Find the Best yourquotebhaina Shayari, Status, Quotes from top creators only on Nojoto App. Also find trending photos & videos aboutfalling in love with you quotes, now i wanna fall in love with you, i m in love with your body, love poems for your boyfriend from the heart in hindi, www yourquote in hindi love,
Adyasha Priyadarshini D
ଝର୍କା ସେପାଖ ପୃଥିବୀ କୋଳାହଳମୟ ଝିଙ୍କାରୀର ଝିଁ ଝିଁ ରେ , ଆଉ ଝର୍କାର ଏପାଖେ ନୀରବ ନିଶ୍ଚଳ ମନ । ଝର୍କା ସେପାଖ ପୃଥିବୀ ବର୍ଷା ର ଅଜସ୍ର ବୁନ୍ଦା ରେ ଆର୍ଦ୍ର , ହେଲେ ଏପାଖେ ମାଇଲ ମାଇଲ ବ୍ୟାପ୍ତ ଶୁଷ୍କତା । ଝର୍କା ସେପାଖ ପୃଥିବୀ ପ୍ରେମମୟ ପ୍ରକୃତି ର ଆଲିଙ୍ଗନ ରେ, ଆଉ ଏପାଖେ ବିରହରେ ଜର୍ଜରିତ ଏକାକୀତ୍ୱ । collab କରନ୍ତୁ ଉପରୋକ୍ତ ପଦଟିରେ। ଆନ୍ତରିକ ଶୁଭେଚ୍ଛା । #ସେପାଖପୃଥିବୀ #collab #yqbhaina #yourquotebhaina #yqodiapoetry #Yqodia #yqodiaquotes #YourQuoteAndMine Collaborating with YourQuote Bhaina
collab କରନ୍ତୁ ଉପରୋକ୍ତ ପଦଟିରେ। ଆନ୍ତରିକ ଶୁଭେଚ୍ଛା । #ସେପାଖପୃଥିବୀ #Collab #Yqbhaina #yourquotebhaina #yqodiapoetry #yqodia #yqodiaquotes #YourQuoteAndMine Collaborating with YourQuote Bhaina
read moreSoumya Ranjan Mishra
ଭ୍ରଷ୍ଟ ସଂସାର *************** ମିଛ ମାୟା ର ଏ ସଂସାର ଏଠି କେହି ନୁହେଁ କାହାର ରକ୍ତର ସମ୍ପର୍କ ଦିନେ ହୋଇଯାଏ ପର ଅଚିହ୍ନା ରୂପ ବି ହୁଏ ଅତି ଆପଣାର ଜାଣି ଶୁଣି କରେ ଯେବେ ଭୂଲ ବ୍ୟବହାର ଧର୍ମ ନାଶ ହୁଏ ଏଇ ମଣିଷ ସମ୍ପର୍କର ପ୍ରେମ ପ୍ରଜ୍ଞା ମୋହ ମାୟା ସବୁ ଜୀବନର ହୃଦୟ ବି ଫୁଲ ପରି ହୁଏ ଭ୍ରମରର ପ୍ରକୃତି ବି ପାଏ ନାହିଁ ଆଲୋକ ସୂର୍ଯ୍ୟର ସବୁ ଆଶା ସ୍ୱପ୍ନ ନିଶା ଦିଏ ଅନ୍ଧକାର ମଦ ମାଂସ ହତ୍ୟା ଭ୍ରମ ବୃତ୍ତି ସମାଜର ମଣିଷ ଜନମ ପାଇଁ ଭ୍ରଷ୍ଟ ଏ ସଂସାର #odiawritings #life #world #people #era #truth #yqodia #yourquotebhaina
#odiawritings life #world #people #era #Truth #yqodia #yourquotebhaina
read moreSoumya Ranjan Mishra
ଲୋଭି ମଣିଷ ର ଲୋଭ ହିଁ ଗୌରଵ ଅହଂକାରୀ ଦେଖାଏ ଅହଂ ଭାବ ଭୋକ ନଥିଲେ ହେଁ ଭୋକିଲା ରୂପ ଦେଖିବାକୁ ମିଳେ ତାଙ୍କର କୋପ ଅନ୍ଧାରରେ ରହେ ମୂର୍ଖ ଲୋକ ଚିହ୍ନି ପାରେ ନାହିଁ ପ୍ରକୃତ ମୁଖ ବିଶ୍ଵାସ ବଳରେ ଲଭି ବିଷ ମୂର୍ଖ ଜୀବନ ଟା ହୁଏ ନାଶ କିଏ ଜାଣିଛି ଏ ବିଶ୍ଵ ବିଧାନ ନିଅଣ୍ଟ ହେଲେ ବି କର ସାଧନ ନିରୀହ ଙ୍କ ଯେବେ କରିବ ଆଦର ଦରିଦ୍ର ଲୋକ ଙ୍କ ଉଚିତ୍ ସତ୍କାର ତେବେ ହିଁ ଜିଣିବ ପ୍ରକୃତ ମାନବ ଧର୍ମ ଏହା ହିଁ ଏ ଜୀବନ ର ସାର ମର୍ମ #life #lifequotes #odiakavita #yqodia #typesofpeople #gist #yourquotebhaina #odiapoetry
life #lifequotes #odiakavita #yqodia #typesofpeople #Gist #yourquotebhaina #odiapoetry
read moreSoumya Ranjan Mishra
**କଳିଯୁଗ ର ଗାଥା** ଏଠି ସତ୍ୟ ର ନାହିଁ କୌଣସି ମୂଲ, ମିଛ କୁହା ଲୋକ ପାଏ ଆଦର | ବୁଝିବାକୁ କାହିଁ କରୁ ବିଳମ୍ବ, ଆରେ ବାୟା କାହିଁ ସାଜିଛୁ ଭଲ ? ଏଠି କେହି ନୁହେଁ କାହାର, ଏଇ ତ ଏ କଳିଯୁଗ ର ଖେଳ | ଭଲ କରି ଏଠି ଭୂଲ ହୋଇବୁ, ଖରାପ କରି ବି ମୁକୁଳି ଯିବୁ | ସମାଧାନ ଏଠି ଦୂରର କଥା, ଦୁଇପଦ ପାଇଁ କାହିଁ ପାଳୁ ମୁଣ୍ଡବ୍ୟଥା ? ଛାଡି ନପାରିବୁ କୌଣସି ନିଶା, ସେହିପରି ଏଠି ହିଂସା ଦୁର୍ଦ୍ଦଶା | ଭାବକୁ ତୋହର ଅଛି ଭରସା, କେହି ନବୁଝିବେ କିଛି ଅବସ୍ଥା | ପେଟ ପାଇଁ ଏଠି ଗରିବ ହତାଶ, ଧନୀଜନେ ସାହା ହୁଅନ୍ତି ଦାତା | ଧନ କୁ କରନ୍ତି ସଭିଏଁ ପୂଜା, ଧନୀ ଙ୍କୁ ମିଳଇ ଉଚ୍ଚ ଦରଜା | ଧନୀ ଭୋଗକରେ ସବୁ ଶୁଶ୍ରୁଷା, ଗରିବ ଭାଗ୍ୟରେ ଲାତ ଗୋଇଠା | ଏଇ ତ ଏ କଳିଯୁଗ ର ଗାଥା ! [ସୌମ୍ୟ ରଞ୍ଜନ ମିଶ୍ର] #saga of #kaliyuga #lifequotes #religion #world #time #yourquotebhaina #yqodia
#Saga of #Kaliyuga #lifequotes #Religion #world #Time #yourquotebhaina #yqodia
read moreSoumya Ranjan Mishra
ଜୀବନ ଚର୍ଚ୍ଚା ……………….. ମଣିଷ ଜୀବନେ ପାପ-ପୁଣ୍ୟ ଭାର, ବୋହିବାକୁ ହୁଏ ମୃତ୍ୟୁଯାଏ | ମୃତ୍ୟୁର କଳ୍ପନା ଯା' ହୃଦେ ରହେ, ସେ ଏକାନ୍ତରେ କାନ୍ଦେ ଭୟେ | ବିଧିର କଳନା କିଏ ବା ଜାଣିଛି, କେବେ ହେବ କା'ର ଅନ୍ତ ? କାହିଁ ଭୟକର ଜୀବନକୁ ପ୍ରିୟ, କରିଦିଅ ହୃଦ ଶାନ୍ତ ! ଯାହା ହେବା କଥା ନିଶ୍ଚୟ ହୋଇବ, ଆଜି ନ ହେଲେ ବି କାଲି | ଏ ମର୍ତ୍ତ୍ୟମଣ୍ଡଳେ ଜୀବନ ଧାରିଚ୍ଛ, ବିତାଅ ଭୁଲିଯାଇ ଗତକାଲି ! ସମୟ ର ଗତି ନବଦଳେ କେବେ, ଅପେକ୍ଷା କଲେ ବି ଫେରେ ନାହିଁ କେବେ, ବିତିଲା ଦିନ କୁ ଭୁଲିଯାଅ ଏବେ, କର ଯାହା ତୁମ ଇଚ୍ଛା ! ସମୟ କୁ ଆଉ ନକରି ଭରସା, ଆଗେଇ ଯାଅ ସେ ସ୍ବପ୍ନ ର ପଥେ, ସାକାର ହୋଇବ ନିଶ୍ଚୟ ଜୀବନ, ଯାହା ତୁମ ହୃଦେ ଇଚ୍ଛା ! ଜୀବନ ର ନାହିଁ କିଛି ଭରସା, ଛାଡ଼ିଯିବ କ୍ଷଣେ ଯେବେ ହେବ ତାର ଇଚ୍ଛା | -ସୌମ୍ୟ ରଞ୍ଜନ ମିଶ୍ର #ଜୀବନଚର୍ଚ୍ଚା #life #lifequotes #yourquotebhaina #success #dreams #yqodia
#ଜୀବନଚର୍ଚ୍ଚା life #lifequotes #yourquotebhaina #Success #Dreams #yqodia
read moreSoumya Ranjan Mishra
ଅଦିନିଆ ବର୍ଷା କୁ ଦୂରୁ ଜୁହାର ! ବାଧା ପ୍ରାପ୍ତ କରେ ରୋଜଗାର | ଶସ୍ୟ ଉତ୍ପାଦନେ ହୁଏ ଦୁର୍ଭିକ୍ଷ, କେମିତି ବୁଲିବ ଜୀବନ ଅକ୍ଷ ? ଚାଷୀ ଆତ୍ମହତ୍ୟା ଯେ ବର୍ଷଯାକ, ଭୋକ ହିଁ କାରଣ ଏ ସ୍ୱାଭାବିକ | ଭାଇ ସରକାର ଭାରି ବଢିଆ ଲୋକ, ସେ କାହିଁ ବୁଝିବେ ଗରିବଙ୍କ ଦୁଃଖ ? ଶସ୍ୟ ଅଭାବରେ ମୂଲ୍ୟ ବଢ଼ିବ, ଅନ୍ୟ ରାଜ୍ୟରୁ ଆମଦାନୀ ହେବ | ଗରିବ ହିଁ ସେହି ଦୁଃଖ ଭୋଗିବ, ପରିବାର ତାର ଭୋକରେ ଗଡିବ | ସରକାର ଙ୍କ ରାଜନୀତି ହିଁ ଭୋକ, ତାଙ୍କ ପାଇଁ ଏହା ସରଗ ସୁଖ | ନର୍କ ଯନ୍ତ୍ରଣା ଭୋଗେ ଗରିବ ଲୋକ, ଅନ୍ଧାର ମେଣ୍ଟାଈ ଦିଅ ଆଲୋକ ! ଭୂଲ କେଉଁଠି ହେ କୁହ ଆମର, ଭୋଟ ପାଇଁ ତ ହୁଅ କୁକୁର ? ଦାବି ଆମର ସମାଧାନ କର ! - ସୌମ୍ୟ ରଞ୍ଜନ ମିଶ୍ର #ଅଦିନିଆବର୍ଷା #life #lifequotes #india #odiawritings #yourquotebhaina #yqodia #naturalcalamity
#ଅଦିନିଆବର୍ଷା life #lifequotes #India #odiawritings #yourquotebhaina #yqodia #naturalcalamity
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited