Nojoto: Largest Storytelling Platform

New muodia Quotes, Status, Photo, Video

Find the Latest Status about muodia from top creators only on Nojoto App. Also find trending photos & videos about, muodia.

Stories related to muodia

    LatestPopularVideo

JINEE

ବେଳେ ବେଳେ

ଇଚ୍ଛା ହୁଏ ବେଳେ ବେଳେ
ଚାଲିବାକୁ ଏକା ଏକା
ସନ୍ଧ୍ୟାରେ ସମୁଦ୍ର କୂଳରେ l
ଇଚ୍ଛା ହୁଏ ବେଳେ ବେଳେ
ଗପିବାକୁ ଏକା ଏକା
କେହି ନଥିବା ବେଳରେ l
ଇଚ୍ଛା ହୁଏ ବେଳେ ବେଳେ
ହଜି ଯିବା ପାଇଁ ଏକା ଏକା
ସପନର ଏକ ନୂଆଁ ଦୁନିଆଁରେ l
ଇଚ୍ଛା ହୁଏ ବେଳେ ବେଳେ
ରହିବା ପାଇଁ ଏକା ଏକା
ଭାବନା ସହରେ l
 #storyteller #muodia

JS Jyoti


କିଛି ଆଖି ଲୁହ ଆଖିରେ ହିଁ ମରେ
ଆଉ କିଛି ଓଠ ପିଏ,
କିଛି ଲୁହ ପୁଣି ପଣତ ଭିଯାଏ
ଆଉ କିଛି ବହିଯାଏ ।
ନା ବହିପାରେ ନା ରହିପାରେ
ନା ଓଠ ମୋତେ ପିଏ,
ଏମିତିକା ମୁଁ ନିରବ ନିସ୍ତବ୍ଧ
ଲୁହଧାର ଟିଏ ହାଏ । #yqbhaina #odiaquotes #yqquotes #muodia

Subhasish Pradhan

ମନ ପହଁରେ ସ୍ୱପ୍ନ ର ସାଗରେ,
ଓଠ ଛୁଏଁ ଏଠି ମଦିରା ର କୂଳ....
ମନ ଘୁରିବୁଲେ ଆକାଶ ଉର୍ଦ୍ଧରେ,
ଓଠ ଖେଳେ ଏଠି ଧୂଆଁ ର ଖେଳ....
ମନେ ମନ ର ଅଶୁମାରି ଆଶା,
ଓଠ କିନ୍ତୁ ଏଠି ନିରବ ନିଶ୍ଚଳ.... !! #YQBhaina #muodia #One_Side_Love
#YQBaba

JS Jyoti

ସମ୍ବିଧାନ ତୁମ କେମିତିକା 
କେମିତିକା ତୁମେ ବିଚାରିକା
ବିନାଦୋଷେ ଫାଶୀ ଦିଅ,
ଫାଶୀର ଶୁଣାଣି
ଦେଇସାରି ପୁଣି
ଅଦାଲତ କାହିଁ ନିଅ? #yqbhaina #odiaquotes #muodia #yqquotes

JINEE

ସପନ ସହରେ ଘରଟେ ତୋଳିଲେ
କେତେ ଯେ କଷ୍ଟ ହୁଏ।
ଏଇନେ ଅଛି ଏଇନେ ନାହିଁ
ଆଖୀ ଖୋଲିଲେ ଭାଙ୍ଗିଯାଏ।
  #monkeymindthought #poetry #muodia #yqbhaina

Rk Rakesh Kumar

ତୋ ପ୍ରେମ ପାଇଁ ଅପେକ୍ଷା ସରିଗଲା
ସ୍ବପ୍ନ ହେଲାନି ପୁରା ରାତି ପାହିଗଲା
ଏକା ଏକା ରହିଯାଇଛି ମୁଁ ଜୀବନରେ
ସବୁଦିନ ପାଇଁ ତୋ ପାଖେ ମୋ ପ୍ରେମ ହାରିଗଲା #geli 
#yqbaba 
#yqbhaina 
#yqodia 
#muodia

JS Jyoti


ମୋ ମନେ ତୁମ ଭାବନାର ପରିସୀମା ସହ
ଯେତେବେଳେ ତୁମ ପ୍ରେମର କ୍ଷେତ୍ରଫଳକୁ  
ଭାଗକରି ଦେଖେ,
ଭାଗଫଳ ଓ ଭାଗଶେଷ ଦୁଇଟି ଯାକ ଶୂନ।
ମୋ ମନରେ ତୁମ ଭାବନାର ସୀମାକୁ 
ଏଯାଏ ଖୋଜି ପାଇଲିନି,
ତେବେ କହିବ କି ତୁମ ପ୍ରେମର ମୂଲ୍ୟ କେତେ? #yqbhaina #yqodia #odiawritings #odiaquotes #muodia

Rk Rakesh Kumar

ଜହ୍ନ କେବେ ପୂର୍ଣ୍ଣିମା ରେ ସୁନ୍ଦର
କେବେ ଅମାବାସ୍ୟା ରେ ଅନ୍ଧାର
କେବେ ପୁରା ଆଉ କେବେ ଅଧା
ତଥାପି ସେ ସବୁବେଳେ ଆକାଶ ର ଛାତି ଭିତରେ ଥାଏ
ଆଉ ଆକାଶ ସେମିତି ତାକୁ ସବୁବେଳେ ଭଲପାଉଥାଏ #yqbhaina 
#yqodia 
#muodia 
#rinkuodia 
#rinku

Jyotshna Rani Sahoo

#ସନ୍ଦୁକ#Yqbhaina#odiakabita#muodia#odiawriting

read more
ବାର ବାର ଆଡ଼େଇ ଦଉଛି ସିନ୍ଦୁକଟିକୁ
ହେଲେ କିଛି ତ ନାହିଁ ଦେଖିବାକୁ
ଲୋଭ ମୋ ଭିତରେ ଅଛି
ଆଉ ଆଶା ମୋ ଆଖିରେ
ହେଲେ ମୁଁ କଣ ଖୋଜୁଛି ସେଥିରେ
କହିଯାଇ ଥିଲା ଜାଦୁଗର
ତା ଭିତରେ ଖଜାନା ଅଛି
ହେଲେ କାଇଁ ସବୁ ମୋଠୁ ଲୁଚୁଛି
ହଁ ହଁ ସେ ଏଇୟା ବି କହିଥିଲା
ଯଦି ତୁ ଶୂନ୍ୟ ହସ୍ତ
ତେବେ ଯାଇ ତତେ ମିଳିବ ସମସ୍ତ
ମୁଁ ଫିଙ୍ଗି ଦେଲି ଲୋଭକୁ
ମତେ ସେଥିରୁ ସନ୍ତୁଷ୍ଟି ମିଳିଗଲା
ମୁଁ ଫିଙ୍ଗି ଦେଲି କ୍ରୋଧ କୁ
ମତେ ସେଥିରୁ ଶାନ୍ତି ମିଳିଗଲା
ମୁଁ ଫିଙ୍ଗି ଦେଲି ଆତ୍ମଗ୍ଲାନି କୁ
ମତେ ଜ୍ଞାନର ଭଣ୍ଡାର ମିଳିଗଲା
ମୁଁ  ଫିଙ୍ଗି ଦେଲି ଚିନ୍ତା କୁ
ଆଉ ମତେ ଆନନ୍ଦର ଅନୁଭବ ମିଳିଗଲା।
 #ସନ୍ଦୁକ#yqbhaina#odiakabita#muodia#odiawriting

Jyotshna Rani Sahoo

#ଶାରଦୀୟସୃଜନିକା #ଅପ୍ରିୟସତ #Yqbhaina #muodia #odiawritings

read more
ମୁଣ୍ଡରୁ ଗୋଡ଼ ଯାଏଁ ସଜେଇ ହେଇଥିବା 
ମୁହଁରେ ଭାବ ଦେହର ଭଙ୍ଗୀ
ଆଉ ଆଖିରେ ବଡ଼ଲୋକିଆ ଠାଣୀ 
ସବୁ ଏକାଥରକେ ଆଖିରୁ ଓହ୍ଲେଇ ଯାଇଥିଲା
ଯେତେବେଳେ ଅର୍ଦ୍ଧ ନଗ୍ନ ଭୋକିଲା
ଆଉ ତାଙ୍କ ଭାଷାରେ ଗାଉଁଲି ମୂର୍ଖ ପିଲା
ଟିକୁ ଦେଖି ନାକ ଟେକା
ଧେତ୍ ଯା ସିଆଡେ
ମୋ ଡ୍ରେସ ଖରାପ୍ ହେଇଯିବ
ଏମିତି ସବୁ ଶବ୍ଦ ତାର ଦାମୀ ଲିପ୍ ଷ୍ଟିକ୍ ପିନ୍ଧା
ଓଠରୁ ଖସିଆଶିଥିଲା 
 #ଶାରଦୀୟସୃଜନିକା #ଅପ୍ରିୟସତ #yqbhaina #muodia #odiawritings
loader
Home
Explore
Events
Notification
Profile