Nojoto: Largest Storytelling Platform

Best ଶାରଦୀୟପରିକଳ୍ପନା Shayari, Status, Quotes, Stories

Find the Best ଶାରଦୀୟପରିକଳ୍ପନା Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 52 Stories

koushik lenka

🛑 ପ୍ରତିଶ୍ରୁତି 🛑 ମନେ ଅଛି କି ତୁମର!! ସେଦିନ ବେଳାଭୂମି ପ୍ରେମରେ ପଡ଼ି ତମ ପାଦ ସେଇଠି ଅଟକି ଗଲା ମୁଁ କିନ୍ତୁ ଆଜି ବି କାଠଯୋଡ଼ି ନଦୀ ବାଲିରେ; ତମ ପାଦ ଚିହ୍ନ ଅପେକ୍ଷା ରେ...।।୧ #odiawritings #yqodia #Yqbhaina #ପ୍ରତିଶ୍ରୁତିଏକକାଗଜଫୁଲ #ଶାରଦୀୟପରିକଳ୍ପନା #ପିନାକଧାରିଣୀ #ପିନାକକଥା

read more
 { ଅନୁଶୀର୍ଷକ ରେ ପଢ଼ନ୍ତୁ ପ୍ରତିଶ୍ରୁତି ର ଅପଢ଼ା ଫର୍ଦ୍ଦ } 🛑 ପ୍ରତିଶ୍ରୁତି 🛑

ମନେ ଅଛି କି ତୁମର!!
         ସେଦିନ ବେଳାଭୂମି ପ୍ରେମରେ
         ପଡ଼ି ତମ ପାଦ ସେଇଠି ଅଟକି ଗଲା
         ମୁଁ କିନ୍ତୁ ଆଜି ବି କାଠଯୋଡ଼ି ନଦୀ
         ବାଲିରେ; ତମ ପାଦ ଚିହ୍ନ ଅପେକ୍ଷା ରେ...।।୧

koushik lenka

ସମସ୍ତେ ଆସି ଡେଙ୍ଗୁରା ପିଟି ଦେଇ ଚାଲିଗଲେ, ଜୋର କରି ମୋତେ ଟାଣି ଟାଣି ତୁଠ ପଥର ଉପରେ ମୋ କାଚ ଶଙ୍ଖା ଗୁଡ଼ା କୁ ବି ଭାଙ୍ଗି ପକେଇଲେ। ମୁଁ ଯେତେ କାକୁତି ମିନତି ହେଉଥିଲି ମୋ କଥା ଟିକେ ଶୁଣ, କେହି ମୋ କଥା ଶୁଣିଲେନି ଶେଷରେ ଅଭୁରି ମାଉସୀ ମୋ ମଥାର ସିନ୍ଦୂର କୁ ପୋଛି ଦେଇ ଚାଲିଗଲା। ଆଉ ମୁଁ ସେମିତି ମୁକୁଳା କେଶ ରେ ସେଇଠି ପଙ୍ଗୁ ହେଇ ବସିଥାଏ। କିଏ ଶାଢ଼ୀ ବଦଳେଇ ଦ‌ଉଥାଏ ତ ଆଉ କିଏ, ମୋତେ ଖୁଣ୍ଟଣା ବି ଦ‌ଉଥାଏ ମୁଁ କୁଆଡ଼େ ତମକୁ ମାରିଦେଲି। ମଶାଣି ଯିବା ମୋତେ ମନା ହେଲେ ଆଠ ବର୍ଷର ସିହାନୁ କ'ଣ ବୁଝିଲା କେଜାଣି ମୋତେ ଆସି କହିଲା "ମାମା! ବାପା ଙ୍କୁ ଜାଳିଦେଲି, ଆଉ ସେ ଜଳିଗଲେ, ହେ #Challenge #YourQuoteAndMine #yqodia #Yqbhaina #munodia #ଶାରଦୀୟପରିକଳ୍ପନା

read more
 { ଅନୁଶୀର୍ଷକ ରେ ପଢ଼ନ୍ତୁ କାହାଣୀ ଟିଏ }             ସମସ୍ତେ ଆସି ଡେଙ୍ଗୁରା ପିଟି ଦେଇ ଚାଲିଗଲେ, ଜୋର କରି ମୋତେ ଟାଣି ଟାଣି ତୁଠ ପଥର ଉପରେ ମୋ କାଚ ଶଙ୍ଖା ଗୁଡ଼ା କୁ ବି ଭାଙ୍ଗି ପକେଇଲେ। ମୁଁ ଯେତେ କାକୁତି ମିନତି ହେଉଥିଲି ମୋ କଥା ଟିକେ ଶୁଣ, କେହି ମୋ କଥା ଶୁଣିଲେନି ଶେଷରେ ଅଭୁରି ମାଉସୀ ମୋ ମଥାର ସିନ୍ଦୂର କୁ ପୋଛି ଦେଇ ଚାଲିଗଲା। ଆଉ ମୁଁ ସେମିତି ମୁକୁଳା କେଶ ରେ ସେଇଠି ପଙ୍ଗୁ ହେଇ ବସିଥାଏ। କିଏ ଶାଢ଼ୀ ବଦଳେଇ ଦ‌ଉଥାଏ ତ ଆଉ କିଏ, ମୋତେ ଖୁଣ୍ଟଣା ବି ଦ‌ଉଥାଏ ମୁଁ କୁଆଡ଼େ ତମକୁ ମାରିଦେଲି। ମଶାଣି ଯିବା ମୋତେ ମନା ହେଲେ ଆଠ ବର୍ଷର ସିହାନୁ କ'ଣ ବୁଝିଲା କେଜାଣି ମୋତେ ଆସି କହିଲା "ମାମା! ବାପା ଙ୍କୁ ଜାଳିଦେଲି, ଆଉ ସେ ଜଳିଗଲେ, ହେ

Jyotshna Rani Sahoo

#Yqbhaina #ଶାରଦୀୟପରିକଳ୍ପନା #ଶାରଦୀୟସୃଜନିକା୨ #ମହାତପା#ମହାକଥା #ମହା_ବିସ୍ମୟ #ଧୂସର

read more
##ଧୂସର ସୂର୍ଯ୍ୟ##

ତୁମେ ଯେତେ ଶୀଘ୍ର ପାରୁଛ ପଳେଇଯାଅ ଏ ଘରୁ।ତୁମ ମାନଙ୍କ କିଛି ଅଧିକାର ନାହିଁ ଏ ଘରେ।ବଡ଼ ଭାଇଙ୍କ ଏମିତି କଥାରେ ଖୁବ୍ ମର୍ମାହତ ଆଉ ଦୁଃଖିତ ହେଇ ଶିବାନୀ ଆଉ ପ୍ରଶାନ୍ତ ନିଜ ଜିନିଷ ପତ୍ର ନେଇ ଘରୁ ଗୋଡ଼ କାଢି ବାକୁ ବାଧ୍ୟ ହେଉଥିଲେ।ଏଇତ ଗୋଟେ ବର୍ଷ ହେଇନି ବାହାଘର,ଶିବାନୀ କେତେ ଆଶା ଆଉ ସ୍ବପ୍ନ ନେଇ ଆସିଥିଲା ଏକ ନୂତନ ଘରକୁ ଆପଣା ପଣ ର ସନ୍ଧାନ କରୁ କରୁ ନିଜ ବିଶ୍ବାସ କୁ ଶେଷରେ ହରେଇ ଦେଲା।

ଶେଷ ଥର ପାଇଁ ଘର ସାରା ବୁଲି ସ୍ମୃତି କିଛି ସାଉଁଟି ବାହାରି ଗଲେ ଆଗ ମୁହାଁ ହେଇ।ଏ ରହି ଯା,, ତୋ ବୋପା ଘରୁ ସାଙ୍ଗରେ ଆଣିଥିବା ସେ କୁକୁର ଟିକୁ ବି ନେଇ ଯାଆ, କିଏ ଆମର ପାରେ କୁକୁର ଗୋଟେ ର ବୋଝ ମୁଣ୍ଡେଇ!

ଲିବିନ୍ ଆଖିରେ ଧୂସର ସୂର୍ଯ୍ୟ ଛାଇ ଗଲା ଏସବୁ ଦୃଶ୍ୟ ଦେଖି।ସତରେ ମଣିଷ ପାଖରେ ଶ୍ୱାନ ଚରିତ୍ର ଟିକକ ବି ନାହିଁ?ମାତ୍ର ଅଳ୍ପ ମାସ,ଏଇ ଛ ମାସ ଖଣ୍ଡେ ହବ ଶିବାନୀ ଙ୍କ ଦେଢ଼ଶୁର ଅର୍ଥାତ୍ ପ୍ରଶାନ୍ତ ଙ୍କ ବଡ଼ ଭାଇ ସୁଶାନ୍ତ ପୁରୋହିତ ନିଦ ବାଉଳା ରେ ଲଣ୍ଡା ଛାତ ଉପରୁ ଖସି ପଡ଼ିଲେ।ଆଉ ମାତ୍ର ପାଞ୍ଚ ମିନିଟ୍ ଡେରି ହେଇଥିଲେ ସେ ହୁଏତ ନ ଥାଆନ୍ତେ।କିନ୍ତୁ ଲିବୁନ୍ ତାଙ୍କୁ ଦେଖି ଶିବାନୀ କାନି କୁ ଟାଣି ଟାଣି ଆଣି ଆସିଲା ତାଙ୍କ ପାଖକୁ। ଶିବାନୀ ଆଉ ପ୍ରଶାନ୍ତ ଙ୍କ ଖୁବ୍ ସେବା ଆଉ ଯତ୍ନ ପରେ କୋମା ରୁ ବାହାରି ଏବେ ସଂପୂର୍ଣ୍ଣ ସୁସ୍ଥ।

ଶିବାନୀ ଚାହୁଁଥିଲା ଭାଇଙ୍କ କଥା ବୁଝିବା ପାଇଁ ଅନ୍ତତଃ ଲିବିନ ସେଠାରେ ରହିଯାଉ କିନ୍ତୁ ଏବେ ସେ ଗୋଟେ କଡ଼ି ବି ତାଙ୍କ ଭିତରେ ସଂଯୋଗ ସ୍ଥାପନା କରିବା ପାଇଁ ରହିବ ନାହିଁ। #yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
 #ମହା_ବିସ୍ମୟ

Jyotshna Rani Sahoo

Source Pinterest #Yqbhaina #Yqbhaina #ଶାରଦୀୟପରିକଳ୍ପନା #ଶାରଦୀୟସୃଜନିକା୨ #ମହାତପା#ମହାକଥା #ମହାକବିତା

read more
ସହରର ଆତ୍ମା ଏବେ ଗାଆଁ ଖୋଜୁଛି
ଗାଆଁ ଯେ ସହର ମୁହାଁ ହେଉଛି। Source Pinterest
#yqbhaina
#yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
#ମହାକବିତା

Jyotshna Rani Sahoo

Source Pinterest #Yqbhaina #Yqbhaina #ଶାରଦୀୟପରିକଳ୍ପନା #ଶାରଦୀୟସୃଜନିକା୨ #ମହାତପା#ମହାକଥା #ମହାକବିତା chinmaya kumar nayak #ମାଟି

read more
##ମାଟି ଓ ମଣିଷ##

(ଲେଖକ ଚିନ୍ମୟ କୁମାର ନାୟକଙ୍କ ଏକ ସୁନ୍ଦର ବାସ୍ତବଧର୍ମୀ କବିତା ଯାହା କି ସୁନ୍ଦର ସାବଲୀଳ ଭାଷାର ସମଷ୍ଟି ତାକୁ ତର୍ଜମା କରିବାର ପ୍ରଚେଷ୍ଟା)

ଏଠାରେ ଲେଖକ ଖୁବ୍ ସୁନ୍ଦର କଥା ମାନ କହିଛନ୍ତି।ଯାହା ଆମ ପାଇଁ ଦୁର୍ଲଭ ଆମେ ତାକୁ ଅମୂଲ୍ୟ ଭାବି ତା ପଛେ ଧାଇଁ ଧାଇଁ ଅନାୟତ ହେଇଯାଉ ଠିକ୍ ଯେମିତି ଗଗନ ଅପହଞ୍ଚ କିନ୍ତୁ ତାକୁ ଛୁଇଁବା ପାଇଁ ସଭିଙ୍କ ଲକ୍ଷ୍ୟ ଆଉ ଚେଷ୍ଟା କିନ୍ତୁ ଯେଉଁ ମାଟିର ସ୍ପର୍ଶ ବିନା ଆମେ ଅସମ୍ପୂର୍ଣ୍ଣ ତାକୁ ଅନାଦର କରି ଆଡ଼େଇ ଦେଇଥାଉ ନିଜ ଗୋଡ଼ରେ।
ଯେଉଁ ମାଟି ଆମକୁ ଝୁଣ୍ଟିବା ଠୁ ନେଇ ଚାଲି ଶିଖେଇଛି ଆଜି ଆମେ ତା ଉର୍ଦ୍ଧରେ ଅଛୁ କହି ତାକୁ ଅହଙ୍କାରରେ ଅଙ୍ଗୁଳି ନିର୍ଦ୍ଦେଶ କରି ତାତ୍ସଲ୍ୟ କରୁଛୁ।ସେଇ ମାଆ କାନ୍ଦି କାନ୍ଦି ଶୂନ୍ୟରେ ବିଳାପ କରେ ଗଗନ ଆଡ଼େ ଚାହିଁ।ପ୍ରଶ୍ନ କରେ କଣ ଅଭାବ ରହିଗଲା ତାର ଲାଳନପାଳନ ରେ,ତା ପ୍ରେମରେ,ବାତ୍ସଲ୍ୟ ମମତା ରେ?କାହିଁକି ସମସ୍ତେ ଧାଉଁଛନ୍ତି ସେ ଗଗନ ଆଡ଼େ?କେଉଁ ମୋହ କେଉଁ ଲୋଭ ପାଇଁ ତା ମମତ୍ଵକୁ ପଦାଘାତ କରି?ଏତେ ସତ୍ବେ ସେ ମାଆ ପ୍ରତୀକ୍ଷାମାଣ ମୂର୍ତ୍ତି ଟିଏ ଭଳି,ନିଜ ଅଣ ଲେଉଟା ସନ୍ତାନ ମାନଙ୍କ ପାଇଁ। ସେଇତ ହେଉଛି ମାଆ ର ସଂଜ୍ଞା ର କିଞ୍ଚିତ ଅଂଶ ମାତ୍ରା। Source Pinterest
#yqbhaina
#yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
#ମହାକବିତା
 chinmaya kumar nayak

Jyotshna Rani Sahoo

Source Pinterest #Yqbhaina #Yqbhaina #ଶାରଦୀୟପରିକଳ୍ପନା #ଶାରଦୀୟସୃଜନିକା୨ #ମହାତପା#ମହାକଥା #ମହାକବିତା

read more
ନିଜ ଭିତରେ ନିଜେ ଲଢ଼ୁଥିବା ପକ୍ଷୀ
ପିଞ୍ଜରା କୁ ଭଲ ପାଉଥିବା ପକ୍ଷୀ
ଡେଣା କଟା ଜୀବନ କୁ ତୃପ୍ତି କହୁଥିବା ପକ୍ଷୀ
ଆଜି ତୁମେ ତାକୁ ଉଡ଼ିବା ଶିଖେଇ
ଉଡ଼େଇ ନବାକୁ ଚାହଁ ଦୂର ଦିଗନ୍ତ
ଦେଖେଇବାକୁ ଚାହଁ ସ୍ୱପ୍ନର ସୌରଜଗତ
ହେଲେ ମୁଁ ପାଏ ଏଠି ଆତ୍ମୀୟତା
ହଁ ସେଇ ଅତିରୁ ଅତି ନିଜର ମୋର ନିସଂଗତା
ତୁମେ ହେଇପାର ମୋ ଜୀବନ ର
ଏକ ଅଭୁଲା ପ୍ରହେଳିକା
କିନ୍ତୁ ହେଇ ପାରିବ ନାହିଁ 
ମୋ ହରେଇ ଦେଇଥିବା
ସ୍ୱପ୍ନର ସଂସାରର ଜୀବିକା Source Pinterest
#yqbhaina
#yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
#ମହାକବିତା

Jyotshna Rani Sahoo

Source Pinterest #Yqbhaina #Yqbhaina #ଶାରଦୀୟପରିକଳ୍ପନା #ଶାରଦୀୟସୃଜନିକା୨ #ମହାତପା#ମହାକଥା #ମହାକବିତା Lipipuspa Nayak

read more
(ଲିପିପୁଷ୍ପା ନାୟକ ଭଉଣୀ ଙ୍କ ସୁନ୍ଦର ଅର୍ଥ ଭରା ଖୁବ୍ ସୁନ୍ଦର ଦୁଇ ଧାଡ଼ି ର ତର୍ଜମା)

ସହର ଛାତିରେ ଲୁଚି ରହିଛି କେତେ ଯେ ମଶାଣି ହେଇ ଯାଇଥିବା ଗାଆଁ।ତା ଠୁ ଆୟୁଷ ଶୋଷି ଏବେ ଯେ ସହର କାଳଜୟୀ,ଅଜୟ ଅମର ଆଉ ଗାଆଁ ଅଲୋଡ଼ା ପାଉଁଶ।କେହି ଆପଣାର ତାର ଅସ୍ତିତ୍ଵ କୁ ବି ଅଣ୍ଡାଳିବାକୁ ଆସିବେ ନାହିଁ।କେବଳ ସେ ଏବେ ଅଲୋଡ଼ା ଅବାଞ୍ଛିତ।ଗାଆଁ ର କୋହର ତତଲା ନିଃଶ୍ୱାସ ରେ ସହରର ଚୁଲି ଜଳେ।ଗାଆଁ ଠୁ ଦାନା ଚୋରେଇ ଆଜି ସହରରେ  କିଟି ପାର୍ଟି ଚାଲେ।ଚାଷୀ ଭାଇ ମୁଣ୍ଡରୁ ପଗଡ଼ି ଖୋଲି ବେକରେ ତାର ଝୁଲେଇ ଦିଆ ଯାଏ।
ସହର କେତେ ଯେ ଗାଆଁ କୁ ଗିଳି ଲମ୍ବା ହେଉଡ଼ି ମାରେ। Source Pinterest
#yqbhaina
#yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
#ମହାକବିତା
  Lipipuspa Nayak

Jyotshna Rani Sahoo

Source Pinterest #Yqbhaina #Yqbhaina #ଶାରଦୀୟପରିକଳ୍ପନା #ଶାରଦୀୟସୃଜନିକା୨ #ମହାତପା#ମହାକଥା #ମହାକବିତା

read more
ମୁଁ ସହର
କେତେ ଗାଁ'ର କବର ଉପରେ
ଠିଆ ମୋର ଏ ସୌଧ
କେତେ ଦାଦନ ର ଭୋକ ଉପରେ
ଅଙ୍କା ମୋର ଏ ସୌନ୍ଦର୍ଯ୍ୟ
ମୁଁ ସହର
କାହା ସ୍ବପ୍ନର ବାଲିଘର
ମୁଁ ସହର
ଅନ୍ଧାରି ମୂଲକ କେଉଁ ନଗ୍ନ ଚରିତ୍ରର Source Pinterest
#yqbhaina
#yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
#ମହାକବିତା

Jyotshna Rani Sahoo

Source Pinterest #Yqbhaina #Yqbhaina #ଶାରଦୀୟପରିକଳ୍ପନା #ଶାରଦୀୟସୃଜନିକା୨ #ମହାତପା#ମହାକଥା #ମହାକବିତା

read more
କରିଦେଲି ନିଜକୁ ସମର୍ପିତ
ନ ଜାଣି ତୁମେ କିଏ
ତୁମେ କଣ ମୋର
ତୁମେ କେତେଦିନ ମୋ ପାଖେ
ତୁମ ଆସିବାର ଲକ୍ଷ୍ୟ କଣ
ତୁମର ସେ ଭଲ ପାଇବାର ଉଦ୍ଦେଶ୍ୟ କଣ

ମୁଁ ଏକ ପ୍ରେମିକ ଅଧିର
ହେଲି ତୁମ ପ୍ରେମରେ ଅନ୍ଧ ବଧିର
ତୁମେ ମତେ ଦଖେଇଲ
ନିଝୁମ ରାତିର ଝିଲିମିଲି ଆଲୋକ
ମୁଁ ବେଧଡକ ଚାଲିଲି
ହେଲେ ସେ ଥିଲା ତମ ଛାଇ
ତୁମେ କେତେ ପଛରେ ମୋର
ରହିଥିଲ ଆଉ କାହା ବାଟ ଅନେଇ Source Pinterest
#yqbhaina
#yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
#ମହାକବିତା

Jyotshna Rani Sahoo

Source Pinterest #Yqbhaina #Yqbhaina #ଶାରଦୀୟପରିକଳ୍ପନା #ଶାରଦୀୟସୃଜନିକା୨ #ମହାତପା#ମହାକଥା #ମହାକବିତା

read more
ମୋ ଗାଁ ର ପହିଲି ବର୍ଷା ର ବାସ୍ନା
ତୋ ଇତର ବୋତଲ ରେ ଭରି ଦେ
ତୋ ସହରର ନର୍ଦ୍ଦମା ବି ମହକି ଉଠିବ।

ମୋ ଗାଁ ର ମଲ୍ଲି ର ଶୁଭ୍ର ପ୍ରକାଶ
ତୋ ସହରର ଝିଲିମିଲି ଆଲୁଅରେ ମିଶେଇ ଦେ
ତୋ ସହର ଧଳା କପୋତ ହେଇ ଉଡ଼ି ବୁଲିବ।

ମୋ ଗାଁ ର ଗୋଧୂଳି କୁ
ତୋ ସହରର କଂକ୍ରିଟ ରେ ଟିକେ ଝାଡ଼ି ଦେ
ସେ ରାସ୍ତା ଜୀବନ୍ତ ହେଇ ତତେ କୋଳେଇ ଧରିବ।

ମୋ ଗାଁ ର ଅଳସି ନଈ ଯାଏ ପ୍ରେମ ଗୀତ ଗାଇ
ତୋ ସହରରେ ସ୍ଵିମିଂ ପୁଲ ର କାନେ ଟିକେ କହି ଦେ
ତୁ ସନ୍ତରଣ କରୁଥିବୁ ଆଉ ତୋ ଦୁଃଖ କୁ ସେ ବୁଡ଼େଇ ଦେବ। Source Pinterest
#yqbhaina
#yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
#ମହାକବିତା
loader
Home
Explore
Events
Notification
Profile