Nojoto: Largest Storytelling Platform

Best ଚିଠି Shayari, Status, Quotes, Stories

Find the Best ଚିଠି Shayari, Status, Quotes from top creators only on Nojoto App. Also find trending photos & videos about ପ୍ରେମ ଚିଠି, ଚିଠି, ଲଣ୍ଡନ ଚିଠି,

  • 4 Followers
  • 11 Stories
    PopularLatestVideo

Tafizul Sambalpuri

#ଚିଠି #କବିତା

read more
mute video

koushik lenka

ଜୀବନ ଗୋଟେ ବଡ଼ ନ‌ଈ। ସେଇଠି ମଣିଷ ଡଙ୍ଗା ହେଇ ଭାସେ, ଆହୁଲା ଭଳି ପାଦ ଦୁଇ କୁ ପାଣି ଭିତରେ ବତୁରେଇ ରଖେ।। ସେଇ ନ‌ଈର ଧାରେ ଧାରେ କାଶତଣ୍ଡୀ ପାର୍ବଣ ର ପହିଲି ପୁଲକ ଲେଖେ; ପାର୍ବଣ କେବଳ ଏକ ଆବାହନ #ପ୍ରେମ #cinemagraph #କବିତା #yqodia #Yqbhaina #ଚିଠି #ପକ୍ଷୀଗପ #ଚିଠିମୋରଟିକିଚଢେଇ

read more
ଚିଠି ମୋର ଟିକି ଚଢ଼େଇ....  ଜୀବନ ଗୋଟେ ବଡ଼ ନ‌ଈ।
ସେଇଠି ମଣିଷ ଡଙ୍ଗା ହେଇ ଭାସେ,
ଆହୁଲା ଭଳି ପାଦ ଦୁଇ କୁ
ପାଣି ଭିତରେ ବତୁରେଇ ରଖେ।।

ସେଇ ନ‌ଈର ଧାରେ ଧାରେ
କାଶତଣ୍ଡୀ ପାର୍ବଣ ର ପହିଲି ପୁଲକ ଲେଖେ;
ପାର୍ବଣ କେବଳ ଏକ ଆବାହନ

koushik lenka

କୁହ କ‌ଉ ଜୀବନ ରେ ମୁଁ ତୁମକୁ ହରେଇ ନାହିଁ କୁହ କ‌ଉ ବାଜି ରେ ମୁଁ ତୁମ ପାଇଁ ହାରି ନାହିଁ କହି ପାରିବ ଶେଷଥର କେବେ ହାରିଥିଲି ବୁଝେଇ ପାରିବ ପ୍ରଥମଥର କାହିଁକି ପରାଜୟ ର ଦାଗ ସାଇତିଥିଲି #odiawritings #odiastory #yqodia #Yqbhaina #ଚିଠି #munodia #ଶେଷରୁଆରମ୍ଭ

read more
ଏଇ ଯେ ମୋର ଶେଷ ଚିଠି!




                   ପଢ଼ନ୍ତୁ ଅନୁଶୀର୍ଷକ ରେ......


     କୁହ କ‌ଉ ଜୀବନ ରେ ମୁଁ ତୁମକୁ
ହରେଇ ନାହିଁ
କୁହ କ‌ଉ ବାଜି ରେ ମୁଁ ତୁମ ପାଇଁ
ହାରି ନାହିଁ
କହି ପାରିବ ଶେଷଥର କେବେ
ହାରିଥିଲି
ବୁଝେଇ ପାରିବ ପ୍ରଥମଥର କାହିଁକି
ପରାଜୟ ର ଦାଗ ସାଇତିଥିଲି

koushik lenka

ପ୍ରେରକ ର ପରିଚୟ ନେଇ, ପ୍ରାପକ କୁ ପ୍ରେମ କରି; କଲମରେ କାଳି ଭରି,, ବାପାଙ୍କ ଉଚ୍ଚା ସେ ଆଲମିରାରୁ ହଳଦିଆ କାଗଜ ଖଣ୍ଡେ ଚୋରେଇ ଆଣିଥିଲି....।। ମଗୁଶୁର ର ଝୋଟିଚିତା #ସମୟ #odiawritings #yqodia #Yqbhaina #ଚିଠି #yolopomo

read more
( ପଢ଼ନ୍ତୁ     ଅନୁଶୀର୍ଷକ      ରେ ) ପ୍ରେରକ ର ପରିଚୟ ନେଇ,
ପ୍ରାପକ କୁ ପ୍ରେମ କରି;
କଲମରେ କାଳି ଭରି,,
ବାପାଙ୍କ ଉଚ୍ଚା ସେ ଆଲମିରାରୁ
ହଳଦିଆ କାଗଜ ଖଣ୍ଡେ
ଚୋରେଇ ଆଣିଥିଲି....।।

ମଗୁଶୁର ର ଝୋଟିଚିତା

koushik lenka

ଓଃ, ଏ ଶୀତ! ବି ନା 💚 #ଶୀତ #ଚିଠି #Yqbhaina #yqodia #odiapoetry

read more
ପ୍ରେମ କରିବାକୁ
ପୃଥିବୀ ଟିଏ ଖୋଜା ପଡ଼େ।।
ସ୍ୱପ୍ନ ଦେଖିବାକୁ
ହଳେ ଆଖି ଲୋଡ଼ା ପଡ଼େ।।
ଜହ୍ନ ସାଥେ ଗପିବାକୁ
ରାତି ର ସଜ୍ଞା ଘୋଷାଯାଏ।।
କାଗଜ ଡଙ୍ଗା ପାଇଁ ସେଇ ପୁରୁଣା
ମଝି~ଫର୍ଦ୍ଦ ଚିରି ହେଇଯାଏ।।

ଆଉ,

ତୋ ପାଇଁ ଚିଠି ଲେଖିବି
ଭାବିଲା ବେଳକୁ!
କଲମ ଅଟକି ଯାଏ.....
ବୋଧହୁଏ; ତୋତେ ଲେଖି ହୁଏନି...
ତୁ; ଏମିତି ଟୋପେ କାକର!
ଯାହାକୁ ପାଇବା ଲାଗି,
ମୋ ଭଳି ହିଡ଼ଧାର,
ଘାସ! ତୋତେ ଅନୁଭବ କରିବାକୁ
ଚାହିଁ ରହିଥାଏ ।। ଓଃ, ଏ ଶୀତ! ବି ନା 💚
#ଶୀତ #ଚିଠି 
#yqbhaina  #yqodia  #odiapoetry

koushik lenka

##ଚିଠି, ମୋ ସାଙ୍ଗ ପାଇଁ 🔹🔹🔹🔹🔹🔹🔹🔹 ପ୍ରିୟ ଅନନ୍ୟା, ତୋର ମନେ ଅଛି ନା, ଏମିତି ଦଶମ ଶ୍ରେଣୀ ପରୀକ୍ଷା ରାତି ପାହିଲେ ଥାଏ। ଆଉ ପରୀକ୍ଷା ହଲର ନୀରବତା ପୂର୍ବରୁ ସବୁଠୁ ବଡ଼ ଚିନ୍ତା ର ବିଷୟ ପ୍ରଶ୍ନ ପତ୍ର କେମିତି ଆସିବ ନ ଭାବି କି ଆମେ ଚେଷ୍ଟା କରୁ ଯେ ପରସ୍ପର ପରସ୍ପର କୁ କେମିତି ଶୁଭେଚ୍ଛା ଟିଏ ଦେବୁ।।....... ସେ ଦିନ ସବୁ ଆଖି ପିଛୁଳା କେ ବଦଳିଗଲା, ଏବେ ଯିଏ ଯାହାର ସ୍ୱପ୍ନ ର ଇଲାକା ରେ ଘର ତୋଳିବା ପାଇଁ ବ୍ୟତି ବ୍ୟସ୍ତ।। ଆଉ ହବା ବି ସ୍ୱାଭାବିକ...... ବେଳେ ବେଳେ ମଣିଷ ଭାବେ ଗୋଟେ ଆଉ କରିବସେ ଆଉ ଗୋଟେ..... ଅନ୍ଧାର କୁ ଭୟ କରେ ଆଉ ବେଳେ ବେଳେ ଅନ୍ଧାର କୁ ଆପଣାର କରିବା ଚେଷ୍ଟା #yqodia #Yqbhaina #munodia #ଚିଠିଦେହେଅଳନ୍ଧୁ

read more
ଚିଠି ଟିଏ ମୋ ସାଙ୍ଗ ପାଇଁ



👇🏿👇🏿👇🏿👇🏿👇🏿 ##ଚିଠି, ମୋ ସାଙ୍ଗ ପାଇଁ
🔹🔹🔹🔹🔹🔹🔹🔹

ପ୍ରିୟ ଅନନ୍ୟା,

      ତୋର ମନେ ଅଛି ନା, ଏମିତି ଦଶମ ଶ୍ରେଣୀ ପରୀକ୍ଷା ରାତି ପାହିଲେ ଥାଏ। ଆଉ ପରୀକ୍ଷା ହଲର ନୀରବତା ପୂର୍ବରୁ ସବୁଠୁ ବଡ଼ ଚିନ୍ତା ର ବିଷୟ ପ୍ରଶ୍ନ ପତ୍ର କେମିତି ଆସିବ ନ ଭାବି କି ଆମେ ଚେଷ୍ଟା କରୁ ଯେ ପରସ୍ପର ପରସ୍ପର କୁ କେମିତି ଶୁଭେଚ୍ଛା ଟିଏ ଦେବୁ।।.......
    ସେ ଦିନ ସବୁ ଆଖି ପିଛୁଳା କେ ବଦଳିଗଲା, ଏବେ ଯିଏ ଯାହାର ସ୍ୱପ୍ନ ର ଇଲାକା ରେ ଘର ତୋଳିବା ପାଇଁ ବ୍ୟତି ବ୍ୟସ୍ତ।।
ଆଉ ହବା ବି ସ୍ୱାଭାବିକ...... ବେଳେ ବେଳେ ମଣିଷ ଭାବେ ଗୋଟେ ଆଉ କରିବସେ ଆଉ ଗୋଟେ..... ଅନ୍ଧାର କୁ ଭୟ କରେ ଆଉ ବେଳେ ବେଳେ ଅନ୍ଧାର କୁ ଆପଣାର କରିବା ଚେଷ୍ଟା

JS Jyoti

ଫେସବୁକରୁ ତୁମ ପ୍ରେମର ଆରମ୍ଭ
ହ୍ଵାଟ୍ସଆପ ଯାଏ ହୁଏ ,
ତୁମେ କି ଜାଣିବ, ଚିଠିରେ କେମିତି
କଲିଜାକୁ ରଖାଯାଏ! #ଚିଠି #yqbhaina #yqodia #odiawritings #odiaquotes #muodia #yqquotes

JS Jyoti


ପ୍ରେମିକାର ଚିଠି ଡାକରେ ଆସିଲେ
ଯେତେ ମଜା ଲାଗେ ନାହିଁ,
ସେତେ ମଜାଲାଗେ କଲେଜରେ ଯେବେ
ଦିଏ ତା' ଭଉଣୀ ନେଇ। #cinemagraph #ଚିଠି #yqbhaina #yqodia #odiawritings #odiaquotes #muodia #yqquotes

Adyasha Priyadarshini D

In this technological world a small tribute to the "LETTER" ।। ଚିଠି ଆଜି କାନ୍ଦୁଛି ।। ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି, ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି, ହୃଦୟର ବ୍ୟଥା ଅବା କହିବ କାହାକୁ, ଖୋଜୁଛି ମାଧ୍ୟମଟିଏ #poem #yourquote #yqbaba #letter #yqdidi #boostthyself #yopowrimo #ସ୍ମୃତି #ଜହ୍ନ #ରାତି #yqodia #Yqbhaina #ଗୋଲାପ #munodia

read more
।। ଚିଠି ଆଜି କାନ୍ଦୁଛି ।।

ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ 
ପୁଣି ଥରେ ସାତ ସାଗର ପାରେ ଯିବାକୁ,
ଉଆଁସର ଚାନ୍ଦ ସାଜି ଚିଠି ଆଜି କାନ୍ଦୁଛି ।

ସତେ ଆସିଗଲା ବାର୍ଦ୍ଧକ୍ୟ ତାର,
ଆଉ ନାହିଁ କଣ ସେ ଉନ୍ମାଦନା ଚିଠି ଲେଖାରେ,
ତାର ବାସ୍ନାରୁ କଣ ହଜିଯାଇଛି 
ପ୍ରେମର ସୁମଧୁର ସୁରଭି,
ଭଗ୍ନ ଏକ ସ୍ତୁପ ସାଜି ଚିଠି ଆଜି କାନ୍ଦୁଛି ।

ଶୋଇଛି ଯେମିତି ଗମ୍ଭୀରି ଘରେ
ମନରେ ଅନେକ ପ୍ରଶ୍ନ,
ସତେ କଣ ଦୁନିଆରେ ପ୍ରେମ ଆଉ କରୁନି କେହି,
ପ୍ରେମର ପହିଲି ଚିଠି ରେ ଆଉ କଣ ମଜା ନାହିଁ,
ମନେପଡେ ତାର,
ପାଉଡର ବୋଳା ସେହି ପାଠ ବହିର ପୃଷ୍ଠା,
ଚିଠି ପଢି କାନ୍ଦିଲା ବେଳର ସେଇ ଓଦା ତକିଆ ,
ସେଇ ପ୍ରେମିକର ସାହସ ଆଉ ପ୍ରେମିକାର ଲାଜ,
ସେହି ସ୍ମୃତି ସବୁକୁ ସାଉଣ୍ଟି,
ପୁଣି ଥରେ ଜିଇଁବାର ଆଶା ନେଇ,
ଅସୁସ୍ଥ ଏକ ରୋଗୀ ସାଜି ଚିଠି ଆଜି କାନ୍ଦୁଛି ।

ରାତିର ଅନ୍ଧାର ରେ ଚାରିଦିଗେ ବିଚ୍ଛୁରିତ,
ଜହ୍ନର ଜ୍ୟୋସ୍ନା କୁ ଦେଖି ଭାବୁଛି,
ସତେ ଯେମିତି କେହି ଦେଖୁ ନାହିଁ ସେ ଫୁଲେଇ ଜହ୍ନ କୁ,
ମନ କଣ ଉତ୍ଫୁଲ୍ଲିତ ହୁଏ ନାହିଁ କଳା ମେଘ ଦେଖି,
ଆଉ କଣ ଫୁଟୁ ନାହିଁ ବଗିଚାରେ ଗୋଲାପ ଫୁଲ,
ଆଉ କଣ ଜଳୁ ନାହିଁ ଛାତିରେ ପ୍ରେମ ର ନିଆଁ ଝୁଲ,
ଆଉ କଣ କେହି ଭୁଲୁ ନାହିଁ ବାଟ,
ଫେରିବାର ଆଶା ନେଇ,
ପଥହରା ପଥିକ ସାଜି ଚିଠି ଆଜି କାନ୍ଦୁଛି ।  In this technological world a small tribute to the "LETTER"

।। ଚିଠି ଆଜି କାନ୍ଦୁଛି ।।

ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ

Adyasha Priyadarshini D

।।। ତୁମ ପାଇଁ ଚିଠି ।।।


ପ୍ରିୟତମ ମୋର,
ଗ୍ରହଣ କରିବ ପ୍ରେମ ଅପାର ।
କହିଥିଲ ତୁମେ ଫଗୁଣେ ଆସିବ,
ମୋ ସାଥିରେ ତୁମେ ଫଗୁ ଖେଳିବ ।
ଫଗୁଣରେ କାହିଁ ଆସିଲ ନାହିଁ,
ଶ୍ରାବଣ ଆସିଲାଣି ଦେଖ ନିଦାଘ ଯାଇ ।
କଥା ଦେଇ କଥା ରଖିଲ ନାହିଁ,
କାଟୁଛି ମୁଁ ଦିନ, ତୁମ ବାଟ ଚାହିଁ ।
କେଉଁ ଦୂର ଦେଶେ ରହିଲ ଯାଇ,
ଦେଖିବାକୁ ଚାହିଁ ମଧ୍ୟ ଆଖି ପାଏ ନାହିଁ ।
ମୋ କଥା କି ସତେ ଭୁଲି ଗଲଣି,
ଡର ଲାଗେ, କାଳେ ଅଧା ରହିଯିବ ଆମ କାହାଣୀ ।
ସଭିଏଁ ଝୁରନ୍ତି ଏଠି ତୁମକୁ,
ସେଇ ନଈ କୂଳ, ଆମ୍ବ ତୋଟା ମାଳ,
ଗାଆଁ ମୁଣ୍ଡ ବରଗଛ ବି ଯେମିତି ଖୋଜେ ତୁମକୁ ।
ଆସିବ ଏଥର ନିଶ୍ଚେ ରହିଲା ରାଣ,
ଜଗିଥିବି ତୁମ ବାଟ ମୁଁ ରାତି ଦିନ ।
ମନ ମୋ କହୁଛି ଭଲ ରେ ଥିବ,
ଚିଠି ପାଇ ତାର ଉତ୍ତର ଦେବ ।
ଇତି,
ତୁମର, ମୁଁ । #ପ୍ରେମ #ଚିଠି #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself #odia #yqbaba #letter
loader
Home
Explore
Events
Notification
Profile