Nojoto: Largest Storytelling Platform

Best ରଜ Shayari, Status, Quotes, Stories

Find the Best ରଜ Shayari, Status, Quotes from top creators only on Nojoto App. Also find trending photos & videos about happy ରଜ, ରଜନୀ meaning, ରଜ ଦୋଳି,

  • 6 Followers
  • 6 Stories
    PopularLatestVideo

Pankaj

#Raja #ରଜ #रजKamalakanta Jena (KK) Santosh yaduvanshi Priyanka Kumari Anshu writer Santosh Singh #Mythology

read more
mute video

Adyasha Priyadarshini D

#ରଜ #boostthyself #yqbaba #yqdidi #yourquote #Yqbhaina #yqodia #munodia #Raja ।।। ମନ ହୁଏ ।।। ମନ ହୁଏ ଫେରି ଯିବାକୁ ସେଇ ସୂଦୂର ପାହାଡ ତଳକୁ, ଘଞ୍ଚ ଜଙ୍ଗଲ ର କୋଳ କୁ। ଇଚ୍ଛା ହୁଏ ନାଚି ଯିବାକୁ, ସେଇ କୁଳୁକୁଳୁ ବହୁ ଥିବା ନଦୀର ଜଳରେ ।।

read more
।।। ମନ ହୁଏ ।।।

ମନ ହୁଏ ଫେରି ଯିବାକୁ ସେଇ ସୂଦୂର ପାହାଡ ତଳକୁ,
ଘଞ୍ଚ ଜଙ୍ଗଲ ର କୋଳ କୁ।
ଇଚ୍ଛା ହୁଏ ନାଚି ଯିବାକୁ,
ସେଇ କୁଳୁକୁଳୁ ବହୁ ଥିବା ନଦୀର ଜଳରେ ।।
ମନ ହୁଏ କରିବାକୁ ବଣ ରେ ବଣଭୋଜି,
ସାଙ୍ଗ ସାଥୀ ମେଳେ ହସି।
ଇଚ୍ଛା ହୁଏ ଦେଖିବାକୁ ଇନ୍ଦ୍ରଧନୁ ର ରଂଗ,
ଦାଣ୍ଡ ପିଣ୍ଡାରେ ବସି ।।
ମନ ହୁଏ ଖେଳିବାକୁ ସଖି ଗଣରେ,
ଲୁଚକାଳି, ବୋହୁବୋହୁକା ।
ଦଉଡି ଦଉଡି ଗୋଟାଇବାକୁ,
ବେଳାଭୂମିରେ ଶାମୁକା ।।
ମନ ହୁଏ ପାଚେରୀ ଡେଇଁ,
ପର ବାଡି ରୁ ଫୁଲ ତୋଳିବାକୁ,
ଭଳିକିଭଳି ଫୁଲ ରେ ଫୁଲ ମାଳ ଗୁନ୍ଥିବାକୁ ।
ଇଚ୍ଛା ହୁଏ ବୁଲିବାକୁ,
ରଜ ପାନ ଖାଇ, ନୂଆ ଜାମା ପିନ୍ଧି ,
ରଜ ଗୀତ ଗାଇ ଦୋଳି ରେ ବସି ଝୁଲିବାକୁ ।।
ମନ ହୁଏ ଆଜି ଡାକିବାକୁ,
ବଉଳ, ମକର, ସଂଗାତ ବୋଲି ଥରେ,
ଆଉ ସେଇ ଆମ୍ବ ତୋଟା ମାଳେ ଏକାଠି ହୋଇ ଗପିବାକୁ ।
ମନ ହୁଏ ସମୟ ଟା ଫେରି ଯାଆନ୍ତା ମୋର ସେ ଗାଆଁ କୁ,
ଯେଉଁଠି ଅଛି ମୋ ପିଲାଦିନ ସ୍ମୃତି,
ସଭିଏଁ ଡାକନ୍ତି ହାତ ଠାରି ମୋ ନାଆଁ କୁ।। #ରଜ #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #Raja 

।।। ମନ ହୁଏ ।।।

ମନ ହୁଏ ଫେରି ଯିବାକୁ ସେଇ ସୂଦୂର ପାହାଡ ତଳକୁ,
ଘଞ୍ଚ ଜଙ୍ଗଲ ର କୋଳ କୁ।
ଇଚ୍ଛା ହୁଏ ନାଚି ଯିବାକୁ,
ସେଇ କୁଳୁକୁଳୁ ବହୁ ଥିବା ନଦୀର ଜଳରେ ।।

Dibyasakti Prasad Mohanty

#ରଜ

read more
ପହିଲି ରଜ ର ହାର୍ଦିକ ଅଭିନନ୍ଦନ

©Dibyasakti Prasad Mohanty #ରଜ

Chinmayee Mallik

#ରଜ ପର୍ବ #କବିତା

read more
🌼🌼ରଜ🌼🌼
     ___________(2020)
 
ରଜ ପର୍ବ ଆମ ଗଲା ବିଗିଡି,
    'କରୋନା'  ସବୁ ଦେଲା ଉଜାଡି.
ସଜ ହୋଇ ଝିଅ ଘରେ ବସିଛି, 
     'କରୋନା'ବାହାରେ ଦୋଳି ଖେଳୁଛି. 
    ପାନ ଖିଆ ନାଲି ଓଠ ଦିଶୁଛି ଫିକା, 
ତାସ ଖେଳ ଜାଗା ସବୁ  ପଡିଛି ଫାଙ୍କା.
ଆମ ଖୁସିରେ ଯେ ପଡ଼ିଗଲା ତାଲା, 
କରୋନା ଏ ବର୍ଷ ରଜ ପାଳିଲା. 
ବସୁମତୀ ମାତା ଆମ ଅଛି ବହୁ ଚିନ୍ତାରେ, 
ହଳଦୀପାଣି ନା SANITIZER 
                 ଢଳା ହେବ ତା ମଥାରେ... ✍️
            
                         ଚିନ୍ମୟୀ ମଲ୍ଲିକ 🙏 #ରଜ ପର୍ବ #କବିତା

Satya Parida

ରଜ ଗୀତ ! #ରଜ #poem

read more
ରଜ ଗୀତ ! 
“	ବନସ୍ତେ ଡାକୁନି ଗଜ,
କେରଳରେ ପରା ମାରିଲ ଗଜ ,
ମାରିଲ ଗଜ ଲୋ 
କାହୁଁ ଡାକିବ ସେ ଗଜ ॥

" ରଜ ଦୋଳି କଟ କଟ,
ଘରେ ବସିଥାଅ ଦେଇ କବାଟ ,
ଦେଇ କବାଟ ଲୋ 
ବାହାରିଲେ ଛଟପଟ ॥	”

“	 ପାନ ଖିଆ ରସିକ ପାଟି,
ଥୁକିଲେ ଥାନା ରେ ଜୀବନ ମାଟି ,
ଜୀବନ ମାଟି ଲୋ 
ଗଣୁ ଥିବୁ ପୁଣି ବଟି ।।"

" ଆସୁଥିବ ସଜ ରଜ , 
କରୋନା ପରେ ହେବ ମଉଜ ,
ହେବ ମଉଜ ଲୋ 
ହେଉଥିବ କେତେ ସଜ ।।"

" କରୋନା ଟିକୁ ଡର ,
ରଜ ରୁ ଯେମିତି ନ ବ୍ୟାପୁ ଜ୍ୱର ,
ନ ବ୍ୟାପୁ ଜ୍ୱର ଲୋ  
ସୁରକ୍ଷିତ ରହୁ ଘର ।।"
©satyaparida ରଜ ଗୀତ ! 
#ରଜ

Bhagawan Panigrahi

#ରଜ

read more
ଦୋଳି ପଡ଼ିଛି ଖାଲି ଖେଳିବ ଆସ #ରଜ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile