Find the Best ଜହ୍ନ Shayari, Status, Quotes from top creators only on Nojoto App. Also find trending photos & videos aboutଜହàନି english, ଜହàନମାମàଠpdf, ଜହàନ ମାମàà¬,
Tafizul Sambalpuri
ଆକାଶ ଆଜି ନିଖୋଜ ହୋଇଛି ତେଣୁ ଜହ୍ନକୁ ଆଣି ମୁଁ ଥାକରେ ସାଇତିଛି ପଚାରନି ମତେ ମୋ ଅନ୍ତରର ଭାବନା ସମୁଦ୍ର ସମ ଜୁଆର ଭଟ୍ଟା ଖେଳୁଛି ଆଜି ନିଜେ ମୁଁ ନିଜ ହୃଦୟକୁ ଆୟତ୍ତ କରିପାରେନା ©Tafizul Sambalpuri #ଜହ୍ନ
#ଜହ୍ନ
read moreTafizul Sambalpuri
ଇଚ୍ଛା ତ ହୁଏ ନିଜକୁ ଆୟତ୍ତ କରିବା ପାଇଁ ମନ କିନ୍ତୁ ଅଣାୟତ୍ତ ହୁଏ ବାରମ୍ବାର ଖୋଜେ ଏକ ନିର୍ମଳ ଆକାଶ ଉଡି ଯାଆନ୍ତି କି ଜହ୍ନକୁ ଛୁଇଁବା ପାଇଁ ©Tafizul Sambalpuri #ଜହ୍ନ
#ଜହ୍ନ
read moreRanjan Patasani
#ଜହ୍ନ ଜହ୍ନ କ'ଣ ଜାଣିଥିଲା କି?ସେ ଝିଅର ମଥାରେ ମୁଁ ଦିନେ ସିନ୍ଦୂର ହେବି ବୋଲି..!! ରଞ୍ଜନ ପାଟସାଣି ©Ranjan Patasani
Sandhya Rani Das
ଆକାଶର କି ଭାଗ୍ୟ ଆଜି ଜହ୍ନକୁ ମନ ଭରି ଦେଖୁଛି ।। ଏତେ ଦିନ ପରେ ଆଜି ପୂର୍ଣ୍ଣିମା ଆସିଛି ।। ଜହ୍ନ ଆଜି ତା ସୁନ୍ଦରତାର ଚମକରେ ଆଉ ତା ପ୍ରେମର ରଙ୍ଗରେ ସାରା ଆକାଶକୁ ରଙ୍ଗୀନ କରି ଦେଉଛି ।। #yqodia #yqbhaina #yqquotes #ଜହ୍ନ #ଆଉ #ଆକାଶ #ପ୍ରେମ_ପ୍ରତୀକ୍ଷା #ମନ_କଥା
Sandhya Rani Das
ଜହ୍ନ ଆଜି ବହୁତ ସୁନ୍ଦର ଦେଖାଯାଉଛି ସତେ ଏମିତି ଲାଗୁଛି ତା' ହୃଦୟରେ ପ୍ରଥମ ପ୍ରେମର ଖୁସି ତାଙ୍କୁ ଆହୁରି ଚମକାଇ ଦେଉଛି ।। #yqodia #yqbhaina #yqquotes #ଜହ୍ନ_ଆଉ_ମୁଁ #ପ୍ରଥମ_ପ୍ରେମ #ଜହ୍ନ #ମନ_କଥା
Adyasha Priyadarshini D
ରହନା ଆଉ ତୁ ଦୂରେ, ଲୁଚି ଯାଆନା ରାତି ଅନ୍ଧକାରେ, ଜଳାନା ଛାତିରେ ତୁ ନିଆଁ, ଭିଜାନା ଆଉ ତୋ ସ୍ମୃତି ରେ। କହିଦେ ମନକଥା ଖୋଲି, ଡାକିଦେ ଥରେ ସାଥୀ ବୋଲି, ମନରେ ଯେତେ ଦ୍ୱିଧା ଅଛି ତୋର, ସବୁ ତ ଯିବ ଆଜି ଚାଲି । ଜିଉଁଛି ମରୁଛି ତୋ ପାଇଁ, ଜାଳୁଛୁ ମୋତେ କାହିଁ ପାଇଁ, ତୋତେ ମୁଁ ପାଏ ଏତେ ଭଲ, ବସିଛି ତୋ ବାଟକୁ ଚାହିଁ । ଜାଣିଥା ଯେଉଁ ଆଡେ ତୁ ଯିବୁ, ପାଖରେ ମୋତେ ତୁ ପାଇବୁ, ଆକାଶର ଜହ୍ନ ତାରା ଯେତେ, ତୋ ପାଇଁ ଆଣିଦେବି ସବୁ । ଜୀବନରେ ଆସୁ ଯେତେ ଝଡ, ଗଢିବା ଆମେ ଆମ ନୀଡ, ଦେଇ ପ୍ରେମ ର କୁଟା ଖିଅ, ଜିତି ଯିବା ଆମେ ସବୁ ଗଡ । ରହନା ଆଉ ତୁ ଦୂରେ, ଲୁଚି ଯାଆନା ରାତି ଅନ୍ଧକାରେ, ଜଳାନା ଛାତିରେ ତୁ ନିଆଁ, ଭିଜାନା ଆଉ ତୋ ସ୍ମୃତି ରେ। କହିଦେ ମନକଥା ଖୋଲି, ଡାକିଦେ ଥରେ ସାଥୀ ବୋଲି, ମନରେ ଯେତେ ଦ୍ୱିଧା ଅଛି ତୋର,
ରହନା ଆଉ ତୁ ଦୂରେ, ଲୁଚି ଯାଆନା ରାତି ଅନ୍ଧକାରେ, ଜଳାନା ଛାତିରେ ତୁ ନିଆଁ, ଭିଜାନା ଆଉ ତୋ ସ୍ମୃତି ରେ। କହିଦେ ମନକଥା ଖୋଲି, ଡାକିଦେ ଥରେ ସାଥୀ ବୋଲି, ମନରେ ଯେତେ ଦ୍ୱିଧା ଅଛି ତୋର,
read moreAdyasha Priyadarshini D
।। ଚିଠି ଆଜି କାନ୍ଦୁଛି ।। ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି, ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି, ହୃଦୟର ବ୍ୟଥା ଅବା କହିବ କାହାକୁ, ଖୋଜୁଛି ମାଧ୍ୟମଟିଏ ପୁଣି ଥରେ ସାତ ସାଗର ପାରେ ଯିବାକୁ, ଉଆଁସର ଚାନ୍ଦ ସାଜି ଚିଠି ଆଜି କାନ୍ଦୁଛି । ସତେ ଆସିଗଲା ବାର୍ଦ୍ଧକ୍ୟ ତାର, ଆଉ ନାହିଁ କଣ ସେ ଉନ୍ମାଦନା ଚିଠି ଲେଖାରେ, ତାର ବାସ୍ନାରୁ କଣ ହଜିଯାଇଛି ପ୍ରେମର ସୁମଧୁର ସୁରଭି, ଭଗ୍ନ ଏକ ସ୍ତୁପ ସାଜି ଚିଠି ଆଜି କାନ୍ଦୁଛି । ଶୋଇଛି ଯେମିତି ଗମ୍ଭୀରି ଘରେ ମନରେ ଅନେକ ପ୍ରଶ୍ନ, ସତେ କଣ ଦୁନିଆରେ ପ୍ରେମ ଆଉ କରୁନି କେହି, ପ୍ରେମର ପହିଲି ଚିଠି ରେ ଆଉ କଣ ମଜା ନାହିଁ, ମନେପଡେ ତାର, ପାଉଡର ବୋଳା ସେହି ପାଠ ବହିର ପୃଷ୍ଠା, ଚିଠି ପଢି କାନ୍ଦିଲା ବେଳର ସେଇ ଓଦା ତକିଆ , ସେଇ ପ୍ରେମିକର ସାହସ ଆଉ ପ୍ରେମିକାର ଲାଜ, ସେହି ସ୍ମୃତି ସବୁକୁ ସାଉଣ୍ଟି, ପୁଣି ଥରେ ଜିଇଁବାର ଆଶା ନେଇ, ଅସୁସ୍ଥ ଏକ ରୋଗୀ ସାଜି ଚିଠି ଆଜି କାନ୍ଦୁଛି । ରାତିର ଅନ୍ଧାର ରେ ଚାରିଦିଗେ ବିଚ୍ଛୁରିତ, ଜହ୍ନର ଜ୍ୟୋସ୍ନା କୁ ଦେଖି ଭାବୁଛି, ସତେ ଯେମିତି କେହି ଦେଖୁ ନାହିଁ ସେ ଫୁଲେଇ ଜହ୍ନ କୁ, ମନ କଣ ଉତ୍ଫୁଲ୍ଲିତ ହୁଏ ନାହିଁ କଳା ମେଘ ଦେଖି, ଆଉ କଣ ଫୁଟୁ ନାହିଁ ବଗିଚାରେ ଗୋଲାପ ଫୁଲ, ଆଉ କଣ ଜଳୁ ନାହିଁ ଛାତିରେ ପ୍ରେମ ର ନିଆଁ ଝୁଲ, ଆଉ କଣ କେହି ଭୁଲୁ ନାହିଁ ବାଟ, ଫେରିବାର ଆଶା ନେଇ, ପଥହରା ପଥିକ ସାଜି ଚିଠି ଆଜି କାନ୍ଦୁଛି । In this technological world a small tribute to the "LETTER" ।। ଚିଠି ଆଜି କାନ୍ଦୁଛି ।। ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି, ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି, ହୃଦୟର ବ୍ୟଥା ଅବା କହିବ କାହାକୁ, ଖୋଜୁଛି ମାଧ୍ୟମଟିଏ
In this technological world a small tribute to the "LETTER" ।। ଚିଠି ଆଜି କାନ୍ଦୁଛି ।। ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି, ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି, ହୃଦୟର ବ୍ୟଥା ଅବା କହିବ କାହାକୁ, ଖୋଜୁଛି ମାଧ୍ୟମଟିଏ
read moreAdyasha Priyadarshini D
ଦେଇ ଜହ୍ନ ତାରା ତୋଳି ଆଣିବାର ପ୍ରତିଶ୍ରୁତି, ମାଗିଥିଲ, ମୋ ଜୀବନରେ ପ୍ରବେଶ ର ଅନୁମତି । କେତେ ସ୍ୱପ୍ନ ଦେଖାଇ, ତୁମ କାହାଣୀର ମୋତେ ନାୟିକା ସଜାଇ, ଦେଇ ଗଲ ପ୍ରେମ ର ମିଠା ଅନୁଭୂତି ।। #ପ୍ରେମ #ଜହ୍ନ #ତାରା #ପ୍ରତିଶ୍ରୁତି #ଅନୁମତି #ଅନୁଭୂତି #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia
#ପ୍ରେମ #ଜହ୍ନ #ତାରା #ପ୍ରତିଶ୍ରୁତି #ଅନୁମତି #ଅନୁଭୂତି #yqdidi #yqbaba #yourquote #boostthyself #odia #Yqbhaina #yqodia #munodia
read moreAdyasha Priyadarshini D
।।। ସ୍ମୃତି ।।। ସ୍ମୃତି, କେବେ ସାଉଁଟା ଅତୀତ, କେବେ ପୁନେଇଁ ଜହ୍ନ ରାତି । କେବେ ପୁଣି ଅଣଲେଉଟା ଫର୍ଦ ଟିଏ, ତ କେବେ ମଧୁର ପ୍ରେମ ଗୀତି ।। ସ୍ମୃତି, ଅଧୁରା କାହାଣୀର ରୂପ ନେଇ କେବେ, ଜାଳି ଦିଏ ଛାତିରେ ବିରହର ଅଗ୍ନିଶିଖା । କେବେ ପୁଣି ପଥପ୍ରଦର୍ଶକ ହୋଇ, ଦେଇ ଯାଏ ମହାଶିକ୍ଷା ।। ସ୍ମୃତି, କେବେ ସଜଫୁଟା ଫୁଲ ପରି, ମହକାଇ ଦିଏ ମନ ପ୍ରାଣ । କେବେ ପୁଣି ଅବ୍ୟକ୍ତ ବ୍ୟଥା ସାଜି, ଜୀବନକୁ ତିଳେ ତିଳେ କରେ ଦହନ ।। #100thquote #100th Thank you yourquote for helping me in finding the other side of me. Learnt so many things and yet to learn a lot. Thank you all the wonderful writers out there. Special thanks to Tina Acharya di for bringing me here... ❤❤❤❤ #ପ୍ରେମ #ସ୍ମୃତି #ଜହ୍ନ #ବିରହ #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself
#100thquote #100th Thank you yourquote for helping me in finding the other side of me. Learnt so many things and yet to learn a lot. Thank you all the wonderful writers out there. Special thanks to Tina Acharya di for bringing me here... ❤❤❤❤ #ପ୍ରେମ #ସ୍ମୃତି #ଜହ୍ନ #ବିରହ #yqbaba #yqdidi #yourquote #Yqbhaina #yqodia #munodia #yopowrimo #poem poetry #boostthyself
read moreAdyasha Priyadarshini D
------ସ୍ୱପ୍ନ ଆଉ ସମ୍ଭାବନା------ ରାତି ଆସେ ଜହ୍ନ କୁ ନେଇ, ତନ୍ଦ୍ରା ଆସେ ମନରେ ଭାବନା ନେଇ, ଆଉ ନିଦ ଆସେ ମୁଠା ମୁଠା ସ୍ୱପ୍ନ ନେଇ । ଆଖି ବନ୍ଦ ରଖେ ମୁଁ, ଖୋଲିଲେ କାଳେ ସ୍ୱପ୍ନ ସବୁ ବହିଯିବ ଆଖି ରୁ, ଲୋତକ ଧାରେ ହୋଇ । ହେଲେ ସକାଳ ଯେବେ ଆସେ, ସୁନେଲି କିରଣ ର ଛୁଆଁ ରେ, ଆଖି ମୋର ଖୋଲିଯାଏ, ଆଉ ନ ଡରି। ଶୁଣିଛି କାଳେ, ସକାଳ ଆସେ ଆଶା ର ଆଲୋକ ହୋଇ । ଆଲୋକ ଯେ ଆଣେ ସମ୍ଭାବନା, ସବୁ ସ୍ୱପ୍ନ ସତ କରିବାକୁ, ଜୀବନକୁ ହାତ ମୁଠା ରେ ଭରିବାକୁ । ଆଉ ଶିଖାଏ, ବଞ୍ଚିବାର ନୂଆ କାରଣ ଖୋଜିବାକୁ । ------ସ୍ୱପ୍ନ ଆଉ ସମ୍ଭାବନା------ ରାତି ଆସେ ଜହ୍ନ କୁ ନେଇ, ତନ୍ଦ୍ରା ଆସେ ମନରେ ଭାବନା ନେଇ, ଆଉ ନିଦ ଆସେ ମୁଠା ମୁଠା ସ୍ୱପ୍ନ ନେଇ । ଆଖି ବନ୍ଦ ରଖେ ମୁଁ, ଖୋଲିଲେ କାଳେ ସ୍ୱପ୍ନ ସବୁ ବହିଯିବ ଆଖି ରୁ, ଲୋତକ ଧାରେ ହୋଇ ।
------ସ୍ୱପ୍ନ ଆଉ ସମ୍ଭାବନା------ ରାତି ଆସେ ଜହ୍ନ କୁ ନେଇ, ତନ୍ଦ୍ରା ଆସେ ମନରେ ଭାବନା ନେଇ, ଆଉ ନିଦ ଆସେ ମୁଠା ମୁଠା ସ୍ୱପ୍ନ ନେଇ । ଆଖି ବନ୍ଦ ରଖେ ମୁଁ, ଖୋଲିଲେ କାଳେ ସ୍ୱପ୍ନ ସବୁ ବହିଯିବ ଆଖି ରୁ, ଲୋତକ ଧାରେ ହୋଇ ।
read more