Find the Best କବିତାଞ୍ଜଳି Shayari, Status, Quotes from top creators only on Nojoto App. Also find trending photos & videos about
Adyasha Priyadarshini D
#କବିତାଞ୍ଜଳି ମୁଁ କବିତାଞ୍ଜଳି ଦଳ ତରଫରୁ ଦ୍ୱିତୀୟ ଛବି ପାଇଁ ପ୍ରଜୁକ୍ତା ରଥ ଙ୍କର " ଆଜି ମୁଁ ଏକା " କବିତା ଟିକୁ ବାଛିଛି । ବୟସ ର ଅପରାହ୍ନ ରେ ନିରୀହ ବାପା ଟିଏ କେମିତି ଆଜିର ଦୁନିଆରେ ଏକା ହୋଇ ଯାଉଛି ତାହା ସେ ତାଙ୍କ କବିତା ମାଧ୍ୟମରେ ଦର୍ଶାଇଛନ୍ତି । #କବିତାଞ୍ଜଳି #ଛବିରେଲୁଚିଛିଅନେକକଥା #ଛବି୨ #ରଜମଉଜ୨ #yqbhaina #yqodia YourQuote Bhaina
Adyasha Priyadarshini D
#କବିତାଞ୍ଜଳି " ମାଟି ମା କୁ ଚିଠି ଟିଏ " କାର୍ଯ୍ୟ ପାଇଁ ଆମ କବିତାଞ୍ଜଳି ଦଳର " କବିତା ର କବି " ଲେଖିଥିବା ଚିଠି ଟିକୁ ସ୍ୱତନ୍ତ୍ର ଭାବରେ ଆଲେଖ କରୁଛି । ଅତି ନିଆରା ଢଙ୍ଗରେ ସେ ଚିଠି ଟିକୁ ଲେଖିଛନ୍ତି । ଆମ ଦଳର ଅନ୍ୟ ସମସ୍ତ ସଦସ୍ୟଙ୍କୁ ମୋର ଧନ୍ୟବାଦ ଓ ଶୁଭକାମନା । 🙏 କବିତାର କବି YourQuote Bhaina #କବିତାଞ୍ଜଳି #ମାଟିମା #ରଜମଉଜ୨ #yqbhaina #challenge
କବିତାର କବି YourQuote Bhaina #କବିତାଞ୍ଜଳି #ମାଟିମା #ରଜମଉଜ୨ #Yqbhaina #Challenge
read moreAdyasha Priyadarshini D
#କବିତାଞ୍ଜଳି କବିତାଞ୍ଜଳି ଦଳର ଅମିତ ଙ୍କ କବିତା "ମୁଁ, କନ୍ୟା ଭ୍ରୁଣ ପଚାରୁଛି " କୁ ସ୍ୱତନ୍ତ୍ର ଆଲେଖ ଦେଉଛି । ଆଜି ପ୍ରଥମ ଛବିର ସମସ୍ତ ଲେଖା ମଧ୍ୟରୁ ଏଇ ଲେଖା ଟି ମୋତେ ଯଥାଯୋଗ୍ୟ ଲାଗିଲା । ଏ କବିତାରେ କବି ଛବିରେ ଥିବା ପାଣି କୁ ଜଣେ ଗର୍ଭବତୀ ମହିଳାଙ୍କ ର ଭ୍ରୁଣ ଥଳି ଦର୍ଶାଇଛନ୍ତି ଓ ଝିଅଟିକୁ ଏକ ହତଭାଗିନୀ କନ୍ୟା ଭ୍ରୁଣ ହିସାବ ରେ । ଭାଷା, ଭାବ ଓ ସର୍ବୋପରି ଏହି ଛବି ସହିତ ଭାବର ସାମଞ୍ଜସ୍ୟ, ଏହି କବିତା କୁ ସ୍ୱତନ୍ତ୍ର କରୁଛି । Amit Kumar Sahoo YourQuote Bhaina #ରଜମଉଜ୨ #କବିତାଞ୍ଜଳି #ଛବି୧ #ଛବିରେଲୁଚିଛିଅନେକକଥା #yqbhaina
Amit Kumar Sahoo YourQuote Bhaina #ରଜମଉଜ୨ #କବିତାଞ୍ଜଳି #ଛବି୧ #ଛବିରେଲୁଚିଛିଅନେକକଥା #Yqbhaina
read moreAdyasha Priyadarshini D
ପ୍ରିୟ ମାଟି ମା, ପ୍ରଣାମ ନେବୁ । ମୁଁ ବେଳେବେଳେ ଭାବେ ତୁ ଯଦି ଅନ୍ୟ ଗ୍ରହ ମାନଙ୍କ ଭଳି ହୋଇ ଥାନ୍ତୁ, ତେବେ ଆମର ଜନ୍ମ ସମ୍ଭବ ହୋଇ ନଥାନ୍ତା । କିନ୍ତୁ ତୁ ବାଛି ନେଲୁ ତ୍ୟାଗ ର ବାଟ । ନିଜର ସୁଖ, କାମନା ସବୁକୁ ବଳି ଦେଇ, ତୁ ଆମ ମାନଙ୍କୁ ତୋ ବକ୍ଷରେ ଜାଗା ଦେଲୁ। ମା, ଏ ଗଛ ଲତା, ପାହାଡ, ଜଙ୍ଗଲ, ନଦୀ, ଝରଣା, ଜୀବଜନ୍ତୁ, ପଶୁପକ୍ଷୀ, ସର୍ବୋପରି ଆମେ ମଣିଷ ମାନେ, ତୋରି କୋଳରେ ଜନ୍ମ ଲଭିଛୁ ଆଉ ଶେଷ ନିଶ୍ୱାସ ତ୍ୟାଗ କରି ତୋରି କୋଳରେ ବିଲୀନ ହୋଇ ଯିବୁ। ତୁ ମା, ତୁ ମହାନ। ତୁ ଏତେ ଦୁଃଖ କଷ୍ଟ ସହି ମଧ୍ୟ ନିଃସ୍ଵାର୍ଥ ହୋଇ ଖାଲି ଦେଇ ଚାଲିଛୁ । ଆମେ ସଭିଏଁ, ତୋରି ସନ୍ତାନ, ତୋ ଠାରୁ ଆମର ସତ୍ତା ଆରମ୍ଭ ଓ ତୋରି ଠାରେ ଶେଷ ହୋଇ ଯିବ। ତୋତେ ଆଜି ଧନ୍ୟବାଦ କେମିତି ଦେବି, ମୋ ପାଖରେ ଶବ୍ଦ ନାହିଁ । ଯେତେ କହିଲେ ବି ତୋର ତ୍ୟାଗ ଆଗରେ ସବୁ ନଗଣ୍ୟ । ତୋର ସ୍ନେହ ବୋଳା ଆଶୀର୍ବାଦ ମୋତେ ସବୁବେଳେ ତୋରି ସାଥିରେ ଯୋଡି ରଖିଥାଉ, ଏହା ହିଁ ମୋର କାମନା ଓ ତୋ ପାଖରେ ଅଳି। ମା ପରା ତୁ । ତୋ ପାଖରେ ଅଳି କରିବିନି ତ କାହା ପାଖେ କରିବି । ଇତି ତୋର ସନ୍ତାନ ଟିଏ #ମାଟିମା #ରଜମଉଜ୨ #yqbhaina #yqodia #କବିତାଞ୍ଜଳି #challenge
#ମାଟିମା #ରଜମଉଜ୨ #Yqbhaina #yqodia #କବିତାଞ୍ଜଳି #Challenge
read moreAdyasha Priyadarshini D
।।। ଏକାନ୍ତ ।।। ସେତେବେଳେ ଖୋଜୁଥିଲି ଏକାନ୍ତ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ । ସବୁ କିଛି ଭୁଲି, ଧରାବନ୍ଧା ଜୀବନରୁ ମୁକୁଳି , କିଛି କ୍ଷଣ ଚୋରେଇ ନେବାକୁ , ଥକି ଯେ ପଡିଥିଲି । ହେଲେ, ଆଜି ଯେତେବେଳେ ଏକାନ୍ତ ମିଳିଛି ମିଳିଛି ନିଜ ସହ କିଛି କ୍ଷଣ, ତେବେ ମନ କାହିଁକି ବିଚଳିତ କାହିଁକି କରୁଛି ନୀରବ ବିଳାପ । ସତରେ କଣ ଏକା ରହିବା ଏତେ ଘାତକ ? ମଣିଷ ଆଜି ଡରୁଛି , ମୋହ ମାୟା ସଂପର୍କ ରୁ ବାହାରିବାକୁ, ବେଶୀ ଡର, କାଳେ ଅନ୍ତରାତ୍ମା ପଚାରି ଦେବ ତୁ ଠିକ୍ ଅଛୁ ତ? ଆଉ ସେତେବେଳେ ମଣିଷ ପାଲଟି ଯିବ ସ୍ଥାଣୁ , ନୀରବ, ନିର୍ବିକାର ଆଉ ନିଃଶବ୍ଦ । #କବିତାଞ୍ଜଳି ।।। ଏକାନ୍ତ ।।। ସେତେବେଳେ ଖୋଜୁଥିଲି ଏକାନ୍ତ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ । ସବୁ କିଛି ଭୁଲି, ଧରାବନ୍ଧା ଜୀବନରୁ ମୁକୁଳି ,
#କବିତାଞ୍ଜଳି ।।। ଏକାନ୍ତ ।।। ସେତେବେଳେ ଖୋଜୁଥିଲି ଏକାନ୍ତ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ । ସବୁ କିଛି ଭୁଲି, ଧରାବନ୍ଧା ଜୀବନରୁ ମୁକୁଳି ,
read moreAdyasha Priyadarshini D
ଆତ୍ମଜ୍ଞାନ - ନିଜ ଅସ୍ତିତ୍ବ ର ସନ୍ଧାନ ରେ ।।। ଆତ୍ମଜ୍ଞାନ- ନିଜ ଅସ୍ତିତ୍ବ ର ସନ୍ଧାନ ରେ ।।। ହୃଦୟ ଜାଣିଛି ସବୁ ସାଇତି ରଖିଛି ନିରୋଳା ରେ ସେ ରହସ୍ୟ ସବୁକୁ ଦିନର ରାତିର, ସୂର୍ଯ୍ୟ ର ଚନ୍ଦ୍ର ର
।।। ଆତ୍ମଜ୍ଞାନ- ନିଜ ଅସ୍ତିତ୍ବ ର ସନ୍ଧାନ ରେ ।।। ହୃଦୟ ଜାଣିଛି ସବୁ ସାଇତି ରଖିଛି ନିରୋଳା ରେ ସେ ରହସ୍ୟ ସବୁକୁ ଦିନର ରାତିର, ସୂର୍ଯ୍ୟ ର ଚନ୍ଦ୍ର ର
read moreAdyasha Priyadarshini D
କବିତାଞ୍ଜଳି ଆଜି ପବିତ୍ର ରଜ ପର୍ବ ରେ ଧରିତ୍ରୀ ମାଆ ସାଥେ #କବିତାଞ୍ଜଳି ଦଳର ସମସ୍ତ ଲେଖକ ଲେଖିକାଙ୍କର ଲେଖନୀ ମଧ୍ୟ ରଜସ୍ୱଳା ହେଉ ଓ ଭେଟି ଦେଉ ଅନେକ ମନଛୁଆଁ ଲେଖା । #କବିତାଞ୍ଜଳି ଦଳର ସମସ୍ତ ସଦସ୍ୟଙ୍କୁ ପହିଲି ରଜ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । YourQuote Bhaina ପ୍ରତିଯୋଗିତା #ଛବିରେଲୁଚିଛିଅନେକକଥା ର ଆରମ୍ଭ ର ବିଗୁଲ ବଜାଇ ଦେଇଛନ୍ତି । ତେଣୁ ଚାଲନ୍ତୁ, ଆମେ ମାନେ ଆମ ସୃଜନଶୀଳତା ର ନୂତନ ଇତିହାସ ରଚିବା । #ରଜମଉଜ୨
#କବିତାଞ୍ଜଳି ଦଳର ସମସ୍ତ ସଦସ୍ୟଙ୍କୁ ପହିଲି ରଜ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । YourQuote Bhaina ପ୍ରତିଯୋଗିତା #ଛବିରେଲୁଚିଛିଅନେକକଥା ର ଆରମ୍ଭ ର ବିଗୁଲ ବଜାଇ ଦେଇଛନ୍ତି । ତେଣୁ ଚାଲନ୍ତୁ, ଆମେ ମାନେ ଆମ ସୃଜନଶୀଳତା ର ନୂତନ ଇତିହାସ ରଚିବା । #ରଜମଉଜ୨
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited