Nojoto: Largest Storytelling Platform

Best ମୋକାହାଣୀ Shayari, Status, Quotes, Stories

Find the Best ମୋକାହାଣୀ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 5 Stories

Subhasish Pradhan

ଆମ ଭଲପାଇବା !! 🍁 (ଶେଷ ଭାଗ) ମୁଁ ପାଗଳ ପ୍ରାୟ ପାଲଟି ଗଲି କେଇ ମୁହୂର୍ତ୍ତ ପାଇଁ। ଚାରିଆଡ଼ ଅନ୍ଧାର ଦେଖାଗଲା.... ପୁରୀ ପ୍ଲାଟଫର୍ମର କୋଳାହଳ ମତେ ଶୁଣାଯାଉନଥିଲା। ଭାବିଲି ଆତ୍ମହତ୍ୟା କରିଦେବି। ତା' ଭିତରେ କୁନି କୁ ଚାହିଁଲି , ସେ ସେମିତି କାନ୍ଦୁଥାଏ। ନିଜକୁ ରୋକିପାରିଲିନି... ତାର କୋମଳ ଦେହକୁ ଜାବୁଡ଼ିଧରି ମୁହଁ ଆଉ ମଥାରେ ଚୁମ୍ବନ ଆଙ୍କିବାରେ ଲାଗିଲି। ତୁ ମୋର..... ଆଉ କାହାର ବି ନୁହଁ..... ମୁଁ ବଞ୍ଚିପାରିବିନି ତୋ ବିନା..... ହଁ ତୁ ମୋର...... #yqbaba #kp #yqodia #Yqbhaina #pinta_quote #ମୋକାହାଣୀ #ଆମଭଲପାଇବା

read more
ଆମ ଭଲପାଇବା !! (ଗଳ୍ପ)
ଶେଷ ଭାଗ


ନୀରବତା ଭିତରେ ଗତିକରୁଥିଲା ଆମ ଦୁହିଁଙ୍କର ନିଶ୍ୱାସ ପ୍ରଶ୍ୱାସ। ବାହୁର ବନ୍ଧନରେ ଦୁହେଁ ଥିଲୁ କବଳିତ। କେବଳ ଆମ ଓଠଦୋୟ ମିଶି ଯାହା ଚୁପଚାପ କଥା ହେଉଥିଲେ।
ଆଖିରୁ ଝରୁଥିଲା ବିଦାୟର ଲୋତକ,
ବିବାହ ପୂର୍ବରୁ ମିଳନ,
ଏ ମିଳନ କିନ୍ତୁ ପାପର ନଥିଲା... ଆମ ଭଲପାଇବା !! 🍁
(ଶେଷ ଭାଗ)

ମୁଁ ପାଗଳ ପ୍ରାୟ ପାଲଟି ଗଲି କେଇ ମୁହୂର୍ତ୍ତ ପାଇଁ। ଚାରିଆଡ଼ ଅନ୍ଧାର ଦେଖାଗଲା.... ପୁରୀ ପ୍ଲାଟଫର୍ମର କୋଳାହଳ ମତେ ଶୁଣାଯାଉନଥିଲା। ଭାବିଲି ଆତ୍ମହତ୍ୟା କରିଦେବି। ତା' ଭିତରେ କୁନି କୁ ଚାହିଁଲି , ସେ ସେମିତି କାନ୍ଦୁଥାଏ। ନିଜକୁ ରୋକିପାରିଲିନି... ତାର କୋମଳ ଦେହକୁ ଜାବୁଡ଼ିଧରି ମୁହଁ ଆଉ ମଥାରେ ଚୁମ୍ବନ ଆଙ୍କିବାରେ ଲାଗିଲି।
ତୁ ମୋର.....
ଆଉ କାହାର ବି ନୁହଁ.....
ମୁଁ ବଞ୍ଚିପାରିବିନି ତୋ ବିନା.....
ହଁ ତୁ ମୋର......

Subhasish Pradhan

#ମୋକାହାଣୀ #yqodia #Yqbhaina #pinta_quote

read more
ଛାତି ଭିତରର କୋହ ସବୁ ପ୍ରତିଟି ମୁହୂର୍ତ୍ତରେ ନିଜକୁ ବ୍ୟକ୍ତ କରିଚାଲିଛନ୍ତି
ହେଲେ ଶୁଣିବାକୁ କେହି ନାହିଁ।
ବେଳେ ବେଳେ ଏମିତି ଲାଗୁଛି,
ଏଠି ବଞ୍ଚିବାପାଇଁ ମରିବା ନିହାତି ଆବଶ୍ୟକ। #ମୋକାହାଣୀ  #yqodia #yqbhaina #pinta_quote

Subhasish Pradhan

!! ମାନସପଟ୍ଟ !! ମୁଁ ପିଣ୍ଟୁ...। ସାଙ୍ଗମାନଙ୍କ ପାଖେ "ସୁବା" ଆଉ ସାମାଜିକ ପରିଚୟରେ "ଶୁଭାଶିଷ ପ୍ରଧାନ"। କିନ୍ତୁ ମୋତେ ସିଏ ତା ମାତୃତ୍ବର ହକ୍ ରେ କଂହେଇ ବୋଲି ଡାକେ। କଂହେଇରେ ପେଟପୁରା ଖାଇଦେ। ସଞ୍ଜବୁଡ଼ ହେଲେ ଫେରେ ଯାଇ ତୁ ଆସିବୁ। ଗଲାବେଳେ ଚଣ୍ଡୀବୁଢ଼ୀକୁ ମୁଣ୍ଡିଆ ମାରିକି ଯିବୁ। ମାଆ ତୋତେ ଘଣ୍ଟ ଘୋଡେଇକି ରଖିବ। କାହା ସହ ଝଗଡ଼ା କରିବୁନି। ଏମିତି କେତେ କଥା କହିଯାଉଥିଲା ମୋ ବୋଉ.... ମୋତେ ଖୁଆଉ ଖୁଆଉ। ତିନୋଟି ଝିଅ ଭିତରେ ଗୋଟିଏ ବୋଲି ଗେଲ୍ହାପୁଅ ମୁଁ ତାର। ତା' ଜୀବନ ତା' ଏକୋଈର ବଳା ବିଶିକେସନ। ମନଭିତରେ ଅପୂର୍ବ ଖୁସି ତାର ବି, ଆଉ ମୋର ବି। ତେଣୁ ଅଜ୍ଞାଧୀନ ପରି ମୁଁ ଖାଲି ତା କଥାରେ #odiastory #ଅତୀତ #yqodia #Yqbhaina #pinta_quote #ମୋକାହାଣୀ #ମୋଶ୍ରେଷ୍ଠଗଳ୍ପ

read more
ମାନସପଟ୍ଟ !! !! ମାନସପଟ୍ଟ !!

ମୁଁ ପିଣ୍ଟୁ...। ସାଙ୍ଗମାନଙ୍କ ପାଖେ "ସୁବା" ଆଉ ସାମାଜିକ ପରିଚୟରେ "ଶୁଭାଶିଷ ପ୍ରଧାନ"। କିନ୍ତୁ ମୋତେ ସିଏ ତା ମାତୃତ୍ବର ହକ୍ ରେ କଂହେଇ ବୋଲି ଡାକେ।
କଂହେଇରେ ପେଟପୁରା ଖାଇଦେ। ସଞ୍ଜବୁଡ଼ ହେଲେ ଫେରେ ଯାଇ ତୁ ଆସିବୁ। ଗଲାବେଳେ ଚଣ୍ଡୀବୁଢ଼ୀକୁ ମୁଣ୍ଡିଆ ମାରିକି ଯିବୁ। ମାଆ ତୋତେ ଘଣ୍ଟ ଘୋଡେଇକି ରଖିବ। କାହା ସହ ଝଗଡ଼ା କରିବୁନି। ଏମିତି କେତେ କଥା କହିଯାଉଥିଲା ମୋ ବୋଉ....  ମୋତେ ଖୁଆଉ ଖୁଆଉ। ତିନୋଟି ଝିଅ ଭିତରେ ଗୋଟିଏ ବୋଲି ଗେଲ୍ହାପୁଅ ମୁଁ ତାର। ତା' ଜୀବନ ତା' ଏକୋଈର ବଳା ବିଶିକେସନ। ମନଭିତରେ ଅପୂର୍ବ ଖୁସି ତାର ବି, ଆଉ ମୋର ବି। ତେଣୁ ଅଜ୍ଞାଧୀନ ପରି ମୁଁ ଖାଲି ତା କଥାରେ

Subhasish Pradhan

ଭିର୍ଣ୍ଣ ଏକ କାହାଣୀ !! ଏସନ ଦଶହରା ଛୁଟିରେ ଗାଆଁକୁ ଗଲେ ବହୁତ ଗପ ଆଉ କବିତା ରଚନା କରିବିବୋଲି ମନସ୍ଥ କରିଥିଲି। ସହରର ଏ କର୍ମମୟ ଜୀବନ ଭିତରେ ଅତି କମ ସମୟ ମିଳେ ଲେଖାଲେଖି କରିବାକୁ, ତାହା ପୁଣି ବେଳେବେଳେ ଅଧାରେ ଅଟକିଯାଇ ମତେ ଖତେଇହୁଏ। ସେତବେଳେ ଶବ୍ଦ ସବୁ ଛୋଟଛୁଆ ପାଲଟିଯାଇ ପୁରା ଏକାଜିଦ ଧରି ବସନ୍ତି ମୋ ଲେଖା ଯେମିତି ସମ୍ପୂର୍ଣ ନହୁଏ। ମୋ ହୃଦୟଟା ଲେଖକର ଯେହେତୁ ସିଏ ବି ଭାରି ଜିଦିଆ। ଚା ଆଉ ସିଗାରେଟ କୁ ସାଥିକରି ଆଗକୁ ମାଡିଯିବାକୁ ଆପ୍ରାଣ ଚେଷ୍ଠା କରେ। ଏଥର କିନ୍ତୁ ଆଉ ସଂଘର୍ଷ କରିବାକୁ ପଡ଼ିବନି, ଏଇ ପୂଜା ଛୁଟିରେ ଘରକୁଯାଇ ମୁଁ ମୋ ସମ୍ପୂର୍ଣ୍ଣ ସମୟକୁ କାଗଜ କଲମ ଭିତରେ ହଜେଇଦେବି ଆ #yqbaba #ଗାଁ #yqodia #Yqbhaina #munodia #ମୋକାହାଣୀ #pinta_story #ଓଡ଼ିଆଗଳ୍ପ

read more
ଭିର୍ଣ୍ଣ ଏକ କାହାଣୀ!!


 ଭିର୍ଣ୍ଣ ଏକ କାହାଣୀ !!

ଏସନ ଦଶହରା ଛୁଟିରେ ଗାଆଁକୁ ଗଲେ ବହୁତ ଗପ ଆଉ କବିତା ରଚନା କରିବିବୋଲି ମନସ୍ଥ କରିଥିଲି। ସହରର ଏ କର୍ମମୟ ଜୀବନ ଭିତରେ ଅତି କମ ସମୟ ମିଳେ ଲେଖାଲେଖି କରିବାକୁ, ତାହା ପୁଣି ବେଳେବେଳେ ଅଧାରେ ଅଟକିଯାଇ ମତେ ଖତେଇହୁଏ। ସେତବେଳେ ଶବ୍ଦ ସବୁ ଛୋଟଛୁଆ ପାଲଟିଯାଇ ପୁରା ଏକାଜିଦ ଧରି ବସନ୍ତି ମୋ ଲେଖା ଯେମିତି ସମ୍ପୂର୍ଣ ନହୁଏ। ମୋ ହୃଦୟଟା ଲେଖକର ଯେହେତୁ ସିଏ ବି ଭାରି ଜିଦିଆ। ଚା ଆଉ ସିଗାରେଟ କୁ ସାଥିକରି ଆଗକୁ ମାଡିଯିବାକୁ ଆପ୍ରାଣ ଚେଷ୍ଠା କରେ।

ଏଥର କିନ୍ତୁ ଆଉ ସଂଘର୍ଷ କରିବାକୁ ପଡ଼ିବନି, ଏଇ ପୂଜା ଛୁଟିରେ ଘରକୁଯାଇ ମୁଁ ମୋ ସମ୍ପୂର୍ଣ୍ଣ ସମୟକୁ କାଗଜ କଲମ ଭିତରେ ହଜେଇଦେବି ଆ

Subhasish Pradhan

#ମୋକାହାଣୀ #ମୋମନକଥା #ସଂଘର୍ଷ #ମୁଁଓଡ଼ିଆ #ଜୀବନ #yqodia #Yqbhaina #yqbaba

read more
ଯନ୍ତ୍ରଣା ଜର୍ଜରିତ ଜୀବନରେ ଆଶା ନିରାଶାର ଛକାପଞ୍ଝା ମଧ୍ୟେ କିଛି ସମ୍ପର୍କ ଝୁଲି ରହିଥାଏ ଠିକ ନଡ଼ିଆ ଗଛର ଶୁଖିଲା ବରଡ଼ାପତ୍ର ପରି। ବେଳେ ବେଳେ ମନଭିତରେ ପ୍ରଶ୍ନ ଉଙ୍କିମାରେ ଏ ପତ୍ରଟି ଝଡି ଯିବନି ତ? କିନ୍ତୁ ସବୁ କଳ୍ପନା ଜଳ୍ପନା କୁ ସମୟଠୁ ଲୁଚେଇ ସେ ସେମିତି ଝୁଲେଇ ରଖିଥାଏ ନିଜର ଅସ୍ତିତ୍ୱ କୁ, ଆଉ ହସି ହସି ସଂଘର୍ଷ କରୁଥାଏ।

ପିଲାଟି ଦିନରୁ ଉପେକ୍ଷିତ ଜୀବନ ଜିଁବାର କଷ୍ଟ ତାକୁ ଏତେ ସୁଦୃଢ଼ କରିଦେଇଛି ନିଜ ପର ମଧ୍ୟରେ ସେ କିଏ ଆପଣାର ତାକୁ ଚିନ୍ହିବାର କଷ୍ଟ ହେଇନି। ବୟସର ମାପକାଠିରେ ଯେବେ ସେ ଯୁବକର ରୂପ ନେଇଛି ଭଲ ବନ୍ଧୁ ସାଉଁଟିବାରେ ସଫଳ ହେଇଛି କିନ୍ତୁ ବହୁ କଠୋର ଆଘାତ ବି ପାଇଛି ଚିରାଚରିତ ସ୍ୱାର୍ଥବାଦୀ ବନ୍ଧୁମାନଙ୍କ ଠାରୁ। ଆଉ ଏବେ ନିଜ ପେଟର ଭୋକ ସହ ଆଉ ଚାରି ପ୍ରାଣୀଙ୍କ ଜୀବନ ଆଗକୁ ବଢେଇନେବା ଲକ୍ଷରେ 
କର୍ମମୟ ଜୀବନରେ ସତ୍ୟକୁ ସାଥି କରି ସବୁ କ୍ଷେତ୍ରରେ ତିରସ୍କାର ହେଇ ମଧ୍ୟ ସେମିତି କିଛି ସମ୍ପର୍କକୁ ଜାବୁଡି ଧରିରଖିବାର ସଂଘର୍ଷ ଭିତରେ "*ଶୁଭାଶିଷ*" କୋଉଠି ନିଜକୁ ହଜେଇଦେଇଛି।। #ମୋକାହାଣୀ #ମୋମନକଥା #ସଂଘର୍ଷ  #ମୁଁଓଡ଼ିଆ #ଜୀବନ  #yqodia #yqbhaina #yqbaba


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile