Nojoto: Largest Storytelling Platform

Best କ୍ଷୁଦ୍ରଗଳ୍ପ Shayari, Status, Quotes, Stories

Find the Best କ୍ଷୁଦ୍ରଗଳ୍ପ Shayari, Status, Quotes from top creators only on Nojoto App. Also find trending photos & videos about

  • 4 Followers
  • 14 Stories

koushik lenka

#ମୁଁସୁରଟଫେରନ୍ତାକହୁଛି #କ୍ଷୁଦ୍ରଗଳ୍ପ #yqodiastory #Yqbhaina #yqodia

read more
ବୋଉ!  ତୁ ଏତେ "ମିଛେଇ" ବୋଲି ମୁଁ କେବେ ଜାଣି ନଥିଲି। ତୋର କୌଣସି କଥା କୁ ମୁଁ ଆଉ ଆଜି ଠୁ ଶୁଣିବିନି। ତୁ ମୋତେ ଠକିଛୁ। ଯା' ତୋର ମୋର ଆଜି ଠୁ କଟି! ବୁଝିଲୁ। ବାସ୍! ଏତକ କହି ଆଠବର୍ଷ ର ଝିଅ ଆକୃତି ମୁହଁ ଫୁଲେଇ ସେପଟକୁ ବସିଲା।
ସାଙ୍ଗେ ସାଙ୍ଗେ ଭିତର ଘର ଓଳ‌ଉଥିବା ଆକୃତି ର ବୋଉ  ଝାଡ଼ୁ ଟାକୁ କୋଣରେ ଡେରି ଦେଇ ଆସି ପଚାରିଲେ; କ'ଣ ହେଇଛି ମୋ ସୁନା ଝିଅ ର। ଆଜି ତା' ବୋଉ ଉପରେ ଏତେ ରାଗ, ପୁଣି କଟି କରି ଦେଲାଣି। କ'ଣ ହେଇଛି ଲୋ ମା' । ମୋତେ କହିଲେ ସିନା ଜାଣିବି।
ଦେଖ! ବୋଉ ତୁ କହିଥିଲୁ ସବୁବେଳେ ଖବରକାଗଜ ଆଉ ଟି.ଭି ରେ ନ୍ୟୁଜ ଦେଖିବାକୁ! କହିଥିଲୁ କି ନାହିଁ?।
ଆଲୋ ହଁ କହିଥିଲି କ'ଣ ହେଲା ସେଉଠୁ...ଏଇଟା ତ ଦରକାରୀ କଥା ତୋ ବାପା ମୋତେ ତୋତେ ଜଣେଇବାକୁ କହିଥିଲେ।
ଦେଖ! ବୋଉ ଟି.ଭି ରେ କହୁଛି ପୁରୀ ଶ୍ରୀମନ୍ଦିର ଜାନୁଆରୀ ୩ରୁ ଖୋଲିବ। ପ୍ରଭୁ ଲିଙ୍ଗରାଜ ଙ୍କ ମନ୍ଦିର ଏଇ ମାସ ୨୭ ତାରିଖ ରେ ଖୋଲିବ, ଆଉ ଆମ ଇସ୍କୁଲ ଖୋଲିବା ପାଇଁ ବି ସରକାର ଘନଘନ ବୈଠକ କରୁଛନ୍ତି।
ହେଲେ ଏତେ ସବୁ କଥା ଭିତରେ କାହିଁ କହିଲାନି ତ "ମୋ ବାପା" କାମରୁ କେବେ ଫେରିବେ। ତୁ କହ ମୋତେ ବୋଉ! ବାପା କେବେ ଫେରିବେ? ନହେଲେ ତୋର ମୋ ସହ କଟି!
ଦୁଆର ବନ୍ଧ ପାଖରେ ଆଉଜି ଯାଇ ଶୈଳ (ଆକୃତି ର ବୋଉ) ଭାବୁଥାଏ, କେମିତି କହିବ ତା' କୁନି ଝିଅ କୁ ତା' ବାପା ଆଉ ଫେରିବନି। ସୁରଟ! ରୁ ନିଜ ଗାଁ କୁ ଫେରି ଆସୁଥିବା ବେଳେ ବାଟରେ ଚାଲୁଚାଲୁ ତା' ପ୍ରାଣ ଉଡ଼ିଯାଇଛି। ଯାହାର ସଂସ୍କାର ପାଇଁ ମଲାଦେହ ବି ଘରେ ଆଜି ଯାଏଁ ପହଞ୍ଚି ପାରି ନାହିଁ।
"ବୁରୁବୁରୁ ହେଇ ଶୈଳ କହୁଥାଏ; ତୁ ଠିକ୍ କହିଛୁ ଲୋ ଆକୁ' ତୋ ବୋଉ ଗୋଟେ ମିଛେଇ! #ମୁଁସୁରଟଫେରନ୍ତାକହୁଛି 

#କ୍ଷୁଦ୍ରଗଳ୍ପ  #yqodiastory  #yqbhaina  #yqodia

koushik lenka

କଥା କହୁ କହୁ, ଅଫ୍-ଲାଇନ ହେଇଯିବା ମୋର ଗୋଟେ ବଦ~ଅଭ୍ୟାସ। ଆଉ ଏଇଟା, କୁ ଅଭ୍ୟାସ ରେ ପରିଣତ କରିଦେଇଥିଲା ମୋ ପ୍ରିୟ ସାଙ୍ଗ ଆରୋହୀ। ହଁ ଆରୋହୀ; ମୋ ଚପଳ ଶୈଶବ ର ସାରାଂଶ ପଢ଼ିଥିବା , ମୋ ଯୌବନର ଉନ୍ମାଦନା କୁ ସହିଥିବା, ଆଉ ବାର୍ଦ୍ଧକ୍ୟ ର ଶିଥିଳତା କୁ ଅତି ପାଖରୁ ପରଖିଥିବା ମଣିଷ ଟା ହ‌ଉଛି ସେ। ହେଲେ ତା'କୁ ମୁଁ ଦେଲି କ'ଣ। ନା ଅଧିକାର ନା କେବେ ଶୁଣିଛି ତା' ଅଧରର କଥା । ସାରା ଜୀବନ ସେ ମୋତେ ଶୁଣିବ ବୋଲି କଥା ଦେଇ ଭୁଲି ଗଲା ଯେ ତା'ର ବି ମୋତେ କିଛି କହିବାର ଥିଲା ବୋଲି।। ମିଛିମିଛିକା ବୋହୁଚୋରି ଖେଳ ରୁ ସତସତିକା ବୋହୁ ହବା ର ସ୍ୱପ୍ନ କିଏ ନଦେଖେ; ଆଉ ସିଏ #odiastory #କ୍ଷୁଦ୍ରଗଳ୍ପ #yqodia #Yqbhaina #munodia #ଗଳ୍ପନୁହେଁଅଳ୍ପଦିନର

read more
 { ଅନୁଶୀର୍ଷକ ରେ ପଢ଼ନ୍ତୁ ସମ୍ପୂର୍ଣ୍ଣ କଥା }                    କଥା କହୁ କହୁ, ଅଫ୍-ଲାଇନ ହେଇଯିବା ମୋର ଗୋଟେ ବଦ~ଅଭ୍ୟାସ। ଆଉ ଏଇଟା, କୁ ଅଭ୍ୟାସ ରେ ପରିଣତ କରିଦେଇଥିଲା ମୋ ପ୍ରିୟ ସାଙ୍ଗ ଆରୋହୀ। ହଁ ଆରୋହୀ; ମୋ ଚପଳ ଶୈଶବ ର ସାରାଂଶ ପଢ଼ିଥିବା , ମୋ ଯୌବନର ଉନ୍ମାଦନା କୁ ସହିଥିବା, ଆଉ ବାର୍ଦ୍ଧକ୍ୟ ର ଶିଥିଳତା କୁ ଅତି ପାଖରୁ ପରଖିଥିବା ମଣିଷ ଟା ହ‌ଉଛି ସେ। ହେଲେ ତା'କୁ ମୁଁ ଦେଲି କ'ଣ। ନା ଅଧିକାର ନା କେବେ ଶୁଣିଛି ତା' ଅଧରର କଥା । ସାରା ଜୀବନ ସେ ମୋତେ ଶୁଣିବ ବୋଲି କଥା ଦେଇ ଭୁଲି ଗଲା ଯେ ତା'ର ବି ମୋତେ କିଛି କହିବାର ଥିଲା ବୋଲି।।
            ମିଛିମିଛିକା ବୋହୁଚୋରି ଖେଳ ରୁ ସତସତିକା ବୋହୁ ହବା ର ସ୍ୱପ୍ନ କିଏ ନଦେଖେ; ଆଉ ସିଏ

koushik lenka

"ଆତତାୟୀ" 🔸🔸🔸🔸🔸🔸🔸 "ପ୍ରେମ" ସମ୍ପର୍କରେ ମୋର ସେମିତି ବିଶେଷ କିଛି ଧାରଣା ନଥିଲା, ହେଲେ କିଏ ପ୍ରେମ କଲେ, ମୋବାଇଲ ରେ କଥା ହେଲେ ମୁଁ ତା'କୁ ଅନ୍ୟ ସାଙ୍ଗ ମାନଙ୍କ ସହ ମିଶି ଛିଗୁଲେଇ ବା ରେ ପୁରା ମାହିର ଥିଲି। ଆଉ ଅନେକ ଆଡ଼ୁ ଶୁଣିଛି କୁଆଡ଼େ କଲେଜ ଗଲେ ସମସ୍ତ ଙ୍କ ର କାହା ସହ ଗୋଟେ ଅଜାଣତରେ ସମ୍ପର୍କ ଗଢ଼ି ଉଠେ କିଏ କହି ପାରେ ଆଉ କିଏ କହି ନପାରି ଝୁରି ମରେ। ଏକଥା କୁ ମୁଁ ଯାହା ପାଖରୁ, ଶୁଣେ; ଏ କାନ ରେ ପୁରେଇ ସେ କାନରେ ବାହାର କରିଦିଏ। ହେଲେ ପ୍ରେମ କୁ ନେଇ ଯେତେ ସବୁ ଗୀତ ତା'କୁ ଶୁଣିଲେ ମୋ ମନରେ ବି ସା ରେ ଗା ପା ....ବାଜି ଉଠେ #odiawritings #odiastory #କ୍ଷୁଦ୍ରଗଳ୍ପ #yqodia #Yqbhaina #ପିନାକଧାରିଣୀ #ପିନାକକଥା

read more
 { ଅନୁଶୀର୍ଷକ ରେ ପଢ଼ନ୍ତୁ କାହାଣୀ ଟିଏ }             "ଆତତାୟୀ"
   🔸🔸🔸🔸🔸🔸🔸                      
              "ପ୍ରେମ" ସମ୍ପର୍କରେ ମୋର ସେମିତି ବିଶେଷ କିଛି ଧାରଣା ନଥିଲା, ହେଲେ କିଏ ପ୍ରେମ କଲେ, ମୋବାଇଲ ରେ କଥା ହେଲେ ମୁଁ ତା'କୁ ଅନ୍ୟ ସାଙ୍ଗ ମାନଙ୍କ ସହ ମିଶି ଛିଗୁଲେଇ ବା ରେ ପୁରା ମାହିର ଥିଲି। ଆଉ ଅନେକ ଆଡ଼ୁ ଶୁଣିଛି କୁଆଡ଼େ କଲେଜ ଗଲେ ସମସ୍ତ ଙ୍କ ର କାହା ସହ ଗୋଟେ ଅଜାଣତରେ ସମ୍ପର୍କ ଗଢ଼ି ଉଠେ କିଏ କହି ପାରେ ଆଉ କିଏ କହି ନପାରି ଝୁରି ମରେ। ଏକଥା କୁ ମୁଁ ଯାହା ପାଖରୁ, ଶୁଣେ; ଏ କାନ ରେ ପୁରେଇ ସେ କାନରେ ବାହାର କରିଦିଏ। ହେଲେ ପ୍ରେମ କୁ ନେଇ ଯେତେ ସବୁ ଗୀତ ତା'କୁ ଶୁଣିଲେ ମୋ ମନରେ ବି ସା ରେ ଗା ପା ....ବାଜି ଉଠେ

koushik lenka

#କ୍ଷୁଦ୍ରଗଳ୍ପ କିରେ, ତୋ ମୋବାଇଲ କୁଆଡ଼େ ଗଲା କି ରେ.....କାଲିଠୁ ମୁଁ ଆଉ ତୋ ହାତରେ ଦେଖିବାକୁ ପାଉନି। ପାଖରେ ରଖିଛୁ ନା କାହାକୁ ଦେଇଦେଲୁଣି ରେ ଚଗଲା।। କୁଲୁ ମୁହଁ କୁ ଚାହିଁ ଝୁନାରାଣୀ ପଚାରି ଚାଲିଥିଲା...., । କୁଲୁ ଆଉ ଝୁନାରାଣୀ ସମ୍ପର୍କରେ ମା ଓ ପୁଅ। ହଠାତ୍ କୁଲୁ କହି ବସିଲା, ନାଁ ଲୋ ବୋଉ ମୋବାଇଲ ଟା ନାହିଁ, ନାହିଁ କଥା ଶୁଣି, ଝୁନାରାଣୀ ଦାଣ୍ଡପିଣ୍ଡା ଟା ଓଳ‌ଉ ଥିଲା, ଝଟ କିନା ଝାଡ଼ୁ ଟାକୁ ଖୁଣ୍ଟ ପାଖରେ ଡେରି ଦେଇ ଆସି ପଚାରିଲା; କିରେ କ'ଣ ହେଲା...... କୁଆଡ଼େ ଗଲା କିଏ ନେଇଗଲା ନା କ'ଣ ଟିକେ ଖୋଲିକି କହୁନୁ। #odiastory #yqodia #Yqbhaina #munodia #ଓଡ଼ିଆଗଳ୍ପ

read more
 [ଅନୁଶୀର୍ଷକ ରେ "କାହାଣୀ" ଟିଏ] #କ୍ଷୁଦ୍ରଗଳ୍ପ                
                    କିରେ, ତୋ ମୋବାଇଲ କୁଆଡ଼େ ଗଲା କି ରେ.....କାଲିଠୁ ମୁଁ ଆଉ ତୋ ହାତରେ ଦେଖିବାକୁ ପାଉନି। ପାଖରେ ରଖିଛୁ ନା କାହାକୁ ଦେଇଦେଲୁଣି ରେ ଚଗଲା।। କୁଲୁ ମୁହଁ କୁ ଚାହିଁ ଝୁନାରାଣୀ ପଚାରି ଚାଲିଥିଲା...., । କୁଲୁ ଆଉ ଝୁନାରାଣୀ ସମ୍ପର୍କରେ ମା ଓ ପୁଅ।
                     ହଠାତ୍ କୁଲୁ କହି ବସିଲା, ନାଁ ଲୋ ବୋଉ ମୋବାଇଲ ଟା ନାହିଁ, ନାହିଁ କଥା ଶୁଣି, ଝୁନାରାଣୀ ଦାଣ୍ଡପିଣ୍ଡା ଟା ଓଳ‌ଉ ଥିଲା, ଝଟ କିନା ଝାଡ଼ୁ ଟାକୁ ଖୁଣ୍ଟ ପାଖରେ ଡେରି ଦେଇ ଆସି ପଚାରିଲା; କିରେ କ'ଣ ହେଲା...... କୁଆଡ଼େ ଗଲା କିଏ ନେଇଗଲା ନା କ'ଣ ଟିକେ ଖୋଲିକି କହୁନୁ।

koushik lenka

ଟିକେ ଟିକେ ତଳକୁ ଯିବା ଚାଲ #କ୍ଷୁଦ୍ରଗଳ୍ପ #ଅବୁଝାଗଳ୍ପ ପିଲାଟି ଦିନରୁ ମା' କୁ ହରେଇଛି।ମୋ ଉପରେ ମୋର ଗୋଟେ ବଡ଼ ଭ‌ଉଣୀ ମଧ୍ୟ ଅଛି।ବାପା ଆମ ଦୁହିଁଙ୍କୁ ଖୁବ୍ ସ୍ନେହରେ ପାଳିଛନ୍ତି। ଅନେକ ଥର ବାପାଙ୍କ ସହ ମୋ ଗାଁ ସ୍କୁଲକୁ ସାଇକେଲରେ ବସିଯାଇଛି।ସେ, ଯିବା ବାଟରେ ଜୀବନରେ ଜିଇଁକି ରହିବାକୁ ହେଲେ ସଂଘର୍ଷ ର ସନ୍ଦର୍ଭ ଅନେକ ଥର ଶୁଣେଇଛନ୍ତି। ଶୈଶବ ର ଚପଳତା ସାଙ୍ଗ କୁ ବାପାଙ୍କର ବାର୍ଦ୍ଧକ୍ୟ ର ଶିଥିଳତା ଦୁଇଟି ସମାନ୍ତର ସରଳରେଖା ପରି ଗତି କରୁଥିଲା।ଆଦ୍ୟ ଯୌବନ, ଆଦ୍ୟ ପ୍ରେମ ର ପରିଭାଷା ରେ ମୁଁ ଏକ ଅଜଣା ନାଆ ର ନାଉରୀ ସାଜିଲି। ବଡ଼ ଭ‌ଉଣୀ ବିଭା ହୋଇ ସାରିବା ପରେ ମଧ୍ୟ ଯୌତୁକ ର ଯନ୍ତ୍ରଣା କୁ ସହି #Collab #YourQuoteAndMine #yqodia #Yqbhaina #munodia #ଗେଲବସରିଆସମୟ

read more
ଏଇ ସମୟରେ  ବାପାଙ୍କ ର ସେ ପୁରୁଣା ଡ୍ରୟାର ଭିତରୁ ଅଦେଖା ଡାଏରୀ ଟା ବାହାରିଲା।ଯ‌ଉଥିରେ ପ୍ରଥମ ଆଉ ଶେଷ ସନ୍ଦର୍ଭ ର ନାଁ ଥିଲା 
  ଗେଲ ବସରିଆ ସମୟ
ପାଦ ଚାପି ଚାପି ଚାଲିଗଲା।। ଟିକେ ଟିକେ ତଳକୁ ଯିବା ଚାଲ
#କ୍ଷୁଦ୍ରଗଳ୍ପ
#ଅବୁଝାଗଳ୍ପ

ପିଲାଟି ଦିନରୁ ମା' କୁ ହରେଇଛି।ମୋ ଉପରେ ମୋର ଗୋଟେ ବଡ଼ ଭ‌ଉଣୀ ମଧ୍ୟ ଅଛି।ବାପା ଆମ ଦୁହିଁଙ୍କୁ ଖୁବ୍ ସ୍ନେହରେ ପାଳିଛନ୍ତି। ଅନେକ ଥର ବାପାଙ୍କ ସହ ମୋ ଗାଁ ସ୍କୁଲକୁ ସାଇକେଲରେ ବସିଯାଇଛି।ସେ, ଯିବା ବାଟରେ ଜୀବନରେ ଜିଇଁକି ରହିବାକୁ ହେଲେ ସଂଘର୍ଷ ର ସନ୍ଦର୍ଭ ଅନେକ ଥର ଶୁଣେଇଛନ୍ତି। ଶୈଶବ ର ଚପଳତା ସାଙ୍ଗ କୁ ବାପାଙ୍କର ବାର୍ଦ୍ଧକ୍ୟ ର ଶିଥିଳତା ଦୁଇଟି ସମାନ୍ତର ସରଳରେଖା ପରି ଗତି କରୁଥିଲା।ଆଦ୍ୟ ଯୌବନ, ଆଦ୍ୟ ପ୍ରେମ ର ପରିଭାଷା ରେ ମୁଁ ଏକ ଅଜଣା ନାଆ ର ନାଉରୀ ସାଜିଲି। ବଡ଼ ଭ‌ଉଣୀ ବିଭା ହୋଇ ସାରିବା ପରେ ମଧ୍ୟ ଯୌତୁକ ର ଯନ୍ତ୍ରଣା କୁ ସହି

Subhasish Pradhan

#କ୍ଷୁଦ୍ରଗଳ୍ପ #ବଡ଼କାହାଣୀ #ପଚକ = ଚଷମା #ଦୁଇଧାଡ଼ିରକଥା #yqodia #Yqbhaina

read more
ନୂଆ ଦାମୀ ପାଟ୍ଟଶାଢ଼ୀ ସ୍ତ୍ରୀ ର ଆଖିକୁ ସୁନ୍ଦର ଦେଖାଯାଉନଥିଲା,
ଘେଷେରା ପଚକରେ ବାପାଙ୍କୁ କିନ୍ତୁ ସବୁ ସଫା ଦେଖାଯାଉଥିଲା। #କ୍ଷୁଦ୍ରଗଳ୍ପ #ବଡ଼କାହାଣୀ #ପଚକ = ଚଷମା #ଦୁଇଧାଡ଼ିରକଥା #yqodia #yqbhaina

Subhasish Pradhan

ଓଃ, କି ବର୍ଷା ବାହାରେ। ନିତୁ ଯେ ଏଯାଏଁ ଫେରିନି। ଆରେ ବାଦାମ ଭଜା ମୁଢ଼ି ଚୋବଉଥାଅ ମୁଁ ଚା କରିକି ଆଣେ। ଦୁଇ ଓଠ ମଝିରେ ସିଗାରେଟଟା ଅଣନିଶ୍ୱାସୀ ହେଇଗଲାଣି ଯେ। ମନରମା ବି ଟିକିଏ ବ୍ୟସ୍ତ..., ହଉ ନିଆଁ ଲଗା ମେଘଟା ଛାଡିଯାଉ। ଚେନାଏ ହସ ଉମାକାନ୍ତଙ୍କ ମୁଖରେ। ବିଶ୍ୱାସୀ ସୁଦାମ ଦଉଡ଼ି ଆସେ ଆଉ ଜୋରରେ ନିଶ୍ୱାସ ମାରେ। ଉମାକାନ୍ତ ଆଶ୍ଚର୍ଯ୍ୟରେ ଦେଖୁଥାନ୍ତି। #କ୍ଷୁଦ୍ରଗଳ୍ପ #ବଳାତ୍କାର #ସମାଜ #pinta_story

read more
ବଳାତ୍କାର ଓଃ, କି ବର୍ଷା ବାହାରେ।
ନିତୁ ଯେ ଏଯାଏଁ ଫେରିନି।
ଆରେ ବାଦାମ ଭଜା ମୁଢ଼ି ଚୋବଉଥାଅ ମୁଁ ଚା କରିକି ଆଣେ।
ଦୁଇ ଓଠ ମଝିରେ ସିଗାରେଟଟା ଅଣନିଶ୍ୱାସୀ ହେଇଗଲାଣି ଯେ।
ମନରମା ବି ଟିକିଏ ବ୍ୟସ୍ତ..., ହଉ ନିଆଁ ଲଗା ମେଘଟା ଛାଡିଯାଉ।
ଚେନାଏ ହସ ଉମାକାନ୍ତଙ୍କ ମୁଖରେ।
ବିଶ୍ୱାସୀ ସୁଦାମ ଦଉଡ଼ି ଆସେ ଆଉ ଜୋରରେ ନିଶ୍ୱାସ ମାରେ।
ଉମାକାନ୍ତ ଆଶ୍ଚର୍ଯ୍ୟରେ ଦେଖୁଥାନ୍ତି।

Subhasish Pradhan

ଭୋକ~~~🍘 ---------------------- ଖାଲିପେଟର ଚିତ୍କାରକୁ ଭୋକ କହନ୍ତି ଆଜ୍ଞା, ଆଉ ସେ ଖାଲିପେଟ ଯଦି ଗୋଟେ ଗରିବ ର ହେଇଥାଏ ତାହେଲେ ସେ ଚିତ୍କାରର ଶବ୍ଦ ବହୁତ ଭୟଙ୍କର ହେଇଥାଏ। ହଁ ସେ ଭୟଙ୍କର ଶବ୍ଦ କେହିବି ଶୁଣି ପାରନ୍ତିନାହିଁ ଆଶ୍ଚର୍ଯ୍ୟଜନକ ଭାବେ କିନ୍ତୁ ସେ ଭୋକିଲାପେଟ ନିଜକୁ ଦମ୍ଭକରି ସବୁ ଅସହ୍ୟ ଶବ୍ଦକୁ ନିଜଭିତରେ ନିହିତ କରିଦିଏ। ସେ ଭୋକ ଏତେମାତ୍ରା ରେ ବିବଶ କରିଦିଏ ଯେ ମଣିଷ ତାର ମଣିଷତ୍ୱକୁ ବିକିଦିଏ, କେବେ ଇଜ୍ଜତ କୁ ଦେହରୁ କାଢ଼ିଦେଇ ହାତରେ ଭିକ୍ଷାଥାଳ ଧରେ ପୁଣି କେବେ ହିଂସ୍ରପାଲଟି ନିଜକୁ ପାପୀ କରିଦିଏ। ଏ ଭୋକ ଏତେ ଭୟଙ୍କର ଯେ ମଣିଷର ଆତ୍ମାକୁ ଗୋଲାମ କରିଦିଏ ଆଉ ତାର ସ୍ୱାଭିମନ #yqbaba #କ୍ଷୁଦ୍ରଗଳ୍ପ #yqodia #Yqbhaina #munodia

read more
ଭୋକ🍘 ( କ୍ଷୁଦ୍ରଗଳ୍ପ )

ଖାଲିପେଟର ଚିତ୍କାରକୁ ଭୋକ କହନ୍ତି ଆଜ୍ଞା...!! ଭୋକ~~~🍘
----------------------

ଖାଲିପେଟର ଚିତ୍କାରକୁ ଭୋକ କହନ୍ତି ଆଜ୍ଞା, ଆଉ ସେ ଖାଲିପେଟ ଯଦି ଗୋଟେ ଗରିବ ର ହେଇଥାଏ ତାହେଲେ ସେ ଚିତ୍କାରର ଶବ୍ଦ ବହୁତ ଭୟଙ୍କର ହେଇଥାଏ। ହଁ ସେ ଭୟଙ୍କର ଶବ୍ଦ କେହିବି ଶୁଣି ପାରନ୍ତିନାହିଁ ଆଶ୍ଚର୍ଯ୍ୟଜନକ ଭାବେ କିନ୍ତୁ ସେ ଭୋକିଲାପେଟ ନିଜକୁ ଦମ୍ଭକରି ସବୁ ଅସହ୍ୟ ଶବ୍ଦକୁ ନିଜଭିତରେ ନିହିତ କରିଦିଏ।

ସେ ଭୋକ ଏତେମାତ୍ରା ରେ ବିବଶ କରିଦିଏ ଯେ ମଣିଷ ତାର ମଣିଷତ୍ୱକୁ ବିକିଦିଏ, କେବେ ଇଜ୍ଜତ କୁ ଦେହରୁ କାଢ଼ିଦେଇ ହାତରେ ଭିକ୍ଷାଥାଳ ଧରେ ପୁଣି କେବେ ହିଂସ୍ରପାଲଟି ନିଜକୁ ପାପୀ କରିଦିଏ। ଏ ଭୋକ ଏତେ ଭୟଙ୍କର ଯେ ମଣିଷର ଆତ୍ମାକୁ ଗୋଲାମ କରିଦିଏ ଆଉ ତାର ସ୍ୱାଭିମନ

Subhasish Pradhan

ସ୍ୱାଭିମାନ ~~~~~~~ ପ୍ଲାଟଫର୍ମ ରେ ସିଙ୍ଗଡା ରୁ ଫାଳେଖାଇ ଆଉ ଅଧେ ତଳେ ପକେଇ ଟ୍ରେନରେ ଚଢ଼ିଗଲି। ରେଳଗାଡ଼ିର ସେ ଝରକା ପାଖ ସିଟରେ ବସି ହଠାତ ଦେଖେ ତ, ଦୁଇଟି କୁନି ଆଖି ତାକୁ ଆଶାବାନ୍ଧି ଚାହିଁରହିଛି। ଆଗ୍ରହରେ ମୁଁ ବି ଦେଖୁଥାଏ ତାର ସେ କୋମଳ ଚେହେରା କୁ। କିଛି ସମୟ ରେ ଏକ କର୍କଶ ଧ୍ୱନି ସହ ତାଳଦେଇ ରେଳଗାଡ଼ି ଧୀରେ ଅଗ୍ରସର ହେଲା ମୁଁ ସେମିତି ଦେଖୁଥାଏ ତାକୁ ଆଉ ସେ ବି ସେମିତି ଦେଖୁଥାଏ ସେ ଅଧା ସିଙ୍ଗଡାକୁ। ମୁଁ ଭାବିବା ଆରମ୍ଭ କରିଦେଲି କଣ କରିବ ଏବେ ସେ? ସେ ଅଇଁଠା କୁ ଉଠେଇ ଖାଇବ ନା ନାଇଁ? ଆରେ କାଇଁ ଛିଡ଼ା ହେଇଛି ଯେ ଏ ପର୍ଯ୍ୟନ୍ତ? ଧୀରେ... ଧୀରେ... ଟ୍ରେନ ଗତିଶୀଳ ହେଇସାରିଥିଲା ଆଉ ସେ #yqbaba #କ୍ଷୁଦ୍ରଗଳ୍ପ #yqodia #Yqbhaina #ଭୋକ #munodia #ଦାରିଦ୍ର୍ୟ

read more
କ୍ଷୁଦ୍ରଗଳ୍ପ


                 ସ୍ୱାଭିମାନ🌱
               --------------- ସ୍ୱାଭିମାନ
~~~~~~~

ପ୍ଲାଟଫର୍ମ ରେ ସିଙ୍ଗଡା ରୁ ଫାଳେଖାଇ ଆଉ ଅଧେ ତଳେ ପକେଇ ଟ୍ରେନରେ ଚଢ଼ିଗଲି। ରେଳଗାଡ଼ିର ସେ ଝରକା ପାଖ ସିଟରେ ବସି ହଠାତ ଦେଖେ ତ, ଦୁଇଟି କୁନି ଆଖି ତାକୁ ଆଶାବାନ୍ଧି ଚାହିଁରହିଛି। ଆଗ୍ରହରେ ମୁଁ ବି ଦେଖୁଥାଏ ତାର ସେ କୋମଳ ଚେହେରା କୁ। କିଛି ସମୟ ରେ ଏକ କର୍କଶ ଧ୍ୱନି ସହ ତାଳଦେଇ ରେଳଗାଡ଼ି ଧୀରେ ଅଗ୍ରସର ହେଲା ମୁଁ ସେମିତି ଦେଖୁଥାଏ ତାକୁ ଆଉ ସେ ବି ସେମିତି ଦେଖୁଥାଏ ସେ ଅଧା ସିଙ୍ଗଡାକୁ। ମୁଁ ଭାବିବା ଆରମ୍ଭ କରିଦେଲି କଣ କରିବ ଏବେ ସେ? ସେ ଅଇଁଠା କୁ ଉଠେଇ ଖାଇବ ନା ନାଇଁ? ଆରେ କାଇଁ ଛିଡ଼ା ହେଇଛି ଯେ ଏ ପର୍ଯ୍ୟନ୍ତ? 
ଧୀରେ... ଧୀରେ... ଟ୍ରେନ ଗତିଶୀଳ ହେଇସାରିଥିଲା ଆଉ ସେ

Subhasish Pradhan

ଗୋଲାପ 🌹 ------------- ମୋର ବହି ଥାକ ରେ ଥିବା ପୁରୁଣା ବହି ସବୁ ଆଜି ସଜାଡ଼ିଲା ବେଳେ ହଠାତ +୨ ସମୟ ର ଇତିହାସ ବହି ଉପରେ ଆଖି ଅଟକିଗଲା କିଛି ସମୟ ପାଇଁ । ନିରବି ଗଲି ବହିଟିକୁ ହାତରେ ଧରି, ମନର ଦରଜା ଖୋଲି ସ୍ମୃତି ସବୁ ଆସିବାକୁ ଲାଗିଲେ ମୋ ପାଖକୁ ଆଉ ମତେ ବାଧ୍ୟ କରିଦେଲେ ସେ ଇତିହାସ ବହିର ପୃଷ୍ଠା ସବୁ ଲେଉଟେଇବା ପାଇଁ । ଓଃ କଣ ବା କରିଥାନ୍ତି ମୁଁ ? ଧୀରେ ଧୀରେ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲି ଆଉ ହଠାତ ୭୨ ସଂଖ୍ୟା ପୃଷ୍ଠା ରେ ଆବିଷ୍କାର କଲି ଶୁଖିଯାଇଥିବା "ଗୋଲାପ" ଟି କୁ । ତାକୁ କିନ୍ତୁ ପୁଣିଥରେ ହାତରେ ଧରିବାର ସତ୍-ସାହସ ମୋର ନଥିଲା, ଲୁହ ଗୁଡ଼ା ଧୀରେ ଧୀରେ ଆଖି କୋଣରେ ଜକେଇ ଆସୁଥିଲେ । ଅଥଚ ସେ ଗୋଲାପ ଟି ମତେ ତାଛଲ୍ୟ କରି ହସି ଚାଲିଥିଲା । ଆଉ ମତେ ଯେମିତି କହୁଥିଲା ପିଣ୍ଟୁ ତୁ ହାରିଯାଇଛୁ, ସତରେ ତୁ ହାରିଯାଇଛୁ ଭଲପାଇବା କୁ ହରେଇ ତୁ ହାରିଯାଇଛୁ ନିଜର ଜିଦି ପାଇଁ ତୁ ନିଜ ପାଖେ ବି ହାରିଯାଇଛୁ #yqbaba #kp #ଓଡ଼ିଆ #କ୍ଷୁଦ୍ରଗଳ୍ପ #Yqbhaina #munodia

read more
ଗୋଲାପ 🌹
----------- ଗୋଲାପ 🌹
-------------

ମୋର ବହି ଥାକ ରେ ଥିବା ପୁରୁଣା ବହି ସବୁ ଆଜି ସଜାଡ଼ିଲା ବେଳେ ହଠାତ +୨ ସମୟ ର ଇତିହାସ ବହି ଉପରେ ଆଖି ଅଟକିଗଲା କିଛି ସମୟ ପାଇଁ । ନିରବି ଗଲି ବହିଟିକୁ ହାତରେ ଧରି, ମନର ଦରଜା ଖୋଲି ସ୍ମୃତି ସବୁ ଆସିବାକୁ ଲାଗିଲେ ମୋ ପାଖକୁ ଆଉ ମତେ ବାଧ୍ୟ କରିଦେଲେ ସେ ଇତିହାସ ବହିର ପୃଷ୍ଠା ସବୁ ଲେଉଟେଇବା ପାଇଁ । ଓଃ କଣ ବା କରିଥାନ୍ତି ମୁଁ ?  ଧୀରେ ଧୀରେ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲି ଆଉ ହଠାତ ୭୨ ସଂଖ୍ୟା ପୃଷ୍ଠା ରେ ଆବିଷ୍କାର କଲି ଶୁଖିଯାଇଥିବା "ଗୋଲାପ" ଟି କୁ ।
ତାକୁ କିନ୍ତୁ ପୁଣିଥରେ ହାତରେ ଧରିବାର ସତ୍-ସାହସ ମୋର ନଥିଲା, ଲୁହ ଗୁଡ଼ା ଧୀରେ ଧୀରେ ଆଖି କୋଣରେ ଜକେଇ ଆସୁଥିଲେ । ଅଥଚ ସେ ଗୋଲାପ ଟି ମତେ ତାଛଲ୍ୟ କରି ହସି ଚାଲିଥିଲା । ଆଉ ମତେ ଯେମିତି କହୁଥିଲା ପିଣ୍ଟୁ ତୁ ହାରିଯାଇଛୁ,
ସତରେ ତୁ ହାରିଯାଇଛୁ
ଭଲପାଇବା କୁ ହରେଇ ତୁ ହାରିଯାଇଛୁ
ନିଜର ଜିଦି ପାଇଁ ତୁ ନିଜ ପାଖେ ବି ହାରିଯାଇଛୁ
loader
Home
Explore
Events
Notification
Profile