Find the Best odiastory Shayari, Status, Quotes from top creators only on Nojoto App. Also find trending photos & videos aboutlove shayari in odia 260, i love you odia movie video song, love shayari in odia, love shayari odia video song, sad love shayari odia,
JulietsQuill
#ମାଆ ଆଉ ଜହ୍ନମାମୁଁ ସେଇ ପୁନେଇ ନିରୋଳା ରାତିରେ କୁସୁମା କହୁଥାଏ ଜହ୍ନ କୁ ଚାହିଁ.... "ଏ ମା! ଏ ଜହ୍ନ ମାମୁଁ! ତୁମ ଦେହଯାକ କଳାରଂଗତକ କିଏ ବୋଳିଦେଲା ମ? ଆସ ତଳକୁ ଓହ୍ଲାଇ ଆସ, ମୁଁ ମୋ ମାଆ ଙ୍କୁ କହି ତୁମକୁ ପୁରା ସଫା କରିଦେବି ଯେମିତି ତୁମେ ଥିଲ ଠିକ୍ ସେମିତି! ମୋ ମାଆ ନା ଖୁବ୍ ଭଲ ମଣିଷ ସେ ବିଲକୁଲ ରାଗିବେନି।ତୁମେ ନ ଡରି ତଳକୁ ଆସ ତ! ମୋ ମାଆ MAGIC ଜାଣନ୍ତି ଯେ! ସମସ୍ତଙ୍କୁ ଭଲ ପାଆନ୍ତି।" ମୁଁ ତଳ ମହଲାରେ ଥାଇ ଏସବୁ ଶୁଣିସାରି ବିଭୋର ହୋଇ ଉଠୁଥିଲି ।ଅବଶ୍ଯ ସେଦିନ "ମାତୃ ଦିବସ" ନଥିଲା ତଥାପି ମାତୃତ୍ୱର ଦିବ୍ଯ ସ୍ପର୍ଶ କରୁଥିଲି ମୋ ଝିଅ କୁସୁମା ର ତା' ମା' ପ୍ରତି ଥିବା ପ୍ରଗାଢ ପ୍ରତ୍ଯୟ କୁ ଦେଖି! ©JulietsQuill #lonelynight ମାଆ ଆଉ ଜହ୍ନ #odiawritings #odia #OdiaGapa #odiastory #odianojoto #Odiaquotes #julietsquill #Saubhagyalaxmi99 #saubhagyalaxmi_juliet
#lonelynight ମାଆ ଆଉ ଜହ୍ନ #odiawritings #odia #OdiaGapa #odiastory #odianojoto #Odiaquotes #julietsquill #Saubhagyalaxmi99 #saubhagyalaxmi_juliet
read moreJKBMS
#odianojoto #odiapoetry #viral loV€fOR€v€R #odiavideo #Odisha #OdishaFood #odiastory #odialiterature #treanding
read moreNissan SS7
କାହାଣୀ ର ଆରମ୍ଭ କେଉଁଠୁ ହେବ ତାହା ଜଣା ନାହିଁ,ପ୍ରେମ କାହାଣୀ କି କୌଣସି ଅବାସ୍ତବ ମନଗଢା କାହାଣୀ ତାହା ବି ଜଣା ନାହିଁ।ଏମିତି ଦିନେ ଭାବୁ ଭାବୁ ଦେଖା ହେଲା ସେଇ କାହାଣୀ ରେ ଚିତ୍ରିତ ହୋଇନଥିବା ଏକ ଅନାମିକା ନାୟିକା ସହ।ପ୍ରଥମ ଦେଖା ରେ ହିଁ ସୃଷ୍ଟି ହେଲା ହୃଦୟ ର ମରୁଭୂମି ରେ ଏକ ଅପରିକଳ୍ପିତ ଆକସ୍ମିକ ଝଡ଼।ବିସ୍ତୃତ ଭାବେ କହିଲେ ଯୌବନ ର ପାହାଚ ଚଢ଼ି ଜୀବନ ର ବସ୍ ରେ ବସି ନିଜ ଠିକଣା ଖୋଜି ବାହାରିବା ବେଳେ ସେ ଭଅଁର ଟି ଦେଖିଲା ଏକ ସୁନ୍ଦର ପ୍ରଜାପତି କୁ। ଆଶ୍ଚର୍ଯ୍ୟ ତ ନିଶ୍ଚୟ ଲାଗିବ ହେଲେ ଏଥର ଭଅଁର ଟା କୌଣସି ଫୁଲ କୁ ନୁହେଁ,ବରଂ ପସନ୍ଦ କରି ବସିଥିଲା ଗୋଟେ ଚୁଲବୁଲି ପ୍ରଜାପତି କୁ।ତାହା ବି ପ୍ରଥମ ଦେଖା ରୁ,ଜାଣି ନାହିଁ ସେ ପ୍ରଜାପତି ଟା ୟାକୁ ଦେଖୁଥିଲା କି ନାହିଁ ଆଉ ନା ଜାଣିଛି ତାର ନା,ଠିକଣା,ତଥାପି ହଜେଇ ଦିଏ ନିଜକୁ ସେ ଅଫେରନ୍ତା ରାଇଜ ରେ।ଏମିତି ହୁଏ ପୁଣି ଆଉ ଥରେ,ସମାନ ଅବସ୍ଥା।ହେଲେ ତା ପରେ ଆଉ ଦେଖା ହେଲାନି।ବୋଧେ ହୁଏ ଏ ସମୟ ଟା ଈର୍ଷା କଲା ତେଣୁ ସେ ପ୍ରଜାପତି ଠୁ ତାକୁ ଦୁରେଇଦେଲା।ଆଜି ବି ସେଇ ସମାନ ଜାଗା ରେ ବସ୍ ଟା ରୁହେ ଆଉ ସେ ପାଗଳ ଭଅଁର ଅପେକ୍ଷା କରେ ତା ଅନାମିକା ନାୟିକା ର ଓହ୍ଲାଇବାକୁ।ହେଲେ ପାଏନି।ଭିଡ଼ ଭିତରେ ବହୁତ ଖୋଜେ ସେ ଅପରିଚିତ ମନ ର ମଣିଷ କୁ।ସବୁଦିନ କିଛି ସମୟ ପାଇଁ ବସ୍ ରୁହେ ଆଉ ପୁଣି ଚାଲି ଯାଏ ତା ବାଟ ରେ,ହେଲେ କେହି ଓହ୍ଲାନ୍ତିନି।କଣ ୟେ ଖାଲି କାହାଣୀ ନା ଅବାସ୍ତବ ପ୍ରେମ କାହାଣୀ! Is this love 😍?Is glass half full or empty?💘💘❤️😍💘❤️💘💘. #odiawritings #odiastory #prem #loveatfirstsight #firstlove #feelingsoflove #yqlove
Is this love 😍?Is glass half full or empty?💘💘❤️😍💘❤️💘💘. #odiawritings #odiastory #Prem #loveatfirstsight #FirstLove #feelingsoflove #yqlove
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited