥ୍ୟ ପ୍ରମାଣ ପରେ ମଣିଷ କଣ ନିର୍ଜୀବ ବସ୍ତୁ ବି ତାର  ନିଶ୍ଚଳତା ଭାଙ୍ଗି ସତ୍ୟତା ର ସ୍ଵିକାରୋକ୍ତି ପାଇଁ ବିଳାପ କରି ଉଠିବ,ନ୍ୟାୟ ଦିଅ ସେ ନ୍ୟାୟ ପିପା

Jyotshna Rani Sahoo

ବିଜୁଳି ବେଗରେ ଧାଇଁଥିଲେ ତିନି ଜଣ, ବିବେକ ପିଛା କରିବା ଆଗରୁ ସେମାନେ ତା ଆଖି ସାମ୍ନାରୁ ଖୁବ୍ ଦୂରେଇ ଗଲେ, ଦୂରତା କୁ ଭେଦି କେବଳ ଏକ ବାଷ୍ପାଛନ୍ନ ଗାଡ଼ି ଟିଏ ଦିଶିଲା ତାକୁ। ପାଗଳ ପ୍ରାୟ ହେଇ ଖୋଜିବାକୁ ଲାଗିଲା ,ସେସବୁ କିଏ ଆଉ ଭାନୁ କିଏ ଥିଲା? ନିଶ୍ଚୟ ଏସବୁ ଯୋଗେଶ ର ଷଡ଼ଯନ୍ତ୍ର।ମୋ ବିଷୟରେ କିଛି ସୂଚନା ପାଇ ମତେ ହରେଇବାର ପ୍ରୟାସ,ହେଲେ ମୁଁ ବି ବିବେକ କାହାକୁ ଛାଡ଼ିବି ନାହିଁ , ଏ ତୁଚ୍ଛ ଖେଳାଳି ସବୁ ବିବେକ କୁ ହରେଇବେ,ତା ସାମ୍ରାଜ୍ୟ ର ଗୋଟେ ଇଟା ବି ଖସେଇ ପାରିବେ ନାହିଁ। ତାତ୍ସଲ୍ୟ ପୂର୍ଣ୍ଣ ହସ ତା ମୁହଁରେ କିନ୍ତୁ ହାରିବାର ଭୟ,ସେହି ଭୟର କିଛି ସ୍ୱେଦ ବିନ୍ଦୁ ର ସମଷ୍ଟି ସରଳ ରେଖା ଅଙ #yqodia #Yqbhaina #paidstory #ଉପନ୍ୟାସ #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୬)

(ବିବେକ ର ବର୍ବରତା ପାଇଁ ତାର ପତନ ର ଆରମ୍ଭ ସହିତ ଅତି ଲଜ୍ଜିତ ଭାବରେ ଘରୁ ନିର୍ବାସନ ଏବଂ ଗେହ୍ଲେଇ ମାମାଲି ର ଘର ବାହୁଡ଼ା,ଏକ ପ୍ରେମମୟ ଦୃଶ୍ୟ ର ଅବଲୋକନ ,ଏକ ଅଦ୍ଭୁତ ଅନୁଭୂତି ଏକ ଐତିହାସିକ ପ୍ରେମ ଆଉ ପ୍ରୀତି)

କ୍ରମଶଃ......... ବିଜୁଳି ବେଗରେ ଧାଇଁଥିଲେ ତିନି ଜଣ, ବିବେକ ପିଛା କରିବା ଆଗରୁ ସେମାନେ ତା ଆଖି ସାମ୍ନାରୁ ଖୁବ୍ ଦୂରେଇ ଗଲେ, ଦୂରତା କୁ ଭେଦି କେବଳ ଏକ ବାଷ୍ପାଛନ୍ନ ଗାଡ଼ି ଟିଏ ଦିଶିଲା  ତାକୁ। ପାଗଳ ପ୍ରାୟ ହେଇ ଖୋଜିବାକୁ ଲାଗିଲା ,ସେସବୁ କିଏ ଆଉ ଭାନୁ କିଏ ଥିଲା? ନିଶ୍ଚୟ ଏସବୁ ଯୋଗେଶ ର ଷଡ଼ଯନ୍ତ୍ର।ମୋ ବିଷୟରେ କିଛି ସୂଚନା ପାଇ ମତେ ହରେଇବାର ପ୍ରୟାସ,ହେଲେ ମୁଁ ବି ବିବେକ କାହାକୁ ଛାଡ଼ିବି ନାହିଁ , ଏ ତୁଚ୍ଛ ଖେଳାଳି ସବୁ ବିବେକ କୁ ହରେଇବେ,ତା ସାମ୍ରାଜ୍ୟ ର ଗୋଟେ ଇଟା ବି ଖସେଇ ପାରିବେ ନାହିଁ। ତାତ୍ସଲ୍ୟ ପୂର୍ଣ୍ଣ ହସ ତା ମୁହଁରେ କିନ୍ତୁ ହାରିବାର ଭୟ,ସେହି ଭୟର କିଛି ସ୍ୱେଦ ବିନ୍ଦୁ ର ସମଷ୍ଟି ସରଳ ରେଖା ଅଙ

Jyotshna Rani Sahoo

ସାହେବ୍ ମତେ କିଛି କାମ ମିଳିବ?ମୁଁ ଜାଣି ନାଇ ତୁମକୁ ହେଲେ କାଇଁ ତୁମକୁ ଦେଖିଲା ପରେ ମତେ ମୋର ଠାକୁର୍ ମିତାର୍ ଲାଗିଲ।ଦୁଇ ଦିନ ହେଲାନ ପାଦ ଦୁଇ ଟା ଘାଏ ହେଲେ ବି ବିଶ୍ରାମ କରିନାଇ ଆଉ ତା ସାଙ୍ଗେ ଭୋକ ବା କାହାର ବୋଲ ମାନେ ଯେ,ସେ ବି ତାର ଗୀତ ନାଚ ଲୀଳା ଚଲେଇଛି,ହେଲେ ତୁମକୁ ଦେଖି ଲାଗିଲା ମୋ ଠାକୁର୍ ପଠେଇ ଦେଲା ,,ଯା ଯା ତୁଇ ସେଠୁ ଖାଲି ହାତରେ କେବେ ନାଇ ଫେରିବୁ।ବିବେକ ର ଘର ସାମ୍ନାରେ ତାକୁ ଲକ୍ଷ୍ୟ ରଖି ସୁଯୋଗ ଦେଖି ଆସିଯାଇଛି ଶୀତଳ ଆଉ ତା ପଛରେ ଅଦୃଶ୍ୟ ଚକ୍ଷୁ ଚାରୋଟି ଅହରହ ତା ସୁରକ୍ଷା ରେ ନିହିତ। ପୁରା ନିଫଟ ଗାଉଁଲି ବେଶ,ଦୁଇ ବେଣୀ ରେ ଭିନ୍ନ ଭିନ୍ନ ମିଶା ମିଶା ରଙ୍ଗ ବେରଙ୍ଗ ଫିତା, #yqodia #Yqbhaina #paidstory #ଉପନ୍ୟାସ #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୫)

କ୍ରମଶଃ......... ସାହେବ୍ ମତେ କିଛି କାମ ମିଳିବ?ମୁଁ ଜାଣି ନାଇ ତୁମକୁ ହେଲେ କାଇଁ ତୁମକୁ ଦେଖିଲା ପରେ ମତେ ମୋର ଠାକୁର୍ ମିତାର୍ ଲାଗିଲ।ଦୁଇ ଦିନ ହେଲାନ ପାଦ ଦୁଇ ଟା ଘାଏ ହେଲେ  ବି ବିଶ୍ରାମ କରିନାଇ ଆଉ ତା ସାଙ୍ଗେ ଭୋକ ବା କାହାର ବୋଲ ମାନେ ଯେ,ସେ ବି ତାର ଗୀତ ନାଚ ଲୀଳା ଚଲେଇଛି,ହେଲେ ତୁମକୁ ଦେଖି ଲାଗିଲା ମୋ ଠାକୁର୍ ପଠେଇ ଦେଲା ,,ଯା ଯା ତୁଇ ସେଠୁ ଖାଲି ହାତରେ କେବେ ନାଇ ଫେରିବୁ।ବିବେକ ର ଘର ସାମ୍ନାରେ ତାକୁ ଲକ୍ଷ୍ୟ ରଖି ସୁଯୋଗ ଦେଖି ଆସିଯାଇଛି ଶୀତଳ ଆଉ ତା ପଛରେ ଅଦୃଶ୍ୟ ଚକ୍ଷୁ ଚାରୋଟି ଅହରହ ତା ସୁରକ୍ଷା ରେ ନିହିତ।

ପୁରା ନିଫଟ ଗାଉଁଲି ବେଶ,ଦୁଇ ବେଣୀ ରେ ଭିନ୍ନ ଭିନ୍ନ ମିଶା ମିଶା ରଙ୍ଗ ବେରଙ୍ଗ ଫିତା,
loader
Home
Explore
Events
Notification
Profile