Nojoto: Largest Storytelling Platform

Best କୃଷକଦିବସ Shayari, Status, Quotes, Stories

Find the Best କୃଷକଦିବସ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 3 Stories

Subhasish Pradhan

ଜୟ କିଷାନ 🌾 (ଡ଼ିସେମ୍ବର ୨୩ କୃଷକ ଦିବସ) ମୁଁ ଶୁଭାଶିଷ ପ୍ରଧାନ ଆଜି ଏହି କୃଷକ ଦିବସରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି ସମସ୍ତଙ୍କୁ। 🙏 ସମଗ୍ର ଭାରତବର୍ଷ ତାର କୃଷି ପାଇଁ ବିଶ୍ଵ ପ୍ରସିଦ୍ଧ ଅଟେ। ଗୋଟିଏ କୃଷକ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରା ବର୍ଷା କୁ ଖାତିର ନକରି ନିଜକୁ ସେ ମାଟି ବିଲରେ ସମର୍ପଣ କରିଦେଇ ଦୀର୍ଘ ୮୪ ଦିନ ଅକ୍ଲାନ୍ତ ପରିଶ୍ରମ କରି ଶସ୍ୟ ଉତ୍ପାଦନ କରେ। ଆମେ କିନ୍ତୁ ଅନ୍ଧ ଭଳି ଆଉ ଦୁଇ ଦିନ ପରେ ପ୍ଲାଷ୍ଟିକ୍ ର ଗଛରେ ଲାଇଟ ଲଗେଇ ବଡ଼ଦିନ ପାଳନ କରିବା। ଥରେ ଭାବି ଦେଖନ୍ତୁ ତ ଏହା ଏକ ପ୍ରକାରର ଅନ୍ୟାୟ ହେଉନି ଆମର ସେଇ କ୍ଷେତ ବାଡ଼ି ଆଉ କୃଷକ ଭାଇ ଭଉଣୀ ମାନଙ୍କ ଉପରେ। #NRC #CAA #yqodia #Yqbhaina #କୃଷକଦିବସ #ଚଷାପୁଅ

read more
ଆରେ ଚଷା ପୁଅ ମୁଁ.... ଜୟ କିଷାନ 🌾 (ଡ଼ିସେମ୍ବର ୨୩ କୃଷକ ଦିବସ)

ମୁଁ ଶୁଭାଶିଷ ପ୍ରଧାନ ଆଜି ଏହି କୃଷକ ଦିବସରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି ସମସ୍ତଙ୍କୁ। 🙏

ସମଗ୍ର ଭାରତବର୍ଷ ତାର କୃଷି ପାଇଁ ବିଶ୍ଵ ପ୍ରସିଦ୍ଧ ଅଟେ।
ଗୋଟିଏ କୃଷକ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରା ବର୍ଷା କୁ ଖାତିର ନକରି ନିଜକୁ ସେ ମାଟି ବିଲରେ ସମର୍ପଣ କରିଦେଇ ଦୀର୍ଘ ୮୪ ଦିନ ଅକ୍ଲାନ୍ତ ପରିଶ୍ରମ କରି ଶସ୍ୟ ଉତ୍ପାଦନ କରେ।
ଆମେ କିନ୍ତୁ ଅନ୍ଧ ଭଳି ଆଉ ଦୁଇ ଦିନ ପରେ ପ୍ଲାଷ୍ଟିକ୍ ର ଗଛରେ ଲାଇଟ ଲଗେଇ ବଡ଼ଦିନ ପାଳନ କରିବା।
ଥରେ ଭାବି ଦେଖନ୍ତୁ ତ ଏହା ଏକ ପ୍ରକାରର ଅନ୍ୟାୟ ହେଉନି ଆମର ସେଇ କ୍ଷେତ ବାଡ଼ି ଆଉ କୃଷକ ଭାଇ ଭଉଣୀ ମାନଙ୍କ ଉପରେ।

Subhasish Pradhan

ଡିସେମ୍ବର🎄 ଅନେକ ଆଶା ଆଉ ଖୁସି ନେଇ ଡିସେମ୍ବରର ଆଗମନ ହୁଏ। ସମଗ୍ର ମଣିଷଜାତି ଆଉ ଗୋଟିଏ ନୂତନ ବର୍ଷର ଆଗମନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ଶୀତର ଆଗମନ ହୁଏ। ମନ ଆଉ କ୍ଷେତ ଉଭୟେ ହସି ଉଠନ୍ତି। ବୁଢ଼ା ବୁଢ଼ୀ ଆଉ ଛୋଟ ଛୋଟ ପିଲାମାନେ ସକାଳୁ ନିଆଁ ପୁଅନ୍ତି। ଧାନକଟା ଛୁଟିରେ ଦୂର ଦୁରାନ୍ତରେ ରହୁଥିବା ନିଜ ଲୋକମାନେ ଏକାଠି ହୁଅନ୍ତି। ଏବେ କିନ୍ତୁ ୨୫ ଡିସେମ୍ବରକୁ ଅପେକ୍ଷା କରାଯାଏ, ବଡ଼ଦିନ କୁ ପାଳିବା ପାଇଁ। ପାଳନ କରାଯାଉ ଦୁଃଖ ନାହିଁ, ନା ଆମେ ପାଶ୍ଚାତ୍ୟ ସଭ୍ୟତାକୁ ଘୃଣା କରୁଛୁ, ନା ତାର ବିରୋଧ..... କିନ୍ତୁ ଆମ ସଭ୍ୟତାକୁ ବି ଭଲପାଇବା କଥା ଯାହା ଆମେ ଭୁଲିଯାଉଛୁ ଆସ୍ତେ ଆସ୍ତେ। ମୋ ସ୍ୱର #YourQuoteAndMine #odiapoetry #odiawritings #Odiaquotes #yqodia #Yqbhaina #କୃଷକଦିବସ

read more
ଏଇ ଡିସେମ୍ବର ପାଇଁ ନା କିଛି କାହାଣୀ ଲେଖିବି, ନା କିଛି କବିତା ଲେଖିବି। ଆଜି ଯାହା ଲେଖିବି ହୃଦୟର କଥା ଲେଖିବି।


  ଅନୁଶୀର୍ଷକ କୁ ଆସିବାକୁ ଅନୁରୋଧ 🙏 ଡିସେମ୍ବର🎄

ଅନେକ ଆଶା ଆଉ ଖୁସି ନେଇ ଡିସେମ୍ବରର ଆଗମନ ହୁଏ।  ସମଗ୍ର ମଣିଷଜାତି ଆଉ ଗୋଟିଏ ନୂତନ ବର୍ଷର ଆଗମନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି।
ଶୀତର ଆଗମନ ହୁଏ। ମନ ଆଉ କ୍ଷେତ ଉଭୟେ ହସି ଉଠନ୍ତି। ବୁଢ଼ା ବୁଢ଼ୀ ଆଉ ଛୋଟ ଛୋଟ ପିଲାମାନେ ସକାଳୁ ନିଆଁ ପୁଅନ୍ତି। ଧାନକଟା ଛୁଟିରେ ଦୂର ଦୁରାନ୍ତରେ ରହୁଥିବା ନିଜ ଲୋକମାନେ ଏକାଠି ହୁଅନ୍ତି।
ଏବେ କିନ୍ତୁ ୨୫ ଡିସେମ୍ବରକୁ ଅପେକ୍ଷା କରାଯାଏ, ବଡ଼ଦିନ କୁ ପାଳିବା ପାଇଁ। ପାଳନ କରାଯାଉ ଦୁଃଖ ନାହିଁ, ନା ଆମେ ପାଶ୍ଚାତ୍ୟ ସଭ୍ୟତାକୁ ଘୃଣା କରୁଛୁ, ନା ତାର ବିରୋଧ..... କିନ୍ତୁ ଆମ ସଭ୍ୟତାକୁ ବି ଭଲପାଇବା କଥା ଯାହା ଆମେ ଭୁଲିଯାଉଛୁ ଆସ୍ତେ ଆସ୍ତେ।
ମୋ ସ୍ୱର

Subhasish Pradhan

ଭାଗ (୧) ପିଲାଟିଦିନୁ ସେ ଦେଖିଆସିଛି ତା ଜେଜେ, ବାପାଙ୍କୁ ଗାଁ ପ୍ରଧାନ ଘରେ ଖଟିବାର। ତାଙ୍କ ଘରର ବୋଲହାକ କରିବାର। କେବେ କେବେ ସିଏ ବି ତାଙ୍କ ସହ ପ୍ରଧାନଘର ବିଲକୁ ଯାଏ, ଯୋଉଠି ଅନ୍ୟ ଲୋକଙ୍କ ସହ ଏମାନେ ଖଟନ୍ତି। ଭାରି ଖୁସିଲାଗେ ତାକୁ ସବୁ କିଛି ଦେଖି। ଖାଲିପାଦ ଆଉ ଫୁଙ୍ଗୁଳା ଦେହରେ ସେ ଏ ବିଲରୁ ସେ ବିଲ ଦଉଡୁଥାଏ। ଆରେ "ଦିନା" ଗେଣ୍ଡା ଗୋଡ଼ରେ ଗଳିଯିବରେ.... କାଇଁ ଏମିତି ହଉଛୁରେ ବଗୁଲିଆଟା। ସେ କିନ୍ତୁ ତା ଖୁସିରେ ମସଗୁଲ ଥାଏ, କାହା କଥା ଶୁଣେନି। ସିଏ "ଦିନା" ଘରର ଗୋଟିଏ ବୋଲି ପୁଅ ତେଣୁ ଭାରି ଗେଲ୍ହାରେ ବଢିଛି। ପରିବାରରେ ଦୁଃଖ କଷ୍ଟ ଯନ୍ତ୍ରଣା ସତ୍ତ୍ୱେ ତା ବାପା ମାଆ ନିଜର ଲୁହକୁ ତା' ଆଗରେ କେବେ ବୋହିବାକୁ ଦେଇନାହାନ୍ତି। ଝାଟିମାଟିର ଛୋଟିଆ ଘର ଦି'ବଖରା ଆଉ ଘରକୁ ଲାଗି ଚେନାଏ ଜମି। ସେଠି ସେମାନେ ଶାଗ ପନିପରିବା କରି ଯାହା ଚଳନ୍ତି। ପରିବାର ତାର ଖୁବ ଖୁସିରେ ଜୀବନ ନିର୍ବାହ କରୁଥାଏ, ଆଉ ଏ ଖୁସିକୁ ଦଇବ ସହିପାରିଲା ନାହିଁ... ହଠାତ ଦିନେ ତାର ଜେଜେ ଚାଲିଗଲେ ଆରପାରିକୁ। ଦଶ କର୍ମ ଯାଏଁ ସବୁ ଖର୍ଚ୍ଚ କେମିତି ଯେ ହବ ସେଇ ଚିନ୍ତାରେ ତା' ବାପା ସାହାଯ୍ୟ ପାଇଁ ପ୍ରଧାନ ଘରେ ହାତ ପାତିଲେ ଆଉ ସେଠୁ ସାହାଯ୍ୟ ବି ମିଳିଗଲା। ତା' ଜେଜର ସବୁ କାମ ଭଲରେ ହେଇଗଲା। ପରିବାରର ମୁଖିଆକୁ ହରେଇ ସେମାନେ ନିଜକୁ ପୁଣିଥରେ ସୁଦୃଢ଼ ହେଇ ଛିଡ଼ା ହେବାର ପ୍ରୟାସ ରେ ପ୍ରାୟ ଦୁଇ ମାସ ଅତିକ୍ରମ କରିସାରିଥାଏ ଦିନେ ଦିନାକୁ ଜ୍ୱର ହେଲା.............!! #Yqbhaina #yourquoteodia #munodia #pinta_quote #କୃଷକଦିବସ #ଆତ୍ମକାହାଣୀ #ମୋଶ୍ରେଷ୍ଠଗଳ୍ପ

read more
କୃଷକର ଆତ୍ମକାହାଣୀ
                   ନା ନା ........

  
                   ମୃତ କୃଷକର ଆତ୍ମକାହାଣୀ!! ଭାଗ (୧)
ପିଲାଟିଦିନୁ ସେ ଦେଖିଆସିଛି ତା ଜେଜେ, ବାପାଙ୍କୁ ଗାଁ ପ୍ରଧାନ ଘରେ ଖଟିବାର। ତାଙ୍କ ଘରର ବୋଲହାକ କରିବାର। କେବେ କେବେ ସିଏ ବି ତାଙ୍କ ସହ ପ୍ରଧାନଘର ବିଲକୁ ଯାଏ, ଯୋଉଠି ଅନ୍ୟ ଲୋକଙ୍କ ସହ ଏମାନେ ଖଟନ୍ତି।
ଭାରି ଖୁସିଲାଗେ ତାକୁ ସବୁ କିଛି ଦେଖି। ଖାଲିପାଦ ଆଉ ଫୁଙ୍ଗୁଳା ଦେହରେ ସେ ଏ ବିଲରୁ ସେ ବିଲ ଦଉଡୁଥାଏ। ଆରେ "ଦିନା" ଗେଣ୍ଡା ଗୋଡ଼ରେ ଗଳିଯିବରେ.... କାଇଁ ଏମିତି ହଉଛୁରେ ବଗୁଲିଆଟା। ସେ କିନ୍ତୁ ତା ଖୁସିରେ ମସଗୁଲ ଥାଏ, କାହା କଥା ଶୁଣେନି। 
ସିଏ "ଦିନା" ଘରର ଗୋଟିଏ ବୋଲି ପୁଅ ତେଣୁ ଭାରି ଗେଲ୍ହାରେ ବଢିଛି। ପରିବାରରେ ଦୁଃଖ କଷ୍ଟ ଯନ୍ତ୍ରଣା ସତ୍ତ୍ୱେ ତା ବାପା ମାଆ ନିଜର ଲୁହକୁ ତା' ଆଗରେ କେବେ ବୋହିବାକୁ ଦେଇନାହାନ୍ତି।
ଝାଟିମାଟିର ଛୋଟିଆ ଘର ଦି'ବଖରା ଆଉ ଘରକୁ ଲାଗି ଚେନାଏ ଜମି। ସେଠି ସେମାନେ ଶାଗ ପନିପରିବା କରି ଯାହା ଚଳନ୍ତି।
ପରିବାର ତାର ଖୁବ ଖୁସିରେ ଜୀବନ ନିର୍ବାହ କରୁଥାଏ, ଆଉ ଏ ଖୁସିକୁ ଦଇବ ସହିପାରିଲା ନାହିଁ... ହଠାତ ଦିନେ ତାର ଜେଜେ ଚାଲିଗଲେ ଆରପାରିକୁ। ଦଶ କର୍ମ ଯାଏଁ ସବୁ ଖର୍ଚ୍ଚ କେମିତି ଯେ ହବ ସେଇ ଚିନ୍ତାରେ ତା' ବାପା ସାହାଯ୍ୟ ପାଇଁ ପ୍ରଧାନ ଘରେ ହାତ ପାତିଲେ ଆଉ ସେଠୁ ସାହାଯ୍ୟ ବି ମିଳିଗଲା। ତା' ଜେଜର ସବୁ କାମ ଭଲରେ ହେଇଗଲା।
ପରିବାରର ମୁଖିଆକୁ ହରେଇ ସେମାନେ ନିଜକୁ ପୁଣିଥରେ ସୁଦୃଢ଼ ହେଇ ଛିଡ଼ା ହେବାର ପ୍ରୟାସ ରେ ପ୍ରାୟ ଦୁଇ ମାସ ଅତିକ୍ରମ କରିସାରିଥାଏ
ଦିନେ ଦିନାକୁ ଜ୍ୱର ହେଲା.............!!


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile