Nojoto: Largest Storytelling Platform

Best ନିଆଁ Shayari, Status, Quotes, Stories

Find the Best ନିଆଁ Shayari, Status, Quotes from top creators only on Nojoto App. Also find trending photos & videos about

  • 3 Followers
  • 5 Stories

Adyasha Priyadarshini D

।।। ବୋଧେ........!।।। କେତେ ଥର ମାଗିଲି ତୁମକୁ, ତୁମ ସମୟରୁ କିଛି, ଶୁଣିପାରିଲନି ବୋଧେ । କେତେ ଥର କହିଲି ତୁମକୁ, #poem #yourquote #yqbaba #yqdidi #boostthyself #yopowrimo #ପ୍ରେମ #yqodia #Yqbhaina #ହୃଦୟ #munodia #ନିଆଁ

read more
।।। ବୋଧେ........!।।।


କେତେ ଥର ମାଗିଲି ତୁମକୁ,
ତୁମ ସମୟରୁ କିଛି,
ଶୁଣିପାରିଲନି ବୋଧେ ।

କେତେ ଥର କହିଲି ତୁମକୁ,
ପୋଛିବାକୁ ମୋ ଲୁହ ରୁ କିଛି,
ଦେଖିପାରିଲନି ବୋଧେ ।

ପ୍ରେମ ନିଆଁ କେବଳ ମୋ ମନରେ ଜଳୁଥିଲା,
ତୃଷାର୍ତ୍ତ ହୃଦୟକୁ ଓଦା କରିବାକୁ,
ଥରୁଟିଏ ବି ବରଷି ଗଲ ନାହିଁ,
ମୋତେ ଆପଣାର କରିନଥିଲ ବୋଧେ ।

ମୋ ପ୍ରେମକୁ ତଉଲିଲ ତୁମେ,
ତୁମ ଭୌତିକବାଦୀ ଖିଆଲି ମନରେ,
କିନ୍ତୁ, ପ୍ରେମ ର ଯେ ନଥାଏ ଆକାର କି ଓଜନ,
ଏକଥା ଭୁଲି ଗଲ ବୋଧେ । ।।। ବୋଧେ........!।।।


କେତେ ଥର ମାଗିଲି ତୁମକୁ,
ତୁମ ସମୟରୁ କିଛି,
ଶୁଣିପାରିଲନି ବୋଧେ ।

କେତେ ଥର କହିଲି ତୁମକୁ,

Diptimayee Nayak

#ମନ #ନିଆଁ #viral #Trading #odiawritings #odianojoto #ମୋମନରକଥା #କବିତା

read more

Jyotshna Rani Sahoo

ନିଜ ଭିତରେ ସେ ନିଆଁ ଧରି ରଖିପାରେ ପୁଣି ପାଉଁଶ ସାଇତି କେତେ କିଏ ପୋଡ଼ା କାଠ ଧରି ଠିଆ ହୁଅନ୍ତି ନିଜେ କଙ୍କାଳ ସାଜି ସେ ତ କେବେ ଚାହିଁ ନଥିଲା ନିଆଁ ହବାକୁ ନିଆଁ କରିବାକୁ ତା ଆଖିର ଡୋଳା ଲାଲ୍ ରଙ୍ଗର ନିଜ ଇଜ୍ଜତ ଭିତରେ କାହିଁ ତା' ରଙ୍ଗହୀନ ଜ୍ଵାଳା! ସମସ୍ତେ ଦିନେ ଆସୁଥିଲେ ନିଜକୁ ଶୀତଳ କରେଇବାକୁ ତା ପାଖକୁ ହେଲେ ଏତିକି ଖାଲି କହି ଦେଉଥିଲେ; #yqodia

read more
#ନିଆଁ#

In caption ନିଜ ଭିତରେ ସେ ନିଆଁ ଧରି ରଖିପାରେ ପୁଣି ପାଉଁଶ ସାଇତି
କେତେ କିଏ ପୋଡ଼ା କାଠ ଧରି ଠିଆ ହୁଅନ୍ତି ନିଜେ କଙ୍କାଳ ସାଜି
ସେ ତ କେବେ ଚାହିଁ ନଥିଲା ନିଆଁ ହବାକୁ
ନିଆଁ କରିବାକୁ ତା ଆଖିର ଡୋଳା
ଲାଲ୍ ରଙ୍ଗର ନିଜ ଇଜ୍ଜତ ଭିତରେ କାହିଁ ତା' ରଙ୍ଗହୀନ ଜ୍ଵାଳା!

ସମସ୍ତେ ଦିନେ ଆସୁଥିଲେ ନିଜକୁ ଶୀତଳ କରେଇବାକୁ ତା ପାଖକୁ
ହେଲେ ଏତିକି ଖାଲି କହି ଦେଉଥିଲେ;

Jyotshna Rani Sahoo

#କ୍ରୋଧ #ନିଆଁ #Yqbhaina #ମୁଁଓଡ଼ିଆ #ଓଡ଼ିଆକବିତା #odiawritings

read more
ନିଆଁ ଲାଗିଥିଲା ସେଦିନ ମୋ ମନେ
ଆଉ ଜାଳି ଦେଇଗଲା ବହୁକିଛି
ମୋ ପ୍ରେମ ସମ୍ପର୍କ ଆପଣା ଲୋକ
ବାକି ରଖିଲାନି ଆଉ କିଛି
ସେ ନିଆଁ ବାର ବାର ଆସେ
ବିବେକ କୁ ଅନୁମତି ମାଗେ ନାହିଁ
ସେ ଧ୍ଵଂସକାରି ନିଆଁକୁ ପ୍ରବଳ ଭୟ ତାର
ହେଇ ଯାଏ ଅଜାଣତରେ ତାର ଶିକାର
ଜାଳି ପୋଡ଼ି ଭସ୍ମ କରିଦିଏ
ପାଉଁଶ ଛାଡ଼ିଦିଏ ସ୍ମୃତିରେ
ଆଉ କିଛି ପଶ୍ଚାତାପ ମିଳେଇ ଯାଏ ଧୂଆଁରେ
ସେ କ୍ରୋଧର ନିଆଁ
ମହାଭାରତରେ ସମ୍ପର୍କର ରୂପ ବଦଳେଇ ଥିଲା
ପ୍ରତିଶୋଧ ସାଜି କେତେ ପ୍ରଳୟ ସୃଷ୍ଟି କରିଥିଲା
ସେ ଏବେ ବି ଜଳୁଛି ହୁତୁହୁତୁ ହେଇ
ସୃଷ୍ଟି ହେଇନାହିଁ କୋଉ ହତିଆର
ତାକୁ ଆୟତ୍ତ କରିବା ପାଇଁ #କ୍ରୋଧ #ନିଆଁ #yqbhaina #ମୁଁଓଡ଼ିଆ #ଓଡ଼ିଆକବିତା #odiawritings

Jyotshna Rani Sahoo

ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ ନଅ ମାସ ଆଲୋକଠୁ ଦୂରେ ରହିବା ପରେ ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ। ପୁଣି ଆସିଥିଲା ବାହା ବେଦୀ ମୂଳେ ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର #odiawritings #ଓଡ଼ିଆସାହିତ୍ୟ #Yqbhaina #ଓଡ଼ିଆ_କବିତା #ମୁଁଓଡ଼ିଆ #ନିଆଁ #yaodia #yqodiapoetry

read more
ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ
ନଅ ମାସ ଆଲୋକଠୁ ଦୂରେ ରହିବା ପରେ
ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ
ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି
ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ।
ପୁଣି ଆସିଥିଲା ବାହା ବେଦୀ ମୂଳେ
ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ
ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର
ଆସିଥିଲା ଦିନ ଯେବେ ହେଇଥିଲା ହନ୍ତସନ୍ତ
ଜୀବନରେ ସେ ପାଇଥିଲା ଆଘାତ
ଭୁଲି ଯାଇଥିଲା ମାଆ ର ମମତା
ପଶିଥିଲା ସେ ଅଗ୍ନିର ଶରଣ
ଆଉ କୋଳେଇ ଦେଇଥିଲା ସେ ବି ଦେଇ ତା ଉଷ୍ମତା
ସେ ଥିଲା ତାର ଶେଷ ସମ୍ପର୍କ ଦୁନିଆ ସାଙ୍ଗେ
ହେଇଥିଲା ବିଚ୍ଛିନ୍ନ ଆତ୍ମା ଶରୀର ସାଙ୍ଗେ
ଗଢ଼ା ପରା ପଞ୍ଚଭୂତ ରେ ମଣିଷ
ଆଉ ପଞ୍ଚଭୂତରେ ମିଶି ତା ଜୀବନ ହେଇଛି ଶେଷ
 ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ
ନଅ ମାସ ଆଲୋକଠୁ ଦୂରେ ରହିବା ପରେ
ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ
ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି
ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ।
ପୁଣି ଆସିଥିଲା ବାହା ବେଦୀ ମୂଳେ
ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ
ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile