Find the Best yqodiapoetry Shayari, Status, Quotes from top creators only on Nojoto App. Also find trending photos & videos about
Aliem U. Khan
लफ़्ज़ थे या तीर कोई चुभ गया, कट गई रुह शीशा-ए-दिल दुख गया।। उससे ही आबाद था दिल का जहां, बेमुरव्वत तोड़ के दिल रख गया।। ले गया ख़्वाबों कि दुनिया में कहीं, और ग़मों से दिल कि निस्बत लिख गया।। अपनों के हाथों में ही देखी है कमां, अपने साये से भरोसा उठ गया।। बढ़ गयी कुछ और सीने में जलन, दिल का दीपक जलते जलते बुझ गया।। अब मनाएं जश्न कि मातम करें? इस सफ़र में कुछ मिला,सब कुछ गया।। #yqaliem #yqodiapoetry #lafz_e_alfaz #teer_kamaan #sheesha_e_dil #matam
Sandhya Rani Das
ମୁଁ ଜାଣିଛି ସେ ମୋତେ କେବେ ହରେଇବାକୁ ଚାହେଁନି କିନ୍ତୁ ଏ କଥା ବି ସତ ସେ ମୋତେ କେବେ ଏ କଥା କହିବାକୁ ବି ଚାହେଁନି !!! #yourfeelings_mywords #yqbhaina #yqdidi #yqodiapoetry #ହୃଦୟରକଥା #କେମିତିକହିବିଭଲପାଏକେତେ #କହିହୁଏନାକିସହିହୁଏନା
#yourfeelings_mywords #Yqbhaina #yqdidi #yqodiapoetry #ହୃଦୟରକଥା #କେମିତିକହିବିଭଲପାଏକେତେ #କହିହୁଏନାକିସହିହୁଏନା
read moreSonu Dixit
ଅନ୍ଧାର ରାତିରେ ଖଦ୍ୟୋତ ଟିଏ ବାଣ୍ଟି ବୁଲୁଥାଏ ତା'ର ବୁନ୍ଦା ବୁନ୍ଦା ଆଲୋକ କୁ , ଅମା ଅନ୍ଧାରରେ ବି ଆଲୋକର ସମ୍ଭାବନା କୁ ଧରି , ଚତୁର୍ଦିଗ ବିତରୀ , ସମସ୍ତଙ୍କୁ ମନୋରଞ୍ଜନ କରି , ସକାଳକୁ ପୁଣି ହଜି ଯାଏ କୋଉଠି... କେହି ଜାଣନ୍ତିନି, କି କେହି ଖୋଜାନ୍ତିନି ବି , ସୂର୍ଯ୍ୟ ସାମ୍ନା ରେ ତା'ର ଅସ୍ତିତ୍ଵ ବା କଅଣ....!!! #ଖଦ୍ୟୋତ - ଜୁଳୁଜୁଳିଆ ପୋକ ଅନ୍ଧାର ରାତିରେ ଖଦ୍ୟୋତ ଟିଏ ବାଣ୍ଟି ବୁଲୁଥାଏ ତା'ର ବୁନ୍ଦା ବୁନ୍ଦା ଆଲୋକ କୁ , ଅମା ଅନ୍ଧାରରେ ବି ସମ୍ଭାବନା ଟିକୁ ଧରି , ସମସ୍ତଙ୍କୁ ମନୋରଞ୍ଜନ କରି , ସକାଳକୁ ପୁଣି ହଜି ଯାଏ କୋଉଠି...
#ଖଦ୍ୟୋତ - ଜୁଳୁଜୁଳିଆ ପୋକ ଅନ୍ଧାର ରାତିରେ ଖଦ୍ୟୋତ ଟିଏ ବାଣ୍ଟି ବୁଲୁଥାଏ ତା'ର ବୁନ୍ଦା ବୁନ୍ଦା ଆଲୋକ କୁ , ଅମା ଅନ୍ଧାରରେ ବି ସମ୍ଭାବନା ଟିକୁ ଧରି , ସମସ୍ତଙ୍କୁ ମନୋରଞ୍ଜନ କରି , ସକାଳକୁ ପୁଣି ହଜି ଯାଏ କୋଉଠି...
read moreR.R Sahoo
କୁହନ୍ତି ଅପେକ୍ଷାର ଫଳ ଅତ୍ୟନ୍ତ ମଧୁର କିନ୍ତୁ, ମୁଁ ହୋଇ ପଡୁଛି ବହୁତ ଅଧିର।😢 ##yqodiapoetry
Adyasha Priyadarshini D
ବୋଧ ହୁଏ କୋହ ଦେଇଥିବା ମଣିଷ ଜଣକ ଦୁଇ ଟୋପା ଅମୂଲ୍ୟ ଲୁହ ର ଯୋଗ୍ୟ ହୋଇ ନଥାଏ । #ମଧୁମକ୍ଷିକା #ପ୍ରଶ୍ନ #yqbhaina #yqodiapoetry #yqodia #YourQuoteAndMine Collaborating with s soudamini
#ମଧୁମକ୍ଷିକା #ପ୍ରଶ୍ନ #Yqbhaina #yqodiapoetry #yqodia #YourQuoteAndMine Collaborating with s soudamini
read moreAdyasha Priyadarshini D
ମନେ ଅଛି ତୁମର? ସବୁ ଥର କିପରି ତୁମକୁ ମୋ ଛାତିରେ ଜଡାଇ ଧରି ରଖିବାର ସ୍ୱପ୍ନ ଦେଖୁଥିବା ମୋର ଏଇ ଦୁଇ ଆଖି, ତୁମକୁ ସାମ୍ନାରେ ଦେଖି , ରଂଗ ବଦଳାଇ ଦେଇ, ଲାଜରେ ଆକ୍ତାମାକ୍ତା ହୋଇ ଯାଉଥିଲା, ଆଉ ତୁମେ ଦେଖି ମଧ୍ୟ ମୋତେ ଜାଣିବାକୁ ନ ଦେଇ ଆଙ୍କି ଦେଉଥିଲ ମୋ କପାଳରେ ଅନୁରାଗର ଚୁମ୍ବନଟିଏ । #ମନେ_ଅଛି_ତୁମର #yqbaba #yqbhaina #yqodia #yqodiapoetry #munodia #odiapoetry
#ମନେ_ଅଛି_ତୁମର #yqbaba #Yqbhaina #yqodia #yqodiapoetry #munodia #odiapoetry
read moreAdyasha Priyadarshini D
ଝର୍କା ସେପାଖ ପୃଥିବୀ କୋଳାହଳମୟ ଝିଙ୍କାରୀର ଝିଁ ଝିଁ ରେ , ଆଉ ଝର୍କାର ଏପାଖେ ନୀରବ ନିଶ୍ଚଳ ମନ । ଝର୍କା ସେପାଖ ପୃଥିବୀ ବର୍ଷା ର ଅଜସ୍ର ବୁନ୍ଦା ରେ ଆର୍ଦ୍ର , ହେଲେ ଏପାଖେ ମାଇଲ ମାଇଲ ବ୍ୟାପ୍ତ ଶୁଷ୍କତା । ଝର୍କା ସେପାଖ ପୃଥିବୀ ପ୍ରେମମୟ ପ୍ରକୃତି ର ଆଲିଙ୍ଗନ ରେ, ଆଉ ଏପାଖେ ବିରହରେ ଜର୍ଜରିତ ଏକାକୀତ୍ୱ । collab କରନ୍ତୁ ଉପରୋକ୍ତ ପଦଟିରେ। ଆନ୍ତରିକ ଶୁଭେଚ୍ଛା । #ସେପାଖପୃଥିବୀ #collab #yqbhaina #yourquotebhaina #yqodiapoetry #Yqodia #yqodiaquotes #YourQuoteAndMine Collaborating with YourQuote Bhaina
collab କରନ୍ତୁ ଉପରୋକ୍ତ ପଦଟିରେ। ଆନ୍ତରିକ ଶୁଭେଚ୍ଛା । #ସେପାଖପୃଥିବୀ #Collab #Yqbhaina #yourquotebhaina #yqodiapoetry #yqodia #yqodiaquotes #YourQuoteAndMine Collaborating with YourQuote Bhaina
read moreAdyasha Priyadarshini D
ମେଘ ଯେବେ ରାଗେ ଅଜସ୍ର ବୁନ୍ଦା ଢାଳି ଦିଏ ମୋ ଦେହରେ ବଦମାସ୍ ପବନ କୁ ବି ଡାକି ଆଣେ କହେ ତାକୁ ଉଡାଇ ନେବାକୁ ମୋ ରଂଗୀନ ଛତା ଛତା ଉଡିଯାଏ ଅବା ଭାଙ୍ଗି ଯାଏ ଓଦା ସଡସଡ ହୋଇ ଉଠିଯାଏ ମୁଁ ଯେବେ ପାଖ ପିଣ୍ଡା ଉପରକୁ ଅବା କେଉଁ ଛପର ତଳକୁ ଖୋଜି ନିଏ ସେ କଣା ଟିଏ ପୁଣି ମୋତେ ଓଦା କରିବାକୁ ପଚାରିଲେ ମେଘକୁ କାହିଁକି ଯେ ଏତେ ରାଗ ଖାଲି ମୋ ଉପରେ ନା ଅନ୍ୟ ମାନଙ୍କ ଉପରେ ବି ହେଲେ, ସେ କୁହେନାହିଁ କିଛି ଓଲଟା ବିଜୁଳି ଘଡଘଡି ଡାକି ଆଣି ତାଗିଦ୍ କରେ ମୋତେ ଶ୍ରାବଣ ଚାଲି ଗଲେ ସେ ବି ଚାଲି ଯାଏ ଆଉ ମଝିରେ କେବେ କେମିତି ଆସି ଖାଲି ମନେ ପକାଇ ଦିଏ ଯେ ସେ ରାଗିଛି ଆଉ ମୁଁ, ରହିଯାଏ ଯେଉଁ ବୋକା କୁ ସେଇ ବୋକା କାହିଁକି ନା ତଥାପି ମୁଁ ଠଉରାଇ ପାରେନାହିଁ ତା ରାଗର କାରଣ । #ମେଘ #ଛତା #YQBhaina #munodia #yourquoteodia #YQOdia #yqodiapoetry
#ମେଘ #ଛତା #Yqbhaina #munodia #yourquoteodia #yqodia #yqodiapoetry
read moreAdyasha Priyadarshini D
କାହିଁକି ଯେ ଭୁଲି ହୁଏ ନାହିଁ ସେଇ ଶୀତ ରାତି ବନ୍ ଫାୟାର ର ନିଆଁ ର ତାତି ଆଉ ଅନ୍ତରଙ୍ଗ ମୁହୂର୍ତ୍ତ କିଛି ହାତଗଣତି । କାହିଁକି ଯେ ଭୁଲି ହୁଏ ନାହିଁ ତୁମ ଓଠରୁ ଝରୁଥିବା ମଧୁସିକ୍ତ କଥା ଶ୍ରାବଣ ର ବର୍ଷା ଆଉ ସେଇ ବର୍ଷାରେ ଅଧା ଓଦା ଆମେ ଦୁଇ ଜଣ ଓ ଗୋଟିଏ ଛତା । କାହିଁକି ଯେ ଭୁଲି ହୁଏ ନାହିଁ ଧୁ ଧୁ ଖରା ବେଳେ ଗାଆଁ ମୁଣ୍ଡ ବରଗଛର ଛାଇ କାଳେ ମନ ତଳ ପ୍ରେମର ଭାଷା ଆଖି କହିଦେବ ସେଥିପାଇଁ ଯେବେ ଆମେ ବସୁଥିଲେ ସନ୍ ଗ୍ଳାସେସ୍ ନାଇ । ହେଲେ ଭୁଲି ହୋଇ ଯାଏ ସହଜରେ ମୋ ନିଜକୁ ତୁମକୁ ପାଖରେ ପାଇ ଆଉ ଭୁଲି ହୋଇଯାଏ ସବୁ କଷ୍ଟ ଓ ଯନ୍ତ୍ରଣା ଥରୁଟିଏ ତୁମେ ଦେଲେ ଛୁଇଁ । ପ୍ରିୟ ବନ୍ଧୁଗଣ , ଉପରୋକ୍ତ ପଦ ସହିତ collab କରନ୍ତୁ ।। #ଭୁଲିହୁଏନାହିଁ #collab #yqbhaina #yqodiapoetry #munodia #yourquoteodia #odiapoetry ସର୍ବୋତ୍ତମ କୃତି ଟି YQଭାଇନା ରେ ପ୍ରଦର୍ଶିତ ହେବ। #YourQuoteAndMine
ପ୍ରିୟ ବନ୍ଧୁଗଣ , ଉପରୋକ୍ତ ପଦ ସହିତ collab କରନ୍ତୁ ।। #ଭୁଲିହୁଏନାହିଁ #Collab #Yqbhaina #yqodiapoetry #munodia #yourquoteodia #odiapoetry ସର୍ବୋତ୍ତମ କୃତି ଟି YQଭାଇନା ରେ ପ୍ରଦର୍ଶିତ ହେବ। #YourQuoteAndMine
read moreAdyasha Priyadarshini D
କଲମ ଯେବେ ଖାଲି ହୋଇ ଯାଏ ଆକାଶ ଠାରୁ ନୀଳ ରଂଗ ଆଣି ତଥାପି ମୁଁ ଲେଖେ । ଦିସ୍ତା ଦିସ୍ତା କାଗଜ ଯେବେ ସରିଯାଏ ସମୁଦ୍ର ଠାରୁ ତା ବେଳାଭୂମି କୁ ଧାର ଆଣି ତଥାପି ମୁଁ ଲେଖେ । ରାତିର ତିମିର ଯେବେ ବାଟ ଓଗାଳି ଠିଆ ହୁଏ ଜହ୍ନ ଠାରୁ ତାର ଜୋଛନା ଟିକେ ଆଣି ତଥାପି ମୁଁ ଲେଖେ । ଘଡି ଘଡି ବିତି ଯାଏ ଯେବେ ତୁମ କଥା ଭାବି ଭାବି ଦିନ ପରେ ଦିନ ବିତିଯାଏ ଯେବେ ତୁମ ବାଟ ଦେଖି ଦେଖି ସମୟ ଠାରୁ କିଛି ମୂହୁର୍ତ୍ତ ଚୋରେଇ ଆଣି କେବଳ ତୁମରି ପାଇଁ ତଥାପି ମୁଁ ଲେଖେ । ପ୍ରିୟ ବନ୍ଧୁଗଣ , ଉପରୋକ୍ତ ପଦ ସହିତ collab କରନ୍ତୁ ।। #ମୁଁକାହିଁକିଲେଖେ #collab #yqbhaina ##yqodiapoetry #munodia #yourquoteodia #odiapoetry ସର୍ବୋତ୍ତମ କୃତି ଟି YQଭାଇନା ରେ ପ୍ରଦର୍ଶିତ ହେବ #YourQuoteAndMine Collaborating with YourQuote Bhaina
ପ୍ରିୟ ବନ୍ଧୁଗଣ , ଉପରୋକ୍ତ ପଦ ସହିତ collab କରନ୍ତୁ ।। #ମୁଁକାହିଁକିଲେଖେ #Collab #Yqbhaina ##yqodiapoetry #munodia #yourquoteodia #odiapoetry ସର୍ବୋତ୍ତମ କୃତି ଟି YQଭାଇନା ରେ ପ୍ରଦର୍ଶିତ ହେବ #YourQuoteAndMine Collaborating with YourQuote Bhaina
read more