Nojoto: Largest Storytelling Platform

Best ଇଚ୍ଛା Shayari, Status, Quotes, Stories

Find the Best ଇଚ୍ଛା Shayari, Status, Quotes from top creators only on Nojoto App. Also find trending photos & videos about

  • 4 Followers
  • 4 Stories

Adyasha Priyadarshini D

This is not a mere poem. This is an appeal to all the parents and relatives who imposes their wishes on children. Let the child fly by his/her own abilities. #ମନ #ଇଚ୍ଛା #ଶିକ୍ଷା #yqbaba #yqdidi #yourquote #Yqbhaina #yqodia #munodia #yopowrimo #poem poetry #ichha #boostthyself #tpmd ।।। କୁନି ମନର ଇଚ୍ଛା ।।। ମନରେ ଉଁକେ ତା ଇଚ୍ଛା ଅସୁମାରୀ,

read more
।।। କୁନି ମନର ଇଚ୍ଛା ।।। 

ମନରେ ଉଁକେ ତା ଇଚ୍ଛା ଅସୁମାରୀ,
ଆଖିରେ ସାଜେ ତା ସ୍ୱପ୍ନ ।
ଛୋଟ ଛୋଟ ତାର କଅଁଳ ହାତରେ,
ମନ ହୁଏ ତୋଳି ଆଣିବାକୁ ଜହ୍ନ ।।

କିଏ କହେ ତାକୁ ଡାକ୍ତର ହେବ ସେ,
କେ କହେ ଇଂଜିନିୟର ।
ଆଉ କିଏ କହେ ହେବ ସେ ଶିକ୍ଷକ,
ବାଣ୍ଟିବ ଶିକ୍ଷାର ଉପହାର ।।

କେହି ଜଣେ ଯାଇ ତାକୁ ତ ପଚାର,
ତା'ର ଯେ ଇଚ୍ଛା କଅଣ ।
ବାନ୍ଧ ନାହିଁ ତାକୁ ଜମା ଶିକୁଳିରେ,
ହେଉ ସେ ମୁକ୍ତ ବିହଙ୍ଗ ।।

ଉଡି ଉଡି ତାକୁ ନିଜ ପରିଚୟ,
ନିଜେ ଖୋଜିବାକୁ ଦିଅ।
ମନର ଇଚ୍ଛା କୁ ଦବାଇ ନ ଦେଇ,
ଭଲ ବାଟ ତାକୁ ଦେଖାଅ।। This is not a mere poem. This is an appeal to all the parents and relatives who imposes their wishes on children. 
Let the child fly by his/her own abilities. 

#ମନ #ଇଚ୍ଛା #ଶିକ୍ଷା #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #ichha #BoostThyself #tpmd

।।। କୁନି ମନର ଇଚ୍ଛା ।।। 

ମନରେ ଉଁକେ ତା ଇଚ୍ଛା ଅସୁମାରୀ,

Rk Rakesh Kumar

ପୁଣିଥରେ ହସିବା ପାଇଁ ଇଚ୍ଛା ତ ଅଛି
କିନ୍ତୁ କାହିଁକି କେଜାଣି ଆଉ ସାହସ ହଉନି #ଇଚ୍ଛା 
#yqbaba 
#yqbhaina 
#rinku 
#rinkuodia 
#yqdidi 
#yqtales 
#yqquotes

jayashree dash

#ଇଚ୍ଛା #Poetry

read more
କାହାଣୀ ଲେଖିବାର
ଇଚ୍ଛା ହୁଏ
ହେଲେ ଶବ୍ଦ ମିଲେନା
କହିବାକୁ ବହୁତ କିଛି
ଇଚ୍ଛା ହୁଏ
ହେଲେ ଭାବ ମିଲେନା
କେବେ କେବେ ନିଜ ଭିତରେ
ଦ୍ଵନ୍ଦ ହୁଏ
କିଛି କରି ହୁଏନା
କାହା ମନ କଥା ବୁଝିବାକୁ
ଇଚ୍ଛା ହୁଏ
ହେଲେ ମନ ମିଶେନା

©jayashree dash #ଇଚ୍ଛା


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile