Nojoto: Largest Storytelling Platform

Best yqodiawritings Shayari, Status, Quotes, Stories

Find the Best yqodiawritings Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 1 Stories

Rajeswari Rath

ଆମର ଏଇ ଦୁନିଆରେ ହସ ଖୁସିର ବର୍ଷା ଆଣିବା ପାଇଁ ମାଆ ତ୍ରିଦେବୀ ବିଜୟା ଦଶମୀ ଦିନ ତତେ ଆମ କୋଳରେ ଦେଇଥିଲେ। ବାପା ମା ହୋଇଲୁ ବୋଲି ଆମ ଖୁସି ର ସୀମା ନ ଥିଲା।ଆମ ଜୀବନ ପରିପୂର୍ଣ୍ଣ କଲୁ। ଆଜି ମଧ୍ୟ ମୋ ଆଖିରେ ତୋର ସେଇ ଜନ୍ମ ସମୟର ମୁଁହ ଝୁଲି ଆସୁଛି,ଆଖିରେ ସେହି ଖୁସିର ଲୁହ ଝରି ପଡୁଛି ଯେତେବଳେ ପ୍ରଥମ ଥର ତତେ ସ୍ପର୍ଶ କରିଥିଲି,ତୋର ସେହି ଛୋଟ ଛୋଟ ହାତ କୁ ଧରି ମୋ ସବୁ ଦୁଃଖ,କଷ୍ଟ ଭୁଲି ଯାଇଥିଲି।କେତେ ଶୀଘ୍ର ସମୟ ବିତି ଯାଉଛି,ଆଜି ତୋର ପ୍ରଥମ ଜନ୍ମ ଦିନ,ଜାଣି ପାରିଲି ନାହିଁ କେତେ ଶୀଘ୍ର ଏଇ ଗୋଟେ ବର୍ଷ ବିତି ଗଲା। ଆମ ଜୀବନର ଏକ ଅଭୁଲା ସ୍ମୃତି ତୁ ଧନ,ତୋ ବାପା ଆଖିରେ ମଧ୍ୟ ଆଜି ସେହି ଖୁସିର ଲୁହ ଝରି ପଡୁଥିଲା, ମୁଁ ପଚାରିଲି ଯେତେବେଳ କହିଲେ ଆଜି ଝିଅର ଜନ୍ମ କଥା ମନେ ପଡ଼ି ଯାଉଛି। ଯେତେବଳେ ତମେ operation room କୁ ଗଲ ମୁଁ କଥା କହି ପାରୁ ନ ଥିଲି।ପୁଣି ସେତେବେଳେ ଏତେ ଜୋର୍ ରେ ବର୍ଷା, ମୁ ଭାବିଲି ଏବେ ତ ଏତେ ଖରା ଥିଲା ବର୍ଷା କଣ ଏତେ ଯୋର୍ ରେ ହେଉଛି,ତାପରେ ଶୁଣିଲି ଝିଅ ହେଇଛି ମୋର ମୋ ଆଖିରୁ ଖୁସିର ଲୁହ ଝରି ଗଲା। ମାଆ ମାହେଶ୍ୱରୀ ଙ୍କୁ ଧନ୍ୟବାଦ୍ ଜଣାଇଲି,ତାପରେ କିଛି ସମୟ ପରେ ମୁଁ ମୋ ଝିଅ କୁ ଦେଖିଲି,ସେହି ଖୁସି କୁ ମୁଁ ବର୍ଣ୍ଣନା କରିପାରିବି ନାହିଁ।ଯେତେବେଳେ ତମର operation ସରିଲା ତୁମେ ମତେ ପଚାରିଲ ଆମ ଝିଅକୁ ଦେଖିଲ କେମିତି ହେଇଚି ସେତେବେଳେ ମୁଁ ଭାବବିହ୍ବଳ ହୋଇଗଲି,ସତରେ ଆଜି ମତେ ମନେ ପଡ଼ି ଯାଉଛି ସେହି କଥା। ବାପା ମା ହେବାର ଖୁସି ପାଇଲୁ ଆମ ଧନ ପାଇଁ। ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା, ଭଗବାନ ତୋ ସାଥିରେ ସର୍ବଦା ରହି ଥାଆନ୍ତୁ,ସବୁ ବେଳେ ଖୁସିରେ ରହ,ତୋ ବାପା ମା ର ତୁ ଜୀବନ,ଆମେ ଦୁହେଁ ତତେ ବହୁତ୍ ଭଲ ପାଉ,ଏଇ ସ୍ମୃତି ତୋ ପାଇଁ,ତୋ ବାପା ମା ର ଭଲ ପାଇବା ତୋ ପ୍ରତି କେତେ ଅଛି ଶବ୍ଦରେ କହି ହେବ ନାହିଁ। #yqodia #yqodiapoetry #yqodiastory3 #YQODIASTORY10 #yqodiawritings

read more
ପ୍ରଥମ ଜନ୍ମ ବାର୍ଷିକର
    ଚିଠି ଆମର ଏଇ ଦୁନିଆରେ ହସ ଖୁସିର ବର୍ଷା ଆଣିବା ପାଇଁ ମାଆ ତ୍ରିଦେବୀ ବିଜୟା ଦଶମୀ ଦିନ ତତେ ଆମ କୋଳରେ ଦେଇଥିଲେ। ବାପା ମା ହୋଇଲୁ ବୋଲି ଆମ ଖୁସି ର ସୀମା ନ ଥିଲା।ଆମ ଜୀବନ ପରିପୂର୍ଣ୍ଣ କଲୁ।

 ଆଜି ମଧ୍ୟ ମୋ ଆଖିରେ ତୋର ସେଇ ଜନ୍ମ ସମୟର ମୁଁହ ଝୁଲି ଆସୁଛି,ଆଖିରେ ସେହି ଖୁସିର ଲୁହ ଝରି ପଡୁଛି ଯେତେବଳେ ପ୍ରଥମ ଥର ତତେ ସ୍ପର୍ଶ କରିଥିଲି,ତୋର ସେହି ଛୋଟ ଛୋଟ ହାତ କୁ ଧରି ମୋ ସବୁ ଦୁଃଖ,କଷ୍ଟ ଭୁଲି ଯାଇଥିଲି।କେତେ ଶୀଘ୍ର ସମୟ ବିତି ଯାଉଛି,ଆଜି ତୋର ପ୍ରଥମ ଜନ୍ମ ଦିନ,ଜାଣି ପାରିଲି ନାହିଁ କେତେ ଶୀଘ୍ର ଏଇ ଗୋଟେ ବର୍ଷ ବିତି ଗଲା।

ଆମ ଜୀବନର ଏକ ଅଭୁଲା ସ୍ମୃତି ତୁ ଧନ,ତୋ ବାପା ଆଖିରେ ମଧ୍ୟ ଆଜି ସେହି ଖୁସିର ଲୁହ ଝରି ପଡୁଥିଲା, ମୁଁ ପଚାରିଲି ଯେତେବେଳ କହିଲେ ଆଜି ଝିଅର ଜନ୍ମ କଥା ମନେ ପଡ଼ି ଯାଉଛି। ଯେତେବଳେ ତମେ operation room କୁ ଗଲ ମୁଁ କଥା କହି ପାରୁ ନ ଥିଲି।ପୁଣି ସେତେବେଳେ ଏତେ ଜୋର୍ ରେ ବର୍ଷା, ମୁ ଭାବିଲି ଏବେ ତ ଏତେ ଖରା ଥିଲା ବର୍ଷା କଣ ଏତେ ଯୋର୍ ରେ ହେଉଛି,ତାପରେ ଶୁଣିଲି ଝିଅ ହେଇଛି ମୋର ମୋ ଆଖିରୁ ଖୁସିର ଲୁହ ଝରି ଗଲା। ମାଆ ମାହେଶ୍ୱରୀ ଙ୍କୁ ଧନ୍ୟବାଦ୍ ଜଣାଇଲି,ତାପରେ କିଛି ସମୟ ପରେ ମୁଁ ମୋ ଝିଅ କୁ ଦେଖିଲି,ସେହି ଖୁସି କୁ ମୁଁ ବର୍ଣ୍ଣନା କରିପାରିବି ନାହିଁ।ଯେତେବେଳେ ତମର operation ସରିଲା ତୁମେ ମତେ ପଚାରିଲ ଆମ ଝିଅକୁ ଦେଖିଲ କେମିତି ହେଇଚି ସେତେବେଳେ ମୁଁ ଭାବବିହ୍ବଳ ହୋଇଗଲି,ସତରେ ଆଜି ମତେ ମନେ ପଡ଼ି ଯାଉଛି ସେହି କଥା। ବାପା ମା ହେବାର ଖୁସି ପାଇଲୁ ଆମ ଧନ ପାଇଁ।

ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା, ଭଗବାନ ତୋ ସାଥିରେ ସର୍ବଦା ରହି ଥାଆନ୍ତୁ,ସବୁ ବେଳେ ଖୁସିରେ ରହ,ତୋ ବାପା ମା ର ତୁ ଜୀବନ,ଆମେ ଦୁହେଁ ତତେ ବହୁତ୍ ଭଲ ପାଉ,ଏଇ ସ୍ମୃତି ତୋ ପାଇଁ,ତୋ ବାପା ମା ର ଭଲ ପାଇବା ତୋ ପ୍ରତି କେତେ ଅଛି ଶବ୍ଦରେ କହି ହେବ ନାହିଁ।


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile