Nojoto: Largest Storytelling Platform

New nijara Quotes, Status, Photo, Video

Find the Latest Status about nijara from top creators only on Nojoto App. Also find trending photos & videos about, nijara.

    LatestPopularVideo

Jyotshna Rani Sahoo

#ମୁଁ#yqodia#munodia#nijara

read more
ସଭିଙ୍କୁ ନିଜର ଭାବିଲି
ହେଲେ କରି ପାରିଲିନି ନିଜର

ସଭିଏଁ ମତେ ତାଙ୍କର କହିଲେ
ହେଲେ ହେଇ ପାରିଲିନି ତାଙ୍କର

ଜୀବନେ ତାଙ୍କର ରକ୍ତ ବୁନ୍ଦେ ହେଇ
ବହି ଗଲି ଝାଳ ହେଇ ସମୟର

ସମସ୍ତେ ବଢ଼ି ଯାଆନ୍ତି ଆଗକୁ
ମୁଁ ରହି ଯାଏ ହେଇ ଅଂଶ ଅତୀତର

ସ୍ୱାର୍ଥ କହି ପାରିବି ନାହିଁ ତାଙ୍କ ପ୍ରେମକୁ
ସେ ବି ହୁଅନ୍ତି ପରିସ୍ଥିତି ର ଶିକାର।

ପୁଣି ଖୋଜେ ମୁଁ ସ୍ମୃତି କୁ ସାଙ୍ଗେ ଧରି
ମୋ ପାଇଁ ଏକ ପରଶ ନୂତନ ଆପଣାର। #ମୁଁ#yqodia#munodia#nijara

Adyasha Priyadarshini D

#yqbaba #Yqbhaina #yqodia #munodia #Biswasa Ipsita Sahoo , Malaya Mohanty , Kabita Mohanty madam, Tina Acharyadi Samaya tike dei dekhibe au

read more
।।।  ବିଶ୍ୱାସ  ।।।

ବିଶ୍ୱାସ,
ଏକ ସୂତା ଖିଅ ପରି,
ବାନ୍ଧି ଦିଏ,
ଗୋଟିଏ ମନରେ ଅନ୍ୟଟିକୁ ।

ବିଶ୍ୱାସ,
ସେଇ ମୃଦୁ ମଳୟ ପରି,
ଯାହା ଛୁଇଁ ଗଲେ,
ଆସେ ପରିତୃପ୍ତି ।

ବିଶ୍ୱାସ,
କେବେ ଚଗଲା ଫଗୁଣ ପରି,
କଳା-ଧଳା ଜୀବନରେ,
ବୋଳି ଦିଏ ରଙ୍ଗ ଅବିର ।

ବିଶ୍ୱାସ,
କେବେ ଶ୍ରାବଣ ର ବର୍ଷା ସାଜି,
ପଡିଆରେ ବି ଖେଳାଏ କୁସୁମ,
ଓଠ ଧାରେ ଆଙ୍କି ଦିଏ ହସ ଏକ ଉଷ୍ଣ ।

ବିଶ୍ୱାସ,
କେବେ ନିଶ୍ୱାସ ପରି,
ଆଙ୍କି ଦିଏ ଜୀବନ ରେଖା,
ଅବିରତ ଦିଏ ବଞ୍ଚିବାର ଆଶା । #yqbaba #YQBhaina #YQOdia #MunOdia #biswasa

Ipsita Sahoo , Malaya Mohanty , Kabita Mohanty madam, Tina Acharyadi
Samaya tike dei dekhibe au
loader
Home
Explore
Events
Notification
Profile