Find the Latest Status about a ishwara sarvana from top creators only on Nojoto App. Also find trending photos & videos about, a ishwara sarvana.
Jyotshna Rani Sahoo
ଭଙ୍ଗା ଈଶ୍ୱର କେତେଥର ଦେଖିଲିଣି ଭାଙ୍ଗି ଥାଏ ତାର ଶରୀର ପଞ୍ଜରାକୁ ଲୋଡ଼ା ହୁଏ ପିଞ୍ଜରା ବନ୍ଦୀ କରେ ଭକତ ଭକ୍ତି କହି ଶକ୍ତି ଲଗେଇ କାହାର ବେଶୀ ବଳ ଜାଣି ନପାରି ମୁଁ ସନ୍ଦିହାନ ଭକ୍ତ ବୋଲାଇ। ବିସର୍ଜନ ହୁଏ ତାର ତା ସାଥିରେ ସେ ଅଛି ବୋଲି ମାଟି ଚକଟା ବିଶ୍ବାସର ଗୋଟେ ବର୍ଷରେ ଗଣିବା ପାଇଁ ତା ନାମ ଦଶ ଅଙ୍ଗୁଳି ହେଇ ପାରେନି ଅକ୍ଷମ। ଈଶ୍ୱର କୁ ଖୋଜୁନି ଭକତ ଏବେ ଈଶ୍ୱର ଖୋଜେ ତାକୁ ଆଉ ନିଜ ଅସ୍ତିତ୍ବ ପଥର ଭିତରେ ଠାକୁର କିଛି ଏମିତି ଭାବନାକୁ ଜୀବନ୍ତ କରୁଛି ପଥର ହୃଦୟ ଧାରି ମଣିଷ। #yqodia#munodia#ishwara
anchal barnwal
White पेड़ के नीचे टूटी हुई मूर्ति रखी देखी तो पता चला, खुद को कभी टूटने नहीं देना चाहिए। क्योंकि जब ये दुनिया ईश्वर को घर से निकाल सकती है तो हम तो फिर भी इंसान हैं। ©anchal barnwal #Dil__ki__Aawaz #Dil_De_Alfaaz #sachhibate #sachhibaatein #ishwara
Jyotshna Rani Sahoo
ତୁ କହ ସତରେ ତତେ ଡର ଲାଗେ ନାହିଁ ମୁଁ ତ ବହୁତ୍ ଡରେ ଡରିଲେ ତୋ ନାଁ ଧରେ ହେଲେ ଯଦି ତୁ ନିଜେ ଡରୁଥିବୁ? ମୁଁ ତ ଜାଣିନି ତୁ କେତେ ସାହସୀ ଟା ତଥାପି ତତେ ଖୋଜେ ସବୁ ବିପଦରେ ହେଲେ ସତରେ କଣ ତୁ ବିପଦ କୁ ଖାତିର କରୁନୁ? ମନ ଯେବେ ଭାଙ୍ଗି ଯାଏ ତତେ ଭାବି ଖାଲି ଲୁହ ଗଡ଼ାଏ ହେଲେ ତତେ କଣ କେବେ କଷ୍ଟ ହେଇନି କଣ ତୁ କେବେ ଆଖିରୁ ଲୁହ ଗଡେଇନୁ? ଜାଣିଛି ତୋ ଡର ତୋ ଦୁଃଖ ତୋ କଷ୍ଟ ଆଗରୁ ତୁ ମୋ କଥା ଭାବିବୁ ଆଉ ସେଇ ବିଶ୍ବାସ ପାଇଁ ତ ମୁଁ ତତେ ଜାଣିବାକୁ ଚାହେଁ ନାହିଁ କେବଳ ତୁ ଅଛୁ ଏତିକି ଜାଣିଛି ଆଉ ସେତିକି ଯଥେଷ୍ଟ ମୋ ପାଇଁ। #yqbhaina#ishwara#yqodia#munodia#ଓଡିଆକାବିତ#odiawriting
#Yqbhaina#ishwara#yqodia#munodia#ଓଡିଆକାବିତ#odiawriting
read moreJyotshna Rani Sahoo
ତମେ ଖୋଜୁଥିଲ ନା ମତେ ହେଲେ ଆଖି ବନ୍ଦ କରିବାକୁ ଭୁଲିଗଲ! ମୁଁ ତମ ଭିତରେ ଅଛି ଆତ୍ମବିଶ୍ବାସ ହେଇ ଆଉ ତମେ ମତେ ଖୋଜୁଛ ତୀର୍ଥରେ ମେଳାରେ ମନ୍ଦିରରେ ନିଜ ନିଶ୍ବାସ କୁ ଟିକେ ଅନୁଭବ କଲନି! ମୁଁ ବହୁଛି ତୁମ ଶ୍ୱାସ ନଳୀରେ ବଞ୍ଚିବାର ଆଶା ହେଇ ଅନୁଭବ କଲ କି ଟିକେ ମତେ ହୃତପିଣ୍ଡ ର ଶବ୍ଦରେ! ଜୀବନ ଥିଲା ଯାଏଁ ମୁଁ ଆଶାର ସଞ୍ଚାର ସେ ସ୍ପନ୍ଦନରେ ମୁଁ ତମ ଆତ୍ମାରେ ବିଦ୍ୟମାନ ନିର୍ବାଣ ପ୍ରାପ୍ତିର ଲୋଭ ହେଇ ମୃତ୍ୟୁ ପରେ ବି ମୁଁ ଅଛି ଜୀବନ୍ତ ହେଇ। #yqodia#yqbhaina#ishwara#munodia#odiawriting#astha#odiakabita
Writer Sindhu Bhargava
Awesome Ishwara Temple At Bangalore. #temple #spiritual #Shiva #ಸಮಾಜ್
read more