Nojoto: Largest Storytelling Platform

Best srusti Shayari, Status, Quotes, Stories

Find the Best srusti Shayari, Status, Quotes from top creators only on Nojoto App. Also find trending photos & videos aboutsrusti academy of management, srusti realmart ltd, srusti kartha, srusti greenland, srusti,

  • 2 Followers
  • 2 Stories

Adyasha Priyadarshini D

#ସୃଷ୍ଟି #ପ୍ରେମ #ଆଖି #yqbaba #yqdidi #yourquote #Yqbhaina #yqodia #munodia #yopowrimo #poem poetry #boostthyself #tpmd #srusti

read more
ତୁମ ଆଉ ମୋ,
ଦୁହିଁଙ୍କର ଜୀବନ ଚାଲିଥିଲା ନିରନ୍ତର,
ଦୁଇଟି ସମାନ୍ତର ସରଳ ରେଖା ହୋଇ,
ତୁମକୁ ଦେଖିବା ଆଗରୁ ।
ଯେବେ ତୁମ ସାଥେ ଦେଖା ହେଲା ମୋର,
ଯେବେ ତୁମ ଆଖିରେ ମିଶିଲା ମୋ ଆଖି,
କେବଳ ତୁମେ ଦିଶିଲ,
ବାକି ସବୁ ହୋଇଗଲା ଝାପ୍ସା।
ଆମ ପଦେ ଦୁଇପଦ କଥା ରେ ,
ସୃଷ୍ଟି ହେଲା ନୂଆ କାହାଣୀ ।
ମନର ଧଳା କାଗଜ ରେ ,
ଲିପିବଦ୍ଧ ହେଲା ଦୁହିଁଙ୍କର ନାଆଁ,
ସ୍ୱର୍ଣାକ୍ଷର ରେ ।
ଜୀବନ ଝଲସି ଉଠିଲା,
ଦିନରେ ସୂରୁଜ କିରଣରେ,
ଓ ରାତି ରେ ଚିକିମିକି ତାରାର ଚାଦର ତଳେ ।
ସତେ ଯେମିତି,
ସରଳ ରେଖା ଦ୍ୱୟ ହୋଇଛନ୍ତି ପଥହରା ।
ମିଶି ଯାଇ ହୋଇଛନ୍ତି ଏକାକାର,
ପ୍ରେମ ନାମକ ଏକ ବିନ୍ଦୁ ରେ । #ସୃଷ୍ଟି #ପ୍ରେମ #ଆଖି #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself #tpmd #srusti

Follow us on social media:

For Best Experience, Download Nojoto

Home
Explore
Events
Notification
Profile