Nojoto: Largest Storytelling Platform

Best ରାତି Shayari, Status, Quotes, Stories

Find the Best ରାତି Shayari, Status, Quotes from top creators only on Nojoto App. Also find trending photos & videos aboutଏମିତି ରାତି, ରାତି, ଚତୁର୍ଥୀ ରାତି,

  • 11 Followers
  • 34 Stories

Rajguru

#ରାତି

read more
White ରାତି ଅନେକ ଅକୁହା ଶବ୍ଦ ମାନଙ୍କୁ ଏକାଠି କରି ବାନ୍ଧିଦିଏ
ସ୍ଵପ୍ନ ମାନଙ୍କ ମାୟା ଜାଲରେ।

©Rajguru #ରାତି

Adyasha Priyadarshini D

#ରାତି #Yqbhaina #yqodia

read more
ମୁଁ ଚୁପ୍ ରହେ, 
ରାତିରେ ଅନ୍ଧାରର ଗଭୀରତା ଯେବେ
ମୋତେ ଗୋଟାପଣେ ଆବୋରି ନିଏ,
ସେତେବେଳେ ମୁଁ ଚୁପ୍ ରହେ ।
ଆଖି ର ପଲକ କୁ 
ଅନୁନୟ କରି କହେ ବନ୍ଦ ରହିବାକୁ 
ତଥାପି ନିଦ ଆସେ ନାହିଁ
ସେତେବେଳେ ବି ମୁଁ ଚୁପ୍ ରହେ । #ରାତି 
#yqbhaina 
#yqodia

Adyasha Priyadarshini D

#ରାତି #yqbaba #Yqbhaina #yqodia #Night

read more
ରାତିର ଅନ୍ଧାର ରେ
ତୁମ ସ୍ମୃତି ଆହୁରି ଗାଢ଼ ହୋଇ ଯାଏ ।
ଟିକେ ମୋ ସ୍ୱପ୍ନ ରେ ତୁମେ 
ଓ ଟିକେ ତୁମ ସ୍ୱପ୍ନ ରେ ମୁଁ 
ଆସୁ ଆସୁ ଏ ରାତି ବି ପାହି ଯାଏ ।। #ରାତି 
#yqbaba 
#yqbhaina 
#yqodia 
#night

Adyasha Priyadarshini D

ଯେବେ ରାତି ଆସେ, ସାଥିରେ ଆଣି ମହକ ରଜନୀଗନ୍ଧାର, ଭରିଦିଏ ମନରେ ସୁଗନ୍ଧ । ଆଣିଦିଏ ଆଖିରେ ସପନ, ପ୍ରଲୋଭନ ଦିଏ ରାତି, ଜୀବନକୁ ନିଜ ଦୃଷ୍ଟିକୋଣରୁ ଦେଖିବାକୁ । ତେବେ ଆମେ, କିସ୍ତିରେ ବଞ୍ଚିବା କାହିଁକି?

read more
ତେବେ ଆମେ,
କିସ୍ତିରେ ବଞ୍ଚିବା କାହିଁକି??

(Full poem in caption) ଯେବେ ରାତି ଆସେ,
ସାଥିରେ ଆଣି ମହକ ରଜନୀଗନ୍ଧାର,
ଭରିଦିଏ ମନରେ ସୁଗନ୍ଧ ।
ଆଣିଦିଏ ଆଖିରେ ସପନ,
ପ୍ରଲୋଭନ ଦିଏ ରାତି,
ଜୀବନକୁ ନିଜ ଦୃଷ୍ଟିକୋଣରୁ ଦେଖିବାକୁ ।
ତେବେ ଆମେ,
କିସ୍ତିରେ ବଞ୍ଚିବା କାହିଁକି?

Adyasha Priyadarshini D

In this technological world a small tribute to the "LETTER" ।। ଚିଠି ଆଜି କାନ୍ଦୁଛି ।। ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି, ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି, ହୃଦୟର ବ୍ୟଥା ଅବା କହିବ କାହାକୁ, ଖୋଜୁଛି ମାଧ୍ୟମଟିଏ

read more
।। ଚିଠି ଆଜି କାନ୍ଦୁଛି ।।

ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ 
ପୁଣି ଥରେ ସାତ ସାଗର ପାରେ ଯିବାକୁ,
ଉଆଁସର ଚାନ୍ଦ ସାଜି ଚିଠି ଆଜି କାନ୍ଦୁଛି ।

ସତେ ଆସିଗଲା ବାର୍ଦ୍ଧକ୍ୟ ତାର,
ଆଉ ନାହିଁ କଣ ସେ ଉନ୍ମାଦନା ଚିଠି ଲେଖାରେ,
ତାର ବାସ୍ନାରୁ କଣ ହଜିଯାଇଛି 
ପ୍ରେମର ସୁମଧୁର ସୁରଭି,
ଭଗ୍ନ ଏକ ସ୍ତୁପ ସାଜି ଚିଠି ଆଜି କାନ୍ଦୁଛି ।

ଶୋଇଛି ଯେମିତି ଗମ୍ଭୀରି ଘରେ
ମନରେ ଅନେକ ପ୍ରଶ୍ନ,
ସତେ କଣ ଦୁନିଆରେ ପ୍ରେମ ଆଉ କରୁନି କେହି,
ପ୍ରେମର ପହିଲି ଚିଠି ରେ ଆଉ କଣ ମଜା ନାହିଁ,
ମନେପଡେ ତାର,
ପାଉଡର ବୋଳା ସେହି ପାଠ ବହିର ପୃଷ୍ଠା,
ଚିଠି ପଢି କାନ୍ଦିଲା ବେଳର ସେଇ ଓଦା ତକିଆ ,
ସେଇ ପ୍ରେମିକର ସାହସ ଆଉ ପ୍ରେମିକାର ଲାଜ,
ସେହି ସ୍ମୃତି ସବୁକୁ ସାଉଣ୍ଟି,
ପୁଣି ଥରେ ଜିଇଁବାର ଆଶା ନେଇ,
ଅସୁସ୍ଥ ଏକ ରୋଗୀ ସାଜି ଚିଠି ଆଜି କାନ୍ଦୁଛି ।

ରାତିର ଅନ୍ଧାର ରେ ଚାରିଦିଗେ ବିଚ୍ଛୁରିତ,
ଜହ୍ନର ଜ୍ୟୋସ୍ନା କୁ ଦେଖି ଭାବୁଛି,
ସତେ ଯେମିତି କେହି ଦେଖୁ ନାହିଁ ସେ ଫୁଲେଇ ଜହ୍ନ କୁ,
ମନ କଣ ଉତ୍ଫୁଲ୍ଲିତ ହୁଏ ନାହିଁ କଳା ମେଘ ଦେଖି,
ଆଉ କଣ ଫୁଟୁ ନାହିଁ ବଗିଚାରେ ଗୋଲାପ ଫୁଲ,
ଆଉ କଣ ଜଳୁ ନାହିଁ ଛାତିରେ ପ୍ରେମ ର ନିଆଁ ଝୁଲ,
ଆଉ କଣ କେହି ଭୁଲୁ ନାହିଁ ବାଟ,
ଫେରିବାର ଆଶା ନେଇ,
ପଥହରା ପଥିକ ସାଜି ଚିଠି ଆଜି କାନ୍ଦୁଛି ।  In this technological world a small tribute to the "LETTER"

।। ଚିଠି ଆଜି କାନ୍ଦୁଛି ।।

ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ

Adyasha Priyadarshini D

#BlackIsBeautiful nominated by Malaya Mohanty. I know I have not justified the meaning of your theme. But I have tried something different. Hope you like it. #କଳା #ପ୍ରେମ #ରଙ୍ଗ #ମେଘ #ଆଖି #ମନ #ରାତି #yqbaba #yqdidi #yourquote #Yqbhaina #yqodia #munodia #yopowrimo #poem poetry #boostthyself

read more
।।। କଳା, ମୋ ପାଇଁ ପ୍ରେମର ରଙ୍ଗ ।।।


କଳା, ସେଇ ରାତିର ରଙ୍ଗ,
ଯିଏ ମୋତେ କରଗତ କରେ,
ଆଉ ବିଭୋର କରେ ତୋ ସ୍ୱପ୍ନରେ ।

କଳା, ତୋର ଘନ କେଶରାଶି ର ରଙ୍ଗ,
ଯିଏ ମୋତେ ନିକଟସ୍ଥ କରାଏ ତୋର,
ଆଉ ତାକୁ ଛୁଇଁ ଚଗଲାମି କରିବାକୁ ଅନୁଜ୍ଞପ୍ତି ଦିଏ ।

କଳା, ସେଇ ମେଘର ରଙ୍ଗ, 
ଯାହାର ପ୍ରତିଟି ବୁନ୍ଦା ମୋତେ ଅବିରତ,
ଯନ୍ତ୍ରଣାରେ ଜର୍ଜରିତ କରାଏ,
ତୋତେ ପାଖରେ ପାଇବା ପାଇଁ ।

କଳା, ତୋର ଗାଲରେ ଥିବା କଳାଜାଈ ର ରଙ୍ଗ,
ଯାହା ଆକୃଷ୍ଟ କରେ ମୋ ଅଧର କୁ,
ତୋ ଗାଲକୁ ଚୁମି ଯିବା ପାଇଁ ।

କଳା,  ତୋ କଜ୍ଜଳ ର ରଙ୍ଗ,
ଯାହା ତୋ ଆଖିରେ ଲାଗି ହୋଇଯାଏ ଆହୁରି ସୁନ୍ଦର,
ତାକୁ ଦେଖି ମୋ ମନରେ ଭରିଯାଏ ନିଶା,
ତୋର ସେହି ଦୁଇ ଆଖିରେ ସବୁଦିନ ପାଇଁ 
ସମାଧିସ୍ଥ ହୋଇଯିବାକୁ ।
                   
#blackisbeautiful nominated by Malaya Mohanty. I know I have not justified the meaning of your theme. But I have tried something different.  Hope you like it.


#କଳା #ପ୍ରେମ #ରଙ୍ଗ #ମେଘ #ଆଖି #ମନ #ରାତି #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself

Adyasha Priyadarshini D

ମୋ ମନରେ ତୁମରି ଛବି, ମୋ ଆଖିରେ ତୁମ ପାଇଁ ପ୍ରେମ, ଆଉ ଓଠରେ ତୁମ ପାଇଁ ମଧୁ, ଏଇ ଯେ, ମୁଁ ତୁମର କୁଳବଧୂ । ପୁନେଇଁ ଚାନ୍ଦ ପରି ମନ ମୋର, ରାତିର ରଙ୍ଗରେ ଅଙ୍କା ମୋ କଜ୍ଜଳ ଗାର, ତୁମ ହସରେ ମୁଁ ଲାଜକୁଳି ଲତା,

read more
ମୋ ମନରେ ତୁମରି ଛବି,
ମୋ ଆଖିରେ ତୁମ ପାଇଁ ପ୍ରେମ,
ଆଉ ଓଠରେ ତୁମ ପାଇଁ ମଧୁ,
ଏଇ ଯେ, ମୁଁ ତୁମର କୁଳବଧୂ ।

ପୁନେଇଁ ଚାନ୍ଦ ପରି ମନ ମୋର,
ରାତିର ରଙ୍ଗରେ ଅଙ୍କା ମୋ କଜ୍ଜଳ ଗାର,
ତୁମ ହସରେ ମୁଁ ଲାଜକୁଳି ଲତା,
ତୁମ କଷ୍ଟରେ ମୋ ଆଖିରେ ସାତ ସିନ୍ଧୁ,
ଏଇ ଯେ, ମୁଁ ତୁମର କୁଳବଧୂ । 

ମୁଁ ସକାଳର ସୂରୁଜ କିରଣ ,
ବିଞ୍ଚି ହୋଇଯାଏ ତୁମ ଦେହରେ,
ସନ୍ଧ୍ୟାରେ ଦୀପ ଟିଏ ହୋଇ,
ଜଳୁଥାଏ ମୁଁ ତୁମ ଚଉରା ମୂଳରେ ।

ତୁମେ ମୋ ଦିନ, ତୁମେ ମୋ ରାତି,
ତୁମେ ମୋ ସ୍ୱପ୍ନ, ତୁମେ ମୋ ସାଥୀ ,
ମୁଁ ତୁମର , ଖାଲି ତୁମର ହେ ବନ୍ଧୁ ,
ମୁଁ ଯେ, ତୁମର କୁଳବଧୂ ।  ମୋ ମନରେ ତୁମରି ଛବି,
ମୋ ଆଖିରେ ତୁମ ପାଇଁ ପ୍ରେମ,
ଆଉ ଓଠରେ ତୁମ ପାଇଁ ମଧୁ,
ଏଇ ଯେ, ମୁଁ ତୁମର କୁଳବଧୂ ।

ପୁନେଇଁ ଚାନ୍ଦ ପରି ମନ ମୋର,
ରାତିର ରଙ୍ଗରେ ଅଙ୍କା ମୋ କଜ୍ଜଳ ଗାର,
ତୁମ ହସରେ ମୁଁ ଲାଜକୁଳି ଲତା,

Adyasha Priyadarshini D

------ସ୍ୱପ୍ନ ଆଉ ସମ୍ଭାବନା------ ରାତି ଆସେ ଜହ୍ନ କୁ ନେଇ, ତନ୍ଦ୍ରା ଆସେ ମନରେ ଭାବନା ନେଇ, ଆଉ ନିଦ ଆସେ ମୁଠା ମୁଠା ସ୍ୱପ୍ନ ନେଇ । ଆଖି ବନ୍ଦ ରଖେ ମୁଁ, ଖୋଲିଲେ କାଳେ ସ୍ୱପ୍ନ ସବୁ ବହିଯିବ ଆଖି ରୁ, ଲୋତକ ଧାରେ ହୋଇ ।

read more
------ସ୍ୱପ୍ନ ଆଉ ସମ୍ଭାବନା------

ରାତି ଆସେ ଜହ୍ନ କୁ ନେଇ,
ତନ୍ଦ୍ରା ଆସେ ମନରେ ଭାବନା ନେଇ,
ଆଉ ନିଦ ଆସେ ମୁଠା ମୁଠା ସ୍ୱପ୍ନ ନେଇ ।
ଆଖି ବନ୍ଦ ରଖେ ମୁଁ,
ଖୋଲିଲେ କାଳେ ସ୍ୱପ୍ନ ସବୁ ବହିଯିବ ଆଖି ରୁ,
ଲୋତକ ଧାରେ ହୋଇ ।
ହେଲେ ସକାଳ ଯେବେ ଆସେ,
ସୁନେଲି କିରଣ ର ଛୁଆଁ ରେ,
ଆଖି ମୋର ଖୋଲିଯାଏ, ଆଉ ନ ଡରି।
ଶୁଣିଛି କାଳେ,
ସକାଳ ଆସେ ଆଶା ର ଆଲୋକ ହୋଇ ।
ଆଲୋକ ଯେ ଆଣେ ସମ୍ଭାବନା,
ସବୁ ସ୍ୱପ୍ନ ସତ କରିବାକୁ,
ଜୀବନକୁ ହାତ ମୁଠା ରେ ଭରିବାକୁ ।
ଆଉ ଶିଖାଏ,
ବଞ୍ଚିବାର ନୂଆ କାରଣ ଖୋଜିବାକୁ । ------ସ୍ୱପ୍ନ ଆଉ ସମ୍ଭାବନା------

ରାତି ଆସେ ଜହ୍ନ କୁ ନେଇ,
ତନ୍ଦ୍ରା ଆସେ ମନରେ ଭାବନା ନେଇ,
ଆଉ ନିଦ ଆସେ ମୁଠା ମୁଠା ସ୍ୱପ୍ନ ନେଇ ।
ଆଖି ବନ୍ଦ ରଖେ ମୁଁ,
ଖୋଲିଲେ କାଳେ ସ୍ୱପ୍ନ ସବୁ ବହିଯିବ ଆଖି ରୁ,
ଲୋତକ ଧାରେ ହୋଇ ।

Adyasha Priyadarshini D

।।। ଅର୍ଦ୍ଧାଙ୍ଗିନୀ ।।। ମଥାରେ ସିନ୍ଦୁର ଆଖି ରେ କଜଳ ତା ମୁହଁ କୁ ଭାରି ସାଜେ । ଯେବେ ହସିଦିଏ ଲାଜଭରା ଓଠେ ସତେ କି ମହୁରୀ ବାଜେ ।। ହାତର ଚୂଡି ତା' ରୁଣୁଝୁଣୁ ହୋଇ

read more
ଅର୍ଦ୍ଧାଙ୍ଗିନୀ

ମଥାରେ ସିନ୍ଦୁର ଆଖି ରେ କଜଳ
ତା ମୁହଁ କୁ ଭାରି ସାଜେ ।
ଯେବେ ହସିଦିଏ ଲାଜଭରା ଓଠେ
ସତେ କି ମହୁରୀ ବାଜେ ।।
ହାତର ଚୂଡି ତା' ରୁଣୁଝୁଣୁ ହୋଇ 
କେତେ କଥା କହିଯାଏ।
ପାଦ ପାଉଁଜି ତା' ଗୁଣୁଗୁଣୁ ହୋଇ
ସତେ ମିଠା ଗୀତ ଗାଏ ।।
ସଞ୍ଜ ବେଳେ ଯେବେ ଚଉରା ମୂଳରେ
ଜାଳେ ସିଏ ସଞ୍ଜବତୀ।
ଦୀପ ଆଲୁଅରେ ତା ମୁହଁ ଝଲସେ
ମୋ ପାଇଁ ସେହି ଏକା ରୂପବତୀ।।
ରାତି ରେ ନିତି ସେ ମୋହରି ପାଇଁ କି
ସାଜେ ପ୍ରଣୟିନୀ ବେଶ ।
ଅର୍ଦ୍ଧାଙ୍ଗିନୀ ସେ ମୋ ତାକୁ ମୁଁ ପାଇଛି
ନାହିଁ କିଛି ଅବଶୋଷ ।।
ମୋ ପାଇଁ କି ସିଏ ନିଜ ଘର ଛାଡି 
କଲା ସ୍ୱାର୍ଥ ସବୁ ତ୍ୟାଗ ।
ମୋ ଘର କୁ ଆସି ତା ହାତ ପରଶେ
ଗଢି ତୋଳିଲା ସେ ସ୍ୱର୍ଗ ।।
ବାହା ବେଦୀ ରେ ମୁଁ କଥା ଦେଇଥିଲି 
କରିବି ରକ୍ଷା ତା' ମାନ ।
ଦୁଃଖ ହେଉ ଅବା ହେଉ ସୁଖ
ତା' ସାଥେ ରହିବି ସାରା ଜୀବନ ।। ।।। ଅର୍ଦ୍ଧାଙ୍ଗିନୀ ।।।

ମଥାରେ ସିନ୍ଦୁର ଆଖି ରେ କଜଳ
ତା ମୁହଁ କୁ ଭାରି ସାଜେ ।
ଯେବେ ହସିଦିଏ ଲାଜଭରା ଓଠେ
ସତେ କି ମହୁରୀ ବାଜେ ।।

ହାତର ଚୂଡି ତା' ରୁଣୁଝୁଣୁ ହୋଇ

Suprit Subhramanyam

#ସ୍ୱପ୍ନ_ଚୋରଣୀ #ପ୍ରେମ #ରାତି #ପ୍ରେମିକା

read more
loader
Home
Explore
Events
Notification
Profile