Nojoto: Largest Storytelling Platform

Best ବାସ୍ତବତାନାକଳ୍ପନା Shayari, Status, Quotes, Stories

Find the Best ବାସ୍ତବତାନାକଳ୍ପନା Shayari, Status, Quotes from top creators only on Nojoto App. Also find trending photos & videos about

  • 3 Followers
  • 3 Stories

koushik lenka

#yourquotebhaina 💗💗💗 ପ୍ରିୟ ର, ଭାଇନା ମୋର ପ୍ରଣାମ ଗ୍ରହଣ କରିବେ। ଆପଣଙ୍କ ର ଏ ପ୍ରେରଣା ପ୍ରଦାୟୀ ଫାଲ୍ଗୁନି ଚ‌ଇତି ବାଆ ମୋ ଦେହରେ ବାଜିବା ପରଠୁ, ମୁଁ ନିଜକୁ ଅନେକ ଭିଜେଇ ସାରିଲିଣି,ଆଉ ଆପଣଙ୍କ ପାଇଁ ଏ ଦେହର ଭିଜା ବାସନା ଦୂରକୁ ଛିଟିକି ପଡ଼ିଛି। ମୁଁ ଆପଣଙ୍କ ପାଖରେ କୃତଜ୍ଞ ରହିଲି ଭାଇନା।। ଆପଣଙ୍କ ର ନିର୍ଦ୍ଦେଶ କ୍ରମେ ମୁଁ କିଛି କଳ୍ପନା ର କର୍ପୁର କୁ ଅର୍ଘ୍ୟ ରୂପେ ଜାଳିବସିଛି। ଏହି ଲେଖା କୁ ଆଗକୁ ନେବା ପାଇଁ ମୁଁ ଆମନ୍ତ୍ରିତ କରୁଛି ତୁହିନାଂଶୁ କର, binapani pradhan, Suraj Kumar Mishra, Arghyarupa Swain ମହୋଦୟ,ମହୋଦୟା ଙ୍କୁ। ଗତ ଦୁଇଦିନର ପ୍ରତିଯୋଗିତାର ପ୍ରଦର୍ଶନ ଦ #Challenge #Collab #yqodia #Yqbhaina #ବାସ୍ତବତାନାକଳ୍ପନା #ସମୟେଅସମୟେ

read more
ପ୍ରେମର ତର୍ପୋଲିନ ତରୁଡାଳେ,
 ତିମିର ର ନୁପୂର ହଳେ ଜୋଛନା
 ପାଦେ ବାନ୍ଧି ଦେଇ କେତେ
 ଅଭିମାନ ର ଫର୍ଦ୍ଦ କୁ କାଗଜ
 ଡଙ୍ଗା କରି ମୋ ମାଟି ଅଗଣା 
ର ଚାଳିଆ ଓଳାରୁ ଓହଳି 
ଆସୁଥିବା ନଡ଼ାର ନଳ ଦେଇ ଝରା 
ବାରିରେ ମୁଁ ଭସାଇ ଦିଏ, 
ଆଉ ଭାବନା ର ଧାରୁଆ ମଞ୍ଜା ରେ
 ହାତ କଟିଲେ ବି ମୁ "ଗୁଡ଼ି" କୁ 
ଉଡ଼ାଇବା କୁ ସଙ୍କୋଚ କରେନା। #yourquotebhaina 💗💗💗 ପ୍ରିୟ ର, ଭାଇନା ମୋର ପ୍ରଣାମ ଗ୍ରହଣ କରିବେ। ଆପଣଙ୍କ ର ଏ ପ୍ରେରଣା ପ୍ରଦାୟୀ ଫାଲ୍ଗୁନି ଚ‌ଇତି ବାଆ ମୋ ଦେହରେ ବାଜିବା ପରଠୁ, ମୁଁ ନିଜକୁ ଅନେକ ଭିଜେଇ ସାରିଲିଣି,ଆଉ ଆପଣଙ୍କ ପାଇଁ ଏ ଦେହର ଭିଜା ବାସନା ଦୂରକୁ ଛିଟିକି ପଡ଼ିଛି। ମୁଁ ଆପଣଙ୍କ ପାଖରେ କୃତଜ୍ଞ ରହିଲି ଭାଇନା।।
ଆପଣଙ୍କ ର ନିର୍ଦ୍ଦେଶ କ୍ରମେ ମୁଁ କିଛି କଳ୍ପନା ର କର୍ପୁର କୁ ଅର୍ଘ୍ୟ ରୂପେ ଜାଳିବସିଛି। 
ଏହି ଲେଖା କୁ ଆଗକୁ ନେବା ପାଇଁ ମୁଁ ଆମନ୍ତ୍ରିତ କରୁଛି  ତୁହିନାଂଶୁ କର, binapani pradhan, Suraj Kumar Mishra, Arghyarupa Swain ମହୋଦୟ,ମହୋଦୟା ଙ୍କୁ।



ଗତ ଦୁଇଦିନର ପ୍ରତିଯୋଗିତାର ପ୍ରଦର୍ଶନ ଦ

Aditya Mohapatra

#ଅନାମିକା_ନାୟିକା #ନିଶିଗନ୍ଧା #ବାସ୍ତବତାନାକଳ୍ପନା #ସ୍ବପ୍ନରାତି

read more
ଗୋପନ ରାତିର ସପନ ନାୟିକା
ଅନାମିକା ଚିତ୍ରଲେଖା
ନିଶିଗନ୍ଧା ସାଜି ସପନର ଆସି
ଚୁପିଚୁପି ଦିଅ ଦେଖା,

ନିଶିଥେ ନିଶିଥେ ସପନର ପଥେ
ବହୁଦୂର ଯାଏ ଚାଲି
ସ୍ବପ୍ନ ସରିଗଲେ ଭାବୁଥାଏ ତୁମେ
ବାସ୍ତବ ନା ସ୍ବପ୍ନ ବୋଲି..।। #ଅନାମିକା_ନାୟିକା 
#ନିଶିଗନ୍ଧା 
#ବାସ୍ତବତାନାକଳ୍ପନା 
#ସ୍ବପ୍ନରାତି

Jyotshna Rani Sahoo

"ବାସ୍ତବତା" କ୍ଷିତି, ଆପ, ତେଜ, ବ୍ୟୋମ ଓ ମରୁତ ପଞ୍ଚ ମହାଭୂତରୁ ସୃଷ୍ଟି, ରକ୍ତ, ମାଂସ, ଅସ୍ତି, ମଜ୍ଜା ଦ୍ୱାରା ନିର୍ମିତ ଜୀବନ୍ତ ପିତୁଳା "ସୃଷ୍ଟିର ବାସ୍ତବତା" ! ଆବର୍ତ୍ତନ ପରିକ୍ରମଣ, #Challenge #Collab #YourQuoteAndMine #yqodia #Yqbhaina #ବାସ୍ତବତାନାକଳ୍ପନା #ସମୟେଅସମୟେ

read more
ମୃତ୍ୟୁର ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ
ସତେ ଯେମିତି ଏଇନେ କିଏ ହାତ ଧରିକି
ଭିଡ଼ି ଆଣିବ ମୁଁ ପୁଣି ନିଃଶ୍ୱାସ କୁ 
ସିଧା କରି ଗଣିବି ହେଉଛି କଳ୍ପନା।

ପାପ ଆଉ ପୁଣ୍ୟ ର ଗଣନା ହେଲାବେଳେ
ମୋ ଜୀବନର ପୁଣ୍ୟ ବେଶି ମତଦାନ
ପାଇ ବିଜୟୀ ଘୋଷିତ ହବ
ହେଉଛି ସ୍ଵତଃ ପ୍ରବୃତ୍ତ କଳ୍ପନା। "ବାସ୍ତବତା"

କ୍ଷିତି, ଆପ, ତେଜ, ବ୍ୟୋମ ଓ ମରୁତ 
ପଞ୍ଚ ମହାଭୂତରୁ ସୃଷ୍ଟି, 
ରକ୍ତ,  ମାଂସ, ଅସ୍ତି, ମଜ୍ଜା ଦ୍ୱାରା ନିର୍ମିତ ଜୀବନ୍ତ  ପିତୁଳା 
 "ସୃଷ୍ଟିର ବାସ୍ତବତା" !

ଆବର୍ତ୍ତନ ପରିକ୍ରମଣ,


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile